< Ezekiel 37 >

1 HERRENS Haand kom over mig, og han førte mig i Aanden ud og satte mig midt i Dalen. Den var fuld af Ben;
ସଦାପ୍ରଭୁଙ୍କ ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା।
2 og han førte mig rundt omkring dem, og se, de laa i store Mængder ud over Dalen, og se, de var aldeles tørre.
ତହୁଁ ସେ ସେହି ଅସ୍ଥିସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ; ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା; ପୁଣି, ଦେଖ, ସେହି ସବୁ ଅତିଶୟ ଶୁଷ୍କ ଥିଲା।
3 Derpaa sagde han til mig: »Menneskesøn! kan disse Ben blive levende?« Jeg svarede: »Herre, HERRE, du ved det!«
ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।”
4 Saa sagde han til mig: Profetér over disse Ben og sig til dem: I tørre Ben, hør HERRENS Ord!
ପୁନର୍ବାର ସେ ମୋତେ କହିଲେ, “ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ‘ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
5 Saa siger den Herre HERREN til disse Ben: Se, jeg bringer Aand i eder, saa I bliver levende.
ପ୍ରଭୁ, ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ।
6 Jeg lægger Sener om eder, lader Kød vokse frem paa eder, overtrækker eder med Hud og indgiver eder Aand, saa I bliver levende; og I skal kende, at jeg er HERREN.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’”
7 Saa profeterede jeg, som mig var paalagt, og der hørtes en Lyd, da jeg profeterede, og se, der hørtes Raslen, og Benene nærmede sig hverandre.
ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା।
8 Og jeg skuede, og se, der kom Sener paa dem, Kød voksede frem, og de blev overtrukket med Hud, men der var ingen Aand i dem.
ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା।
9 Saa sagde han til mig: Profetér og tal til Aanden, profetér, du Menneskesøn, og sig til dem: Saa siger den Herre HERREN: Aand, kom fra de fire Verdenshjørner og blæs paa disse dræbte, at de maa blive levende!
ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।”
10 Da profeterede jeg, som han bød mig, og Aanden kom i dem, og de blev levende og rejste sig paa deres Fødder, en saare, saare stor Hær.
ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ।
11 Derpaa sagde han til mig: Menneskesøn! Disse Ben er alt Israels Hus. Se, de siger: »Vore Ben er tørre, vort Haab er svundet, det er ude med os!«
ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି; ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ।
12 Profetér derfor og sig til dem: Saa siger den Herre HERREN: Se, jeg aabner eders Grave og fører eder ud af dem, mit Folk, og bringer eder til Israels Land;
ଏଥିପାଇଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବା।
13 og I skal kende, at jeg er HERREN, naar jeg aabner eders Grave og fører eder ud af dem, mit Folk.
ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
14 Jeg indgiver eder min Aand, saa I bliver levende, og jeg bosætter eder i eders Land; og I skal kende, at jeg er HERREN; jeg har talet, og jeg fuldbyrder det, lyder det fra HERREN.
ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ଦେବା, ତହିଁରେ ତୁମ୍ଭେମାନେ ଜୀବିତ ହେବ, ପୁଣି, ଆମ୍ଭେ ତୁମ୍ଭମାନଙ୍କ ନିଜ ଦେଶରେ ତୁମ୍ଭମାନଙ୍କୁ ବସାଇବା; ତହିଁରେ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସଫଳ କରିଅଛୁ ବୋଲି ତୁମ୍ଭେମାନେ ଜାଣିବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
15 HERRENS Ord kom til mig saaledes:
ସଦାପ୍ରଭୁଙ୍କ ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
16 Du, Menneskesøn, tag dig et Stykke Træ og skriv derpaa: Juda og hans Medbrødre blandt Israeliterne! Tag saa et andet Stykke Træ og skriv derpaa: Josef — Efraims Træ — og hans Medbrødre, alt Israels Hus!
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯିହୁଦା ନିମନ୍ତେ ଓ ତାହାର ସଖା ଇସ୍ରାଏଲ-ସନ୍ତାନଗଣ ନିମନ୍ତେ;’ ତହିଁ ଉତ୍ତାରେ ଆଉ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯୋଷେଫ ନିମନ୍ତେ, ଇଫ୍ରୟିମର ଓ ତାହାର ସଖା ସମୁଦାୟ ଇସ୍ରାଏଲ ବଂଶର ଯଷ୍ଟି;’
17 Føj dem saa sammen til eet Stykke, saa de bliver eet i din Haand.
ଆଉ, ସେହି ଦୁଇ ଯଷ୍ଟି ଯେପରି ତୁମ୍ଭ ହସ୍ତରେ ଏକ ହେବ, ଏଥିପାଇଁ ସେହି ଦୁଇ ଯଷ୍ଟିକୁ ପରସ୍ପର ସହିତ ଯୋଡ଼।
18 Og naar saa dine Landsmænd siger til dig: »Vil du ikke sige os, hvad du mener dermed?«
ପୁଣି, ତୁମ୍ଭ ଲୋକଙ୍କର ସନ୍ତାନଗଣ ଯେତେବେଳେ ତୁମ୍ଭଙ୍କୁ କହିବେ, ‘ଏଥିରେ ତୁମ୍ଭର କି ଅଭିପ୍ରାୟ, ଏହା କି ତୁମ୍ଭେ ଆମ୍ଭମାନଙ୍କୁ ଜଣାଇବ ନାହିଁ?’
19 sig saa til dem: Saa siger den Herre HERREN: Se, jeg tager Josefs Træ, som var i Efraims Haand, og Israels Stammer, hans Medbrødre, og føjer dem til Judas Træ og gør dem til eet Stykke og de skal blive eet i Judas Haand.
ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଇଫ୍ରୟିମର ହସ୍ତରେ ଥିବା ଯୋଷେଫର ଯଷ୍ଟି, ପୁଣି, ତାହାର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା; ଆଉ, ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ, ଅର୍ଥାତ୍‍, ଯିହୁଦାର ଯଷ୍ଟି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା, ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଯଷ୍ଟି ହେବେ।
20 Og Træstykkerne, du skrev paa, skal være i din Haand, saa de kan se dem.
ଆଉ, ତୁମ୍ଭେ ଯେଉଁ ଦୁଇ ଯଷ୍ଟିରେ ଲେଖିବ, ତାହା ସେମାନଙ୍କ ସାକ୍ଷାତରେ ତୁମ୍ଭ ହସ୍ତରେ ରହିବ।
21 Tal saa til dem: Saa siger den Herre HERREN: Se, jeg henter Israeliterne fra Folkene, til hvilke de vandrede hen, og samler dem alle Vegne fra og bringer dem til deres Land.
ପୁଣି, ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଇସ୍ରାଏଲର ସନ୍ତାନଗଣ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସ୍ଥାନସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରୁ ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବା;
22 Jeg gør dem til eet Folk i Landet paa Israels Bjerge; og de skal alle have en og samme Konge og ikke mere være to Folk eller delt i to Riger.
ଆଉ, ସେହି ଦେଶରେ ଇସ୍ରାଏଲର ସକଳ ପର୍ବତ ଉପରେ ଆମ୍ଭେ ଏମାନଙ୍କୁ ଏକ ଗୋଷ୍ଠୀ କରିବା ଓ ଏକ ରାଜା ଯେ ସମସ୍ତଙ୍କର ରାଜା ହେବେ, ପୁଣି, ସେମାନେ ଆଉ ଦୁଇ ଗୋଷ୍ଠୀ ନୋହିବେ, କିଅବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ।
23 De skal ikke mere gøre sig urene ved deres Afgudsbilleder og væmmelige Guder eller alle deres Overtrædelser, og jeg vil frelse dem fra alt deres Frafald, hvormed de forsyndede sig, og rense dem, og de skal være mit Folk, og jeg vil være deres Gud.
ପୁଣି, ସେମାନେ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା କିଅବା ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ଅଥବା ଆପଣାମାନଙ୍କର କୌଣସି ଆଜ୍ଞାଲଙ୍ଘନ ଦ୍ୱାରା ଆପଣାମାନଙ୍କୁ ଆଉ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଯେଉଁ ସକଳ ବାସ ସ୍ଥାନରେ ପାପ କରିଅଛନ୍ତି, ସେମାନଙ୍କର ସେହି ସକଳ ବାସସ୍ଥାନରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରି ଶୁଚି କରିବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
24 Min Tjener David skal være Konge over dem, og alle skal de have en og samme Hyrde. De skal følge mine Lovbud og holde mine Vedtægter og gøre efter dem.
ପୁଣି, ଆମ୍ଭର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ ଓ ସେହି ସମସ୍ତଙ୍କର ଏକ ପାଳକ ହେବେ; ସେମାନେ ମଧ୍ୟ ଆମ୍ଭର ଶାସନ ପଥରେ ଚାଲିବେ ଓ ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିବେ।
25 De skal bo i det Land, jeg gav min Tjener Jakob, der hvor deres Fædre boede; de skal bo der til evig Tid, de, deres Børn og Børnebørn; og min Tjener David skal være deres Fyrste evindelig.
ଆଉ, ଆମ୍ଭେ ଆପଣା ଦାସ ଯାକୁବକୁ ଯେଉଁ ଦେଶ ଦେଇଅଛୁ ଓ ଯହିଁ ମଧ୍ୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ବାସ କଲେ, ସେହି ଦେଶରେ ସେମାନେ ବାସ କରିବେ; ପୁଣି, ସେମାନେ, ଅର୍ଥାତ୍‍, ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କ ସନ୍ତାନଗଣର ସନ୍ତାନମାନେ ସଦାକାଳ ତହିଁ ମଧ୍ୟରେ ବାସ କରିବେ; ଆଉ, ଆମ୍ଭର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।
26 Jeg slutter en Fredspagt med dem, en evig Pagt skal det være; og jeg gør dem mangfoldige og sætter min Helligdom i deres Midte evindelig;
ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦାକାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।
27 min Bolig skal være over dem; jeg vil være deres Gud, og de skal være mit Folk.
ଆମ୍ଭର ଆବାସ ମଧ୍ୟ ସେମାନଙ୍କ ସଙ୍ଗରେ ରହିବ; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।
28 Og Folkene skal kende, at jeg er HERREN, som helliger Israel, naar min Helligdom bliver i deres Midte evindelig.
ପୁଣି, ଯେତେବେଳେ ଆମ୍ଭର ପବିତ୍ର ସ୍ଥାନ ସେମାନଙ୍କ ମଧ୍ୟରେ ସଦାକାଳ ରହିବ, ସେତେବେଳେ ଆମ୍ଭେ ଯେ ଇସ୍ରାଏଲର ପବିତ୍ରକାରୀ ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।”

< Ezekiel 37 >