< Første Kongebog 6 >

1 480 Aar efter at Israeliterne var vandret ud af Ægypten, i Ziv Maaned, det er den anden Maaned, i det fjerde Aar Salomo herskede i Israel, begyndte han at bygge HERREN Templet.
ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାରି ଆସିଲା ଉତ୍ତାରେ ଚାରି ଶହ ଅଶୀ ବର୍ଷରେ ଓ ଇସ୍ରାଏଲ ଉପରେ ଶଲୋମନଙ୍କର ରାଜତ୍ଵର ଚତୁର୍ଥ ବର୍ଷର ସିବ୍‍ ନାମକ ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ।
2 Templet, som Kong Salomo byggede HERREN, var tresindstyve Alen langt, tyve Alen bredt og tredive Alen højt.
ପୁଣି, ଶଲୋମନ ରାଜା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମାଣ କଲେ, ତହିଁର ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ ହାତ।
3 Forhallen foran Templets Hellige var tyve Alen lang, svarende til Templets Bredde, og ti Alen bred.
ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।
4 Han forsynede Templet med Gittervinduer i Bjælkerammer,
ପୁଣି, ଗୃହ ନିମନ୍ତେ ସେ ବନ୍ଦ ଜାଲିଝରକା ନିର୍ମାଣ କଲେ।
5 og op til Tempelmuren byggede han en Tilbygning rundt om Templets Mure, rundt om det Hellige og Inderhallen, og indrettede Siderum rundt om.
ପୁଣି, ସେ ଗୃହର କାନ୍ଥ ଚାରିଆଡ଼େ, ଅର୍ଥାତ୍‍, ମନ୍ଦିର ଓ ମହାପବିତ୍ର ସ୍ଥାନର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରି ନିର୍ମାଣ କଲେ।
6 Det nederste Rum var fem Alen bredt, det mellemste seks og det tredje syv, thi han byggede Fremspring i Templets Ydermur rundt om, for at man ikke skulde være nødt til at lade Bjælkerne gribe ind i Templets Mure.
ତହିଁରେ ତଳ ମହଲା ପାଞ୍ଚ ହାତ ପ୍ରସ୍ଥ, ମଧ୍ୟ ମହଲା ଛଅ ହାତ ପ୍ରସ୍ଥ ଓ ତୃତୀୟ ମହଲା ସାତ ହାତ ପ୍ରସ୍ଥ ଥିଲା। କାରଣ, କଡ଼ିକାଠ ଯେପରି ଗୃହର କାନ୍ଥରେ ବନ୍ଦ ନ ହୁଏ, ଏଥିପାଇଁ ସେ ଚାରିଆଡ଼େ ଗୃହର କାନ୍ଥର ବାହାର ଭାଗରେ ଆଧାର କଲେ।
7 Ved Templets Opførelse byggede man med Sten, der var gjort færdige i Stenbrudet, derfor hørtes hverken Lyd af Hamre, Mejsler eller andet Jernværktøj, medens Templet byggedes.
ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥରଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା; ଏଣୁ ସେ ଗୃହ ନିର୍ମିତ ହେବା ସମୟଯାକ ତହିଁ ମଧ୍ୟରେ ହାତୁଡ଼ି କି କଟାଳି, କୌଣସି ଲୌହାସ୍ତ୍ରର ଶବ୍ଦ ଶୁଣା ନ ଗଲା।
8 Indgangen til det nederste Rum var paa Templets Sydside, og derfra førte Vindeltrapper op til det mellemste og derfra igen op til det tredje Rum.
ମଧ୍ୟମ କୋଠରିମାନର ଦ୍ୱାର ଗୃହର ଦକ୍ଷିଣ ଭାଗରେ ଥିଲା; ପୁଣି, ଲୋକମାନେ ଘୂର୍ଣ୍ଣିତ ସୋପାନ ଦେଇ ମଧ୍ୟମ କୋଠରିକୁ ଓ ମଧ୍ୟମ କୋଠରିରୁ ତୃତୀୟ କୋଠରିକୁ ଚଢ଼ିଗଲେ।
9 Saaledes byggede han Templet færdigt, og han lagde Taget med Bjælker og Planker af Cedertræ.
ଏହିରୂପେ ସେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କଲେ, ଏରସ କାଷ୍ଠର କଡ଼ି ଓ ପଟାରେ ଗୃହ ଆଚ୍ଛାଦନ କଲେ।
10 Han byggede Tilbygningen rundt om hele Templet, hvert Stokværk fem Alen højt, og den blev forbundet med Templet med Cederbjælker.
ଆଉ, ସେ ସମୁଦାୟ ଗୃହକୁ ଲଗାଇ ପାଞ୍ଚ ପାଞ୍ଚ ହାତ ଉଚ୍ଚର ମହଲା ବନାଇଲେ ଓ ଏରସ କାଷ୍ଠ ଦ୍ୱାରା ଗୃହ ଉପରେ ସେହିସବୁର ଭାର ରହିଲା।
11 Da kom HERRENS Ord til Salomo saaledes:
ଏଥିଉତ୍ତାରେ ଶଲୋମନଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
12 »Dette Hus, som du er ved at bygge — dersom du vandrer efter mine Anordninger og gør efter mine Lovbud og omhyggeligt vandrer efter alle mine Bud, vil jeg paa dig stadfæste det Ord, jeg talede til din Fader David,
“ତୁମ୍ଭେ ତ ଏହି ଗୃହ ନିର୍ମାଣ କରୁଅଛ, ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ଚାଲିବ ଓ ଆମ୍ଭର ସକଳ ଶାସନ ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଚାଲିବ; ତେବେ ଆମ୍ଭେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ଆମ୍ଭେ ଆପଣାର ସେହି ବାକ୍ୟ ତୁମ୍ଭ ପ୍ରତି ସଫଳ କରିବା।
13 og tage Bolig blandt Israeliterne og ikke forlade mit Folk Israel.«
ପୁଣି, ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରିବା ଓ ଆପଣା ଲୋକ ଇସ୍ରାଏଲକୁ ପରିତ୍ୟାଗ କରିବା ନାହିଁ।”
14 Saaledes byggede Salomo Templet færdigt.
ଏହିରୂପେ ଶଲୋମନ ଗୃହ ନିର୍ମାଣ କରି ତାହା ସମାପ୍ତ କଲେ।
15 Templets Vægge dækkede han indvendig med Cederbrædder; fra Bygningens Gulv til Loftsbjælkerne dækkede han dem indvendig med Træ; og over Templets Gulv lagde han Cypresbrædder.
ସେ ଗୃହର ଭିତର କାନ୍ଥସବୁରେ ଏରସ କାଷ୍ଠର ପଟା ଦେଲେ; ଗୃହର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଭିତରଯାକ ସେ ସେହି କାଷ୍ଠରେ ଆଚ୍ଛାଦନ କଲେ; ପୁଣି, ଦେବଦାରୁ ପଟାରେ ଗୃହର ଚଟାଣ ଆଚ୍ଛାଦନ କଲେ।
16 Han dækkede de tyve bageste Alen af Templet med Cederbrædder fra Gulv til Bjælker og indrettede sig Rummet derinde til en Inderhal, det Allerhelligste.
ପୁଣି, ସେ ଗୃହର ପଶ୍ଚାତ୍‍ଭାଗ କୋଡ଼ିଏ ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ କାଷ୍ଠର ପଟା ଦେଲେ; ସେ ଭିତରେ ମହାପବିତ୍ର ସ୍ଥାନ, ଅର୍ଥାତ୍‍, ମହାପବିତ୍ର ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ।
17 Fyrretyve Alen maalte det Hellige foran Inderhallen.
ତହିଁରେ ଗୃହ, ଅର୍ଥାତ୍‍, ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ମନ୍ଦିର ଚାଳିଶ ହାତ ଦୀର୍ଘ ହେଲା।
18 Templet var indvendig dækket med Cedertræ, udskaaret Arbejde i Form af Agurker og Blomsterkranse; alt var af Cedertræ, ikke en Sten var at se.
ପୁଣି, ଗୃହ ଭିତରେ ଏରସ କାଷ୍ଠରେ କଳିକା ଓ ପ୍ରସ୍ପୁଟିତ ପୁଷ୍ପ ଖୋଦିତ କଲେ; ସବୁ ଏରସ କାଷ୍ଠର ଥିଲା; କିଛିମାତ୍ର ପ୍ରସ୍ତର ଦୃଶ୍ୟ ନୋହିଲା।
19 Han indrettede Inderhallen inde i Templet for der at opstille HERRENS Pagts Ark.
ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପନାର୍ଥେ ଅନ୍ତଃସ୍ଥ ଗୃହ ମଧ୍ୟରେ ସେ ମହାପବିତ୍ର ସ୍ଥାନ ପ୍ରସ୍ତୁତ କଲେ।
20 Inderhallen var tyve Alen lang, tyve Alen bred og tyve Alen høj, og han overtrak den med fint Guld. Fremdeles lavede han et Alter af Cedertræ
ଆଉ ସେହି ମହାପବିତ୍ର ସ୍ଥାନ ଭିତର କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ପ୍ରସ୍ଥ ଓ କୋଡ଼ିଏ ହାତ ଉଚ୍ଚ ଥିଲା, ଆଉ ସେ ତହିଁରେ ନିର୍ମଳ ସୁବର୍ଣ୍ଣ ମଡ଼ାଇଲେ ଓ ଧୂପବେଦି ଏରସ କାଷ୍ଠରେ ଆଚ୍ଛାଦନ କଲେ।
21 foran Inderhallen og overtrak det med Guld. Og Salomo overtrak Templet indvendig med fint Guld og trak for med Guldkæder.
ଏହିରୂପେ ଶଲୋମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ମହାପବିତ୍ର ସ୍ଥାନ ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ।
22 Hele Templet overtrak han med Guld, hele Templet fra den ene Ende til den anden; ogsaa hele Alteret foran Inderhallen overtrak han med Guld.
ପୁଣି, ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ; ମଧ୍ୟ ମହାପବିତ୍ର ସ୍ଥାନର ଧୂପବେଦି ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ।
23 I Inderhallen satte han to Keruber af vildt Oliventræ, ti Alen høje;
ପୁଣି, ସେ ମହାପବିତ୍ର ସ୍ଥାନ ମଧ୍ୟରେ ଦଶ ହାତ ଉଚ୍ଚ ଜୀତ କାଷ୍ଠର ଦୁଇ କିରୂବ ନିର୍ମାଣ କଲେ।
24 den ene Kerubs Vinger var hver fem Alen, der var ti Alen fra den ene Vingespids til den anden;
ଏକ କିରୂବର ଏକ ପକ୍ଷ ପାଞ୍ଚ ହାତ ଓ ଅନ୍ୟ ପକ୍ଷ ହିଁ ପାଞ୍ଚ ହାତ ଥିଲା; ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଥିଲା।
25 ti Alen maalte ogsaa den anden Kerub; begge Keruber havde samme Maal og Skikkelse;
ସେରୂପେ ଅନ୍ୟ କିରୂବ ହିଁ ଦଶ ହାତ ଥିଲା; ଦୁଇ କିରୂବଯାକ ଏକ ମାପ ଓ ଏକ ଆକାରର ଥିଲେ।
26 begge Keruber var ti Alen høje.
ଏକ କିରୂବର ଉଚ୍ଚତା ଦଶ ହାତ, ଅନ୍ୟ କିରୂବର ମଧ୍ୟ ସେହିପରି ଥିଲା।
27 Og han opstillede Keruberne midt i den inderste Del af Templet, og de udbredte deres Vinger saaledes, at den enes ene Vinge rørte den ene Væg og den andens ene Vinge den modsatte Væg, medens de to andre Vinger rørte hinanden midt i Templet.
ପୁଣି, ସେ ସେହି କିରୂବଦ୍ୱୟକୁ ଅନ୍ତରାଗାର ମଧ୍ୟରେ ରଖିଲେ; ଆଉ ସେହି କିରୂବମାନଙ୍କର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ, ଏକର ପକ୍ଷ ଏକ କାନ୍ଥକୁ ଓ ଅନ୍ୟର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କଲା; ପୁଣି, ଗୃହ ମଧ୍ୟରେ ସେମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କଲା।
28 Keruberne overtrak han med Guld.
ତହୁଁ ସେ କିରୂବମାନଙ୍କୁ ସୁବର୍ଣ୍ଣରେ ମଡ଼ାଇଲେ।
29 Rundt paa alle Vægge i Templet anbragte han udskaaret Arbejde, Keruber, Palmer og Blomsterkranse, baade i den inderste og den yderste Hal,
ପୁଣି, ସେ ଗୃହର ସକଳ କାନ୍ଥର ଭିତରେ ବାହାରେ ଚାରିଆଡ଼େ ଖୋଦିତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଳିଲେ।
30 og Templets Gulv overtrak han med Guld, baade i den inderste og den yderste Hal.
ଆହୁରି ଗୃହ-ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ।
31 Til Inderhallens Indgang lod han lave to Dørfløje af vildt Oliventræ; Overliggeren og Dørposterne dannede en Femkant.
ଆଉ, ସେ ମହାପବିତ୍ର ସ୍ଥାନର ପ୍ରବେଶ-ଦ୍ୱାର ଜୀତ କାଷ୍ଠରେ ନିର୍ମାଣ କଲେ, ତହିଁର କପାଳୀ ଓ ବାଜୁବନ୍ଧ କାନ୍ଥର ପଞ୍ଚମାଂଶ ଥିଲା।
32 Og paa de to Oliventræsfløje lod han udskære Keruber, Palmer og Blomsterkranse og overtrak dem med Guld, idet han lod Guldet trykke ned i de udskaarne Keruber og Palmer.
ଏହିରୂପେ ସେ ଜୀତ କାଷ୍ଠରେ ଦୁଇ କବାଟ କଲେ; ତହିଁ ଉପରେ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନର ଆକୃତି ଖୋଦାଇଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ; ଆଉ କିରୂବ ଓ ଖର୍ଜ୍ଜୁରବୃକ୍ଷମାନ ଉପରେ ସୁବର୍ଣ୍ଣ ମଡ଼ାଇଲେ।
33 Ligeledes lod han til Indgangen til det Hellige lave Dørstolper af vildt Oliventræ, firkantede Dørstolper,
ତଦ୍ରୂପ ମନ୍ଦିରର ପ୍ରବେଶ-ଦ୍ୱାର ନିମନ୍ତେ କାନ୍ଥର ଚତୁର୍ଥାଂଶରେ ଜୀତ କାଷ୍ଠର ଚୌକାଠ କଲେ;
34 og to Dørfløje af Cyprestræ, saaledes at hver af de to Dørfløje bestod af to bevægelige Dørflader;
ଆଉ, ଦେବଦାରୁ କାଷ୍ଠରେ ଦୁଇ କବାଟ କଲେ; ଏକ କବାଟର ଦୁଇ ପଟ ଦୋହରା ଥିଲା, ଅନ୍ୟ କବାଟର ଦୁଇ ପଟ ଦୋହରା ଥିଲା।
35 og han lod udskære Keruber, Palmer og Blomsterkranse i dem og overtrak dem med Guld, der laa i et tyndt Lag over de udskaarne Figurer.
ପୁଣି, ସେ ତହିଁ ଉପରେ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନ ଖୋଳି ସେହି ଖୋଦିତ କର୍ମର ଆକୃତି ଅନୁସାରେ ସୁବର୍ଣ୍ଣ ମଡ଼ାଇଲେ।
36 Ligeledes indrettede han den indre Forgaard ved at bygge tre Lag Kvadersten og et Lag Cederbjælker.
ପୁଣି, ସେ ତିନି ଧାଡ଼ି ଖୋଦିତ ପ୍ରସ୍ତରରେ ଓ ଏକ ଧାଡ଼ି ଏରସ କାଷ୍ଠର କଡ଼ିରେ ଭିତର ପ୍ରାଙ୍ଗଣ ନିର୍ମାଣ କଲେ।
37 I det fjerde Aar lagdes Grunden til HERRENS Hus i Ziv Maaned;
ଚତୁର୍ଥ ବର୍ଷର ସିବ୍‍ ମାସରେ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପିତ ହେଲା।
38 og i det ellevte Aar i Bul Maaned, det er den ottende Maaned, fuldførtes Templet i alle dets Dele og Stykker; han byggede paa det i syv Aar.
ପୁଣି, ଏକାଦଶ ବର୍ଷର ବୂଲ ନାମକ ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ଅଂଶରେ ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏରୂପେ ତାହା ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।

< Første Kongebog 6 >