< Józua 17 >

1 A tento byl los Manassesův (nebo on jest prvorozený Jozefův): Machirovi prvorozenému Manassesovu, otci Gálad, proto že byl muž bojovný, dostal se Galád a Bázan.
ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।
2 Dostalo se také jiným synům Manassesovým po čeledech jejich, synům Abiezer, a synům Helek, a synům Asriel, i synům Sechem, a synům Hefer, a synům Semida. (Nebo ti jsou synové Manassesovi, syna Jozefova, muži po rodech svých.
ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରୀୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ।
3 Ale Salfad, syn Hefer, syna Galád, syna Machir, syna Manasse, neměl synů, než dcery toliko, jejichž jsou tato jména: Mahla a Noa, Hegla, Melcha a Tersa.
ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍ଲା ଓ ମିଲ୍କା ଓ ତିର୍ସା।
4 Kteréžto přistoupivše před Eleazara kněze, a před Jozue, syna Nun, i před knížata, řekly: Hospodin přikázal Mojžíšovi, aby nám dal dědictví u prostřed bratří našich. I dal jim Jozue podlé rozkázaní Hospodinova dědictví u prostřed bratří otce jejich.)
ଏମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କ ଭ୍ରାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ; ଏହେତୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସେମାନଙ୍କ ପିତାର ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।
5 Dostalo se provazců Manassesovi deset, krom země Galád a Bázan, kteráž byla před Jordánem.
ଏଣୁ ଯର୍ଦ୍ଦନର ସେପାରିସ୍ଥ ଗିଲୀୟଦ ଓ ବାଶନ ଛଡ଼ା ମନଃଶିର ବାଣ୍ଟରେ ଦଶ ଅଂଶ ପଡ଼ିଲା।
6 Nebo dcery Manassesovy obdržely dědictví mezi syny jeho, země pak Galád přišla jiným synům Manassesovým.
କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା।
7 A byla meze Manassesova od Asser, Michmetat, jenž jest před Sichem, a táhne se na pravou stranu k obyvatelům Entafue.
ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍‍ମଥତ୍‍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍‍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା।
8 (Manassesova zajisté byla země Tafue, ale Tafue podlé pomezí Manassesova jest synů Efraimových.)
ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା।
9 Odkudž sstupuje pomezí ku potoku Kána, na poledne tomu potoku, a tu jsou města Efraimova u prostřed měst Manassesových; pomezí pak Manassesovo jest na půlnoci toho potoka, a skonává se při moři.
ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା; ମନଃଶିର ସକଳ ନଗର ମଧ୍ୟରେ ଏହିସବୁ ନଗର ଇଫ୍ରୟିମର ଥିଲା, ମନଃଶିର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା।
10 Na poledne jest díl Efraimův, a na půlnoci Manassesův, moře pak jest pomezí jejich; a v pokolení Asser sbíhají se na půlnoci, v pokolení pak Izachar na východ.
ଦକ୍ଷିଣ ଦିଗ ଇଫ୍ରୟିମର ଓ ଉତ୍ତର ଦିଗ ମନଃଶିର ଥିଲା ଓ ସମୁଦ୍ର ତାହାର ସୀମା ଥିଲା; ପୁଣି ତାହା ଉତ୍ତର ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇଷାଖର ପର୍ଯ୍ୟନ୍ତ ଗଲା।
11 Nebo dědictví Manassesovo jest mezi Izacharovým a Asserovým, Betsan i městečka jeho, a Jibleam a městečka jeho; též obyvatelé Dor a městečka jeho, a obyvatelé Endor a městečka jeho; také obyvatelé Tanach a městečka jeho, i obyvatelé Mageddo a městečka jeho; tři ty krajiny.
ପୁଣି ଇଷାଖର ଓ ଆଶେର ମଧ୍ୟରେ ବେଥ୍-ଶାନ ଓ ତହିଁର ଉପନଗର, ଯିବ୍ଲିୟିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍‍-ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ୍‍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲା।
12 Ale synové Manassesovi nemohli vypléniti obyvatelů těch měst; protož směleji počal Kananejský bydliti v zemi té.
ତଥାପି ମନଃଶିର ସନ୍ତାନଗଣ ସେହି ସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
13 Když se pak zsilili synové Izraelští, uvedli sobě Kananejské pod plat, a nevyhladili jich do konce.
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
14 Tedy mluvili synové Jozefovi k Jozue, řkouce: Proč jsi nám dal dědictví toliko los jeden a provazec jeden, poněvadž jsme lid mnohý; nebo až dosavad žehnal nám Hospodin.
ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।”
15 I řekl jim Jozue: Poněvadž jsi lid tak mnohý, vejdi do lesa, a vyplaň sobě tam v zemi Ferezejské a Refaimské, jestližeť jest malá hora Efraim.
ତହିଁରେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେ ଯେବେ ବହୁଗୋଷ୍ଠୀ ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରୟିମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ; ଆଉ ସେଠାରେ ପରିଷୀୟ ଓ ରଫାୟୀୟମାନଙ୍କ ଦେଶରେ ଆପଣା ପାଇଁ ବନ କାଟ।”
16 Jemuž odpověděli synové Jozefovi: I tak nám nepostačí ta hora; přes to vozy železné mají všickni Kananejští, kteříž bydlejí v luzích těch, i ti, kteříž jsou v Betsan a v městečkách jeho, i ti, kteříž jsou v údolí Jezreel.
ତହିଁରେ ଯୋଷେଫର ସନ୍ତାନଗଣ କହିଲେ, “ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି।”
17 I řekl Jozue domu Jozefovu, Efraimovu a Manassesovu, řka: Lid mnohý a silný jsi, nebudeš míti toliko dílu jednoho,
ତହିଁରେ ଯିହୋଶୂୟ ଯୋଷେଫଙ୍କର ବଂଶ ଇଫ୍ରୟିମ ଓ ମନଃଶିକୁ କହିଲେ, “ତୁମ୍ଭେ ବହୁଗୋଷ୍ଠୀ ଓ ତୁମ୍ଭର ମହାପରାକ୍ରମ ଅଛି; ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ।
18 Ale horu budeš míti. Jestližeť překáží les, tedy vysekáš jej, a obdržíš končiny její; nebo vyhladíš Kananejského, ačkoli má vozy železné a jest silný.
ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ; ପୁଣି ତାହା ବନ ହେଲେ ହେଁ ତୁମ୍ଭେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ; କାରଣ କିଣାନୀୟମାନଙ୍କ ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ।”

< Józua 17 >