< Izaiáš 16 >

1 Pošlete beránky panovníku země, počnouc od Sela až do pouště, k hoře dcery Sionské.
ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲା ସହରଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ।
2 Sic jinak bude Moáb jako pták místa nemající, a s hnízda sehnaný; budou dcery Moábské při brodech Arnon.
କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ।
3 Svolej radu, učiň soud, připrav stín svůj u prostřed poledne jako noc; skrej vyhnané, místa nemajícího nevyzrazuj.
ମନ୍ତ୍ରଣା ଦିଅ, ବିଚାର କର; ମଧ୍ୟାହ୍ନ କାଳର ଆପଣା ଛାୟାକୁ ରାତ୍ରି ତୁଲ୍ୟ କର; ବହିଷ୍କୃତ ଲୋକମାନଙ୍କୁ ଲୁଚାଅ; ଭ୍ରମଣକାରୀମାନଙ୍କୁ ପ୍ରକାଶ କର ନାହିଁ।
4 Nechať u tebe pobudou vyhnaní moji, ó Moábe, buď skrýší jejich před zhoubcím; nebo přestane násilník, přestane zhoubce, pošlapávající vyhlazen bude z země.
ଆମ୍ଭର ବହିଷ୍କୃତ ଲୋକମାନଙ୍କୁ ତୁମ୍ଭ ସଙ୍ଗରେ ବାସ କରିବାକୁ ଦିଅ; ବିନାଶକାରୀର ସମ୍ମୁଖରୁ ତୁମ୍ଭେ ମୋୟାବର ପାଇଁ ଆଶ୍ରୟ ସ୍ଥାନ ହୁଅ; କାରଣ ପୀଡ଼କ ମହାଜନ ଅକିଞ୍ଚିତ ହୋଇଅଛି, ଅପକାର ନିବୃତ୍ତ ହେଉଅଛି, ଦୌରାତ୍ମ୍ୟକାରୀମାନେ ଦେଶରୁ ସଂହାରିତ ହେଉଅଛନ୍ତି।
5 A upevněn bude milosrdenstvím trůn, a seděti bude na něm stále v stánku Davidovu ten, kterýž by soudil a vyhledával soudu a pospíchal k spravedlnosti.
ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ; ସେ ନ୍ୟାୟ ଅନ୍ଵେଷଣ କରି ବିଚାର କରିବେ ଓ ଧର୍ମ ସାଧନ କରିବାରେ ସତ୍ୱର ହେବେ।
6 Ale slýchaliť jsme o pýše Moábově, že velmi pyšný jest, o pýše jeho, a chloubě jeho i spouzení se jeho, ale nepřijdouť k vykonání myšlénky jeho.
ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ।
7 Protož kvíliti bude Moáb před Moábem, jeden každý kvíliti bude; nad grunty Kirchareset úpěti budete, a říkati: Jižť jsou zkaženi.
ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ।
8 Nýbrž i réví Ezebon usvadlo, i vinní kmenové Sibma. Páni národů potřeli výborné réví jeho, kteréž až do Jazer dosahalo, a bylo se rozšířilo při poušti; rozvodové jeho rozložili se, a dosahali až za moře.
ଯେହେତୁ ହିଷ୍‍ବୋନ ସହରର କ୍ଷେତ୍ରସବୁ ଓ ସିବ୍‍ମା ନଗରର ଦ୍ରାକ୍ଷାଲତା ମ୍ଳାନ ହେଉଅଛି; ଗୋଷ୍ଠୀବର୍ଗର ଅଧ୍ୟକ୍ଷଗଣ ତହିଁର ମନୋନୀତ ଚାରାସବୁ ଭାଙ୍ଗି ପକାଇଅଛନ୍ତି; ସେହି ସବୁ ଯାସେର ନଗର ପର୍ଯ୍ୟନ୍ତ ଗଲେ, ପ୍ରାନ୍ତର ପର୍ଯ୍ୟନ୍ତ ଏଣେତେଣେ ଗଲେ; ତାହାର ଶାଖାସବୁ ଚାରିଆଡ଼େ ବିସ୍ତୃତ ହେଲା, ସେହି ସବୁ ସମୁଦ୍ର ପାର ହୋଇଗଲେ।
9 Protož pláči pro pláč Jazerských a pro vinici Sibma; svlažuji tě slzami svými, ó Ezebon a Eleale, nebo provyskování nad ovocem tvým letním a nad žní tvou kleslo.
ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଷ୍‍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମକାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି।
10 A přestalo veselé a plésání nad polem úrodným, na vinicích se nezpívá, ani prokřikuje, vína v presích netlačí ten, kterýž tlačívá. Takž i já provyskování přestávám.
ପୁଣି, ଆନନ୍ଦ ଓ ଉଲ୍ଲାସ ଉର୍ବରା କ୍ଷେତ୍ରରୁ ଦୂରୀକୃତ ହୋଇଅଛି; ଆଉ, ଦ୍ରାକ୍ଷାକ୍ଷେତ୍ରରେ ଗାନ ଅବା ଆନନ୍ଦଧ୍ୱନି ହେବ ନାହିଁ; କେହି ପଦ ଦ୍ୱାରା ଚାପି ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷାରସ ବାହାର କରିବ ନାହିଁ; ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦଧ୍ୱନି ନିବୃତ୍ତ କରିଅଛୁ।
11 Protože střeva má nad Moábem jako harfa znějí, a vnitřnosti mé pro Kircheres.
ଏହି କାରଣରୁ ଆମ୍ଭର ନାଡ଼ୀ ମୋୟାବର ପାଇଁ ଓ ଆମ୍ଭର ଅନ୍ତର କୀର୍ହେରସର ପାଇଁ ବୀଣା ପରି ବାଜୁଅଛି।
12 I stane se, když zřejmé bude, an ustává Moáb nad výsostmi, že vejde do svatyně své, aby se modlil, však nic nespraví.
ପୁଣି, ମୋୟାବ ଆପେ ଉପସ୍ଥିତ ହେବା ବେଳେ ଓ ଉଚ୍ଚସ୍ଥଳୀରେ ଆପଣାକୁ କ୍ଳାନ୍ତ କରି ପ୍ରାର୍ଥନା କରିବା ପାଇଁ ଧର୍ମଧାମରେ ପ୍ରବେଶ କରିବା ବେଳେ ସେ କୃତାର୍ଥ ହେବ ନାହିଁ।
13 Toť jest to slovo, kteréž mluvil Hospodin o Moábovi již dávno.
ବିଗତ ସମୟରେ ସଦାପ୍ରଭୁ ମୋୟାବ ବିଷୟରେ ଏହି କଥା କହିଥିଲେ।
14 Nyní pak praví Hospodin, řka: Po třech letech, jakáž jsou léta nájemníka, v potupu uvedena bude sláva Moábova se vším množstvím velikým, tak že ostatkové jeho budou skrovní, přemaličcí a mdlí.
ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, “ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ।”

< Izaiáš 16 >