< 1 Kronická 12 >

1 Tito pak jsou, kteříž přišli k Davidovi do Sicelechu, když se ještě kryl před Saulem synem Cis, a ti byli mezi udatnými, pomocníci boje,
ଯେଉଁ ସମୟରେ ଦାଉଦ କୀଶ୍‍ର ପୁତ୍ର ଶାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେହି ସମୟରେ ଏହି ଲୋକମାନେ ସିକ୍ଲଗ୍‍କୁ ତାଙ୍କ ନିକଟକୁ ଆସିଥିଲେ; ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ।
2 Nosíce lučiště, a bojujíce pravicí i levicí kamením i střelami z lučiště, a byli z bratří Saulových, z pokolení Beniaminova:
ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।
3 Kníže Achiezer a Joas, synové Semmaa Gabatského, a Jeziel a Felet, synové Azmavetovi, Beracha, a Jéhu Anatotský,
ସେମାନଙ୍କ ମଧ୍ୟରେ ପ୍ରଧାନ ଅହୀୟେଷର, ତହିଁ ଉତ୍ତାରେ ଯୋୟାଶ୍‍, ଏମାନେ ଗିବୀୟାଥୀୟ ଶମାୟର ପୁତ୍ର; ଅସ୍ମାବତ୍‍ର ପୁତ୍ର ଯିଷୀୟେଲ୍‍, ପେଲଟ୍‍, ଅନାଥୋତୀୟ ବରାଖା ଓ ଯେହୂ;
4 A Ismaiáš Gabaonitský, silný mezi třidcíti, kterýž byl nad třidcíti, Jeremiáš, Jachaziel, Jochanan a Jozabad Gederatský,
ପୁଣି, ଗିବୀୟୋନୀୟ ଯିଶ୍ମୟୀୟ, ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ; ଆଉ ଯିରିମୀୟ, ଯହସୀୟେଲ, ଯୋହାନନ୍‍, ଗଦେରାଥୀୟ ଯୋଷାବଦ୍‍;
5 A Eluzai, Jerimot, Bealiáš, Semariáš, a Sefatiáš Charufský,
ଇଲିୟଷୟ, ଯିରେମୋତ୍‍, ବାଲୀୟା, ଶେମରୀୟ, ହରୂଫୀୟ ଶଫଟୀୟ;
6 Elkána, Isiáš, Azareel, Joezer a Jasobam, Chorejští,
କୋରହୀୟ ଇଲ୍‍କାନା, ଯିଶୀୟ, ଅସରେଲ୍‍, ଯୋୟେଷର୍‍, ଯାଶ୍‍ବୀୟାମ୍‍;
7 A Joela a Zebadiáš synové Jerochamovi z Gedor.
ଆଉ ଗଦୋର ନିବାସୀ ଯିରୋହମର ପୁତ୍ର ଯୋୟେଲା ଓ ସବଦୀୟ।
8 Též i z pokolení Gádova utekli k Davidovi k pevnosti na poušť, muži udatní, muži způsobní k boji, užívajíce štítu a pavézy, jichžto tváři jako tváři lvové, a podobní srnám na horách v rychlosti:
ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ।
9 Ezer první, Abdiáš druhý, Eliab třetí,
ପ୍ରଥମ ଏସର୍‍, ଦ୍ୱିତୀୟ ଓବଦୀୟ, ତୃତୀୟ ଇଲୀୟାବ୍‍,
10 Mismanna čtvrtý, Jeremiáš pátý,
ଚତୁର୍ଥ ମିଶ୍ମନ୍ନା, ପଞ୍ଚମ ଯିରିମୀୟ,
11 Attai šestý, Eliel sedmý,
ଷଷ୍ଠ ଅତ୍ତୟ, ସପ୍ତମ ଇଲୀୟେଲ୍‍;
12 Jochanan osmý, Elzabad devátý,
ଅଷ୍ଟମ ଯୋହାନନ୍‍, ନବମ ଇଲ୍ସାବଦ୍‍;
13 Jeremiáš desátý, Machbannai jedenáctý.
ଦଶମ ଯିରିମୀୟ, ଏକାଦଶ ମଗ୍‍ବନ୍ନୟ।
14 Ti byli z synů Gádových, knížata vojska, jeden nad stem menší, a větší nad tisícem.
ଗାଦ୍‍ର ଏହି ସନ୍ତାନମାନେ ସେନାପତି ଥିଲେ, ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର, ସେ ଏକ ଶତ ଲୋକର ଓ ଯେ ମହାନ, ସେ ଏକ ସହସ୍ର ଲୋକର ସମାନ ଥିଲା।
15 Ti jsou, kteříž přepravili se přes Jordán měsíce prvního, ačkoli se byl vylil ze všech břehů svých, a zahnali všecky z údolí na východ i na západ.
ଏମାନେ ପ୍ରଥମ ମାସରେ ଯର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଚ୍ଛୁଳିବା ସମୟରେ ନଦୀ ପାର ହୋଇ ଯାଇଥିଲେ; ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
16 Přišli také někteří z synů Beniaminových a Judových k pevnosti Davidově.
ଆହୁରି ବିନ୍ୟାମୀନ୍ ଓ ଯିହୁଦା-ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ।
17 I vyšel jim David vstříc, a mluvě, řekl jim: Jestliže z příčiny pokoje jdete ke mně, abyste mi pomáhali, i mé srdce také s vámi se sjednotí; pakli k vyzrazení mne nepřátelům mým, (ješto není nepravosti při mně), popatřiž Bůh otců našich a tresci.
ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, “ଯଦି ତୁମ୍ଭେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋʼ ନିକଟକୁ ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ; ମାତ୍ର ମୋʼ ହସ୍ତରେ କୌଣସି ଦୌରାତ୍ମ୍ୟ ନ ଥିଲେ ହେଁ ଯଦି ତୁମ୍ଭେମାନେ ମୋʼ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ।”
18 Duch pak posilnil Amazu předního mezi hejtmany, i řekl: Tobě, ó Davide, a těm, jenž s tebou jsou, synu Izai, pokoj; pokoj tobě, pokoj i pomocníkům tvým. Toběť zajisté pomáhá Bůh tvůj. A tak přijal je David, a postavil je mezi knížaty houfů.
ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାସୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ, ସେ କହିଲା, “ହେ ଦାଉଦ, ଆମ୍ଭେମାନେ ତୁମ୍ଭର, ହେ ଯିଶୀର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ; ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ; କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି।” ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ।
19 Nadto i z pokolení Manassesova odstoupili k Davidovi, když táhl s Filistinskými k boji proti Saulovi, ale nepomáhali jim. Nebo uradivše se, propustili ho zase knížata Filistinská, řkouce: S nebezpečenstvím hrdel našich odstoupil by ku pánu svému Saulovi.
ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବା ବେଳେ ମନଃଶିୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା; କାରଣ ପଲେଷ୍ଟୀୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, “ସେ ଆପଣା ପ୍ରଭୁ ଶାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ।”
20 Takž když táhl do Sicelechu, odstoupili k němu někteří z pokolení Manassesova: Adnach, Jozabad, Jediael, Michael, Jozabad, Elihu, a Zilletai, hejtmané nad tisíci v pokolení Manassesovu.
ଦାଉଦ ସିକ୍ଲଗ୍‍କୁ ଯିବା ବେଳେ ମନଃଶି ସମ୍ବନ୍ଧୀୟ ଅଦ୍ନହ, ଯୋଷାବଦ୍‍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍‍, ଇଲୀହୂ ଓ ସିଲ୍ଲଥୟ, ଏହି ମନଃଶି-ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ।
21 Ti také pomáhali Davidovi s houfy jeho; nebo udatní byli všickni, pročež byli knížaty v jeho vojště.
ଆଉ ସେମାନେ ଲୁଟକାରୀ ଦଳ ବିରୁଦ୍ଧରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେମାନେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ।
22 Anobrž každého dne přibývalo jich Davidovi ku pomoci, až bylo vojsko veliké, jako vojsko Boží.
ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ, ତହିଁରେ ପରମେଶ୍ୱରଙ୍କ ସୈନ୍ୟ ତୁଲ୍ୟ ମହାସୈନ୍ୟ ହେଲା।
23 Tento pak jest počet vývod způsobných k boji, kteříž přišli k Davidovi do Hebronu, aby obrátili království Saulovo k němu podlé slova Hospodinova.
ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି।
24 Z synů Judových, nosících pavézy a kopí, šest tisíc a osm set způsobných k boji.
ଯିହୁଦା-ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ସସଜ୍ଜ ଛଅ ହଜାର ଆଠ ଶହ ଜଣ।
25 Z synů Simeonových, udatných mužů k boji, sedm tisíc a sto.
ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ ସାତ ହଜାର ଏକ ଶହ ଜଣ।
26 Z synů Léví čtyři tisíce a šest set.
ଲେବୀ-ସନ୍ତାନଗଣ ମଧ୍ୟରୁ ଚାରି ହଜାର ଛଅ ଶହ ଜଣ।
27 Joiada také vývoda synů Aronových, a s ním tři tisíce a sedm set.
ପୁଣି, ଯିହୋୟାଦା ହାରୋଣ-ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ ତିନି ହଜାର ସାତ ଶହ ଲୋକ ଥିଲେ।
28 A Sádoch mládenec rek udatný, a z domu otce jeho knížat dvamecítma.
ଆଉ ସାଦୋକ ଏକ ବିକ୍ରମଶାଳୀ ଯୁବା ଲୋକ ଥିଲା ଓ ତାହାର ପିତୃବଂଶର ବାଇଶ ଜଣ ସେନାପତି ଥିଲେ।
29 A z synů Beniaminových, bratří Saulových tři tisíce; nebo ještě množství jiných drželi stráž domu Saulova.
ଶାଉଲଙ୍କର ଜ୍ଞାତି ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ତିନି ହଜାର ଲୋକ; କାରଣ ସେହି ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ଶାଉଲଙ୍କ ବଂଶର ବଶତା ସ୍ୱୀକାର କଲେ।
30 Z synů též Efraimových dvadceti tisíc a osm set. Ti byli rekové udatní, muži slovoutní v čeledech otců svých.
ଇଫ୍ରୟିମ-ସନ୍ତାନଗଣ ମଧ୍ୟରୁ କୋଡ଼ିଏ ହଜାର ଆଠ ଶହ ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ।
31 Z polovice pak pokolení Manassesova osmnáct tisíc, kteříž vyčteni byli ze jména, aby přišli a ustanovili Davida za krále.
ପୁଣି, ମନଃଶିର ଅର୍ଦ୍ଧ ବଂଶରୁ ଅଠର ହଜାର ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ମନୋନୀତ ଲୋକ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ।
32 Z synů také Izacharových, znajících a rozumějících časům, tak že věděli, co by měl činiti lid Izraelský, knížat jejich dvě stě, a všickni bratří jejich činili podlé rčení jejich.
ଆଉ ଇଷାଖର-ସନ୍ତାନଗଣ ମଧ୍ୟରୁ ଦୁଇ ଶହ ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲର କି କର୍ତ୍ତବ୍ୟ, ତାହା ଜାଣିଲେ; ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ।
33 Z synů Zabulon vycházejících na vojnu, vycvičených v bitvě všelijakými nástroji válečnými, padesáte tisíc, a ku potýkání se v šiku bez choulostivosti srdce.
ସବୂଲୂନ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ ପଚାଶ ହଜାର ଲୋକ ଥିଲେ; ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦ୍ୱିମନା ନ ଥିଲେ।
34 Z Neftalímova pak pokolení knížat tisíc, a s nimi pavézníků a kopidlníků třidceti a sedm tisíc.
ପୁଣି, ନପ୍ତାଲି ମଧ୍ୟରୁ ଏକ ହଜାର ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଚ୍ଛାଧାରୀ ସଇଁତିରିଶ ହଜାର ଲୋକ ଥିଲେ।
35 Z pokolení Dan, způsobných k boji, osm a dvadceti tisíc a šest set.
ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ ଅଠାଇଶ ହଜାର ଛଅ ଶହ ଲୋକ ଥିଲେ।
36 A z pokolení Asserova, kteříž způsobní byli k boji, a umělí v šikování se k bitvě, čtyřidceti tisíc.
ଆଶେର ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ, ଯୁଦ୍ଧ ସଜାଇବାକୁ ସମର୍ଥ ଚାଳିଶ ହଜାର ଲୋକ।
37 A z Zajordání, totiž z Rubenských a Gádských, a z polovice pokolení Manassesova, přišli se všemi nástroji válečnými sto a dvadceti tisíc.
ଆଉ ଯର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ, ଗାଦୀୟ ଓ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ।
38 Všickni ti muži bojovní, umělí v šiku, úmyslem upřímým přišli do Hebronu, aby ustanovili Davida za krále nade vším lidem Izraelským. Nýbrž i všickni ostatní Izraelští srdce jednoho byli, aby za krále ustanovili Davida.
ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ।
39 I byli tu s Davidem tři dni, jedouce a pijíce, nebo jim byli připravili bratří jejich.
ଆଉ ସେମାନେ ଦାଉଦଙ୍କ ସଙ୍ଗେ ତିନି ଦିନ ଭୋଜନପାନ କରି ସେଠାରେ ରହିଲେ; କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ।
40 Ano i ti, kteříž jim blízcí byli až k Izachar a Zabulon a Neftalím, přinášeli chleba na oslích a na velbloudích, i na mezcích a na volích, potravy, mouky, fíků a hroznů sušených, vína, oleje, volů, a ovcí v hojnosti. Nebo radost byla v lidu Izraelském.
ଆହୁରି ଇଷାଖର, ସବୂଲୂନ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଦଭ, ଉଷ୍ଟ୍ର, ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ, ଅର୍ଥାତ୍‍, ସୂଜିର ଦ୍ରବ୍ୟ, ଡିମ୍ବିରି ଚକ୍ତି, ଦ୍ରାକ୍ଷାପେଣ୍ଡା, ଦ୍ରାକ୍ଷାରସ, ତୈଳ ଆଣିଲେ, ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ; କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା।

< 1 Kronická 12 >