< 1 Kronická 11 >

1 Nebo shromáždivše se všickni Izraelští k Davidovi do Hebronu, řekli: Aj, my kost tvá a tělo tvé jsme.
ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
2 Ano předešlých časů, když byl Saul králem, ty jsi vyvodil i přivodil Izraele, a nadto řekl Hospodin Bůh tvůj tobě: Ty pásti budeš lid můj Izraelský, a ty budeš vývoda nad lidem mým Izraelským.
ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ।’”
3 Přišli také všickni starší Izraelští k králi do Hebronu, a učinil s nimi David smlouvu v Hebronu před Hospodinem. I pomazali Davida za krále nad Izraelem, podlé slova Hospodinova skrze Samuele.
ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
4 Táhl pak David a všecken lid Izraelský k Jeruzalému, (jenž bylo Jebus, nebo tam byli Jebuzejští obyvatelé té země).
ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍‍, ଯିବୂଷକୁ ଗଲେ; ସେହି ସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ।
5 I mluvili obyvatelé Jebus Davidovi: Nevejdeš sem. Ale David vzal hrad Sion, to jest město Davidovo.
ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସିପାରିବ ନାହିଁ।” ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା।
6 Nebo byl řekl David: Kdož by koli nejprvé porazil Jebuzea, bude předním a knížetem. Protož vstoupil nejprvé Joáb syn Sarvie, a učiněn předním.
ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।
7 Potom bydlil David na tom hradě, pročež nazvali jej městem Davidovým.
ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ।
8 I vystavěl město vůkol a vůkol, od Mello až do okolku, Joáb pak opravil ostatek města.
ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍‍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ।
9 A tak David čím dále tím více prospíval a rostl; nebo Hospodin zástupů byl s ním.
ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ।
10 Tito pak jsou přední z udatných, kteréž měl David, ježto se zmužile přičinili s ním o království jeho se vším Izraelem, aby ho za krále vyzdvihli podlé slova Hospodinova nad Izraelem.
ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।
11 Tento jest počet silných, kteréž měl David: Jasobam syn Chachmonův, přední z vůdců. Ten pozdvihl kopí svého proti třem stům, a zbil je pojednou.
ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍‍ମୋନୀୟର ପୁତ୍ର ଯାଶ୍‍ବୀୟାମ୍‍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା।
12 Po něm též Eleazar syn Dodi Achochitského. On byl jeden z těch tří udatných.
ପୁଣି, ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା।
13 Ten byl s Davidem v Pasdammim, když se Filistinští sebrali k boji. A byl tu díl rolí poseté ječmenem, a lid byl utekl před Filistinskými.
ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ;
14 I zastavili se u prostřed toho dílu, a obdrželi jej, porazivše Filistinské. A vysvobodil Hospodin lid vysvobozením velikým.
ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହା ଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
15 Ti také tři ze třidcíti předních sstoupili k skále k Davidovi do jeskyně Adulam, když vojsko Filistinských leželo v údolí Refaim.
ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍‍, ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ।
16 (Nebo David tehdáž bydlil v pevnosti své, a osazený lid Filistinských byl tehdáž u Betléma.)
ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
17 Pohnul se pak David žádostí, a řekl: Ó by mi někdo dal píti vody z čisterny Betlémské, kteráž jest u brány.
ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପର ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
18 A protož probivše se ti tři skrze vojsko Filistinských, navážili vody z čisterny Betlémské, kteráž jest u brány, a nabravše, přinesli k Davidovi. David pak nechtěl jí píti, ale vylil ji v obět Hospodinu,
ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,
19 A řekl: Nedejž mi toho, Bože můj, abych to učiniti měl. Zdali krev mužů těch píti budu, kteříž se opovážili života svého? Nebo s opovážením života svého přinesli ji. I nechtěl jí píti. To učinili ti tři silní.
“ମୋʼ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି।” ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
20 Potom Abizai bratr Joábův byl přední mezi třmi, a ten také pozdvihl kopí svého proti třem stům, i pobil je, a byl z těch tří nejslovoutnější.
ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
21 Z těch tří nad druhé dva jsa nejvzácnější, byl knížetem jejich, a však oněm prvním nebyl rovný.
ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
22 Banaiáš také syn Joiadův, syn muže udatného, velikých činů, z Kabsael, ten zabil dva reky Moábské. Tentýž sstoupiv, zabil lva v jámě, když byl sníh.
ପରାକ୍ରାନ୍ତ କର୍ମକାରୀ କବ୍‍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
23 Ten také zabil muže Egyptského zvýší pěti loket. A ačkoli měl Egyptský ten v ruce kopí, jako vratidlo tkadlcovské, však šel k němu s holí, a vytrh kopí z ruky Egyptského, zabil jej kopím jeho.
ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତକାୟ ଏକ ମିସରୀୟ ପୁରୁଷକୁ ବଧ କଲା; ସେହି ମିସରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇଯାଇ ସେହି ମିସରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।
24 To učinil Banaiáš syn Joiadův, kterýž také slovoutný byl mezi těmi třmi silnými.
ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।
25 A ač byl mezi třidcíti slavný, však oněm třem se nevrovnal. I ustanovil ho David nad drabanty svými.
ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।
26 Udatní rytíři také i tito: Azael bratr Joábův, Elchanan syn Dodův Betlémský,
ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍‍ହାନନ୍‍;
27 Sammot Charodský, Chelez Pelonský,
ହରୋରୀୟ ଶମ୍ମୋତ୍‍, ପଲୋନୀୟ ହେଲସ୍‍,
28 Híra syn Ikeš Tekoitský, Abiezer Anatotský,
ତକୋୟୀୟ ଇକ୍‍କେଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର;
29 Sibbechai Chusatský, Ilai Achochský,
ହୂଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;
30 Maharai Netofatský, Cheleb syn Baany Netofatský,
ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍‍;
31 Ittai syn Ribai z Gabaa synů Beniaminových, Banaiáš Faratonský,
ବିନ୍ୟାମୀନ୍-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ;
32 Churai od potoku Gás, Abiel Arbatský,
ଗାଶ୍‍-ନଦୀତୀର ନିବାସୀ ହୂରୟ, ଅର୍ବତୀୟ ଅବୀୟେଲ;
33 Azmavet Bacharomský, Eliachba Salbonský,
ବାହାରୁମୀୟ ଅସ୍ମାବତ୍‍, ଶାଲ୍‍ବୋନୀୟ ଇଲୀୟହବା;
34 Synové Chasem Gizonského, Jonatan syn Sage Hararského,
ଗିଷୋନୀୟ ହାଷେମ୍‍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;
35 Achiam syn Sacharův Hararský, Elifal syn Urův,
ହରାରୀୟ ସାଖରର ପୁତ୍ର ଅହୀୟାମ, ଊରର ପୁତ୍ର ଇଲୀଫାଲ;
36 Hefer Mecheratský, Achiáš Pelonský,
ମଖେରାତୀୟ ହେଫର, ପଲୋନୀୟ ଅହୀୟ;
37 Chezro Karmelský, Narai syn Ezbai,
କର୍ମିଲୀୟ ହିଷ୍ରୟ, ଇଷ୍‍ବୟର ପୁତ୍ର ନାରୟ;
38 Joel bratr Nátanův, Mibchar syn Geri,
ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର;
39 Zelek Ammonský, Nacharai Berotský, oděnec Joába syna Sarvie,
ଅମ୍ମୋନୀୟ ସେଲକ୍‍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;
40 Híra Itrejský, Gareb Itrejský,
ଯିତ୍ରୀୟ ଈରା ଓ ଗାରେବ୍‍;
41 Uriáš Hetejský, Zabad syn Achlai,
ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍‍,
42 Adina syn Sizův Rubenský, kníže nad Rubenskými, a s ním jiných třidceti,
ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ;
43 Chanan syn Maachův, a Jozafat Mitnejský,
ମାଖାର ପୁତ୍ର ହାନନ୍‍, ମିତ୍ନୀୟ ଯୋଶାଫଟ୍‍;
44 Uziáš Asteratský, Sama a Johiel, synové Chotama Aroerského,
ଅଷ୍ଟାରୋତୀୟ ଉଷୀଅ; ଅରୋୟେରୀୟ ହୋଥମ୍‍ର ପୁତ୍ର ଶାମ୍‍ ଓ ଯିୟୀୟେଲ୍‍;
45 Jediael, syn Simri, a Jocha bratr jeho Tizejský,
ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା;
46 Eliel Machavimský, a Jeribai a Josaviáš synové Elnámovi, a Itma Moábský,
ମହବୀୟ, ଇଲୀୟେଲ୍‍, ଇଲ୍‍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା;
47 Eliel, a Obéd, a Jaasiel z Mezobaia.
ଇଲୀୟେଲ୍‍, ଓବେଦ୍‍ ଓ ମସୋବାୟୀୟ ଯାସୀୟେଲ୍‍।

< 1 Kronická 11 >