< Brojevi 14 >
1 Tada zagraja sva zajednica i poče vikati. I te noći narod plakaše.
ଏଥିରେ ସମସ୍ତ ମଣ୍ଡଳୀ ଉଚ୍ଚସ୍ୱରରେ କୋଳାହଳ କଲେ ଓ ଲୋକମାନେ ସେହି ରାତ୍ରି ରୋଦନ କଲେ।
2 Svi su Izraelci mrmljali protiv Mojsija i Arona. Sva im je zajednica govorila: “Kamo sreće da smo pomrli u zemlji egipatskoj! Ili da smo pomrli u ovoj pustinji!
ପୁଣି, ଇସ୍ରାଏଲ-ସନ୍ତାନଗଣ ସମସ୍ତେ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କଲେ ଓ ସମସ୍ତ ମଣ୍ଡଳୀ ସେମାନଙ୍କ ଆଗରେ କହିଲେ, “ଆହା, ଆମ୍ଭେମାନେ ମିସର ଦେଶରେ ନଚେତ୍ ଏହି ପ୍ରାନ୍ତରରେ ମରିଥାʼନ୍ତୁ! ଆହା, ଆମ୍ଭେମାନେ ଯଦି ଏହି ପ୍ରାନ୍ତରରେ ମରିଥାʼନ୍ତୁ!
3 Zašto nas Jahve vodi u tu zemlju da padnemo od mača a žene naše i djeca da postanu roblje! Zar nam ne bi bilo bolje da se vratimo u Egipat!”
ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗରେ ନିପାତ କରିବା ପାଇଁ କାହିଁକି ଏ ଦେଶକୁ ଆଣିଅଛନ୍ତି? ଯଦ୍ଦ୍ୱାରା ଆମ୍ଭମାନଙ୍କର ଭାର୍ଯ୍ୟା ଓ ବାଳକମାନେ ଲୁଟିତ ହେବେ; ମିସରକୁ ଫେରିଗଲେ କି ଆମ୍ଭମାନଙ୍କ ପାଇଁ ଭଲ ହୁଅନ୍ତା ନାହିଁ?”
4 Jedan je drugome govorio: “Postavimo sebi vođu i vratimo se u Egipat!”
ଏଥିରେ ସେମାନେ ପରସ୍ପରକୁ କହିଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରଧାନ କରି ମିସରକୁ ଫେରିଯାଉ।”
5 Mojsije i Aron padoše ničice pred svom okupljenom izraelskom zajednicom.
ତହିଁରେ ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣର ସମସ୍ତ ସମାଜ ଆଗରେ ମୁହଁ ମାଡ଼ି ପଡ଼ିଲେ।
6 A Jošua, sin Nunov, i Kaleb, sin Jefuneov, koji bijahu među onima što su izviđali zemlju, razderaše svoju odjeću.
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;
7 Zatim rekoše svoj zajednici izraelskoj: “Zemlja kroz koju smo prošli da je istražimo izvanredno je dobra.
ଆଉ ସେମାନେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀକୁ କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ ଅଟେ।
8 Ako nam Jahve bude dobrostiv, u tu će nas zemlju dovesti i dat će nam je. To je zemlja u kojoj teče med i mlijeko.
ଯଦି ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ନେବେ ଓ ତାହା ଆମ୍ଭମାନଙ୍କୁ ଦେବେ; ସେହି ଦେଶ ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ।
9 Samo, nemojte se buniti protiv Jahve! Ne bojte se naroda one zemlje: tÓa on je zalogaj za nas. Oni su bez zaštite, a s nama je Jahve! Ne bojte ih se!”
କେବଳ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହୁଅ ନାହିଁ, କିଅବା ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଆମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ; ସେମାନଙ୍କ ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି, ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି; ସେମାନଙ୍କୁ ଭୟ କର ନାହିଁ।”
10 I dok je sva zajednica već mislila da ih kamenuje, pokaza se Slava Jahvina u Šatoru sastanka svima sinovima Izraelovim.
ମାତ୍ର ସମସ୍ତ ମଣ୍ଡଳୀ ସେମାନଙ୍କୁ ପଥରରେ ମାରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ପ୍ରତାପ ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ସନ୍ତାନ ପ୍ରତି ପ୍ରକାଶିତ ହେଲା।
11 Tada reče Mojsiju: “Dokle će me taj narod prezirati? Dokle mi neće vjerovati unatoč svim znamenjima što sam ih među njima izvodio?
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ?
12 Udarit ću ih pomorom i istrijebiti, a od tebe ću učiniti narod veći i moćniji od njega.”
ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।”
13 Onda Mojsije reče Jahvi: “Egipćani su shvatili da si ti, svojom moći, izveo ovaj narod između njih.
ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।
14 Oni su to kazali žiteljima one zemlje. Već su saznali da si ti, Jahve, usred ovog naroda, kojemu se očituješ licem u lice, i da ti, Jahve, u oblaku stojiš nad njima; da obdan u stupu od oblaka, a obnoć u stupu od ognja ideš pred njima.
ପୁଣି, ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ; ସେମାନେ ଶୁଣିଅଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟବର୍ତ୍ତୀ ଅଟ; କାରଣ ତୁମ୍ଭେ ସଦାପ୍ରଭୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ସ୍ଥିତି କରୁଅଛି ଓ ତୁମ୍ଭେ ଦିନ ସମୟରେ ମେଘ ସ୍ତମ୍ଭରେ ଓ ରାତ୍ରି ସମୟରେ ଅଗ୍ନିସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ।
15 Zato, ako pobiješ ovaj narod kao jednoga čovjeka, narodi koji su čuli glas o tebi reći će:
ବର୍ତ୍ତମାନ ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକ ମନୁଷ୍ୟ ତୁଲ୍ୟ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର କୀର୍ତ୍ତିର କଥା ଶୁଣିଅଛନ୍ତି, ସେମାନେ କହିବେ,
16 'Jahve je bio nemoćan da dovede ovaj narod u zemlju koju mu je pod zakletvom obećao, i zato ih je poubijao u pustinji.'
‘ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏହେତୁ ସେ ସେମାନଙ୍କୁ ପ୍ରାନ୍ତରରେ ବଧ କରିଅଛନ୍ତି।’
17 Zato neka se snaga moga Gospodina uzvisi, kako si najavio rekavši:
ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ ହେଉ, ଯେପରି ତୁମ୍ଭେ କହିଅଛ,
18 'Jahve je spor na srdžbu, a bogat milosrđem; podnosi opačinu i prijestup, ali krivca ne ostavlja nekažnjena, nego opačinu otaca kažnjava na djeci do trećega i četvrtog koljena.'
‘ସଦାପ୍ରଭୁ କ୍ରୋଧରେ ଧୀର, ଦୟାରେ ପରିପୂର୍ଣ୍ଣ, ଅପରାଧ ଓ ଆଜ୍ଞା-ଲଙ୍ଘନର କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା; ପୁଣି, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣଙ୍କର ଅପରାଧର ପ୍ରତିଫଳଦାତା।’
19 Oprosti krivnju ovome narodu po veličini svoga milosrđa, kao što si vodio ovaj narod od Egipta dovde.”
ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।”
20 “Opraštam po riječi tvojoj”, reče Jahve.
ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭର ଅନୁରୋଧନୁସାରେ ସେମାନଙ୍କୁ କ୍ଷମା କଲୁ।
21 “Ali ipak, tako ja živ bio i slave se Jahvine napunila sva zemlja,
ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,
22 ni jedan od ljudi koji su vidjeli slavu moju i znamenja što sam ih izveo u Egiptu i u pustinji, pa me ipak iskušavali već deset puta ne hoteći poslušati moj glas,
ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭର ପ୍ରତାପ, ପୁଣି, ମିସରରେ ଓ ପ୍ରାନ୍ତରରେ କୃତ ଆମ୍ଭର ଚିହ୍ନସ୍ୱରୂପ କର୍ମ ଦେଖିଲେ ମଧ୍ୟ ଦଶ ଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭ ରବରେ ଅମନୋଯୋଗୀ ହୋଇଅଛନ୍ତି,
23 neće vidjeti zemlje što sam je pod zakletvom obećao njihovim ocima; nitko od onih koji me preziru neće je vidjeti.
ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ନିଶ୍ଚୟ ଏମାନଙ୍କ ମଧ୍ୟରୁ କେହି ସେହି ଦେଶ ଦେଖି ପାରିବେ ନାହିଁ; କିଅବା ଯେଉଁମାନେ ଆମ୍ଭଙ୍କୁ ଅବଜ୍ଞା କରିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ;
24 A slugu svoga Kaleba, jer je u njemu drukčiji duh i jer mi bijaše poslušan, njega ću ja dovesti u zemlju u koju je išao i njegovi će je potomci zaposjesti! Neka Amalečani i Kanaanci samo ostanu u dolini.
ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।
25 Sutra se vratite i krenite u pustinju put Crvenog mora.”
ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି; କାଲି ତୁମ୍ଭେମାନେ ଫେରି ସୂଫ ସାଗରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର।”
26 Još reče Jahve Mojsiju i Aronu:
ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
27 “Dokle će ta opaka zajednica mrmljati protiv mene? Čuo sam tužbe što ih Izraelci na me dižu.
“ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ, ତାହାକୁ ଆମ୍ଭେ କେତେ କାଳ ସହିବା? ଇସ୍ରାଏଲ-ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ।
28 Kaži im: Tako ja živ bio, objavljuje Jahve, kako ste na moje uši govorili, tako ću vam i učiniti.
ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଯଦି ଜୀବିତ ହେଉ, ତେବେ ତୁମ୍ଭେମାନେ ଆମ୍ଭ କର୍ଣ୍ଣଗୋଚରରେ ଯାହା କହିଅଛ, ତାହା ହିଁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି କରିବା।
29 U ovoj pustinji popadat će vaša mrtva tijela: svih vas koji ste ubilježeni u bilo koji vaš popis od dvadeset godina pa naprijed, koji ste rogoborili protiv mene.
ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ; ତୁମ୍ଭମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ, ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ,
30 Nećete ući u zemlju na koju sam svoju ruku digao da vas u njoj nastanim, osim Kaleba, sina Jefuneova, i Jošue, sina Nunova.
ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ପ୍ରତିଜ୍ଞା କରିଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟଙ୍କ ବ୍ୟତୀତ ତୁମ୍ଭେମାନେ କେହି ପ୍ରବେଶ କରିବ ନାହିଁ।
31 A vašu djecu, o kojoj kažete da bi postala roblje, njih ću uvesti da nastane zemlju što ste je vi prezreli.
ମାତ୍ର ତୁମ୍ଭେମାନେ ଆପଣା ଆପଣାର ଯେଉଁ ବାଳକଗଣଙ୍କ ବିଷୟରେ ସେମାନେ ଲୁଟିତ ହେବେ ବୋଲି କହିଥିଲ, ସେମାନଙ୍କୁ ଆମ୍ଭେ ସେହି ସ୍ଥାନକୁ ଆଣିବା ଓ ତୁମ୍ଭେମାନେ ଯେଉଁ ଦେଶକୁ ତୁଚ୍ଛଜ୍ଞାନ କରିଅଛ, ସେମାନେ ତହିଁର ପରିଚୟ ପାଇବେ।
32 A vi? Neka vam tjelesa popadaju u ovoj pustinji!
ମାତ୍ର ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ।
33 Vaši sinovi neka lutaju pustinjom četrdeset godina, neka trpe zbog vaše nevjere dok vam ne ispropadaju tjelesa u ovoj pustinji.
ପୁଣି, ତୁମ୍ଭମାନଙ୍କ ସନ୍ତାନଗଣଙ୍କ ଚାଳିଶ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣକାରୀ ହେବେ ଓ ଏହି ପ୍ରାନ୍ତରରେ ତୁମ୍ଭମାନଙ୍କ ଶବ ନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଚାରର ଫଳ ଭୋଗ କରିବେ।
34 Prema broju dana u koje ste istraživali zemlju - dana četrdeset, za svaki dan jednu godinu - ispaštajte svoje opačine četrdeset godina. Iskusite što znači mene napustiti.
ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।
35 Ja, Jahve, to kažem: tako ću postupiti s ovom opakom zajednicom što se sjatila protiv mene. U ovoj istoj pustinji neka završi! Tu neka izgine.”
ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଆମ୍ଭ ବିରୁଦ୍ଧରେ ଯେଉଁ ଦୁଷ୍ଟ ମଣ୍ଡଳୀ ଏକତ୍ରିତ ହୋଇଅଛି, ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା, ପୁଣି, ସେମାନେ ଏହି ପ୍ରାନ୍ତରରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।’”
36 A oni ljudi koje Mojsije bijaše poslao da istraže zemlju i koji su nakon povratka potakli svu zajednicu da rogobori protiv njega ozloglašujući zemlju;
ଆଉ ଦେଶ ଅନୁସନ୍ଧାନ କରିବା ପାଇଁ ମୋଶାଙ୍କର ପ୍ରେରିତ ଯେଉଁ ଲୋକମାନେ ଫେରିଆସି ସେହି ଦେଶର ଅଖ୍ୟାତି ଆଣି ସଦାପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ ମଣ୍ଡଳୀକୁ ବଚସା କରାଇଥିଲେ,
37 oni, dakle, ljudi koji su zlobno ozloglasili zemlju bijahu pomoreni pred Jahvom.
ଦେଶର ଅଖ୍ୟାତିକାରୀ ସେହି ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମହାମାରୀ ଦ୍ୱାରା ମଲେ।
38 Od onih ljudi koji su išli da istraže zemlju ostadoše na životu jedino Jošua, sin Nunov, i Kaleb, sin Jefuneov.
ମାତ୍ର ଯେଉଁ ମନୁଷ୍ୟମାନେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଜୀବିତ ରହିଲେ।
39 Kad je Mojsije prenio te riječi svim Izraelcima, narod se uvelike ražalosti.
ଆଉ ମୋଶା ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ; ତହିଁରେ ଲୋକମାନେ ଅତିଶୟ ବିଳାପ କଲେ।
40 I uranivši ujutro počnu se uspinjati na vrh brda govoreći. “Evo uzlazimo na mjesto o kojem je govorio Jahve jer smo zgriješili.”
ପୁଣି, ସେମାନେ ଅତି ପ୍ରାତଃକାଳରେ ଉଠି ପର୍ବତ ଶୃଙ୍ଗ ଉପରକୁ ଯିବାକୁ ବାହାରି କହିଲେ, “ଦେଖ, ଆମ୍ଭେମାନେ ପାପ କରିଅଛୁ, ତଥାପି ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଅଛନ୍ତି, ସେହି ସ୍ଥାନକୁ ଯିବା ନିମନ୍ତେ; ଆମ୍ଭେମାନେ ଏଠାରେ ଅଛୁ।”
41 A Mojsije rekne: “Zašto kršite zapovijed Jahvinu? Nećete uspjeti.
ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାଲଙ୍ଘନ କରୁଅଛ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ।
42 Ne penjite se, da vas ne potuku vaši neprijatelji, jer Jahve nije među vama.
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ନାହାନ୍ତି; ଯେପରି ତୁମ୍ଭେମାନେ ଶତ୍ରୁଗଣର ସମ୍ମୁଖରେ ପରାସ୍ତ ହେବ ନାହିଁ, ଏଥିପାଇଁ ଉପରକୁ ଯାଅ ନାହିଁ।
43 Ta ondje se pred vama nalaze Amalečani i Kanaanci te ćete od mača pasti jer ste se odvratili od Jahve i jer Jahve neće biti s vama.”
ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”
44 Ali se oni prkosno penjahu prema vrhu brda, iako se ni Kovčeg saveza Jahvina ni Mojsije nisu micali iz tabora.
ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ; ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ମୋଶା ଛାଉଣିରୁ ପ୍ରସ୍ଥାନ କଲେ ନାହିଁ।
45 Amalečani i Kanaanci koji su živjeli na onome brdu spuste se, udare po njima i rasprše ih sve do Horme.
ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆଘାତ କଲେ ଓ ସେମାନଙ୍କୁ ପରାସ୍ତ କରି ହର୍ମା ପର୍ଯ୍ୟନ୍ତ ତଡ଼ିଦେଲେ।