< Suci 6 >

1 Opet su Izraelci činili što je zlo u Jahvinim očima; i Jahve ih predade u ruke Midjancima za sedam godina.
ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ-ସନ୍ତାନଗଣ ତାହା କଲେ; ତହୁଁ ସଦାପ୍ରଭୁ ସେମାନଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ମିଦୀୟନୀୟମାନଙ୍କ ହସ୍ତରେ ସମର୍ପଣ କଲେ।
2 Teška bijaše ruka Midjanaca nad Izraelom. Da bi izmakli Midjancima, Izraelci se sklanjahu u gorske pukotine, spilje i skrovišta.
ତେଣୁ ମିଦୀୟନୀୟମାନଙ୍କ ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା; ପୁଣି ମିଦୀୟନୀୟମାନଙ୍କ ସକାଶୁ ଇସ୍ରାଏଲ-ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ।
3 I kada bi Izraelci posijali, dolazili bi na njih Midjanci i Amalečani i sinovi Istoka.
ତହୁଁ ଏହିପରି ହେଲା ଯେ, ଇସ୍ରାଏଲୀୟମାନେ ବୀଜ ବୁଣିଲେ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସନ୍ତି; ସେମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସି
4 Utaborivši se na njihovoj zemlji, uništavali bi rod zemlje sve do Gaze. Ne ostavljahu Izraelu ništa da se prehrani, ni ovce ni koze, ni vola ni magarca,
ସେମାନଙ୍କ ସମ୍ମୁଖରେ ଛାଉଣି କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କରନ୍ତି, ପୁଣି ଇସ୍ରାଏଲଙ୍କ ମଧ୍ୟରେ ପ୍ରାଣ ବଞ୍ଚିବାର କୌଣସି ଉପାୟ, କି ମେଷ, କି ଗୋରୁ, କି ଗଧ, କିଛି ରଖନ୍ତି ନାହିଁ।
5 jer dolažahu sa svojim stadima i svojim šatorima u takvu mnoštvu kao skakavci; ne bijaše broja njima ni njihovim devama; preplavili bi zemlju, opustošili je.
କାରଣ ସେମାନେ ଆପଣା ଆପଣା ପଶୁ ଓ ତମ୍ବୁ ଘେନି ଚଢ଼ି ଆସନ୍ତି, ସେମାନେ ପଙ୍ଗପାଳ ପରି ବହୁସଂଖ୍ୟକ ହୋଇ ଆସନ୍ତି, ସେମାନେ ଓ ସେମାନଙ୍କ ଓଟ ଉଭୟ ଅସଂଖ୍ୟ; ଆଉ ସେମାନେ ଦେଶକୁ ଉଚ୍ଛିନ୍ନ କରିବାକୁ ଆସନ୍ତି।
6 Tako su Midjanci bacili Izraela u veliku bijedu te Izraelci zavapiše Jahvi.
ଏଣୁ ଇସ୍ରାଏଲ ମିଦୀୟନ ସମ୍ମୁଖରେ ଅତି କ୍ଷୀଣ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
7 Kad su Izraelci zavapili Jahvi zbog Midjanaca,
ଏଥିରେ ଇସ୍ରାଏଲ-ସନ୍ତାନଗଣ ମିଦୀୟନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ,
8 Jahve posla Izraelcima proroka koji im reče: “Ovako kaže Jahve, Bog Izraelov: 'Ja sam vas izveo iz Egipta, izbavio vas iz kuće ropstva.
ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପ୍ରେରଣ କଲେ; ତହୁଁ ସେ ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଦାସଗୃହରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ;
9 Ja sam vas oslobodio od ruke Egipćana i od ruke svih vaših tlačitelja. Protjerao sam ih pred vama, dao vam njihovu zemlju
ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ହସ୍ତରୁ ଓ ଯେଉଁମାନେ ତୁମ୍ଭମାନଙ୍କୁ ଉପଦ୍ରବ କଲେ, ସେ ସମସ୍ତଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେଲୁ, ଆଉ ସେମାନଙ୍କ ଦେଶ ତୁମ୍ଭମାନଙ୍କୁ ଦେଲୁ;
10 i rekao vam: Ja sam Jahve, Bog vaš. Ne štujte bogova Amorejaca u kojih zemlji živite. Ali vi ne poslušaste moga glasa.'”
ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ‘ଆମ୍ଭେ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର; ତୁମ୍ଭେମାନେ ଯେଉଁ ଇମୋରୀୟମାନଙ୍କ ଦେଶରେ ବାସ କରୁଅଛ, ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ।”
11 Anđeo Jahvin dođe i sjede pod hrast kod Ofre koji pripadaše Joašu Abiezerovu. Njegov sin Gideon vrhao je pšenicu na tijesku da bi je sačuvao od Midjanaca.
ଏଥିଉତ୍ତାରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାଶ୍‍ର ଅଧିକାରସ୍ଥ ଅଫ୍ରାରେ ଅଲୋନ ବୃକ୍ଷ ମୂଳରେ ବସିଲେ; ସେହି ସମୟରେ ତାହାର ପୁତ୍ର ଗିଦିୟୋନ୍‍ ମିଦୀୟନୀୟମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ-କୁଣ୍ଡ ଭିତରେ ତାହା ମଳୁଥିଲେ।
12 I ukaza mu se Anđeo Jahvin i reče mu: “Jahve s tobom, hrabri junače!”
ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, “ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”
13 Gideon mu odgovori: “Oh, gospodaru, ako je Jahve s nama, zašto nas sve ovo snađe? Gdje su sva ona čudesa njegova o kojima nam pripovijedahu oci naši govoreći: 'Nije li nas Jahve iz Egipta izveo?' A sada nas je Jahve ostavio, predao nas u ruke Midjancima.”
ଏଥିରେ ଗିଦିୟୋନ୍‍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୋ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣି ନାହାନ୍ତି, ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ, ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦୀୟନର ହସ୍ତରେ ସମର୍ପଣ କରିଅଛନ୍ତି।
14 Jahve se tad okrenu prema njemu i reče mu: “Idi s tom snagom u sebi i izbavit ćeš Izraela iz ruke Midjanaca. Ne šaljem li te ja?”
ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, “ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ?”
15 “Ali, gospodaru”, odgovori mu Gideon, “kako ću izbaviti Izraela? Moj je rod najmanji u Manašeovu plemenu, a ja sam posljednji u kući svoga oca.”
ତହୁଁ ସେ ତାହାଙ୍କୁ କହିଲେ, “ହେ ପ୍ରଭୋ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।”
16 Jahve mu reče: “Ja ću biti s tobom te ćeš pobijediti Midjance kao jednoga.”
ତେବେ ସଦାପ୍ରଭୁ ତାହାକୁ କହିଲେ, “ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ ହେବା, ତହିଁରେ ତୁମ୍ଭେ ମିଦୀୟନୀୟମାନଙ୍କୁ ଏପରି ସଂହାର କରିବ ଯେପରି ଏକ ଜଣକୁ ସଂହାର କରୁଅଛ।”
17 Gideon mu reče: “Ako sam našao milost u tvojim očima, daj mi znak da ti govoriš sa mnom.
ତହୁଁ ସେ ତାହାଙ୍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଏବେ ଅନୁଗ୍ରହ ପାଇଲି, ତେବେ ଆପଣ ଯେ ମୋହର ସଙ୍ଗରେ କଥା କହୁଅଛନ୍ତି, ତହିଁର ଏକ ଚିହ୍ନ ମୋତେ ଦେଖାଉନ୍ତୁ।
18 Nemoj otići odavde dok se ne vratim s darom i stavim ga preda te.” A on odgovori: “Ostat ću dok se ne vratiš.”
ବିନୟ କରୁଅଛି, ମୁଁ ଆପଣା ଭେଟି ଘେନିଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ କରନ୍ତୁ ନାହିଁ।” ତହିଁରେ ସେ କହିଲେ, “ତୁମ୍ଭେ ଫେରି ଆସିବା ଯାଏ ଆମ୍ଭେ ରହିବା।”
19 Gideon ode, zgotovi jare i od efe brašna načini beskvasne hljebove, stavi meso u košaricu i juhu u lonac pa donese sve to pod hrast.
ତହୁଁ ଗିଦିୟୋନ୍‍ ଭିତରକୁ ଯାଇ ଏକ ଛେଳିଛୁଆ ଓ ଏକ ଐଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ; ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହ୍ରାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲୋନ ବୃକ୍ଷ ମୂଳେ ଥୋଇଲେ।
20 Anđeo Jahvin reče mu: “Uzmi meso i beskvasne hljebove, stavi ih na tu stijenu, a juhu prolij.” On učini tako.
ତହୁଁ ପରମେଶ୍ୱରଙ୍କ ଦୂତ ତାଙ୍କୁ କହିଲେ, “ଏହି ମାଂସ ଓ ତାଡ଼ିଶୂନ୍ୟ ପିଠାସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ;” ତହୁଁ ସେ ସେପରି କଲେ।
21 Anđeo Jahvin tad uze štap što ga je držao i vrhom dotaknu meso i beskvasne hljebove. Oganj planu iz stijene, spali meso i beskvasne hljebove. Anđeo Jahvin nato iščeze pred njegovim očima.
ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ; ଏଥିରେ ସେହି ଶୈଳରୁ ଅଗ୍ନି ବାହାରି ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା; ତହୁଁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ।
22 Tad Gideon vidje da je to bio Anđeo Jahvin i reče: “Jao, Jahve, Gospode! Anđela Jahvina vidjeh licem u lice!”
ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍‍ ବୁଝିଲେ; ପୁଣି ଗିଦିୟୋନ୍‍ କହିଲେ, “ହାୟ ହାୟ! ହେ ପ୍ରଭୋ ସଦାପ୍ରଭୋ, ମୁଁ ସମ୍ମୁଖାସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖିଲି।”
23 Jahve mu odgovori: “Mir s tobom! Ne boj se, nećeš umrijeti!”
ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭର ଶାନ୍ତି ହେଉ; ଭୟ ନ କର; ତୁମ୍ଭେ ମରିବ ନାହିଁ।”
24 Gideon podiže na tome mjestu žrtvenik Jahvi i nazva ga “Jahve-Mir”. Žrtvenik još i danas stoji u Ofri Abiezerovoj.
ତହୁଁ ଗିଦିୟୋନ୍‍ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ, ତହିଁର ନାମ ଯିହୋବାଃ ଶାଲୋମ୍‍ ରଖିଲେ; ତାହା ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ଆଜି ପର୍ଯ୍ୟନ୍ତ ଅଛି।
25 Iste noći Jahve reče Gideonu: “U svojega oca uzmi utovljena junca, junca od sedam godina, i razori Baalov žrtvenik i posijeci gaj pokraj njega.
ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆପଣା ପିତାର ଗୋବତ୍ସକୁ, ଅର୍ଥାତ୍‍, ସାତ ବର୍ଷର ଦ୍ୱିତୀୟ ଗୋବତ୍ସକୁ ନିଅ, ତୁମ୍ଭ ପିତାର ଥିବା ବାଲ୍‍ଦେବତାର ଯଜ୍ଞବେଦି ଭାଙ୍ଗି ପକାଅ ଓ ତନ୍ନିକଟସ୍ଥ ଆଶେରାର ମୂର୍ତ୍ତି କାଟି ପକାଅ;
26 Potom podigni žrtvenik Jahvi, Bogu svome, na vrhu te gorske stijene i dobro ga uredi. Uzmi junca i prinesi paljenicu na drvima Ašere što ih u gaju nasiječeš.”
ପୁଣି ଏହି ଗଡ଼ ଉପରେ ରୀତି ଅନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କର, ଆଉ ତୁମ୍ଭେ ଯେଉଁ ଆଶେରାର ମୂର୍ତ୍ତି ଛେଦନ କରିବ, ତହିଁର କାଷ୍ଠ ନେଇ ସେହି ଦ୍ୱିତୀୟ ଗୋବତ୍ସକୁ ହୋମବଳି ରୂପେ ଉତ୍ସର୍ଗ କର।”
27 Tada Gideon uze deset ljudi između svojih slugu i učini kako mu je zapovjedio Jahve. Ali kako se bojao svoje obitelji i građana, učini to noću.
ତହିଁରେ ଗିଦିୟୋନ୍‍ ଆପଣା ଦାସମାନଙ୍କ ମଧ୍ୟରୁ ଦଶଜଣଙ୍କୁ ସଙ୍ଗରେ ନେଲେ ଓ ସଦାପ୍ରଭୁ ଯେପରି କହିଥିଲେ, ସେପରି କଲେ, ମାତ୍ର ଆପଣା ପିତୃପରିବାର ଓ ନଗରସ୍ଥ ଲୋକମାନଙ୍କୁ ଭୟ କରିବାରୁ ସେ ଦିନ ବେଳେ ତାହା କରି ନ ପାରି ରାତ୍ରି ବେଳେ ତାହା କଲେ।
28 Kad su građani sutradan poranili, a to razoren Baalov žrtvenik i gaj posječen pored njega, a junac žrtvovan kao paljenica na novom oltaru.
ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲ୍‍ର ଯଜ୍ଞବେଦି ଭଙ୍ଗା ଓ ତନ୍ନିକଟସ୍ଥ ଆଶେରା ମୂର୍ତ୍ତି କଟା; ପୁଣି ନିର୍ମିତ ଯଜ୍ଞବେଦି ଉପରେ ସେହି ଦ୍ୱିତୀୟ ଗୋବତ୍ସର ଉତ୍ସର୍ଗ ହୋଇଅଛି।
29 I pitahu jedni druge: “Tko je to učinio?” Ispitaše, istražiše pa rekoše: “Gideon, Joašev sin, učini to.”
ତହୁଁ ସେମାନେ ପରସ୍ପର କହିଲେ, “ଏ କଥା କିଏ କରିଅଛି;” ପୁଣି ସେମାନେ ପଚାରି ବୁଝି କହିଲେ, “ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଏ କଥା କରିଅଛି।”
30 Tada građani rekoše Joašu: “Izvedi sina da umre jer je razorio Baalov žrtvenik i posjekao gaj pored njega.”
ତେବେ ନଗରସ୍ଥ ଲୋକମାନେ ଯୋୟାଶ୍‍କୁ କହିଲେ, “ତୁମ୍ଭ ପୁତ୍ରକୁ ବାହାର କରି ଆଣ, ସେ ହତ ହେବ; କାରଣ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିଅଛି ଓ ତନ୍ନିକଟସ୍ଥ ଆଶେରା ମୂର୍ତ୍ତି କାଟି ପକାଇଅଛି।”
31 Joaš odgovori svima koji stajahu oko njega: “Zar ćete vi braniti Baala? Zar ćete ga vi spasavati? Tko brani Baala, bit će pogubljen prije sutrašnjeg dana. Ako je on bog, neka se sam brani od Gideona što mu je razorio žrtvenik.”
ତହିଁରେ ଯୋୟାଶ୍‍ ଆପଣା ପ୍ରତିକୂଳରେ ଠିଆ ହେବା ସମସ୍ତଙ୍କୁ କହିଲା, “ତୁମ୍ଭେମାନେ କି ବାଲ୍‍ ପକ୍ଷରେ ବିବାଦ କରିବ? ଅବା ତୁମ୍ଭେମାନେ କି ତାହାକୁ ଉଦ୍ଧାର କରିବ? ଯେ ତାହାର ପକ୍ଷରେ ବିବାଦ କରିବ, ଏହି ସକାଳ ଥାଉ ଥାଉ ତାହାର ପ୍ରାଣଦଣ୍ଡ ହେଉ; ଯେବେ ସେ ଦେବତା, ତେବେ ସେ ଆପଣା ପକ୍ଷରେ ଆପେ ବିବାଦ କରୁ, କାରଣ କେହି ତାହାର ଯଜ୍ଞବେଦି ଭାଙ୍ଗିଅଛି।”
32 Toga dana prozvali su Gideona Jerubaal jer se govorilo: “Neka sam Baal s njim obračuna što mu je srušio žrtvenik.”
ଏହେତୁ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିବାରୁ “ସେ ତାହା ପ୍ରତିକୂଳରେ ବିବାଦ କରୁ,” ଏହା କହି ତାହାର ପିତା ସେହି ଦିନ ଗିଦିୟୋନ୍‍ଙ୍କ ନାମ “ଯିରୁବ୍ବାଲ୍‍” (ବାଲ୍‍ ବିବାଦ କରୁ) ରଖିଲା।
33 Svi Midjanci, Amalečani i sinovi Istoka bijahu se sakupili i, prešavši Jordan, utaborili se u Jizreelskoj ravnici.
ସେସମୟରେ ସମସ୍ତ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ଆପଣାମାନଙ୍କୁ ଏକତ୍ର କଲେ; ପୁଣି ସେମାନେ ପାର ହୋଇ ଯିଷ୍ରିୟେଲର ତଳଭୂମିରେ ଛାଉଣି କଲେ।
34 Duh Jahvin obuze Gideona i on zasvira u rog, a Abiezerov rod stade iza njega.
ମାତ୍ର ସଦାପ୍ରଭୁଙ୍କ ଆତ୍ମା ଗିଦିୟୋନ୍‍ଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ତୂରୀ ବଜାଇଲେ; ତହିଁରେ ଅବୀୟେଷ୍ରୀୟ (ବଂଶ) ତାଙ୍କ ପଛେ ଏକତ୍ର ହେଲେ।
35 Posla on glasnike po svem plemenu Manašeovu te i oni stadoše iza njega. Posla glasnike i u pleme Ašerovo, Zebulunovo i Naftalijevo te im i oni krenuše u susret.
ପୁଣି ସେ ମନଃଶି (ଦେଶର) ସର୍ବତ୍ର ଦୂତ ପଠାନ୍ତେ, ସେମାନେ ମଧ୍ୟ ତାହାର ପଛେ ଏକତ୍ର ହେଲେ, ତହୁଁ ସେ ଆଶେର ଓ ସବୂଲୂନ ଓ ନପ୍ତାଲି (ବଂଶ) ନିକଟକୁ ଦୂତ ପଠାନ୍ତେ, ସେମାନେ ସେମାନଙ୍କ ସଙ୍ଗେ ମିଳିବାକୁ ଆସିଲେ।
36 Gideon reče Bogu: “Ako zaista hoćeš osloboditi Izraela mojom rukom, kao što si obećao,
ଏଉତ୍ତାରେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ଯେବେ ତୁମ୍ଭେ ଆପଣା ବାକ୍ୟ ପ୍ରମାଣେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ,
37 evo ću metnuti ovčje runo na gumno: ako bude rose samo na runu, a zemlja ostane suha, tada ću znati da ćeš mojom rukom izbaviti Izraela, kao što si obećao.”
ତେବେ ଦେଖ, ମୁଁ ଖଳାରେ ଗଦାଏ ମେଷଲୋମ ରଖିବି; ଯେବେ କେବଳ ସେହି ଲୋମଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମ୍ଭେ ଆପଣା ବାକ୍ୟାନୁସାରେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି।”
38 I bi tako. Gideon urani sutradan te iscijedi rosu iz runa - punu zdjelu vode.
ତହିଁରେ ସେରୂପ ହେଲା; ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକର ଚିପୁଡ଼ନ୍ତେ, ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।
39 Opet Gideon reče Bogu: “Ne razgnjevi se na me što ti progovaram još jednom. Dopusti mi da još ovaj put pokušam s runom: neka samo runo bude suho, a neka po svoj zemlji bude rosa!”
ସେତେବେଳେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ମୋʼ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ, ମୁଁ ଏହି ଥରକ ମାତ୍ର କହିବି; ବିନୟ କରୁଅଛି; ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ; ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ।”
40 I Bog one noći učini tako: samo je runo ostalo suho, a po svoj zemlji pala rosa.
ତହୁଁ ପରମେଶ୍ୱର ସେହି ରାତ୍ରି ସେରୂପ କଲେ; କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା।

< Suci 6 >