< Jeremija 36 >
1 Četvrte godine Jojakima, sina Jošijina, kralja judejskoga, uputi Jahve Jeremiji ovu riječ:
ଏଥିଉତ୍ତାରେ ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,
2 “Uzmi svitak i zapiši na nj sve riječi koje ti kazah o Jeruzalemu, Judeji i svim narodima, od dana kad ti počeh govoriti, od dana Jošijinih do dana današnjega.
“ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟଙ୍କ ରାଜତ୍ୱ ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେହି ସମସ୍ତ ବାକ୍ୟ ତହିଁରେ ଲେଖ।
3 Možda će čuti dom Judin o svim nesrećama što sam ih naumio oboriti na njih te će se vratiti svaki sa svoga zlog puta, a ja ću im oprostiti krivicu i grijeh njihov.”
ହୋଇପାରେ, ଆମ୍ଭେ ଯିହୁଦା ବଂଶ ପ୍ରତି ଯେସକଳ ଅମଙ୍ଗଳ ଘଟାଇବାର ସଂକଳ୍ପ କରିଅଛୁ, ସେମାନେ ତାହାସବୁ ଶୁଣି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ, ଆମ୍ଭେ ସେମାନଙ୍କର ଅଧର୍ମ ଓ ପାପ କ୍ଷମା କରିବା।”
4 Tada Jeremija dozva Baruha, sina Nerijina, i Baruh napisa na svitak, po kazivanju Jeremijinu, sve riječi koje mu Jahve bijaše objavio.
ତହିଁରେ ଯିରିମୀୟ ନେରୀୟର ପୁତ୍ର ବାରୂକକୁ ଡାକିଲେ; ଆଉ, ବାରୂକ ଯିରିମୀୟଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ବାକ୍ୟସବୁ ତାହାର ମୁଖରୁ ଶୁଣି ଏକ ନଳାକାର ପୁସ୍ତକରେ ଲେଖିଲା।
5 Tada Jeremija naredi Baruhu: “Meni nije slobodno te ne mogu poći u Dom Jahvin.
ପୁଣି, ଯିରିମୀୟ ବାରୂକକୁ ଆଜ୍ଞା କରି କହିଲେ, “ମୁଁ ରୁଦ୍ଧ ଅଛି; ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇ ପାରୁ ନାହିଁ;
6 Idi ti te na dan posta u Domu Jahvinu čitaj narodu riječi Jahvine iz svitka što si ga po mojem kazivanju napisao. Pročitaj ih i svim Judejcima koji su došli iz svojih gradova.
ଏଣୁ ତୁମ୍ଭେ ଯାଅ, ପୁଣି ମୋʼ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।
7 Možda će se vapaji njihovi vinuti k Jahvi i možda će se obratiti svatko sa zloga puta svojega; jer je velik bijes i srdžba kojima Jahve prijeti ovom narodu.”
ହୋଇପାରେ, ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଆପଣା ଆପଣାର ନିବେଦନ ଜଣାଇବେ ଓ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ଓ ପ୍ରଚଣ୍ଡ କୋପର କଥା କହିଅଛନ୍ତି।”
8 I Baruh, sin Nerijin, učini sve kako mu prorok Jeremija bijaše zapovjedio da pročita riječi Jahvine u Domu Jahvinu.
ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।
9 U petoj godini Jojakima, sina Jošijina, kralja judejskoga, mjeseca devetoga, pozvaše na post pred Jahvu sav narod jeruzalemski i sav narod što mogaše stići iz gradova judejskih u Jeruzalem.
ଏଥିଉତ୍ତାରେ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ପଞ୍ଚମ ବର୍ଷର ନବମ ମାସରେ, ଯିରୂଶାଲମସ୍ଥ ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୂଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ।
10 Baruh svemu narodu pročita riječi Jeremije iz svitka u Domu Jahvinu, u dvorani Gemarje, sina pisara Šafana, u gornjem predvorju pred Novim vratima Jahvina Doma.
ସେତେବେଳେ ବାରୂକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନ ନିକଟରେ, ଶାଫନ୍ ଲେଖକର ପୁତ୍ର ଗମରୀୟର କୋଠରିରେ, ସେହି ନଳାକାର ପୁସ୍ତକରୁ ଯିରିମୀୟଙ୍କ କଥା, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା।
11 A kad Mikaj, sin Šafanova sina Gemarje, ču iz knjige sve Jahvine riječi,
ପୁଣି, ଶାଫନ୍ର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ନଳାକାର ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ,
12 siđe u kraljevski dvor u sobu pisarovu, gdje upravo sjeđahu svi dostojanstvenici: pisar Elišama, Delaja, sin Šemajin, Elnatan, sin Akborov, Gemarja, sin Šafanov, Sidkija, sin Hananijin, i svi drugi dostojanstvenici.
ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍ବୋରର ପୁତ୍ର ଇଲ୍ନାଥନ୍, ଶାଫନ୍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।
13 Mikaj im kaza sve riječi što ih bijaše čuo kad ih je Baruh narodu čitao iz knjige.
ତେବେ ବାରୂକ ଲୋକମାନଙ୍କ କର୍ଣ୍ଣଗୋଚରରେ ନଳାକାର ପୁସ୍ତକ ପାଠ କଲା ବେଳେ ମୀଖାୟ ଯାହା ଯାହା ଶୁଣିଥିଲା, ସେସବୁ କଥା ସେମାନଙ୍କୁ ଜଣାଇଲା।
14 Tada dostojanstvenici poslaše Jehudija, sina Netanijina, i Šelemju, sina Kušijeva, Baruhu da mu kažu: “Uzmi u ruke svitak iz kojega si čitao narodu i dođi!” Tada Baruh, sin Nerijin, uze svitak u ruke i dođe k njima.
ଏହେତୁ ଅଧିପତି ସମସ୍ତେ କୂଶୀର ପ୍ରପୌତ୍ର, ଶେଲିମୀୟର ପୌତ୍ର, ନଥନୀୟର ପୁତ୍ର ଯିହୁଦୀକୁ ବାରୂକ ନିକଟକୁ ପଠାଇ କହିଲେ, “ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ହସ୍ତରେ ଘେନିଆସ।” ତହିଁରେ ନେରୀୟର ପୁତ୍ର ବାରୂକ ନଳାକାର ପୁସ୍ତକଟି ହସ୍ତରେ ଘେନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା।
15 Oni mi rekoše: “Hajde, sjedi i pročitaj nam!” I Baruh im pročita.
ତହିଁରେ ସେମାନେ ତାହାକୁ କହିଲେ, “ଏବେ ବସି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତହୁଁ ବାରୂକ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
16 Kad čuše sve one riječi, uplašeno se pogledaše i rekoše Baruhu: “Moramo sve to kazati kralju.”
ସେତେବେଳେ ସେମାନେ ସବୁ କଥା ଶୁଣି ଭୟରେ ଏକଆରେକ ପ୍ରତି ଅନାଇଲେ, ଆଉ ବାରୂକକୁ କହିଲେ, “ଆମ୍ଭେମାନେ ରାଜାଙ୍କୁ ଏହିସବୁ କଥାର ବିଷୟ ଅବଶ୍ୟ ଜ୍ଞାତ କରାଇବୁ।”
17 I upitaše Baruha: “Hajde, objasni nam kako ti napisa sve te riječi.”
ପୁଣି, ସେମାନେ ବାରୂକକୁ ପଚାରିଲେ, “କହିଲ, ତୁମ୍ଭେ କିପରି ତାହା ମୁଖରୁ ଏସବୁ କଥା ଶୁଣି ଲେଖିଲ?”
18 Baruh će njima: “Jeremija mi je sve te riječi u pero kazivao, a ja sam ih crnilom u knjigu zapisao.”
ତହିଁରେ ବାରୂକ ସେମାନଙ୍କୁ ଉତ୍ତର କଲା, “ସେ ଆପଣା ମୁଖରେ ଏହିସବୁ କଥା ମୋʼ ନିକଟରେ ଉଚ୍ଚାରଣ କଲେ, ଆଉ ମୁଁ କାଳୀ ନେଇ ନଳାକାର ପୁସ୍ତକରେ ଲେଖିଲି।”
19 Tada dostojanstvenici rekoše Baruhu: “Idi i sakrijte se, ti i Jeremija; nitko da ne zna gdje ste.”
ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।”
20 I, pohranivši svitak u dvorani pisara Elišame, pođoše kralju u dvorsko predvorje i sve mu ispripovjediše.
ଏଥିଉତ୍ତାରେ ସେମାନେ ପ୍ରାଙ୍ଗଣରେ ରାଜା ନିକଟକୁ ଗଲେ; ମାତ୍ର ନଳାକାର ପୁସ୍ତକଟି ଇଲୀଶାମା ଲେଖକର କୋଠରିରେ ଛାଡ଼ି ଯାଇଥିଲେ; ଆଉ, ସେମାନେ ରାଜାର କର୍ଣ୍ଣଗୋଚରରେ ଏସବୁ କଥା ଜଣାଇଲେ।
21 Kralj posla Jehudija da donese svitak: on ga donese iz sobe pisara Elišame i pročita ga kralju i dostojanstvenicima koji stajahu oko njega.
ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
22 Kralj je sjedio u zimskim odajama - bijaše to u devetom mjesecu - a pred njim stajaše ražarena žeravnica.
ଏହି ସମୟରେ, ଅର୍ଥାତ୍, ନବମ ମାସରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ ଓ ତାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜ୍ୱଳୁଥିଲା।
23 I kako bi Jehudi pročitao tri-četiri stupca, kralj bi ih rezao pisarskim perorezom i bacao u vatru na žeravnice sve dok cio svitak ne bi uništen u vatri žeravnice.
ଏଥିଉତ୍ତାରେ ଯିହୁଦୀ ନଳାକାର ପୁସ୍ତକରୁ ତିନି ଚାରି ପତ୍ର ପାଠ କଲା ଉତ୍ତାରେ ରାଜା କଲମତ୍ରାସରେ ତାହା କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇଦେଲେ, ତହୁଁ ସେହି ପାତ୍ରରେ ଥିବା ଅଗ୍ନିରେ ସମୁଦାୟ ନଳାକାର ପୁସ୍ତକ ଭସ୍ମସାତ୍ ହେଲା।
24 Ni kralj ni njegove sluge ne prestrašiše se niti razderaše haljina kad čuše te riječi,
ମାତ୍ର ରାଜା କିଅବା ତାହାର ଦାସଗଣ, ଯେଉଁମାନେ ସେହି ସବୁ ବାକ୍ୟ ଶୁଣିଲେ, ସେମାନେ କେହି ଭୀତ ହେଲେ ନାହିଁ, କିଅବା ଆପଣା ଆପଣା ବସ୍ତ୍ର ଚିରିଲେ ନାହିଁ।
25 pa ipak Elnatan, Delaja i Gemarja moljahu kralja da ne spali svitak, ali on ih ne posluša.
ଆହୁରି, ରାଜା ଯେପରି ନଳାକାର ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲୟିୟ ଓ ଗମରୀୟ ତାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ।
26 Tada kralj zapovjedi kraljeviću Jerahmeelu i Seraji, sinu Azrielovu, i Šelemji, sinu Abdeelovu, da uhvate pisara Baruha i proroka Jeremiju. Ali ih Jahve bijaše sakrio.
ପୁଣି ରାଜା, ବାରୂକ ଲେଖକଙ୍କୁ ଓ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲକୁ ଓ ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।
27 Pošto je dakle kralj spalio svitak s riječima što ih Baruh bijaše zapisao po Jeremijinu kazivanju, dođe riječ Jahvina Jeremiji:
ଯିରିମୀୟଙ୍କ ମୁଖରୁ ଶୁଣି ବାରୂକ ଯେସକଳ ବାକ୍ୟ ଲେଖିଥିଲା, ସେହି ସମସ୍ତ ନଳାକାର ପୁସ୍ତକ ରାଜା ଦଗ୍ଧ କଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
28 “Uzmi drugi svitak i upiši u nj sve one riječi što bijahu na prvom svitku koji je Jojakim, kralj judejski, spalio.
“ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ପୋଡ଼ି ପକାଇଅଛି, ସେହି ପ୍ରଥମ ନଳାକାର ପୁସ୍ତକରେ ଲିଖିତ ଆଦ୍ୟ ସକଳ ବାକ୍ୟ, ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ।
29 A protiv Jojakima, kralja judejskoga, ovako reci: Ovako govori Jahve: Spalio si svitak govoreći: 'Zašto si u njemu napisao da će doći kralj babilonski koji će opustošiti zemlju ovu i istrijebiti i ljude i stoku?'
ପୁଣି, ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ତୁମ୍ଭେ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି: ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ, ଆଉ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ, ଏପରି କଥା ତୁମ୍ଭେ କାହିଁକି ଲେଖିଅଛ? ଏହା କହି ତୁମ୍ଭେ ଏହି ନଳାକାର ପୁସ୍ତକ ଦଗ୍ଧ କରିଅଛ।
30 Zato ovako govori Jahve protiv Jojakima, kralja judejskoga: 'On neće imati potomka da sjedne na prijestolje Davidovo, a njegovo mrtvo tijelo bit će bačeno na pripeku danju i noćni mraz.
ଏହେତୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ରହିବ ନାହିଁ; ଆଉ ତାହାର ମୃତ ଶରୀର ଦିନ ବେଳେ ଖରାରେ ଓ ରାତ୍ରି ବେଳେ କାକରରେ ପକାଯିବ।
31 Kaznit ću njega, i potomstvo njegovo, i sluge njegove zbog njihova bezakonja, i svalit ću na Jeruzalemce i na Judejce sve zlo kojim sam im prijetio, a nisu me slušali.”
ପୁଣି, ଆମ୍ଭେ ତାହାକୁ ଓ ତାହାର ବଂଶକୁ ଓ ତାହାର ଦାସଗଣକୁ ସେମାନଙ୍କର ଅଧର୍ମ ସକାଶୁ ଶାସ୍ତି ଦେବା; ଆଉ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୂଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ବର୍ତ୍ତାଇବା; ମାତ୍ର ସେମାନେ ଶୁଣିଲେ ନାହିଁ।’”
32 Tada Jeremija uze drugi svitak, dade ga pisaru Baruhu, sinu Nerijinu, i on po kazivanju Jeremijinu upisa sve riječi knjige koju je Jojakim, kralj judejski, na žeravnici spalio. I k njima je dopisano još mnogo onakvih riječi.
ତହୁଁ ଯିରିମୀୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରୀୟର ପୁତ୍ର ବାରୂକ ଲେଖକଙ୍କୁ ଦେଲେ; ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲା, ତହିଁର ସମସ୍ତ କଥା ସେ ଯିରିମୀୟଙ୍କ ମୁଖରୁ ଶୁଣି ତହିଁରେ ଲେଖିଲା; ପୁଣି, ତାହା ଛଡ଼ା ସେହି ପ୍ରକାର ଆଉ ଅନେକ କଥା ତହିଁରେ ଯୁକ୍ତ କରାଗଲା।