< Postanak 38 >

1 Otprilike u to vrijeme Juda ode od svoje braće te okrenu nekom Adulamcu komu ime bijaše Hira.
ସେହି ସମୟରେ ଯିହୁଦା ଆପଣା ଭ୍ରାତୃଗଣ ନିକଟରୁ ଅଦୁଲ୍ଲମୀୟ ହୀରା ନାମକ ଜଣେ ଲୋକ ନିକଟକୁ ଗଲା।
2 Tu Juda zapazi kćer jednog Kanaanca - zvao se Šua - i njome se oženi. Priđe njoj
ସେଠାରେ ଶୂୟ ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା।
3 te ona zače i rodi sina, komu dade ime Er.
ଏଣୁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ସେ ତାହାର ନାମ ଏର ଦେଲା।
4 Opet ona zače, rodi sina i dade mu ime Onan.
ଏଥିଉତ୍ତାରେ ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଓନନ୍‍ ଦେଲା।
5 Još jednog sina rodi te mu nadjene ime Šela. Nalazila se u Kezibu kad je njega rodila.
ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଶେଲା ଦେଲା। ଏହାର ଜନ୍ମ ସମୟରେ ଯିହୁଦା କଷୀବରେ ଥିଲା।
6 Juda oženi svoga prvorođenca Era djevojkom kojoj bijaše ime Tamara.
ଏଥିଉତ୍ତାରେ ଯିହୁଦା ତାମର ନାମ୍ନୀ ଏକ କନ୍ୟା ଆଣି ଆପଣା ଜ୍ୟେଷ୍ଠ ପୁତ୍ର ଏର ସହିତ ତାହାକୁ ବିବାହ ଦେଲା।
7 Ali Judin prvorođenac Er uvrijedi Jahvu i Jahve ga pogubi.
ମାତ୍ର ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ସାକ୍ଷାତରେ ଦୁଷ୍ଟ ଥିଲା; ଏଣୁ ସଦାପ୍ରଭୁ ତାହାକୁ ବିନାଶ କଲେ।
8 Tada reče Juda Onanu: “Priđi k udovici svoga brata, izvrši prema njoj djeversku dužnost i tako očuvaj lozu svome bratu!”
ତହିଁରେ ଯିହୁଦା ଓନନ୍‍କୁ କହିଲା, “ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ସହବାସ କର ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରି ଭ୍ରାତୃବଂଶ ଉତ୍ପନ୍ନ କର।”
9 Ali Onan, znajući da se sjeme neće računati kao njegovo, ispuštaše ga na zemlju kad god bi prišao bratovoj udovici, tako da ne dade potomstva svome bratu.
ମାତ୍ର ସେହି ବଂଶ ଆପଣାର ହେବ ନାହିଁ, ଏହା ବୁଝି ଓନନ୍‍ ଭ୍ରାତୃଭାର୍ଯ୍ୟାର ସଙ୍ଗମ କାଳେ ଭ୍ରାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ଭୂମିରେ ରେତଃପାତ କଲା।
10 To što je činio uvrijedilo je Jahvu, pa i njega pogubi.
ତାହାର ଏରୂପ କର୍ମ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା; ଏଣୁ ସେ ତାକୁ ମଧ୍ୟ ନାଶ କଲେ।
11 Onda Juda reče svojoj nevjesti Tamari: “Ostani kao udovica u domu svoga oca dok poodraste moj sin Šela.” Bojao se, naime, da bi i on mogao umrijeti kao i njegova braća. I tako Tamara ode da živi u očevu domu.
ସେତେବେଳେ ଯିହୁଦା ଆପଣା ପୁତ୍ରବଧୂ ତାମରକୁ କହିଲା, “ମୋହର ପୁତ୍ର ଶେଲା ବଡ଼ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ବିଧବା ହୋଇ ଆପଣା ପିତୃଗୃହରେ ଯାଇ ରୁହ,” ଯେହେତୁ ସେ ଭାବିଲା, “କେଜାଣି ଭାଇମାନଙ୍କ ପରି ଶେଲା ମଧ୍ୟ ମରିଯିବ।” ଏଥିପାଇଁ ତାମର ପିତୃଗୃହରେ ଯାଇ ବାସ କଲା।
12 Dugo vremena poslije toga umre Šuina kći, Judina žena. Kad je prošlo vrijeme žalosti, Juda ode, zajedno sa svojim prijateljem Adulamcem Hirom, u Timnu da striže svoje ovce.
ଆଉ ଅନେକ ଦିନ ଗତ ହୁଅନ୍ତେ, ଶୂୟର କନ୍ୟା ଯିହୁଦାର ଭାର୍ଯ୍ୟା ମଲା; ତହିଁ ଉତ୍ତାରେ ଯିହୁଦା ସାନ୍ତ୍ୱନାଯୁକ୍ତ ହୋଇ ଅଦୁଲ୍ଲମୀୟ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣା ମେଷର ଲୋମଚ୍ଛେଦକମାନଙ୍କ ନିକଟକୁ ଗଲା।
13 Obavijeste Tamaru: “Eno ti je svekar”, rekoše joj, “na putu u Timnu da striže ovce.”
ସେତେବେଳେ କେହି ଜଣେ ତାମରକୁ ସମ୍ବାଦ ଦେଇ କହିଲା, “ଦେଖ, ତୁମ୍ଭ ଶ୍ୱଶୁର ଆପଣା ମେଷର ଲୋମ ଚ୍ଛେଦନ କରିବା ପାଇଁ ତିମ୍ନାକୁ ଯାଉଅଛି।”
14 Ona svuče udovičko ruho, navuče koprenu i zamota se pa sjede na ulazu u Enajim, što je na putu k Timni. Vidjela je, naime, da je Šela odrastao, ali nju još ne udaše za nj.
ତହିଁରେ ତାମର ବିଧବା ବସ୍ତ୍ର ପରିତ୍ୟାଗ କରି ଆବରକ ବସ୍ତ୍ର ପିନ୍ଧି ଆପଣାକୁ ଆଚ୍ଛାଦନ କରି ତିମ୍ନାର ପଥପାର୍ଶ୍ଵସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା; କାରଣ ସେ ଦେଖିଲା, ଶେଲା ବଡ଼ ହେଲେ ହେଁ ତାହା ସହିତ ଆପଣାର ବିବାହ ହେଲା ନାହିଁ।
15 Kad je Juda opazi, pomisli da je bludnica, jer je bila pokrila lice.
ସେତେବେଳେ ଯିହୁଦା ତାକୁ ଦେଖି ବେଶ୍ୟା ଜ୍ଞାନ କଲା, କାରଣ ସେ ମୁଖ ଆଚ୍ଛାଦନ କରିଥିଲା।
16 Svrati se on k njoj i reče: “Daj da ti priđem!” Nije znao da mu je nevjesta. A ona odgovori: “Što ćeš mi dati da uđeš k meni?”
ଏନିମନ୍ତେ ସେ ପଥପାର୍ଶ୍ଵରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, “ନିବେଦନ କରୁଅଛି, ତୁମ୍ଭ କତିକି ମୋତେ ଯିବାକୁ ଦିଅ।” ତହୁଁ ତାମର କହିଲା, “ତୁମ୍ଭେ ମୋʼ କତିକି ଆସିବା ପାଇଁ କଅଣ ଦେବ?”
17 “Spremit ću ti jedno kozle od svoga stada”, odgovori. “Treba da ostaviš jamčevinu dok ga ne pošalješ.”
ସେ କହିଲା, “ପଲରୁ ଗୋଟିଏ ଛେଳିଛୁଆ ପଠାଇଦେବି।” ତାମର କହିଲା, “ତାହା ପଠାଇବା ଯାଏ ମୋତେ କି କୌଣସି ବନ୍ଧକ ଦେବ?”
18 A on zapita: “Kakvu jamčevinu da ti ostavim?” Ona odgovori: “Svoj pečatnjak o vrpci i štap što ti je u ruci.” Dade joj jedno i drugo, a onda priđe k njoj i ona po njem zače.
ଯିହୁଦା କହିଲା, “କଅଣ ବନ୍ଧକ ଦେବା?” ତାମର କହିଲା, “ତୁମ୍ଭର ଏହି ମୋହର ଓ ସୂତ୍ର, ଆଉ ହସ୍ତଯଷ୍ଟି।” ତହୁଁ ଯିହୁଦା ତାକୁ ସେହି ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା।
19 Potom ona ustade i ode; skide sa sebe koprenu i opet se odjenu u svoje udovičko ruho.
ଏଥିଉତ୍ତାରେ ତାମର ଉଠି ପ୍ରସ୍ଥାନ କଲା, ପୁଣି, ଆବରକ ବସ୍ତ୍ର ପାଲଟି ବିଧବା ବସ୍ତ୍ର ପିନ୍ଧିଲା।
20 Uto Juda pošalje kozle po svom prijatelju Adulamcu da iskupi jamčevinu iz ruku žene, ali je nije mogao naći.
ଏଉତ୍ତାରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ନିମନ୍ତେ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ପଠାଇଦେଲା, ମାତ୍ର ସେ ତାହାର ଦେଖା ପାଇଲା ନାହିଁ।
21 Upita ljude u mjestu: “Gdje je bludnica što se nalazila uz put u Enajim?” Oni mu odgovore: “Ovdje nije nikad bilo bludnice.”
ଏଣୁ ସେ ସେଠାର ଲୋକମାନଙ୍କୁ ପଚାରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ମାହାରୀ ଥିଲା, ସେ କାହିଁ?” ସେମାନେ କହିଲେ, “ଏଠାରେ କୌଣସି ମାହାରୀ ରହେ ନାହିଁ।”
22 Tako se on vrati k Judi pa reče: “Nisam je mogao naći. Osim toga, ljudi mi u mjestu rekoše da ondje nije nikad bilo bludnice.”
ଏଥିଉତ୍ତାରେ ଯିହୁଦା ନିକଟକୁ ଫେରିଯାଇ କହିଲା, “ମୁଁ ତାହାର ଦେଖା ପାଇଲି ନାହିଁ, ଆଉ ସେଠାର ଲୋକମାନେ ମଧ୍ୟ କହିଲେ, ‘ଏହି ସ୍ଥାନରେ କୌଣସି ମାହାରୀ ରହେ ନାହିଁ।’”
23 Onda reče Juda: “Da ne ostanemo za ruglo, neka ih drži! Slao sam joj, eto, ovo kozle, ali je ti nisi našao.”
ତେବେ ଯିହୁଦା କହିଲା, “ତାହାଠାରେ ଯାହା ଅଛି, ସେ ତାହା ରଖୁ, ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହେବା? ଦେଖ, ମୁଁ ଏହି ଛେଳିଛୁଆ ପଠାଇଲି, ମାତ୍ର ତୁମ୍ଭେ ତାʼର ଦେଖା ପାଇଲ ନାହିଁ।”
24 Otprilike poslije tri mjeseca donesoše vijest Judi: “Tvoja nevjesta Tamara odala se bludništvu; čak je u bludničenju i začela.” “Izvedite je”, naredi Juda, “pa neka se spali!”
ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି।” ତହିଁରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।”
25 Dok su je izvodili, ona poruči svekru: “Začela sam po čovjeku čije je ovo.” Još doda: “Vidi čiji je ovaj pečatnjak o vrpci i ovaj štap!”
ଏଥିଉତ୍ତାରେ ସେ ବାହାରକୁ ଅଣାଯାʼନ୍ତେ, ଆପଣା ଶ୍ୱଶୁର ନିକଟକୁ କହି ପଠାଇଲା, “ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ୱାରା ଆମ୍ଭର ଗର୍ଭ ହୋଇଅଛି।” ଆହୁରି କହିଲା, “ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର? ତାହା ଚିହ୍ନି ଦେଖ।”
26 Juda ih prepozna pa reče: “Ona je pravednija nego ja, koji joj nisam dao svoga sina Šelu.” Ali više s njom nije imao posla.
ତହୁଁ ଯିହୁଦା ସେହି ସକଳ ପଦାର୍ଥ ଆପଣାର ବୋଲି ସ୍ୱୀକାର କରି କହିଲା, “ସେ ମୋʼ ଠାରୁ ଅଧିକ ଧର୍ମିଷ୍ଠା, କାରଣ ମୁଁ ତାକୁ ମୋର ପୁତ୍ର ଶେଲାକୁ ଦେଲି ନାହିଁ।” ମାତ୍ର ଯିହୁଦା ଆଉ ତାହା କତିକି ଗଲା ନାହିଁ।
27 Kad joj je došlo vrijeme da rodi, pokaže se da nosi blizance.
ପୁଣି, ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା।
28 Dok je rađala, jedan od njih pruži ruku van. Nato babica priveže za njegovu ruku crven konac govoreći: “Ovaj je izišao prvi.”
ଆଉ ତାହାର ପ୍ରସବକାଳରେ ଏକ ବାଳକର ହସ୍ତ ବାହାର ହେଲା; ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୂର ବର୍ଣ୍ଣ ସୂତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।”
29 Ali baš tada on uvuče ruku te iziđe njegov brat. A ona reče: “Kakav li proder napravi!” Stoga mu nadjenu ime Peres.
ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ, ତାହାର ଭ୍ରାତା ଭୂମିଷ୍ଠ ହେଲା; ତହିଁରେ ଧାତ୍ରୀ କହିଲା, “ତୁମ୍ଭେ କିପ୍ରକାରେ ଆପଣା ନିମନ୍ତେ ଭେଦ କରି ଆସିଲ!” ତୁମ୍ଭଠାରେ ଏହି ଭେଦ ହେଉ। ତେଣୁ ତାହାର ନାମ ପେରସ ହେଲା।
30 Poslije iziđe njegov brat koji je oko ruke imao crveni konac. Njemu dadoše ime Zerah.
ଏଥିଉତ୍ତାରେ ହସ୍ତରେ ସିନ୍ଦୂରବର୍ଣ୍ଣ-ସୂତ୍ରବଦ୍ଧ ତାହାର ଭ୍ରାତା ଭୂମିଷ୍ଠ ହୁଅନ୍ତେ, ତାହାର ନାମ ସେରହ ହେଲା।

< Postanak 38 >