< 2 Kraljevima 7 >

1 Elizej reče tada: “Čuj riječ Jahvinu! Ovako veli Jahve: 'Sutra će u ovo doba na vratima Samarije biti mjera finoga brašna za šekel, a dvije mjere ječmenog brašna za šekel.'”
ସେତେବେଳେ ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର-ଦ୍ୱାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଯିବ।’”
2 Dvorjanik, o čiju se ruku kralj oslanjao, odgovori čovjeku Božjemu: “I kad bi Jahve načinio okna na nebu, bi li to moglo biti?” A Elizej odgovori: “Vidjet ćeš svojim očima, ali nećeš jesti.”
ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କʼଣ ଏ କଥା ହୋଇ ପାରିବ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।”
3 A pred gradskim vratima bijahu četiri gubavca; rekoše oni jedan drugome: “Zašto stojimo ovdje i očekujemo smrt?
ସେହି ସମୟରେ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଚାରି ଜଣ କୁଷ୍ଠୀ ଥିଲେ; ଆଉ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ମରିବା ପର୍ଯ୍ୟନ୍ତ କାହିଁକି ଏଠାରେ ବସିଅଛୁ?
4 Ako odlučimo ući u grad, glad je u gradu te ćemo ondje umrijeti; ako ostanemo ovdje, opet ćemo umrijeti. Hajde! Pobjegnimo i prijeđimo u aramejski tabor: ako nas ostave na životu, živjet ćemo; ako nas ubiju, pa dobro: umrijet ćemo!”
ଯଦି କହୁ, ‘ଆମ୍ଭେମାନେ ନଗରରେ ପ୍ରବେଶ କରିବା,’ ତେବେ ନଗରରେ ଦୁର୍ଭିକ୍ଷ ଅଛି, ପୁଣି ଆମ୍ଭେମାନେ ସେଠାରେ ମରିବା; ଆଉ ଯଦି ଆମ୍ଭେମାନେ ଏଠାରେ ବସି ରହିବା, ତେବେ ମଧ୍ୟ ମରିବା। ଏହେତୁ ଆସ, ଆମ୍ଭେମାନେ ଅରାମୀୟମାନଙ୍କ ସୈନ୍ୟର ପକ୍ଷକୁ ଯାଉ; ଯଦି ସେମାନେ ଆମ୍ଭମାନଙ୍କୁ ବଞ୍ଚାଇ ରଖିବେ, ତେବେ ଆମ୍ଭେମାନେ ବଞ୍ଚିବା; ଆଉ ଯଦି ଆମ୍ଭମାନଙ୍କୁ ମାରି ପକାଇବେ, ତେବେ ମରିବା।”
5 U sumračje, ustavši, krenuše odande u aramejski tabor. Stigoše do ruba tabora, i gle - ondje nikoga!
ଏଣୁ କୁଷ୍ଠୀମାନେ ଅରାମୀୟମାନଙ୍କ ଛାଉଣିକୁ ଯିବା ପାଇଁ ଗୋଧୂଳି ସମୟରେ ଉଠିଲେ; ଆଉ ସେମାନେ ଅରାମୀୟମାନଙ୍କ ଛାଉଣିର ବାହାର ସୀମାରେ ଉପସ୍ଥିତ ହେବା ବେଳେ, ଦେଖ, ସେଠାରେ କୌଣସି ମନୁଷ୍ୟ ନ ଥିଲେ।
6 Jer je Jahve učinio te se u taboru aramejskom čula buka kola i konja, buka goleme vojske. I govorili su među sobom: “Eto, kralj Izraela najmio je protiv nas kraljeve hetitske i kraljeve egipatske da krenu protiv nas.”
କାରଣ ସଦାପ୍ରଭୁ ଅରାମୀୟମାନଙ୍କ ସୈନ୍ୟଗଣକୁ ରଥ ଶବ୍ଦ ଓ ଅଶ୍ୱ ଶବ୍ଦ, ଅର୍ଥାତ୍‍, ମହାସୈନ୍ୟ ଶବ୍ଦ ଶୁଣାଇଥିଲେ; ତହିଁରେ ସେମାନେ ପରସ୍ପର କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜାଗଣକୁ ଓ ମିସରୀୟମାନଙ୍କ ରାଜାଗଣକୁ ଆମ୍ଭମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି।”
7 Digli su se i pobjegli u sumraku: ostavili su svoje šatore, konje i magarce, sav tabor kakav bijaše. Pobjegli su da iznesu živu glavu.
ଏହେତୁ ଅରାମୀୟମାନଙ୍କ ସୈନ୍ୟଗଣ ଉଠି ଗୋଧୂଳି ସମୟରେ ପଳାଇଲେ, ଆଉ ସେମାନେ ଆପଣାମାନଙ୍କ ତମ୍ବୁ ଓ ଅଶ୍ୱ ଓ ଗର୍ଦ୍ଦଭ ଓ ଛାଉଣି ଯେପରି ଥିଲା, ସେପରି ଛାଡ଼ି ଆପଣାମାନଙ୍କ ପ୍ରାଣରକ୍ଷାର୍ଥେ ପଳାଇଲେ।
8 Kad su gubavci, dakle, došli do ruba tabora, uvukoše se u jedan šator. Pošto su se najeli i napili, uzeše odande srebro, zlato i haljine pa odoše da ih sakriju. Vratiše se onda pa uđoše u drugi šator: uzeše plijen iz njega te odoše i sakriše ga.
ଏଥିଉତ୍ତାରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟିଏ ତମ୍ବୁ ଭିତରକୁ ଯାଇ ଭୋଜନପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ; ତହୁଁ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ବୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇଯାଇ ଲୁଚାଇ ରଖିଲେ।
9 Rekoše tada jedan drugome: “Ne smijemo tako raditi. Današnji je dan pun dobrih vijesti, a mi šutimo. Ako dočekamo jutro, bit ćemo krivi. Zato pođimo! Javimo dvoru novost.”
ତେବେ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ଭଲ କରୁ ନାହୁଁ; ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ତୁନି ହୋଇ ରହୁଅଛୁ; ଯେବେ ଆମ୍ଭେମାନେ ପ୍ରଭାତ ଆଲୁଅ ପର୍ଯ୍ୟନ୍ତ ବିଳମ୍ବ କରୁ, ତେବେ ଆମ୍ଭମାନଙ୍କୁ ଦଣ୍ଡ ଘଟିବ; ଏହେତୁ ଏବେ ଆସ, ଆମ୍ଭେମାନେ ଯାଇ ରାଜଗୃହରେ ସମ୍ବାଦ ଦେଉ।”
10 I vratiše se, pozvaše gradsku stražu i javiše: “Otišli smo u tabor aramejski, a ondje nigdje čovjeka ni ljudskoga glasa; samo konji privezani i magarci, a šatori ostavljeni kakvi jesu.”
ତହୁଁ ସେମାନେ ଆସି ନଗରର ଦ୍ୱାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକୁ ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ୱ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁସବୁ ଯେପରି ଥିଲା, ସେପରି ଅଛି।”
11 Stražari viknuše i dojaviše u unutrašnjost dvora.
ତହୁଁ ସେ ଦ୍ୱାରୀମାନଙ୍କୁ ଡାକନ୍ତେ, ସେମାନେ ରାଜଗୃହ ଭିତରେ ସମ୍ବାଦ ଦେଲେ।
12 Kralj ustade noću i reče svojim časnicima: “Ja ću vam objasniti što su nam učinili Aramejci. Kako znaju da smo gladni, izišli su iz tabora i sakrili se u polju, misleći: već će oni izići iz grada, a mi ćemo ih žive pohvatati i ući u grad.”
ତହିଁରେ ରାଜା ରାତ୍ରିରେ ଉଠି ଆପଣା ଦାସମାନଙ୍କୁ କହିଲେ, “ଅରାମୀୟମାନେ ଆମ୍ଭମାନଙ୍କ ପ୍ରତି ଯାହା କରିଅଛନ୍ତି, ତାହା ମୁଁ ଏବେ ତୁମ୍ଭମାନଙ୍କ ପ୍ରତି ପ୍ରକାଶ କରିବି। ସେମାନେ ଜାଣନ୍ତି ଯେ, ଆମ୍ଭେମାନେ କ୍ଷୁଧାର୍ତ୍ତ ଅଛୁ; ଏହେତୁ ସେମାନେ ଛାଉଣିରୁ ବାହାରିଯାଇ ଆପଣାମାନଙ୍କୁ କ୍ଷେତ୍ରରେ ଲୁଚାଇ କହୁଛନ୍ତି, ସେମାନେ ନଗରରୁ ବାହାରିଲେ, ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଧରି ନଗରରେ ପ୍ରବେଶ କରିବା।”
13 A jedan između njegovih časnika odgovori: “Neka se uzme ipak pet od preostalih konja. S njima će biti kao sa svim mnoštvom Izraelovim koje je ovdje preostalo. Pošaljimo ih pa ćemo vidjeti.”
ତହିଁରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, “ମୁଁ ବିନୟ କରୁଅଛି, ଆମ୍ଭେମାନେ କେତେକ ଲୋକ ପଠାଇ ଦେଖୁ, ସେମାନେ ନଗରରେ ଅବଶିଷ୍ଟ ଅଶ୍ୱମାନଙ୍କ ମଧ୍ୟରୁ ପାଞ୍ଚୋଟି ନେଇ ଯାଉନ୍ତୁ, ଦେଖନ୍ତୁ, ସେମାନେ ନଗରରେ ଅବଶିଷ୍ଟ ଇସ୍ରାଏଲର ସମସ୍ତ ଜନତା ସମାନ; ଦେଖନ୍ତୁ, ସେମାନେ ଇସ୍ରାଏଲର ସମସ୍ତ ନଷ୍ଟକଳ୍ପ ଜନତା ସମାନ।”
14 I uzeše dva konja kolska i kralj posla ljude za aramejskim taborom govoreći: “Idite, izvidite!”
ଏହେତୁ ସେହି ଲୋକମାନେ ଅଶ୍ୱ ସହିତ ଦୁଇ ରଥ ନେଲେ ଓ ରାଜା ସେମାନଙ୍କୁ ଅରାମୀୟ ସୈନ୍ୟ ପଛେ ପଠାଇ କହିଲେ, “ଯାଇ ଦେଖ।”
15 Išli su za njima do Jordana; put bijaše sav prekriven haljinama i stvarima koje su Aramejci pobacali u bijegu. Glasnici se vratiše i obavijestiše kralja.
ତହୁଁ ସେମାନେ ଯର୍ଦ୍ଦନ ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗଲେ; ଆଉ ଦେଖ, ଅରାମୀୟମାନେ ତରତର ହୋଇ ଯାହା ପକାଇଦେଇ ଯାଇଥିଲେ, ଏପରି ବସ୍ତ୍ର ଓ ପାତ୍ରାଦିରେ ସମସ୍ତ ପଥ ପୂର୍ଣ୍ଣ ଥିଲା। ତେବେ ସେ ଦୂତମାନେ ଫେରିଆସି ରାଜାଙ୍କୁ ସମ୍ବାଦ ଦେଲେ।
16 I narod iziđe i uze pljačkati aramejski tabor: i bijaše mjera finoga brašna za šekel, a dvije mjere ječmenoga za jedan šekel, prema riječi Jahvinoj.
ତହିଁରେ ଲୋକମାନେ ବାହାରକୁ ଯାଇ ଅରାମୀୟମାନଙ୍କ ଛାଉଣି ଲୁଟ କଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଗଲା।
17 Kralj je postavio na gradska vrata onoga dvorjanika o čiju se ruku oslanjao; a narod ga izgazi na vratima i on umrije, prema riječi što ju je rekao Božji čovjek kad mu kralj bijaše došao.
ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ତାହାକୁ ନଗର-ଦ୍ୱାର ରକ୍ଷା କରିବା ପାଇଁ ନିଯୁକ୍ତ କଲେ; ଏଥିରେ ଲୋକମାନେ ନଗର-ଦ୍ୱାରରେ ତାହାକୁ ଦଳି ପକାଇଲେ, ତହିଁରେ ରାଜା ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଯିବା ବେଳେ ପରମେଶ୍ୱରଙ୍କ ଲୋକ ତାଙ୍କୁ ଯେପରି କହିଥିଲେ, ତଦନୁସାରେ ସେ ମଲା।
18 Dogodilo se kako je čovjek Božji rekao kralju: “Sutra u ovo doba na vratima Samarije bit će dvije mjere ječmenoga brašna za šekel i mjera finoga brašna za šekel.”
ପରମେଶ୍ୱରଙ୍କ ଲୋକ ରାଜାଙ୍କୁ ଏହି କଥା କହିଥିଲେ, “କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର-ଦ୍ୱାରରେ ଦୁଇ ପସୁରୀ ଯବ ଏକ ଶେକଲ ଓ ଏକ ପସୁରୀ ସରୁ ମଇଦା ଏକ ଶେକଲ ହେବ।”
19 Dvorjanik je odgovorio Elizeju: “Pa da Jahve načini i okna na nebu, bi li moglo biti što kažeš?” Elizej mu je odgovorio: “Vidjet ćeš svojim očima, ali nećeš jesti.”
ଆଉ ସେହି ସେନାପତି ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଥିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କʼଣ ଏପରି କଥା ହୋଇ ପାରିବ।” ତହିଁରେ ଇଲୀଶାୟ କହିଥିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।”
20 I doista, tako mu se dogodilo: izgazio ga narod na vratima te on umrije.
ସେହିପରି ତାହା ପ୍ରତି ଘଟିଲା; କାରଣ ଲୋକମାନେ ନଗର-ଦ୍ୱାରରେ ତାହାକୁ ଦଳି ପକାନ୍ତେ, ସେ ମଲା।

< 2 Kraljevima 7 >