< ⲚⲒⲢⲰⳘⲈⲞⲤ 10 >

1 ⲁ̅ ⲛⲁⲥⲛⲏⲩ ⲡⲟⲩⲱϣ ⲙⲉⲛ ⲛⲧⲉ ⲡⲁϩⲏⲧ ⲙⲛⲡⲁⲥⲟⲡⲥ ϣⲟⲟⲡ ⲉϩⲣⲁⲓ ⲉⲡⲛⲟⲩⲧⲉ ϩⲁⲣⲟⲟⲩ ⲉⲩⲟⲩϫⲁⲓ
ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ବରଙ୍କ ଛାମୁରେ ମୋହର ପ୍ରାର୍ଥନା।
2 ⲃ̅ ϯⲣⲙⲛⲧⲣⲉ ⲅⲁⲣ ⲛⲁⲩ ϫⲉ ⲟⲩⲛⲧⲁⲩ ⲙⲙⲁⲩ ⲛⲟⲩⲕⲱϩ ⲛⲧⲉ ⲡⲛⲟⲩⲧⲉ ⲁⲗⲗⲁ ⲕⲁⲧⲁ ⲟⲩⲥⲟⲟⲩⲛ ⲁⲛ
କାରଣ ଈଶ୍ବରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‌ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ।
3 ⲅ̅ ⲉⲩⲟ ⲅⲁⲣ ⲛⲁⲧⲥⲟⲟⲩⲛ ⲉⲧⲇⲓⲕⲁⲓⲟⲥⲩⲛⲏ ⲙⲡⲛⲟⲩⲧⲉ ⲉⲩϣⲓⲛⲉ ⲛⲥⲁ ⲧⲁϩⲉ ⲧⲱⲟⲩ ⲉⲣⲁⲧⲥ ⲙⲙⲓⲛ ⲙⲙⲟⲟⲩ ⲙⲡⲟⲩϩⲩⲡⲟⲧⲁⲥⲥⲉ ⲛⲧⲇⲓⲕⲁⲓⲟⲥⲩⲛⲏ ⲙⲡⲛⲟⲩⲧⲉ
ଯେଣୁ ଈଶ୍ବରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ବରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି।
4 ⲇ̅ ⲡϫⲱⲕ ⲅⲁⲣ ⲙⲡⲛⲟⲙⲟⲥ ⲡⲉ ⲡⲉⲭⲥ ⲉⲧⲇⲓⲕⲁⲓⲟⲥⲩⲛⲏ ⲛⲟⲩⲟⲛ ⲛⲓⲙ ⲉⲧⲡⲓⲥⲧⲉⲩⲉ
କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି।
5 ⲉ̅ ⲁⲙⲱⲩⲥⲏⲥ ⲅⲁⲣ ⲥϩⲁⲓ ϫⲉ ⲧⲇⲓⲕⲁⲓⲟⲥⲩⲛⲏ ⲧⲉⲃⲟⲗ ϩⲙ ⲡⲛⲟⲙⲟⲥ ⲡⲣⲱⲙⲉ ⲉⲧⲛⲁⲁⲥ ϥⲛⲁⲱⲛϩ ⲛϩⲏⲧⲥ
କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ୱାରା ବଞ୍ଚିବ।
6 ⲋ̅ ⲧⲇⲓⲕⲁⲓⲟⲥⲩⲛⲏ ⲇⲉ ⲧⲉⲃⲟⲗ ϩⲛ ⲧⲡⲓⲥⲧⲓⲥ ϫⲱ ⲙⲙⲟⲥ ⲛⲧⲉⲉⲓϩⲉ ϫⲉ ⲙⲡⲣϫⲟⲟⲥ ϩⲙ ⲡⲉⲕϩⲏⲧ ϫⲉ ⲛⲓⲙ ⲡⲉⲧⲛⲁⲃⲱⲕ ⲉϩⲣⲁⲓ ⲉⲧⲡⲉ ⲉⲧⲉ ⲡⲁⲓ ⲡⲉ ⲉⲙⲡⲉⲭⲥ ⲉⲡⲉⲥⲏⲧ
କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, କିଏ ସ୍ୱର୍ଗାରୋହଣ କରିବ (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ନିମନ୍ତେ)?”
7 ⲍ̅ ⲏ ⲛⲓⲙ ⲡⲉⲧⲛⲁⲃⲱⲕ ⲉⲡⲉⲥⲏⲧ ⲉⲡⲛⲟⲩⲛ ⲉⲧⲉ ⲡⲁⲓ ⲡⲉ ⲉⲙⲡⲉⲭⲥ ⲉϩⲣⲁⲓ ϩⲛ ⲛⲉⲧⲙⲟⲟⲩⲧ (Abyssos g12)
“ଅବା ‘କିଏ ପାତାଳକୁ ଅବତରଣ କରିବ’” (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)? (Abyssos g12)
8 ⲏ̅ ⲁⲗⲗⲁ ⲟⲩ ⲡⲉⲧϥϫⲱ ⲙⲙⲟϥ ϫⲉ ⲡϣⲁϫⲉ ϩⲏⲛ ⲉϩⲟⲩⲛ ⲉⲣⲟⲕ ϩⲛ ⲧⲉⲕⲧⲁⲡⲣⲟ ⲁⲩⲱ ϩⲣⲁⲓ ϩⲙ ⲡⲉⲕϩⲏⲧ ⲉⲧⲉ ⲡⲁⲓ ⲡⲉ ⲡϣⲁϫⲉ ⲛⲧⲡⲓⲥⲧⲓⲥ ⲉⲧⲛⲧⲁϣⲉⲟⲉⲓϣ ⲙⲙⲟϥ
କିନ୍ତୁ ତାହା କଅଣ କହେ? “ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି,” ଅର୍ଥାତ୍‍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ।
9 ⲑ̅ ϫⲉ ⲉⲕϣⲁⲛϩⲟⲙⲟⲗⲟⲅⲓ ⲙⲡϣⲁϫⲉ ϩⲛ ⲧⲉⲕⲧⲁⲡⲣⲟ ϫⲉ ⲡϫⲟⲉⲓⲥ ⲡⲉ ⲓⲏⲥ ⲁⲩⲱ ⲛⲅⲡⲓⲥⲧⲉⲩⲉ ϩⲙ ⲡⲉⲕϩⲏⲧ ϫⲉ ⲡⲛⲟⲩⲧⲉ ⲁϥⲧⲟⲩⲛⲟⲥϥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ ⲕⲛⲁⲱⲛϩ
ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;
10 ⲓ̅ ⲉⲩⲡⲓⲥⲧⲉⲩⲉ ⲅⲁⲣ ⲉⲣⲟϥ ϩⲙ ⲡϩⲏⲧ ⲉⲩⲇⲓⲕⲁⲓⲟⲥⲩⲛⲏ ⲉⲩϩⲟⲙⲟⲗⲟⲅⲉⲓ ⲇⲉ ⲙⲙⲟϥ ϩⲛ ⲧⲧⲁⲡⲣⲟ ⲉⲩⲟⲩϫⲁⲓ
କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ।
11 ⲓ̅ⲁ̅ ϣⲁⲣⲉ ⲧⲉⲅⲣⲁⲫⲏ ⲅⲁⲣ ϫⲟⲟⲥ ϫⲉ ⲟⲩⲟⲛ ⲛⲓⲙ ⲉⲧⲡⲓⲥⲧⲉⲩⲉ ⲉⲣⲟϥ ⲛϥⲛⲁϫⲓϣⲓⲡⲉ ⲁⲛ
ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।
12 ⲓ̅ⲃ̅ ⲙⲛ ⲡⲱⲣϫ ⲅⲁⲣ ϣⲟⲟⲡ ⲙⲡⲓⲟⲩⲇⲁⲓ ⲙⲛ ⲡⲟⲩⲉⲓⲉⲛⲓⲛ ⲡⲓϫⲟⲉⲓⲥ ⲅⲁⲣ ⲛⲟⲩⲱⲧ ⲡⲉ ⲙⲙⲟⲟⲩ ⲧⲏⲣⲟⲩ ⲉϥⲟ ⲛⲣⲙⲙⲁⲟ ⲉⲟⲩⲟⲛ ⲛⲓⲙ ⲉⲟⲩⲟⲛ ⲛⲓⲙ ⲉⲧⲛⲁⲉⲡⲓⲕⲁⲗⲉⲓ ⲙⲙⲟϥ
କାରଣ ଯିହୁଦୀ ଓ ଗ୍ରୀକ୍‍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ।
13 ⲓ̅ⲅ̅ ⲟⲩⲟⲛ ⲅⲁⲣ ⲛⲓⲙ ⲉⲧⲛⲁⲉⲡⲓⲕⲁⲗⲉⲓ ⲙⲡⲣⲁⲛ ⲙⲡϫⲟⲉⲓⲥ ϥⲛⲁⲟⲩϫⲁⲓ
କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ।
14 ⲓ̅ⲇ̅ ⲛⲁϣ ⲇⲉ ⲛϩⲉ ⲉⲩⲛⲁⲉⲡⲓⲕⲁⲗⲉⲓ ⲙⲡⲉⲧⲉ ⲙⲡⲟⲩⲡⲓⲥⲧⲉⲩⲉ ⲉⲣⲟϥ ⲛⲁϣ ⲇⲉ ⲛϩⲉ ⲉⲩⲛⲁⲡⲓⲥⲧⲉⲩⲉ ⲉⲡⲉⲧⲉ ⲙⲡⲟⲩⲥⲱⲧⲙ ⲉⲣⲟϥ ⲛⲁϣ ⲇⲉ ⲛϩⲉ ⲉⲩⲛⲁⲥⲱⲧⲙ ⲛⲟⲩⲉϣ ⲙⲡⲉⲧⲧⲁϣⲉⲟⲓϣ
ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?
15 ⲓ̅ⲉ̅ ⲛⲁϣ ⲇⲉ ⲛϩⲉ ⲉⲩⲛⲁⲧⲁϣⲉⲟⲉⲓϣ ⲉⲩⲧⲙϫⲟⲟⲩⲥⲉ ⲕⲁⲧⲁ ⲑⲉ ⲉⲧⲥⲏϩ ϫⲉ ⲉϣϫⲉ ⲛⲉⲥⲉⲛⲟⲩⲉⲣⲏⲧⲉ ⲛⲛⲉⲧⲉⲩⲁⲅⲅⲉⲗⲓⲍⲉ ⲛⲙ ⲡⲉⲧⲛⲁⲛⲟⲩϥ
ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, “ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।”
16 ⲓ̅ⲋ̅ ⲁⲗⲗⲁ ⲙⲡⲟⲩⲥⲱⲧⲙ ⲧⲏⲣⲟⲩ ⲛⲥⲁ ⲡⲉⲩⲁⲅⲅⲉⲗⲓⲟⲛ ϣⲁⲣⲉ ⲏⲥⲁⲓⲁⲥ ⲅⲁⲣ ϫⲟⲟⲥ ϫⲉ ⲡϫⲟⲉⲓⲥ ⲛⲓⲙ ⲡⲉⲛⲧⲁϥⲡⲓⲥⲧⲉⲩⲉ ⲉⲡⲉⲛϩⲣⲟⲟⲩ
କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ। କାରଣ ଯିଶାଇୟ କହନ୍ତି, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି?”
17 ⲓ̅ⲍ̅ ⲁⲣⲁ ϭⲉ ⲧⲡⲓⲥⲧⲓⲥ ⲟⲩⲉⲃⲟⲗ ϩⲙ ⲡⲥⲱⲧⲙ ⲧⲉ ⲡⲥⲱⲧⲙ ⲇⲉ ϩⲓⲧⲙ ⲡϣⲁϫⲉ ⲙⲡⲉⲭⲥ
ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ।
18 ⲓ̅ⲏ̅ ⲁⲗⲗⲁ ⲧⲁϫⲟⲟⲥ ϫⲉ ⲉⲧⲉⲙⲡⲟⲩⲥⲱⲧⲙ ⲉϣⲱⲡⲉ ϭⲉ ⲁⲡⲉⲩϩⲣⲟⲟⲩ ⲉⲓ ⲉⲃⲟⲗ ⲉⲡⲕⲁϩ ⲧⲏⲣϥ ⲁⲩⲱ ⲁⲛⲉⲩϣⲁϫⲉ ⲡⲱϩ ϣⲁ ⲁⲣⲏϫⲥ ⲛⲧⲟⲓⲕⲟⲩⲙⲉⲛⲏ
କିନ୍ତୁ ମୁଁ କହେ, “ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।”
19 ⲓ̅ⲑ̅ ⲁⲗⲗⲁ ⲧⲁϫⲟⲟⲥ ϫⲉ ⲉⲧⲉ ⲙⲡⲉ ⲡⲓⲥⲣⲁⲏⲗ ⲉⲓⲙⲉ ϣⲁⲣⲉ ⲙⲱⲩⲥⲏⲥ ϫⲟⲟⲥ ϫⲓⲛ ⲛϣⲟⲣⲡ ϫⲉ ⲁⲛⲟⲕ ϯⲛⲁϯⲕⲱϩ ⲛⲏⲧⲛ ⲉϫⲙ ⲡⲉⲧⲉⲛⲟⲩϩⲉⲑⲛⲟⲥ ⲁⲛ ⲡⲉ ϯⲛⲁϯⲛⲟⲩϭⲥ ⲛⲏⲧⲛ ⲉϫⲛ ⲟⲩϩⲉⲑⲛⲟⲥ ⲛⲁⲑⲏⲧ
କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, “ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା।”
20 ⲕ̅ ϣⲁⲣⲉ ⲏⲥⲁⲓⲁⲥ ⲇⲉ ⲧⲟⲗⲙⲁ ⲛϥϫⲟⲟⲥ ϫⲉ ⲁⲩϩⲉ ⲉⲣⲟⲓ ϩⲛ ⲛⲉⲧⲉⲛⲥⲉϣⲓⲛⲉ ⲛⲥⲱⲓ ⲁⲛ ⲁⲓⲟⲩⲱⲛϩ ⲉⲃⲟⲗ ⲛⲛⲉⲧⲉⲛⲥⲉϫⲛⲟⲩ ⲙⲙⲟⲓ ⲁⲛ
ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।”
21 ⲕ̅ⲁ̅ ϣⲁϥϫⲟⲟⲥ ⲇⲉ ⲉⲡⲓⲥⲣⲁⲏⲗ ϫⲉ ⲁⲓⲡⲣϣ ⲛⲁϭⲓϫ ⲉⲃⲟⲗ ⲙⲡⲉϩⲟⲟⲩ ⲧⲏⲣϥ ⲉⲩⲗⲁⲟⲥ ⲛⲁⲧⲛⲁϩⲧⲉ ⲁⲩⲱ ⲉϥⲟⲩⲱϩⲙ
କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, “ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ।”

< ⲚⲒⲢⲰⳘⲈⲞⲤ 10 >