< ⲪⲒⲖⲎⳘⲞⲚ 1 >

1 ⲁ̅ ⲡⲁⲩⲗⲟⲥ ⲡⲉⲧⲙⲏⲣ ⲛⲧⲉ ⲡⲉⲭⲥ ⲓⲏⲥ ⲙⲛ ⲧⲓⲙⲟⲑⲉⲟⲥ ⲡⲥⲟⲛ ⲉⲩⲥϩⲁⲓ ⲙⲫⲓⲗⲏⲙⲱⲛ ⲡⲙⲉⲣⲓⲧ ⲁⲩⲱ ⲡⲉⲛϣⲃⲣⲣϩⲱⲃ
ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଏବଂ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନଙ୍କୁ,
2 ⲃ̅ ⲙⲛ ⲁⲙⲫⲓⲁ ⲧⲙⲉⲣⲓⲧ ⲙⲛ ⲁⲣⲭⲓⲡⲡⲟⲥ ⲡⲉⲛϣⲃⲣⲙⲁⲧⲟⲓ ⲙⲛ ⲧⲥⲟⲟⲩϩⲥ ⲉⲧϩⲙ ⲡⲉⲕⲏⲓ
ପୁଣି, ଭଉଣୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ-ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ;
3 ⲅ̅ ⲧⲉⲭⲁⲣⲓⲥ ⲛⲏⲧⲛ ⲙⲛ ϯⲣⲏⲛⲏ ⲉⲃⲟⲗ ϩⲓⲧⲙ ⲡⲛⲟⲩⲧⲉ ⲡⲉⲛⲉⲓⲱⲧ ⲙⲛ ⲡϫⲟⲉⲓⲥ ⲓⲏⲥ ⲡⲉⲭⲥ
ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
4 ⲇ̅ ϯϣⲡϩⲙⲟⲧ ⲛⲧⲙ ⲡⲁⲛⲟⲩⲧⲉ ⲛⲟⲩⲟⲓϣ ⲛⲓⲙ ⲉⲓⲉⲓⲣⲉ ⲙⲡⲉⲕⲙⲉⲉⲩⲉ ϩⲛ ⲛⲁϣⲗⲏⲗ
ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି
5 ⲉ̅ ⲉⲓⲥⲱⲧⲙ ⲉⲧⲉⲕⲡⲓⲥⲧⲓⲥ ⲙⲛ ⲧⲉⲕⲁⲅⲁⲡⲏ ⲉⲧⲉⲩⲛⲧⲁⲕⲥ ⲉϩⲟⲩⲛ ⲉⲡϫⲟⲉⲓⲥ ⲓⲏⲥ ⲁⲩⲱ ⲉⲑⲟⲩⲛ ⲉⲛⲉⲧⲟⲩⲁⲁⲃ ⲧⲏⲣⲟⲩ
ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,
6 ⲋ̅ ϫⲉ ⲉⲣⲉⲧⲕⲟⲓⲛⲱⲛⲓⲁ ⲛⲧⲉⲕⲡⲓⲥⲧⲓⲥ ϣⲱⲡⲉ ⲉⲥⲉⲛⲉⲣⲅⲓ ϩⲙ ⲡⲥⲟⲟⲩⲛ ⲙⲡⲉⲧⲛⲁⲛⲟⲩϥ ⲛⲓⲙ ⲉⲧⲛϩⲏⲧ ⲧⲏⲩⲧⲛ ⲉϩⲟⲩⲛ ⲉⲡⲉⲭⲥ
ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦିଆଯାଇଥିବା ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ।
7 ⲍ̅ ⲁⲓⲣⲟⲩⲛⲟϭ ⲅⲁⲣ ⲛⲣⲁϣⲉ ⲙⲛ ⲟⲩⲥⲟⲗⲥⲗ ⲉϩⲣⲁⲓ ⲉϫⲛ ⲧⲉⲕⲁⲅⲁⲡⲏ ϫⲉ ⲁⲛⲉⲥⲡⲗⲁⲅⲭⲛⲟⲛ ⲛⲛⲉⲧⲟⲩⲁⲁⲃ ⲙⲧⲟⲛ ⲙⲙⲟⲟⲩ ⲉⲃⲟⲗ ϩⲓ ⲧⲟⲟⲧⲕ ⲡⲥⲟⲛ
କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।
8 ⲏ̅ ⲉⲧⲃⲉ ⲡⲁⲓ ⲉⲩⲛⲧⲁⲓ ⲙⲙⲁⲩ ⲛⲟⲩⲛⲟϭ ⲙⲡⲁⲣϩⲏⲥⲓⲁ ϩⲙ ⲡⲉⲭⲥ ⲉⲟⲩⲉϩⲥⲁϩⲛⲉ ⲛⲁⲕ ⲙⲡⲉⲧⲉϣϣⲉ
ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି,
9 ⲑ̅ ⲉⲧⲃⲉ ⲧⲁⲅⲁⲡⲏ ⲛϩⲟⲩⲟ ⲉⲓⲡⲁⲣⲁⲕⲁⲗⲉⲓ ⲉⲓⲟ ⲛⲧⲉⲉⲓⲙⲓⲛⲉ ϩⲱⲥ ⲡⲁⲩⲗⲟⲥ ⲡⲛⲟϭ ⲉⲣⲟⲕ ⲧⲉⲛⲟⲩ ⲇⲉ ⲟⲛ ⲉⲓⲙⲏⲣ ϩⲙ ⲡⲉⲭⲥ ⲓⲏⲥ
ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
10 ⲓ̅ ϯⲡⲁⲣⲁⲕⲁⲗⲉⲓ ⲙⲙⲟⲕ ϩⲁ ⲡⲁϣⲏⲣⲉ ⲡⲁⲓ ⲉⲛⲧⲁⲓϫⲡⲟϥ ϩⲛ ⲛⲁⲙⲣⲣⲉ ⲟⲛⲏⲥⲓⲙⲟⲥ
ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ଆତ୍ମିକ ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି:
11 ⲓ̅ⲁ̅ ⲡⲁⲓ ⲉⲧⲟ ⲛⲁⲕ ⲛⲁⲧϣⲁⲩ ⲙⲡⲓⲟⲩⲟⲉⲓϣ ⲧⲉⲛⲟⲩ ⲇⲉ ⲉϥⲟ ⲛⲁⲕ ⲁⲩⲱ ⲛⲁⲓ ⲛϣⲁⲩ ⲁⲓⲧⲛⲛⲟⲟⲩϥ ϣⲁⲣⲟⲕ
ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି,
12 ⲓ̅ⲃ̅ ⲛⲧⲟⲕ ⲇⲉ ϣⲟⲡϥ ⲉⲣⲟⲕ ⲉⲧⲉ ⲡⲁⲓ ⲡⲉ ⲛⲁⲥⲡⲗⲁⲅⲭⲛⲟⲛ
ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି।
13 ⲓ̅ⲅ̅ ⲡⲁⲓ ⲉⲛⲉⲓⲟⲩⲱϣ ⲉⲁⲙⲁϩⲧⲉ ⲙⲙⲟϥ ϩⲁⲧⲏⲓ ϫⲉⲕⲁⲥ ⲉϥⲉϣⲙϣⲉ ⲛⲁⲓ ⲉⲡⲉⲕⲙⲁ ϩⲛ ⲙⲙⲣⲣⲉ ⲙⲡⲉⲩⲁⲅⲅⲉⲗⲓⲟⲛ
ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା,
14 ⲓ̅ⲇ̅ ⲙⲡⲓⲟⲩⲱϣ ⲇⲉ ⲉⲣ ⲗⲁⲁⲩ ⲁϫⲛ ⲧⲉⲕⲅⲛⲱⲙⲏ ϫⲉ ⲛⲛⲉ ⲡⲉⲕⲁⲅⲁⲑⲟⲛ ϣⲱⲡⲉ ⲕⲁⲧⲁ ⲟⲩϩⲧⲟⲣ ⲁⲗⲗⲁ ⲉϩⲛⲁⲕ
କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲା ପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ।
15 ⲓ̅ⲉ̅ ⲙⲉϣⲁⲕ ⲅⲁⲣ ⲛⲧⲁϥⲟⲩⲉ ⲙⲙⲟⲕ ⲉⲧⲃⲉ ⲡⲁⲓ ⲡⲣⲟⲥⲟⲩⲟⲩⲛⲟⲩ ϫⲉ ⲉⲕⲉϫⲓⲧϥ ϣⲁ ⲉⲛⲉϩ (aiōnios g166)
କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍‍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; (aiōnios g166)
16 ⲓ̅ⲋ̅ ϩⲱⲥ ϩⲙϩⲁⲗ ⲁⲛ ϭⲉ ⲁⲗⲗⲁ ⲡⲉⲧⲛⲁⲁⲁϥ ⲉϩⲙϩⲁⲗ ⲟⲩⲥⲟⲛ ⲙⲙⲉⲣⲓⲧ ⲛⲁⲓ ⲛϩⲟⲩⲟ ⲉⲓⲉ ⲟⲩⲏⲣ ϭⲉ ⲛⲁⲕ ϩⲛ ⲧⲥⲁⲣⲝ ⲁⲩⲱ ϩⲙ ⲡϫⲟⲉⲓⲥ
ବିଶେଷ ଭାବରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ।
17 ⲓ̅ⲍ̅ ⲉϣⲱⲡⲉ ϭⲉ ϯϣⲟⲟⲡ ⲛⲁⲕ ⲛⲕⲟⲓⲛⲱⲛⲟⲥ ϣⲟⲡϥ ⲉⲣⲟⲕ ⲛⲧⲁϩⲉ
ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର।
18 ⲓ̅ⲏ̅ ⲉϣϫⲉ ⲁϥϫⲓⲧⲕ ⲇⲉ ⲛϭⲟⲛⲥ ⲛⲟⲩϩⲱⲃ ⲏ ⲟⲩⲛⲧⲁⲕ ⲉⲣⲟϥ ⲡⲁⲓ ⲟⲡϥ ⲉⲣⲟⲓ
ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ;
19 ⲓ̅ⲑ̅ ⲁⲛⲟⲕ ⲡⲁⲩⲗⲟⲥ ⲁⲓⲥϩⲁⲓ ⲛⲧⲁϭⲓϫ ⲁⲛⲟⲕ ⲡⲉⲧⲛⲁⲧⲟⲩⲉⲓⲟ ⲛⲁⲕ ϫⲉⲕⲁⲥ ⲉⲛⲛⲁϫⲟⲟⲥ ϫⲉ ⲉⲕⲛⲧⲟⲟⲧ ϩⲱⲱⲕ ⲛϩⲙⲟⲧ
ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ।
20 ⲕ̅ ⲁⲓⲟ ⲡⲥⲟⲛ ⲉⲓⲉⲙⲧⲟⲛ ⲛϩⲏⲧ ϩⲁⲣⲟⲕ ϩⲙ ⲡϫⲟⲉⲓⲥ ϯⲙⲧⲟⲛ ⲛⲛⲁⲥⲡⲗⲁⲅⲭⲛⲟⲛ ϩⲙ ⲡⲉⲭⲥ
ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ।
21 ⲕ̅ⲁ̅ ⲉⲓⲕⲱ ⲛϩⲧⲏⲓ ⲉⲧⲉⲕⲙⲛⲧⲥⲧⲙⲏⲧ ⲁⲓⲥϩⲁⲓ ⲛⲁⲕ ⲉⲓⲥⲟⲟⲩⲛ ϫⲉ ⲕⲛⲁⲣϩⲟⲩⲟ ⲉⲡⲉϯϫⲱ ⲙⲙⲟϥ
ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼ ଠାରୁ ଅଧିକ ମଧ୍ୟ କରିବ।
22 ⲕ̅ⲃ̅ ϩⲁⲙⲁ ⲇⲉ ⲛⲅⲥⲟⲃⲧⲉ ⲛⲁⲓ ⲛⲟⲩⲙⲁ ⲛϣⲱⲡⲉ ϯϩⲉⲗⲡⲓⲍⲉ ⲅⲁⲣ ϫⲉ ⲥⲉⲛⲁⲧⲁⲁⲧ ⲛⲏⲧⲛ ⲛϩⲙⲟⲧ ϩⲓⲧⲛ ⲛⲉⲧⲛϣⲗⲏⲗ
ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।
23 ⲕ̅ⲅ̅ ⲉⲡⲁⲫⲣⲁ ϣⲓⲛⲉ ⲉⲣⲟⲕ ⲡⲁϣⲃⲣⲁⲓⲭⲙⲁⲗⲱⲧⲟⲥ ϩⲙ ⲡⲉⲭⲥ ⲓⲏⲥ
ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା
24 ⲕ̅ⲇ̅ ⲙⲛ ⲙⲁⲣⲕⲟⲥ ⲁⲩⲱ ⲁⲣⲓⲥⲧⲁⲣⲭⲟⲥ ⲙⲛ ⲇⲏⲙⲁⲥ ⲙⲛ ⲗⲟⲩⲕⲁⲥ ⲛⲁϣⲃⲣⲣϩⲱⲃ
ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
25 ⲕ̅ⲉ̅ ⲧⲉⲭⲁⲣⲓⲥ ⲙⲡⲉⲛϫⲟⲉⲓⲥ ⲓⲏⲥ ⲡⲉⲭⲥ ⲙⲛ ⲡⲉⲧⲛⲡⲛⲁ
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍।

< ⲪⲒⲖⲎⳘⲞⲚ 1 >