< ⲚⲒⲠⲢⲀⲜⲒⲤ 18 >

1 ⲁ̅ ⲙⲛⲛⲥⲁ ⲛⲁⲓ ⲁϥⲉⲓ ⲉⲃⲟⲗ ϩⲛ ⲁⲑⲏⲛⲁⲓⲥ ⲁϥⲃⲱⲕ ⲉⲕⲟⲣⲓⲛⲑⲟⲥ
ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ।
2 ⲃ̅ ⲁⲩⲱ ⲁϥϩⲉ ⲉⲩⲓⲟⲩⲇⲁⲓ ⲉⲡⲉϥⲣⲁⲛ ⲡⲉ ⲁⲕⲩⲗⲁⲥ ⲟⲩⲡⲟⲛⲧⲓⲕⲟⲥ ϩⲙ ⲡⲉϥⲅⲉⲛⲟⲥ ⲉⲁϥⲉⲓ ϩⲛ ⲛⲉϩⲟⲟⲩ ⲉⲧⲙⲙⲁⲩ ⲉⲃⲟⲗ ϩⲛ ⲑⲓⲧⲁⲗⲓⲁ ⲙⲛ ⲡⲣⲓⲥⲕⲓⲗⲗⲁ ⲧⲉϥⲥϩⲓⲙⲉ ⲉⲃⲟⲗ ϫⲉ ⲁⲕⲗⲁⲩⲇⲓⲟⲥ ⲟⲩⲉϩⲥⲁϩⲛⲉ ⲉⲧⲣⲉⲛⲓⲟⲩⲇⲁⲓ ⲧⲏⲣⲟⲩ ⲃⲱⲕ ⲉⲃⲟⲗ ϩⲛ ϩⲣⲱⲙⲏ ⲁϥϯ ⲡⲉϥⲟⲩⲟⲉⲓ ⲉⲣⲟⲟⲩ
ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ,
3 ⲅ̅ ⲁⲩⲱ ⲁϥϭⲱ ϩⲁⲧⲏⲩ ⲁϥⲣϩⲱⲃ ϫⲉ ⲛⲉⲧⲉϥⲉⲓⲟⲡⲉ ⲅⲁⲣ ⲧⲱⲟⲩ ⲧⲉ ⲛⲉⲧⲉⲩⲧⲉⲭⲛⲏ ⲅⲁⲣ ⲡⲉⲣⲉϥⲧⲁⲙⲓⲉ ⲥⲕⲩⲛⲏ
ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ।
4 ⲇ̅ ⲁⲩⲱ ⲛⲉϥϣⲁϫⲉ ⲉⲣⲟⲟⲩ ⲡⲉ ϩⲛ ⲧⲥⲩⲛⲁⲅⲱⲅⲏ ⲕⲁⲧⲁ ⲥⲁⲃⲃⲁⲧⲟⲛ ⲛⲓⲙ ⲉϥⲡⲓⲑⲉ ⲛⲛⲓⲟⲩⲇⲁⲓ ⲙⲛ ⲛϩⲉⲗⲗⲏⲛ
ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍‍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
5 ⲉ̅ ⲛⲧⲉⲣⲉⲥⲓⲗⲁⲥ ⲇⲉ ⲉⲓ ⲙⲛ ⲧⲓⲙⲟⲑⲉⲟⲥ ⲉⲃⲟⲗ ϩⲛ ⲧⲙⲁⲕⲉⲇⲟⲛⲓⲁ ⲛⲉⲣⲉⲡⲁⲩⲗⲟⲥ ⲙⲏⲛ ⲉⲃⲟⲗ ϩⲙ ⲡϣⲁϫⲉ ⲉϥⲣⲙⲛⲧⲣⲉ ⲛⲛⲓⲟⲩⲇⲁⲓ ϫⲉ ⲓⲥ ⲡⲉ ⲡⲉⲭⲥ
ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ।
6 ⲋ̅ ⲛⲧⲉⲣⲟⲩϯ ⲇⲉ ⲟⲩⲃⲏϥ ⲉⲩϫⲓⲟⲩⲁ ⲁϥⲛⲉϩ ⲛⲉϥϩⲟⲓⲧⲉ ⲉⲃⲟⲗ ⲉϥϫⲱ ⲙⲙⲟⲥ ϫⲉ ⲡⲉⲧⲛⲥⲛⲟϥ ⲉϩⲣⲁⲓ ⲉϫⲛⲧⲉⲧⲛⲁⲡⲉ ϯⲟⲩⲁⲁⲃ ⲁⲛⲟⲕ ϫⲓⲛ ⲧⲉⲛⲟⲩ ⲉⲓⲛⲁⲃⲱⲕ ⲉϩⲣⲁⲓ ⲉⲛϩⲉⲑⲛⲟⲥ
କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି।
7 ⲍ̅ ⲁϥⲡⲱⲱⲛⲉ ⲇⲉ ⲉⲃⲟⲗ ϩⲙ ⲡⲙⲁ ⲉⲧⲙⲙⲁⲩ ⲁϥⲃⲱⲕ ⲉϩⲟⲩⲛ ⲉⲡⲏⲓ ⲛⲟⲩⲥⲟⲛ ⲉⲡⲉϥⲣⲁⲛ ⲡⲉ ⲧⲓⲧⲟⲥ ⲉϥϣⲙϣⲉ ⲙⲡⲛⲟⲩⲧⲉ ⲡⲁⲓ ⲉⲣⲉⲡⲉϥⲏⲓ ϩⲏⲛ ⲉϩⲟⲩⲛ ⲉⲧⲥⲩⲛⲁⲅⲱⲅⲏ
ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା।
8 ⲏ̅ ⲕⲣⲓⲥⲡⲟⲥ ⲇⲉ ⲡⲁⲣⲭⲏⲥⲩⲛⲁⲅⲱⲅⲟⲥ ⲁϥⲡⲓⲥⲧⲉⲩⲉ ⲉⲡϫⲟⲉⲓⲥ ⲙⲛ ⲡⲉϥⲏⲓ ⲧⲏⲣϥ ⲁⲩⲱ ϩⲁϩ ϩⲛ ⲛⲕⲟⲣⲓⲛⲑⲟⲥ ⲉⲩⲥⲱⲧⲙ ⲁⲩⲡⲓⲥⲧⲉⲩⲉ ⲁⲩⲱ ⲁⲩϫⲓ ⲃⲁⲡⲧⲓⲥⲙⲁ
କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ।
9 ⲑ̅ ⲡⲉϫⲉ ⲡϫⲟⲉⲓⲥ ⲇⲉ ⲙⲡⲁⲩⲗⲟⲥ ϩⲛ ⲟⲩϩⲟⲣⲟⲙⲁ ⲛⲧⲉⲩϣⲏ ϫⲉ ⲙⲡⲣⲣ ϩⲟⲧⲉ ⲁⲗⲗⲁ ϣⲁϫⲉ ⲁⲩⲱ ⲙⲡⲣⲕⲁⲣⲱⲕ
ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ,
10 ⲓ̅ ϫⲉ ⲁⲛⲟⲕ ϯϣⲟⲟⲡ ⲛⲙⲙⲁⲕ ⲁⲩⲱ ⲙⲛⲗⲁⲁⲩ ⲛⲁϣϭⲙϭⲟⲙ ⲉⲣⲡⲉⲑⲟⲟⲩ ⲛⲁⲕ ϫⲉ ⲟⲩⲛ ⲟⲩⲗⲁⲟⲥ ⲉⲛⲁϣⲱϥ ϣⲟⲟⲡ ⲛⲁⲓ ϩⲛ ⲧⲉⲓⲡⲟⲗⲓⲥ
କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।”
11 ⲓ̅ⲁ̅ ⲁϥϩⲙⲟⲟⲥ ⲇⲉ ⲙⲙⲁⲩ ⲛⲟⲩⲣⲟⲙⲡⲉ ⲙⲛ ⲥⲟⲟⲩ ⲛⲉⲃⲟⲧ ⲉϥϯ ⲥⲃⲱ ⲛϩⲏⲧⲟⲩ ⲙⲡϣⲁϫⲉ ⲙⲡⲛⲟⲩⲧⲉ
ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ।
12 ⲓ̅ⲃ̅ ⲅⲁⲗⲗⲓⲱⲛ ⲇⲉ ⲉϥⲟ ⲛⲁⲛⲑⲩⲡⲁⲧⲟⲥ ⲉϫⲛ ⲧⲁⲭⲁⲓⲁ ⲁⲛⲓⲟⲩⲇⲁⲓ ⲧⲱⲟⲩⲛ ϩⲓ ⲟⲩⲥⲟⲡ ⲉϫⲙ ⲡⲁⲩⲗⲟⲥⲁⲩⲛ ⲛⲉⲩϭⲓϫ ⲉϩⲣⲁⲓ ⲉϫⲱϥ ⲁⲩϫⲓⲧϥ ⲉⲡⲃⲏⲙⲁ
କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ,
13 ⲓ̅ⲅ̅ ⲉⲩϫⲱ ⲙⲙⲟⲥ ϫⲉ ⲡⲁⲣⲁ ⲡⲛⲟⲙⲟⲥ ⲡⲁⲓ ⲡⲓⲑⲉ ⲛⲛⲣⲱⲙⲉ ⲉϣⲙϣⲉ ⲙⲡⲛⲟⲩⲧⲉ
ଏହି ଲୋକଟା ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ବରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ।
14 ⲓ̅ⲇ̅ ⲛⲧⲉⲣⲉⲡⲁⲩⲗⲟⲥ ⲇⲉ ⲉⲓ ⲉϥⲛⲁⲟⲩⲱⲛ ⲛⲣⲱϥ ⲡⲉϫⲉ ⲅⲁⲗⲗⲓⲱⲛ ⲛⲛⲓⲟⲩⲇⲁⲓ ϫⲉ ⲉⲛⲉ ⲟⲩϫⲓ ⲛϭⲟⲛⲥ ⲏ ⲟⲩϩⲱⲃ ⲉϥϩⲟⲟⲩ ⲡⲉⲛⲧⲁϥϣⲱⲡⲉ ⲱ ⲛⲓⲟⲩⲇⲁⲓ ⲛⲉⲓⲛⲁⲁⲛⲉⲭⲉ ⲡⲉ ⲙⲙⲱⲧⲛ ⲉⲩⲗⲟⲅⲱⲥ
କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲିୟୋନ୍ ଯିହୁଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାଆନ୍ତା, ତେବେ, ହେ ଯିହୁଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାଆନ୍ତା,
15 ⲓ̅ⲉ̅ ⲧⲉⲛⲟⲩ ϭⲉ ⲉϣϫⲉ ϩⲉⲛⲍⲏⲧⲏⲙⲁ ⲛⲉ ⲉⲧⲃⲉ ⲟⲩϣⲁϫⲉ ⲏ ϩⲉⲛⲣⲁⲛ ⲉⲧⲃⲉ ⲡⲉⲧⲛⲛⲟⲙⲟⲥ ⲧⲉⲧⲛⲣⲱϣⲉ ⲛⲧⲱⲧⲛ ⲁⲛⲟⲕ ⲅⲁⲣ ⲛϯⲟⲩⲱϣ ⲁⲛ ⲉϯ ϩⲁⲡ ⲉϩⲱⲃ ⲛⲧⲉⲓⲙⲓⲛⲉ
ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ।
16 ⲓ̅ⲋ̅ ⲁⲩⲱ ⲁϥⲛⲟϫⲟⲩ ⲉⲃⲟⲗ ϩⲙ ⲡⲃⲏⲙⲁ
ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ।
17 ⲓ̅ⲍ̅ ⲁⲛϩⲗⲗⲏⲛ ⲇⲉ ⲧⲏⲣⲟⲩ ⲁⲙⲁϩⲧⲉ ⲛⲥⲱⲥⲑⲉⲛⲏⲥ ⲡⲁⲣⲭⲏⲥⲩⲛⲁⲅⲱⲅⲟⲥ ⲁⲩϩⲓⲟⲩⲉ ⲉⲣⲟϥ ⲙⲡⲉⲙⲧⲟ ⲉⲃⲟⲗ ⲙⲡⲃⲏⲙⲁ ⲁⲩⲱ ⲙⲡⲉⲅⲁⲗⲗⲓⲱⲛ ⲡⲣⲟⲥⲉⲭⲉ ⲉⲣⲟⲟⲩ
ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ।
18 ⲓ̅ⲏ̅ ⲡⲁⲩⲗⲟⲥ ⲇⲉ ⲟⲛ ⲁϥϭⲱ ⲛϩⲉⲛⲕⲉⲙⲏⲏϣⲉ ⲛϩⲟⲟⲩ ϩⲁⲧⲛ ⲛⲉⲥⲛⲏⲩ ⲙⲛⲛⲥⲁ ⲛⲁⲓ ⲁϥⲁⲡⲟⲧⲁⲥⲥⲉ ⲛⲁⲩ ⲁϥⲥϭⲏⲣ ⲉⲧⲥⲩⲣⲓⲁ ⲙⲛ ⲡⲣⲓⲥⲕⲓⲗⲗⲁ ⲁⲩⲱ ⲁⲕⲩⲗⲁⲥ ⲁϥϩⲉⲕⲉ ⲧⲉϥⲁⲡⲉ ϩⲛ ⲕⲉⲛⲭⲣⲁⲓⲁⲓⲥ ⲛⲉⲩⲛⲧⲁϥ ⲅⲁⲣ ⲙⲙⲁⲩ ⲛⲟⲩⲉⲣⲏⲧ
ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟା ଅଞ୍ଚଳକୁ ଯାତ୍ରା କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟା ସହରରେ ଆପଣା ମସ୍ତକ ମୁଣ୍ଡନ କରାଇଲେ।
19 ⲓ̅ⲑ̅ ⲛⲧⲉⲣⲟⲩⲡⲱϩ ⲇⲉ ⲉⲉⲫⲉⲥⲟⲥ ⲙⲡⲥⲁⲃⲃⲁⲧⲟⲛ ⲉⲧⲛⲏⲩ ⲁⲡⲁⲩⲗⲟⲥ ⲃⲱⲕ ⲉϩⲟⲩⲛ ⲉⲧⲥⲩⲛⲁⲅⲱⲅⲏ ⲁϥϣⲁϫⲉ ⲙⲛ ⲛⲓⲟⲩⲇⲁⲓ
ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ।
20 ⲕ̅ ⲛⲧⲉⲣⲟⲩⲥⲉⲡⲥⲱⲡϥ ⲇⲉ ⲉⲣⲟⲩⲛⲟϭ ⲛⲟⲩⲟⲉⲓϣ ⲙⲙⲁⲩ ⲙⲡϥϭⲱ
ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ,
21 ⲕ̅ⲁ̅ ⲁⲗⲗⲁ ⲁϥⲕⲁ ⲛⲏ ⲙⲡⲙⲁ ⲉⲧⲙⲙⲁⲩ ⲁϥⲁⲡⲟⲧⲁⲥⲥⲉ ⲛⲁⲩ ⲉϥϫⲱ ⲙⲙⲟⲥ ϫⲉ ϯⲛⲁⲕⲧⲟⲓ ⲟⲛϣⲁⲣⲱⲧⲛ ⲉϣⲱⲡⲉ ⲡⲟⲩⲱϣ ⲙⲡⲛⲟⲩⲧⲉ ⲡⲉ ⲁϥⲃⲱⲕ ⲉⲃⲟⲗ ϩⲛ ⲧⲉⲫⲉⲥⲟⲥ
ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ।
22 ⲕ̅ⲃ̅ ⲁϥⲥϭⲏⲣ ⲉϩⲣⲁⲓ ⲉⲕⲁⲓⲥⲁⲣⲓⲁ ⲁⲩⲱ ⲛⲧⲉⲣⲉϥⲃⲱⲕ ⲉϩⲣⲁⲓ ⲁϥⲁⲥⲡⲁⲍⲉ ⲛⲧⲉⲕⲕⲗⲏⲥⲓⲁ ⲁϥⲉⲓ ⲉⲡⲉⲥⲏⲧ ⲉⲧⲁⲛⲧⲓⲟⲭⲓⲁ
କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ।
23 ⲕ̅ⲅ̅ ⲛⲧⲉⲣⲉϥⲣ ⲟⲩⲟⲉⲓϣ ⲇⲉ ⲙⲙⲁⲩ ⲁϥⲉⲓ ⲉⲃⲟⲗ ⲉϥⲙⲟⲩϣⲧ ⲛⲧⲉⲭⲱⲣⲁ ⲛⲧⲅⲁⲗⲁⲧⲓⲁ ⲙⲛ ⲧⲉⲫⲣⲩⲅⲓⲁ ⲉϥⲧⲁϫⲣⲟ ⲛⲙⲙⲁⲑⲏⲧⲏⲥ ⲧⲏⲣⲟⲩ
ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳଗୁଡ଼ିକ ଦେଇ ଯାତ୍ରା କରୁ କରୁ ଶିଷ୍ୟ ସମସ୍ତଙ୍କୁ ସୁସ୍ଥିର କରୁଥିଲେ।
24 ⲕ̅ⲇ̅ ⲟⲩⲓⲟⲩⲇⲁⲓ ⲇⲉ ⲉⲡⲉϥⲣⲁⲛ ⲡⲉ ⲁⲡⲟⲗⲗⲱ ⲁϥⲉⲓ ⲉⲧⲉⲫⲉⲥⲟⲥ ⲟⲩⲁⲗⲉⲝⲁⲛⲇⲣⲉⲩⲥ ϩⲙ ⲡⲉϥⲅⲉⲛⲟⲥ ⲟⲩⲣⲱⲙⲉ ⲉⲩⲛⲧϥ ⲡϣⲁϫⲉ ⲉⲩⲛϭⲟⲙ ⲙⲙⲟϥ ϩⲛ ⲛⲉⲅⲣⲁⲫⲏ
ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକଜାଣ୍ଡ୍ରୀୟ ସହରରେ ଥିଲା; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ।
25 ⲕ̅ⲉ̅ ⲡⲁⲓ ⲇⲉ ⲛⲉⲁⲩⲕⲁⲑⲏⲕⲉⲓ ⲙⲙⲟϥ ⲡⲉ ϩⲛ ⲧⲉϩⲓⲏ ⲙⲡϫⲟⲉⲓⲥ ⲁⲩⲱ ⲉϥⲃⲣⲃⲣ ϩⲙ ⲡⲉⲡⲛⲁ ⲛⲉϥϣⲁϫⲉ ⲁⲩⲱ ⲛⲉϥϯ ⲥⲃⲱ ϩⲛ ⲟⲩⲱⲣϫ ⲉⲧⲃⲉ ⲓⲥ ⲉϥⲥⲟⲟⲩⲛ ⲙⲙⲁⲧⲉ ⲙⲡⲃⲁⲡⲧⲓⲥⲙⲁ ⲛⲓⲱϩⲁⲛⲛⲏⲥ
ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ;
26 ⲕ̅ⲋ̅ ⲡⲁⲓ ⲁϥⲁⲣⲭⲉⲓ ⲙⲡⲁⲣⲣⲏⲥⲓⲁⲍⲉ ⲙⲙⲟϥ ϩⲛ ⲧⲥⲩⲛⲁⲅⲱⲅⲏ ⲛⲧⲉⲣⲟⲩⲥⲱⲧⲙ ⲇⲉ ⲉⲣⲟϥⲛϭⲓ ⲁⲕⲩⲗⲁⲥ ⲙⲛ ⲡⲣⲓⲥⲕⲓⲗⲗⲁ ⲁⲩϣⲟⲡϥ ⲉⲣⲟⲟⲩ ⲁⲩⲱ ⲁⲩⲧⲁⲙⲟϥ ϩⲛ ⲟⲩⲱⲣϫ ⲉⲧⲉϩⲓⲏ ⲙⲡⲛⲟⲩⲧⲉ
ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ।
27 ⲕ̅ⲍ̅ ⲁⲛⲉⲥⲛⲏⲩ ⲇⲉ ⲡⲣⲟⲧⲣⲉⲡⲉ ⲙⲙⲟϥ ⲉϩⲛⲁϥ ⲉⲃⲱⲕ ⲉⲧⲁⲭⲁⲓⲁ ⲁⲩⲱ ⲁⲩⲥϩⲁⲓ ⲛⲛⲉⲥⲛⲏⲩ ⲉϣⲟⲡϥⲉⲣⲟⲟⲩ ⲛⲧⲉⲣⲉϥⲉⲓ ⲇⲉ ⲉⲙⲁⲩ ⲁϥⲧⲁⲁϥ ⲉⲡⲉϩⲟⲩⲟ ⲛⲛⲉⲛⲧⲁⲩⲡⲓⲥⲧⲉⲩⲉ ϩⲛ ⲧⲉⲭⲁⲣⲓⲥ
ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ। ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ବରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ,
28 ⲕ̅ⲏ̅ ⲛⲉϥϫⲡⲓⲟ ⲅⲁⲣ ⲛⲛⲓⲟⲩⲇⲁⲓ ⲉⲙⲁⲧⲉ ϩⲛ ⲟⲩⲡⲁⲣⲣⲏⲥⲓⲁ ⲉϥⲧⲁⲙⲟ ⲙⲙⲟⲟⲩ ⲉⲃⲟⲗ ϩⲛ ⲛⲉⲅⲣⲁⲫⲏ ϫⲉ ⲓⲥ ⲡⲉ ⲡⲉⲭⲥ
କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୁଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ।

< ⲚⲒⲠⲢⲀⲜⲒⲤ 18 >