< ⲚⲒⲠⲢⲀⲜⲒⲤ 14 >

1 ⲁ̅ ⲁⲥϣⲱⲡⲉ ⲇⲉ ⲟⲛ ⲕⲁⲧⲁ ⲡⲉⲩⲥⲱⲛⲧ ⲉⲧⲣⲉⲩⲃⲱⲕ ⲉϩⲟⲩⲛ ⲉⲧⲥⲩⲛⲁⲅⲱⲅⲏ ⲛⲛⲓⲟⲩⲇⲁⲓ ⲛⲥⲉϣⲁϫⲉ ⲛⲧⲉⲓϩⲉ ϩⲱⲥⲧⲉ ⲛⲧⲉⲟⲩⲙⲏⲏϣⲉ ⲉⲛⲁϣⲱϥ ⲡⲓⲥⲧⲉⲩⲉ ⲉⲃⲟⲗ ϩⲛ ⲛⲓⲟⲩⲇⲁⲓ ⲙⲛ ⲛϩⲉⲗⲗⲏⲛ
ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ପାଉଲ ଓ ବର୍ଣ୍ଣବ୍ବା ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ।
2 ⲃ̅ ⲛⲓⲟⲩⲇⲁⲓ ⲇⲉ ⲛⲧⲟⲟⲩ ⲉⲧⲉⲙⲡⲟⲩⲛⲁϩⲧⲉ ⲁⲩⲧⲱⲟⲩⲛ ⲁⲩⲙⲉⲕϩ ⲛⲉⲯⲩⲭⲏ ⲛⲛϩⲉⲑⲛⲟⲥ ⲉϩⲟⲩⲛ ⲉⲛⲉⲥⲛⲏⲩ
କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।
3 ⲅ̅ ⲁⲩⲣⲟⲩⲛⲟϭ ⲇⲉ ⲛⲟⲩⲟⲉⲓϣ ⲙⲙⲁⲩ ⲉⲩⲡⲁⲣⲣⲏⲥⲓⲁⲍⲉ ⲙⲙⲟⲟⲩ ⲉϩⲣⲁⲓ ⲉϫⲙ ⲡϫⲟⲉⲓⲥ ⲡⲁⲓ ⲉⲧⲣⲙⲛⲧⲣⲉ ⲙⲡϣⲁϫⲉ ⲛⲧⲉϥⲭⲁⲣⲓⲥ ⲉⲧϯ ⲛϩⲉⲛⲙⲁⲉⲓⲛ ⲙⲛ ϩⲉⲛϣⲡⲏⲣⲉ ⲉⲧⲣⲉⲩϣⲱⲡⲉ ⲉⲃⲟⲗ ϩⲓⲧⲛ ⲧⲉⲩϭⲓϫ
ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ଵାରା ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ।
4 ⲇ̅ ⲁⲡⲙⲏⲏϣⲉ ⲇⲉ ⲛⲧⲡⲟⲗⲓⲥ ⲡⲱϣ ⲁⲩⲱ ϩⲟⲓⲛⲉ ⲙⲉⲛ ⲛⲉⲩϣⲟⲟⲡ ⲡⲉ ⲙⲛ ⲛⲓⲟⲩⲇⲁⲓ ϩⲉⲛⲕⲟⲟⲩⲉ ⲇⲉ ⲙⲛ ⲛⲁⲡⲟⲥⲧⲟⲗⲟⲥ
କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ।
5 ⲉ̅ ⲛⲧⲉⲣⲟⲩϯ ⲡⲉⲩⲟⲩⲟⲓ ⲇⲉ ⲛϭⲓ ⲛϩⲉⲑⲛⲟⲥ ⲙⲛ ⲛⲓⲟⲩⲇⲁⲓ ⲁⲩⲱ ⲛⲉⲩⲁⲣⲭⲱⲛ ⲉⲧⲣⲉⲩⲥⲟϣⲟⲩ ⲁⲩⲱ ⲛⲥⲉϩⲓⲱⲛⲉ ⲉⲣⲟⲟⲩ
ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,
6 ⲋ̅ ⲁⲩⲉⲓⲙⲉ ⲁⲩⲱ ⲁⲩⲡⲱⲧ ⲉϩⲣⲁⲓ ⲉⲙⲡⲟⲗⲓⲥ ⲛⲧⲗⲩⲕⲁⲟⲛⲓⲁ ⲗⲩⲥⲇⲣⲁ ⲙⲛ ⲧⲉⲣⲃⲏ ⲁⲩⲱ ⲧⲡⲉⲣⲓⲭⲱⲣⲟⲥ
ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,
7 ⲍ̅ ⲁⲩⲱ ⲛⲉⲩⲉⲩⲁⲅⲅⲉⲗⲓⲍⲉ ϩⲙ ⲡⲙⲁ ⲉⲧⲙⲙⲁⲩ
ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
8 ⲏ̅ ⲛⲉⲩⲛⲟⲩⲣⲱⲙⲉ ⲇⲉ ϩⲛ ⲗⲩⲥⲇⲣⲁ ⲛϭⲱⲃ ⲛⲛⲉϥⲟⲩⲉⲣⲏⲧⲉ ⲉϥϩⲙⲟⲟⲥ ⲉⲩϭⲁⲗⲉ ⲡⲉϫⲓⲛ ⲛϩⲏⲧⲥ ⲛⲧⲉϥⲙⲁⲁⲩ ⲙⲡϥⲙⲟⲟϣⲉ ⲉⲛⲉϩ
ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା।
9 ⲑ̅ ⲡⲁⲓ ⲛⲉϥⲥⲱⲧⲙ ⲡⲉ ⲉⲡⲁⲩⲗⲟⲥ ⲉϥϣⲁϫⲉ ⲛⲧⲟϥ ⲇⲉ ⲁϥⲉⲓⲱⲣⲙ ⲉϩⲟⲩⲛ ⲉϩⲣⲁϥ ⲁϥⲉⲓⲙⲉ ϫⲉ ⲟⲩⲛⲧϥ ⲡⲓⲥⲧⲓⲥ ⲙⲙⲁⲩ ⲉⲧⲣⲉϥⲟⲩϫⲁⲓ
ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,
10 ⲓ̅ ⲡⲉϫⲁϥ ⲛⲁϥ ϩⲛ ⲟⲩⲛⲟϭ ⲛⲥⲙⲏ ϫⲉ ⲉⲓϫⲱ ⲙⲙⲟⲥ ⲛⲁⲕ ϩⲙ ⲡⲣⲁⲛ ⲛⲓⲥ ⲡⲉⲭⲥ ⲧⲱⲟⲩⲛ ⲛⲅⲁϩⲉⲣⲁⲧⲕ ϩⲓϫⲛ ⲛⲉⲕⲟⲩⲉⲣⲏⲧⲉ ⲁⲩⲱ ⲁϥϥⲟϭϥ ⲁϥⲙⲟⲟϣⲉ
ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା।
11 ⲓ̅ⲁ̅ ⲙⲙⲏⲏϣⲉ ⲇⲉ ⲛⲧⲉⲣⲟⲩⲛⲁⲩ ⲉⲡⲉⲛⲧⲁⲡⲁⲩⲗⲟⲥ ⲁⲁϥ ⲁⲩϥⲓ ϩⲣⲁⲩ ⲉⲃⲟⲗ ϩⲛ ⲧⲉⲩⲁⲥⲡⲉ ⲉⲩϫⲱ ⲙⲙⲟⲥ ϫⲉ ⲛⲧⲁⲛⲛⲟⲩⲧⲉ ⲉⲓⲛⲉ ⲛⲛⲣⲱⲙⲉ ⲁⲩⲉⲓ ⲉϩⲣⲁⲓ ϣⲁⲣⲟⲛ
ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି।
12 ⲓ̅ⲃ̅ ⲁⲩⲱ ⲁⲩⲙⲟⲩⲧⲉ ⲉⲃⲁⲣⲛⲁⲃⲁⲥ ϫⲉ ⲡⲍⲉⲩⲥ ⲡⲁⲩⲗⲟⲥ ⲇⲉ ϫⲉ ⲡϩⲣⲙⲏⲥ ⲉⲡⲉⲓⲇⲏ ⲛⲧⲟϥ ⲡⲉ ⲛⲉⲩⲛϭⲟⲙ ⲙⲙⲟϥ ⲡⲉ ϩⲙ ⲡϣⲁϫⲉ
ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ।
13 ⲓ̅ⲅ̅ ⲡⲟⲩⲏⲏⲃ ⲇⲉ ⲙⲡⲍⲉⲩⲥ ⲉⲧⲙⲃⲟⲗ ⲛⲧⲡⲟⲗⲓⲥ ⲁϥⲉⲓⲛⲉ ⲛϩⲉⲛⲙⲁⲥⲉ ⲙⲛ ϩⲉⲛⲕⲗⲟⲙ ⲉⲣⲛ ⲛⲣⲟ ⲙⲛ ⲙⲙⲏⲏϣⲉ ⲁϥⲟⲩⲱϣ ⲉⲧⲁⲗⲉ ⲑⲩⲥⲓⲁ ⲉϩⲣⲁⲓ
ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ।
14 ⲓ̅ⲇ̅ ⲛⲧⲉⲣⲟⲩⲥⲱⲧⲙ ⲇⲉ ⲛϭⲓ ⲛⲁⲡⲟⲥⲧⲟⲗⲟⲥ ⲃⲁⲣⲛⲁⲃⲁⲥ ⲙⲛ ⲡⲁⲩⲗⲟⲥ ⲁⲩⲡⲉϩ ⲛⲉⲩϩⲟⲉⲓⲧⲉ ⲁⲩⲱ ⲁⲩⲡⲱⲧ ⲉⲃⲟⲗ ⲉⲡⲙⲏⲏϣⲉ ⲁⲩⲁϣⲕⲁⲕ ⲉⲃⲟⲗ
କିନ୍ତୁ ପ୍ରେରିତମାନେ, ଅର୍ଥାତ୍‍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ,
15 ⲓ̅ⲉ̅ ⲉⲩϫⲱ ⲙⲙⲟⲥ ϫⲉ ⲛⲣⲱⲙⲉ ⲟⲩ ⲛⲉ ⲛⲁⲓ ⲉⲧⲉⲧⲛⲉⲓⲣⲉ ⲙⲙⲟⲟⲩ ⲁⲛⲟⲛ ϩⲱⲱⲛ ⲟⲛ ⲁⲛϩⲉⲛⲣⲱⲙⲉ ⲉⲛⲧⲁϣⲉⲟⲉⲓϣ ⲛⲏⲧⲛ ⲉⲥⲁϩⲉⲧⲏⲩⲧⲛ ⲉⲃⲟⲗ ⲛⲛⲉⲓⲡⲉⲧϣⲟⲩⲉⲓⲧ ⲉⲕⲧⲉ ⲧⲏⲩⲧⲛ ⲉⲡⲛⲟⲩⲧⲉ ⲉⲧⲟⲛϩ ⲡⲁⲓ ⲛⲧⲁϥⲧⲁⲙⲓⲉ ⲧⲡⲉ ⲙⲛ ⲡⲕⲁϩ ⲙⲛ ⲑⲁⲗⲁⲥⲥⲁ ⲁⲩⲱ ⲛⲉⲧⲛϩⲏⲧⲟⲩ ⲧⲏⲣⲟⲩ
ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
16 ⲓ̅ⲋ̅ ⲡⲁⲓ ϩⲛ ⲛϫⲱⲙ ⲛⲧⲁⲩⲟⲩⲉⲓⲛⲉ ⲁϥⲕⲱ ⲛⲛϩⲉⲑⲛⲟⲥ ⲧⲏⲣⲟⲩ ⲉⲧⲣⲉⲩⲃⲱⲕ ϩⲛ ⲛⲉⲩϩⲓⲟⲟⲩⲉ
ସେ ଅତୀତ ପୁରୁଷ-ପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ।
17 ⲓ̅ⲍ̅ ⲕⲁⲓⲧⲟⲓ ⲟⲛ ⲙⲡϥϭⲱ ⲛⲟⲩⲉϣ ⲛⲣⲙⲛⲧⲣⲉ ⲙⲙⲟϥ ⲛⲁⲩ ⲉϥⲣ ⲡⲉⲧⲛⲁⲛⲟⲩϥ ⲛⲁⲩ ⲉⲃⲟⲗ ϩⲛ ⲧⲡⲉ ⲉϥϯ ⲛϩⲉⲛϩⲱⲟⲩ ⲙⲛ ϩⲉⲛⲟⲩⲟⲓϣ ⲛⲣⲉϥϯⲕⲁⲣⲡⲟⲥ ⲉϥⲧⲥⲓⲟ ⲛⲛⲉⲩϩⲏⲧ ⲛⲧⲣⲟⲫⲏ ϩⲓ ⲟⲩⲛⲟϥ
ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି।
18 ⲓ̅ⲏ̅ ⲛⲁⲓ ⲇⲉ ⲉⲩϫⲱ ⲙⲙⲟⲟⲩ ⲙⲟⲅⲓⲥ ⲁⲩⲧⲣⲉ ⲙⲙⲏⲏϣⲉ ⲉⲧⲙϣⲱⲱⲧ ⲛⲁⲩ
ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।
19 ⲓ̅ⲑ̅ ⲁⲩⲉⲓ ⲇⲉ ⲉⲃⲟⲗ ϩⲛ ⲧⲁⲛⲧⲓⲟⲭⲓⲁ ⲙⲛ ϩⲓⲕⲟⲛⲓⲟⲥ ⲛϭⲓ ϩⲉⲛⲓⲟⲩⲇⲁⲓ ⲁⲩⲡⲓⲑⲉ ⲛⲙⲙⲏⲏϣⲉ ⲁⲩϩⲓ ⲱⲛⲉ ⲉⲡⲁⲩⲗⲟⲥ ⲁⲩⲥⲩⲣⲣⲁ ⲙⲙⲟϥ ⲡⲃⲟⲗ ⲛⲧⲡⲟⲗⲓⲥ ⲉⲩⲙⲉⲉⲩⲉ ϫⲉ ⲁϥⲙⲟⲩ
କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।
20 ⲕ̅ ⲛⲧⲉⲣⲉ ⲙⲙⲁⲑⲏⲧⲏⲥ ⲇⲉ ⲕⲱⲧⲉ ⲉⲣⲟϥ ⲛⲧⲉⲣⲉⲣⲟⲩϩⲉ ϣⲱⲡⲉ ⲁϥⲧⲱⲟⲩⲛ ⲁϥⲃⲱⲕ ⲉϩⲟⲩⲛ ⲉⲧⲡⲟⲗⲓⲥ ⲙⲡⲉϥⲣⲁⲥⲧⲉ ⲇⲉ ⲁϥⲉⲓ ⲉⲃⲟⲗ ⲙⲛ ⲃⲁⲣⲛⲁⲃⲁⲥ ⲉⲧⲉⲣⲃⲏ
ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ସହର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ।
21 ⲕ̅ⲁ̅ ⲛⲧⲉⲣⲟⲩⲧⲁϣⲉ ⲟⲓϣ ⲇⲉ ⲛⲧⲡⲟⲗⲓⲥ ⲉⲧⲙⲙⲁⲩ ⲁⲩⲱ ⲁⲩϯ ⲥⲃⲱ ⲛⲟⲩⲙⲏⲏϣⲉ ⲁⲩⲕⲟⲧⲟⲩ ⲉϩⲣⲁⲓ ⲉⲗⲩⲥⲧⲣⲟⲥ ⲙⲛ ϩⲓⲕⲟⲛⲓⲟⲥ ⲙⲛ ⲧⲁⲛⲧⲓⲟⲭⲓⲁ
ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ,
22 ⲕ̅ⲃ̅ ⲉⲩⲧⲁϫⲣⲟ ⲛⲛⲉⲯⲩⲭⲏ ⲛⲙⲙⲁⲑⲏⲧⲏⲥ ⲉⲩⲥⲟⲡⲥ ⲙⲙⲟⲟⲩ ⲉⲧⲣⲉⲩϭⲱ ϩⲛ ⲧⲡⲓⲥⲧⲓⲥ ⲁⲩⲱ ⲉⲩϫⲱ ⲙⲙⲟⲥ ϫⲉ ⲉⲃⲟⲗ ϩⲓⲧⲛ ϩⲁϩ ⲛⲑⲗⲓⲯⲓⲥ ⲉⲛⲁⲃⲱⲕ ⲉϩⲟⲩⲛ ⲉⲧⲙⲛⲧⲉⲣⲟ ⲙⲡⲛⲟⲩⲧⲉ
ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।
23 ⲕ̅ⲅ̅ ⲁⲩⲥⲙⲓⲛⲉ ⲇⲉ ⲛⲁⲩ ⲛϩⲉⲛⲡⲣⲉⲥⲃⲩⲧⲉⲣⲟⲥ ⲕⲁⲧⲁ ⲉⲕⲕⲗⲏⲥⲓⲁ ⲁⲩϣⲗⲏⲗ ⲙⲛ ϩⲉⲛⲛⲏⲥⲧⲓⲁ ⲁⲩϯ ⲙⲙⲟⲟⲩ ⲉⲧⲟⲟⲧϥ ⲙⲡϫⲟⲉⲓⲥ ⲡⲁⲓ ⲛⲧⲁⲩⲡⲓⲥⲧⲉⲩⲉ ⲉⲣⲟϥ
ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
24 ⲕ̅ⲇ̅ ⲁⲩⲱ ⲛⲧⲉⲣⲟⲩⲙⲟⲩϣⲧ ⲛⲧⲡⲏⲥⲓⲇⲓⲁ ⲁⲩⲉⲓ ⲉⲡⲉⲣⲅⲏ ⲛⲧⲡⲁⲙⲫⲩⲗⲓⲁ
ପରେ ସେମାନେ ପିସିଦିଆ ଦେଶ ମଧ୍ୟ ଦେଇ ପଂଫୂଲିଆ ଦେଶକୁ ଆସିଲେ,
25 ⲕ̅ⲉ̅ ⲁⲩⲱ ⲛⲧⲉⲣⲟⲩϫⲉ ⲡϣⲁϫⲉ ϩⲙ ⲡⲙⲁ ⲉⲧⲙⲙⲁⲩ ⲁⲩⲃⲱⲕ ⲉⲁⲧⲧⲁⲗⲓⲁ
ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ।
26 ⲕ̅ⲋ̅ ⲉⲃⲟⲗ ⲇⲉ ϩⲙ ⲡⲙⲁ ⲉⲧⲙⲙⲁⲩ ⲁⲩⲥϭⲏⲣ ⲉϩⲣⲁⲓ ⲉⲧⲁⲛⲧⲓⲟⲭⲓⲁ ⲙⲡⲙⲁ ⲛⲧⲁⲩⲧⲁⲁⲩ ⲛϩⲏⲧϥ ϩⲛ ⲧⲉⲭⲁⲣⲓⲥ ⲙⲡⲛⲟⲩⲧⲉ ⲉⲡϩⲱⲃ ⲛⲧⲁⲩϫⲟⲕϥ ⲉⲃⲟⲗ
ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ।
27 ⲕ̅ⲍ̅ ⲛⲧⲉⲣⲟⲩⲉⲓ ⲇⲉ ⲁⲩⲥⲱⲟⲩϩ ⲛⲧⲉⲕⲕⲗⲏⲥⲓⲁ ⲁⲩϫⲱ ⲉⲣⲟⲟⲩ ⲛϩⲱⲃ ⲛⲓⲙ ⲛⲧⲁⲡⲛⲟⲩⲧⲉ ⲁⲁⲩ ⲛⲙⲙⲁⲩ ⲁⲩⲱ ⲛⲑⲉ ⲛⲧⲁϥⲟⲩⲱⲛ ⲛⲟⲩⲣⲟ ⲙⲡⲓⲥⲧⲓⲥ ⲛⲛϩⲉⲑⲛⲟⲥ
ସେମାନେ ପହଞ୍ଚି ମଣ୍ଡଳୀକୁ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।
28 ⲕ̅ⲏ̅ ⲁⲩϣⲱⲡⲉ ⲇⲉ ⲙⲙⲁⲩ ⲛⲟⲩⲛⲟϭ ⲛⲟⲩⲟⲉⲓϣ ⲙⲛ ⲙⲙⲁⲑⲏⲧⲏⲥ
ଆଉ ସେମାନେ ସେହି ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।

< ⲚⲒⲠⲢⲀⲜⲒⲤ 14 >