< ⲦⲒⳘⲞⲐⲈⲞⲤ Ⲁ ̅ 4 >

1 ⲁ̅ ⲡⲉⲡⲛⲁ ⲇⲉ ϫⲱ ⲙⲙⲟⲥ ϩⲣⲏⲧⲱⲥ ϫⲉ ϩⲛ ⲑⲁⲏ ⲛⲛⲉⲩⲟⲉⲓϣ ⲟⲩⲛ ϩⲟⲓⲛⲉ ⲛⲁⲥⲁϩⲱⲟⲩ ⲉⲃⲟⲗ ⲛⲧⲡⲓⲥⲧⲓⲥ ⲉⲩⲕⲱ ⲛϩⲧⲏⲩ ⲉϩⲉⲛⲡⲛⲁ ⲙⲡⲗⲁⲛⲟⲥ ⲙⲛ ϩⲉⲛⲥⲃⲱ ⲛⲇⲁⲓⲙⲱⲛⲓⲟⲛ
ପବିତ୍ର ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ
2 ⲃ̅ ϩⲛ ⲟⲩϩⲩⲡⲟⲕⲣⲓⲥⲓⲥ ⲙⲙⲛⲧⲣⲉϥϫⲉ ϣⲁϫⲉ ⲛϭⲟⲗ ⲉⲣⲉⲧⲉⲩⲥⲩⲛⲓⲇⲏⲥⲓⲥ ⲣⲟⲕϩ ⲉⲣⲟⲟⲩ
ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;
3 ⲅ̅ ⲉⲩⲕⲱⲗⲩ ⲙⲡϫⲓϩⲓⲙⲉ ⲁⲩⲱ ⲉⲧⲣⲉⲩⲥⲁϩⲱⲟⲩ ⲉⲃⲟⲗ ⲛⲛϭⲓ ⲛⲟⲩⲟⲟⲙ ⲛⲁⲓ ⲉⲛⲧⲁ ⲡⲛⲟⲩⲧⲉ ⲥⲟⲛⲧⲟⲩ ⲉⲧⲣⲉ ⲛⲡⲓⲥⲧⲟⲥ ϫⲓⲧⲟⲩ ϩⲛ ⲟⲩϣⲡϩⲙⲟⲧ ⲙⲛ ⲛⲉⲛⲧⲁⲩⲥⲟⲩⲛ ⲧⲙⲉ
ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।
4 ⲇ̅ ⲥⲱⲛⲧ ⲅⲁⲣ ⲛⲓⲙ ⲛⲧⲉ ⲡⲛⲟⲩⲧⲉ ⲛⲁⲛⲟⲩⲟⲩ ⲁⲩⲱ ⲙⲛ ⲗⲁⲁⲩ ⲧⲥⲧⲏⲩ ⲉⲃⲟⲗ ⲉⲩϫⲓ ⲙⲙⲟϥ ϩⲛ ⲟⲩϣⲡϩⲙⲟⲧ
କାରଣ ଈଶ୍ବରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,
5 ⲉ̅ ϣⲁⲩⲧⲃⲃⲟ ⲅⲁⲣ ϩⲓⲧⲙ ⲡϣⲁϫⲉ ⲙⲡⲛⲟⲩⲧⲉ ⲉⲧⲟⲛϩ ⲙⲛ ⲡⲉϣⲗⲏⲗ
ଯେଣୁ ଈଶ୍ବରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ।
6 ⲋ̅ ⲛⲁⲓ ⲉⲕϣⲁⲛⲕⲁⲁⲩ ⲉϩⲣⲁⲓ ⲛⲛⲉⲥⲛⲏⲩ ⲕⲛⲁϣⲱⲡⲉ ⲛⲟⲩⲇⲓⲁⲕⲟⲛⲟⲥ ⲉⲛⲁⲛⲟⲩϥ ⲙⲡⲉⲭⲥ ⲓⲏⲥ ⲉⲕⲥⲁⲛⲁϣⲧ ϩⲛ ⲛϣⲁϫⲉ ⲛⲧⲡⲓⲥⲧⲓⲥ ⲙⲛ ⲧⲉⲥⲃⲱ ⲉⲧⲛⲁⲛⲟⲩⲥ ⲧⲁⲓ ⲉⲛⲧⲁⲕⲟⲩⲁϩⲕ ⲛⲥⲱⲥ
ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ;
7 ⲍ̅ ⲛⲓϣⲃⲱ ⲇⲉ ⲛϩⲗⲗⲱ ⲉⲧⲃⲏⲧ ⲡⲁⲣⲁⲓⲧⲓ ⲙⲙⲟⲟⲩ ⲅⲩⲙⲛⲁⲍⲉ ⲙⲙⲟⲕ ⲉⲧⲙⲛⲧⲉⲩⲥⲉⲃⲏⲥ
କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ। ଈଶ୍ବରପରାୟଣ ଜୀବନଯାପନ କରିବା ନିମନ୍ତେ ଅଭ୍ୟାସ କର,
8 ⲏ̅ ⲧⲅⲩⲙⲛⲁⲥⲓⲁ ⲅⲁⲣ ⲙⲡⲥⲱⲙⲁ ⲟⲩⲛⲟϥⲣⲉ ⲧⲉ ⲡⲣⲟⲥⲟⲩⲕⲟⲩⲓ ⲛⲟⲩⲟⲉⲓϣ ⲧⲙⲛⲧⲉⲩⲥⲉⲃⲏⲥ ⲇⲉ ⲟⲩⲛⲟϥⲣⲉ ⲧⲉ ⲛⲟⲩⲟⲉⲓϣ ⲛⲓⲙ ⲉⲩⲛⲧⲁⲥ ⲙⲙⲁⲩ ⲙⲡⲉⲣⲏⲧ ⲙⲡⲱⲛϩ ⲡⲁ ⲡⲉⲓⲙⲁ ⲙⲛ ⲡⲁ ⲡⲕⲉⲟⲩⲁ
କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।
9 ⲑ̅ ⲟⲩⲡⲓⲥⲧⲟⲥ ⲡⲉ ⲡϣⲁϫⲉ ⲁⲩⲱ ϥⲙⲡϣⲁ ⲛⲧⲁⲉⲓⲟ ⲛⲓⲙ
ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ;
10 ⲓ̅ ⲉⲧⲃⲉ ⲡⲁⲓ ⲅⲁⲣ ⲧⲛϩⲟⲥⲉ ⲁⲩⲱ ⲥⲉⲛⲟϭ ⲛⲉϭ ⲙⲙⲟⲛ ϫⲉ ⲁⲛⲛⲁϩⲧⲉ ⲉⲡⲛⲟⲩⲧⲉ ⲉⲧⲟⲛϩ ⲉⲧⲉ ⲡⲁⲓ ⲡⲉ ⲡⲥⲱⲧⲏⲣ ⲛⲣⲱⲙⲉ ⲛⲓⲙ ⲙⲁⲗⲓⲥⲧⲁ ⲛⲙⲡⲓⲥⲧⲟⲥ
ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ବର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ଵାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି।
11 ⲓ̅ⲁ̅ ⲡⲁⲣⲁⲅⲅⲉⲓⲗⲉ ⲛⲛⲁⲓ ⲁⲩⲱ ⲛⲅϯⲥⲃⲱ
ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ।
12 ⲓ̅ⲃ̅ ⲙⲡⲣⲧⲣⲉ ⲗⲁⲁⲩ ⲕⲁⲧⲁⲫⲣⲟⲛⲓ ⲛⲧⲉⲕⲙⲛⲧϣⲏⲣⲉ ϣⲏⲙ ⲁⲗⲗⲁ ϣⲱⲡⲉ ⲛⲥⲙⲟⲧ ⲛⲙⲡⲓⲥⲧⲟⲥ ϩⲙ ⲡϣⲁϫⲉ ϩⲛ ⲛⲉϩⲃⲏⲩⲉ ϩⲛ ⲧⲡⲓⲥⲧⲓⲥ ϩⲙ ⲡⲧⲃⲃⲟ
ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଉଦାହରଣସ୍ୱରୂପ ହୁଅ।
13 ⲓ̅ⲅ̅ ⲡⲣⲟⲥⲉⲭⲉ ⲉⲡⲱϣ ϣⲁⲛϯⲉⲓ ⲉⲡⲥⲟⲡⲥ ⲉⲧⲉⲥⲃⲱ
ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର।
14 ⲓ̅ⲇ̅ ⲙⲡⲣⲁⲙⲉⲗⲉⲓ ⲉⲡⲉϩⲙⲟⲧ ⲉⲧⲛϩⲏⲧⲕ ⲡⲁⲓ ⲉⲛⲧⲁⲩⲧⲁⲁϥ ⲛⲁⲕ ϩⲓⲧⲛ ⲟⲩⲡⲣⲟⲫⲏⲧⲓⲁ ⲁⲩⲱ ⲡⲧⲁⲗⲟ ⲛⲛϭⲓϫ ⲛⲛⲉⲡⲣⲉⲥⲃⲩⲧⲉⲣⲟⲥ
ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର।
15 ⲓ̅ⲉ̅ ⲙⲉⲗⲉⲧⲁ ⲛⲛⲁⲓ ϣⲱⲡⲉ ϩⲛ ⲛⲁⲓ ϫⲉ ⲉⲣⲉⲧⲉⲕⲡⲣⲟⲕⲟⲡⲏ ⲟⲩⲱⲛϩ ⲉⲃⲟⲗ ⲛⲟⲩⲟⲛ ⲛⲓⲙ
ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ।
16 ⲓ̅ⲋ̅ ϯϩⲧⲏⲕ ⲉⲣⲟⲕ ⲁⲩⲱ ⲛⲅϭⲱ ϩⲓϫⲱⲟⲩ ϩⲛ ⲧⲉⲥⲃⲱ ⲉⲕⲉⲓⲣⲉ ⲅⲁⲣ ⲙⲡⲁⲓ ⲕⲛⲁⲧⲟⲩϫⲟⲕ ⲙⲛ ⲛⲉⲧⲥⲱⲧⲙ ⲉⲣⲟⲕ
ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ।

< ⲦⲒⳘⲞⲐⲈⲞⲤ Ⲁ ̅ 4 >