< ⳰ⳘⲠⲈⲦⲢⲞⲤ Ⲁ ̅ 1 >

1 ⲁ̅ ⲡⲉⲧⲣⲟⲥ ⲡⲁⲡⲟⲥⲧⲟⲗⲟⲥ ⲛⲓⲏⲥ ⲡⲉⲭⲥ ⲉϥⲥϩⲁⲓ ⲛⲛⲥⲱⲧⲡ ⲉⲧⲟⲩⲏϩ ϩⲛ ⲧⲇⲓⲁⲥⲡⲟⲣⲁ ⲙⲛ ⲧⲡⲟⲛⲧⲟⲥ ⲙⲛ ⲧⲅⲁⲗⲁⲧⲓⲁ ⲙⲛ ⲧⲕⲁⲡⲡⲁⲇⲟⲕⲓⲁ ⲙⲛ ⲧⲁⲥⲓⲁ ⲙⲛ ⲧⲃⲓⲑⲁⲛⲓⲁ
ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ,
2 ⲃ̅ ⲕⲁⲧⲁ ⲡϣⲣⲡ ⲥⲟⲟⲩⲛ ⲙⲡⲛⲟⲩⲧⲉ ⲡⲉⲓⲱⲧ ϩⲙ ⲡⲧⲃⲃⲟ ⲙⲡⲉⲡⲛⲁ ⲉⲡⲥⲱⲧⲙ ⲛⲧⲡⲓⲥⲧⲓⲥ ⲙⲛ ⲡϭⲟϣϭϣ ⲙⲡⲉⲥⲛⲟϥ ⲛⲓⲏⲥ ⲡⲉⲭⲥ ⲧⲉⲭⲁⲣⲓⲥ ⲛⲏⲧⲛ ⲙⲛ ϯⲣⲏⲛⲏ ⲙⲙⲁϣⲟ
ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।
3 ⲅ̅ ϥⲥⲙⲁⲙⲁⲁⲧ ⲛϭⲓ ⲡⲛⲟⲩⲧⲉ ⲡⲉⲓⲱⲧ ⲙⲡⲉⲛϫⲟⲉⲓⲥ ⲓⲏⲥ ⲡⲉⲭⲥ ⲡⲁⲓ ⲛⲧⲁϥϫⲡⲟⲛ ⲕⲁⲧⲁ ⲡⲉϥⲛⲁ ⲉⲧⲛⲁϣⲱϥ ⲉϩⲟⲩⲛ ⲉⲩϩⲉⲗⲡⲓⲥ ⲉⲥⲟⲛϩ ϩⲓⲧⲙ ⲡⲧⲱⲟⲩⲛ ⲛⲓⲏⲥ ⲡⲉⲭⲥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,
4 ⲇ̅ ⲉⲩⲕⲗⲏⲣⲟⲛⲟⲙⲓⲁ ⲛⲁⲧⲁⲕⲟ ⲁⲩⲱ ⲛⲁⲧⲱⲗⲙ ⲉⲙⲉⲥϩⲱϭⲃ ⲉⲩϩⲁⲣⲉϩ ⲉⲣⲟⲥ ⲛⲏⲧⲛ ϩⲛ ⲙⲡⲏⲩⲉ
ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି।
5 ⲉ̅ ⲛⲁⲓ ⲉⲧⲟⲩϩⲁⲣⲉϩ ⲉⲣⲟⲟⲩ ϩⲛ ⲧϭⲟⲙ ⲙⲡⲛⲟⲩⲧⲉ ϩⲓⲧⲛ ⲧⲡⲓⲥⲧⲓⲥ ⲉⲡⲟⲩϫⲁⲓ ⲉⲧⲥⲃⲧⲱⲧ ⲉϭⲱⲗⲡ ⲉⲃⲟⲗ ϩⲙ ⲡⲉⲟⲩⲟⲉⲓϣ ⲛϩⲁⲉ
ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ବରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ।
6 ⲋ̅ ⲡⲁⲓ ⲉⲧⲉⲧⲛⲧⲉⲗⲏⲗ ⲛϩⲏⲧϥ ⲉⲁⲧⲉⲧⲛⲗⲩⲡⲏ ⲧⲉⲛⲟⲩ ⲛⲟⲩⲕⲟⲩⲓ ⲉϣϫⲉ ϩⲁⲡⲥ ⲡⲉ ⲉϩⲣⲁⲓ ϩⲛ ϩⲉⲛⲡⲉⲓⲣⲁⲥⲙⲟⲥ ⲉⲩϣⲟⲃⲉ
ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ,
7 ⲍ̅ ϫⲉⲕⲁⲥ ⲉⲩϩⲉ ⲉⲧⲙⲛⲧⲥⲱⲡⲧ ⲛⲧⲉⲧⲛⲡⲓⲥⲧⲓⲥ ⲉⲥⲧⲁⲓⲏⲩ ⲉϩⲟⲩⲉ ⲉⲡⲛⲟⲩⲃ ⲉⲧⲛⲁⲧⲁⲕⲟ ⲡⲁⲓ ⲛϣⲁⲩⲇⲟⲕⲓⲙⲁⲍⲉ ⲙⲙⲟϥ ϩⲓⲧⲙ ⲡⲕⲱϩⲧ ⲉⲩⲧⲙⲁⲓⲟ ⲛⲏⲧⲛ ⲙⲛ ⲟⲩⲉⲟⲟⲩ ⲙⲛ ⲟⲩⲧⲁⲓⲟ ϩⲙ ⲡϭⲱⲗⲡ ⲉⲃⲟⲗ ⲛⲓⲏⲥ ⲡⲉⲭⲥ
ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ।
8 ⲏ̅ ⲡⲁⲓ ⲙⲡⲉⲧⲛⲛⲁⲩ ⲉⲣⲟϥ ⲉⲧⲉⲧⲛⲙⲉ ⲙⲙⲟϥ ⲁⲩⲱ ⲡⲁⲓ ⲟⲛ ⲧⲉⲛⲟⲩ ⲉⲛⲧⲉⲧⲛⲛⲁⲩ ⲉⲣⲟϥ ⲁⲛ ⲧⲉⲧⲛⲡⲓⲥⲧⲉⲩⲉ ⲇⲉ ⲉⲣⲟϥ ⲧⲉⲧⲛⲧⲉⲗⲏⲗ ϩⲛ ⲟⲩⲣⲁϣⲉ ⲉϥϩⲏⲡ ⲁⲩⲱ ϥⲧⲁⲓⲏⲩ
ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ
9 ⲑ̅ ⲉⲧⲉⲧⲛϫⲓ ⲙⲡϫⲱⲕ ⲉⲃⲟⲗ ⲛⲧⲡⲓⲥⲧⲓⲥ ⲡⲟⲩϫⲁⲓ ⲛⲉⲧⲙⲯⲩⲭⲏ
ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,
10 ⲓ̅ ⲉⲁⲩϣⲓⲛⲉ ⲁⲩⲱ ⲁⲩϩⲟⲧϩⲧ ⲉⲧⲃⲉ ⲡⲉⲓⲟⲩϫⲁⲓ ⲛϭⲓ ⲛⲛⲉⲡⲣⲟⲫⲏⲧⲏⲥ ⲛⲁⲓ ⲛⲧⲁⲩⲡⲣⲟⲫⲏ ⲧⲉⲩⲉ ⲉⲧⲃⲉ ⲧⲉⲭⲁⲣⲓⲥ ⲉⲧϫⲓ ⲉϩⲟⲩ ⲉⲣⲱⲧⲛ
ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ।
11 ⲓ̅ⲁ̅ ⲉⲩϣⲓⲛⲉ ϫⲉ ⲉⲣⲉⲡⲉⲡⲛⲁ ⲙⲡⲉⲭⲥ ⲉⲧⲛϩⲏⲧⲟⲩ ϣⲁϫⲉ ⲉⲁϣ ⲛⲟⲩⲟⲉⲓϣ ⲉϥⲣ ⲙⲛⲧⲣⲉ ϫⲓⲛ ϣⲟⲣⲡ ⲛⲙⲙⲟⲕϩⲥ ⲉⲧⲛⲁϣⲱⲡⲉ ⲙⲡⲉⲭⲥ ⲙⲛ ⲛⲉⲟⲟⲩ ⲉⲧⲛⲁϣⲱⲡⲉ ⲙⲛⲛⲥⲱⲟⲩ
ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।
12 ⲓ̅ⲃ̅ ⲛⲁⲓ ⲛⲧⲁϥⲟⲩⲱⲛϩ ⲛⲁⲩ ⲉⲃⲟⲗ ϫⲉ ⲛⲉⲩⲇⲓⲁⲕⲟⲛⲉⲓ ⲙⲙⲟⲟⲩ ⲛⲁⲩ ⲁⲛ ⲁⲗⲗⲁ ⲛⲏⲧⲛ ⲛⲁⲓ ⲛⲧⲁⲩⲧⲁⲙⲱⲧⲛ ⲉⲣⲟⲟⲩ ⲧⲉⲛⲟⲩ ϩⲓⲧⲛ ⲛⲉⲛⲧⲁⲩⲧⲁϣⲉⲟⲉⲓϣ ⲛⲏⲧⲛ ⲙⲡⲉⲡⲛⲁ ⲉⲧⲟⲩⲁⲁⲃ ⲛⲧⲁⲩⲧⲛⲛⲟⲟⲩϥ ⲉⲃⲟⲗ ϩⲛ ⲧⲡⲉ ⲛⲁⲓ ⲉⲧⲉⲣⲉⲛⲛⲉⲁⲅⲅⲉⲗⲟⲥ ⲉⲡⲓⲑⲩⲙⲉⲓ ⲉⲛⲁⲩ ⲉⲣⲟⲟⲩ
ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।
13 ⲓ̅ⲅ̅ ⲉⲧⲃⲉ ⲡⲁⲓ ⲁⲧⲉⲧⲛⲙⲟⲩⲣ ⲛⲛϯⲡⲉ ⲙⲡⲉⲉⲧⲛϩⲏⲧ ⲁⲩⲱ ⲉⲧⲉⲧⲛⲛⲏⲫⲉ ϩⲉⲗⲡⲓⲍⲉ ϩⲛ ⲟⲩϫⲱⲕ ⲉⲃⲟⲗ ⲉⲧⲉⲭⲁⲣⲓⲥ ⲉⲧⲟⲩⲛⲁⲉⲧⲥ ⲛⲏⲧⲛ ϩⲙ ⲡϭⲱⲗⲡ ⲉⲃⲟⲗ ⲛⲓⲏⲥ ⲡⲉⲭⲥ
ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ।
14 ⲓ̅ⲇ̅ ϩⲱⲥ ϣⲏⲣⲉ ⲙⲡⲥⲱⲧⲙ ⲉⲛⲧⲉⲧⲛϫⲓ ⲁⲛ ⲙⲡϩⲣⲃ ⲛⲛⲉⲧⲛⲉⲡⲉⲓⲑⲩⲙⲓⲁ ⲛϣⲟⲣⲡ ⲉⲧⲉⲧⲛϩⲉⲛ ⲛⲉⲧⲛⲙⲛⲧⲁⲧⲥⲟⲟⲩⲛ
ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,
15 ⲓ̅ⲉ̅ ⲁⲗⲗⲁ ⲕⲁⲧⲁ ⲑⲉ ⲉⲧϥⲟⲩⲁⲁⲃ ⲛϭⲓ ⲡⲉⲧⲁϥⲧⲉϩⲙ ⲧⲏⲩⲧⲛ ⲉⲧⲉⲧⲛϣⲱⲡⲉ ϩⲱ ⲧⲏⲩⲧⲛ ⲉⲧⲉⲧⲛⲟⲩⲁⲁⲃ ϩⲣⲁⲓ ϩⲛ ⲁⲛⲁⲥⲧⲣⲟⲫⲏ ⲛⲓⲙ
ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ।
16 ⲓ̅ⲋ̅ ϫⲉ ϥⲥⲏϩ ϫⲉ ϣⲱⲡⲉ ⲉⲧⲉⲧⲛⲟⲩⲁⲁⲃ ϫⲉ ⲁⲛⲟⲕ ϯⲟⲩⲁⲁⲃ
ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର।
17 ⲓ̅ⲍ̅ ⲁⲩⲱ ⲉϣϫⲉ ⲡⲉⲧⲕⲣⲓⲛⲉ ⲙⲡⲟⲩⲁ ⲡⲟⲩⲁ ⲕⲁⲧⲁ ⲛⲛⲉϥϩⲉⲃⲏⲩⲉ ⲁϫⲛϫⲓϩⲟ ⲧⲛⲙⲟⲩⲧⲉ ⲉⲣⲟϥ ϫⲉ ⲡⲉⲛⲉⲓⲱⲧ ⲉⲓⲙⲟⲟϣⲉ ϩⲛ ⲟⲩϩⲟⲧⲉ ⲙⲡⲉⲟⲩⲟⲉⲓϣ ⲉⲧⲉⲧⲛϣⲟⲟⲡ ⲙⲡⲉⲓⲙⲁ
ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର;
18 ⲓ̅ⲏ̅ ⲉⲧⲉⲧⲛⲥⲟⲟⲩⲛ ϫⲉ ⲛⲧⲁⲩⲥⲉⲧ ⲧⲏⲩⲧⲛ ⲁⲛ ϩⲛ ⲟⲩⲛⲟⲩⲃ ⲏ ⲟⲩϩⲁⲧ ⲉϣⲁϥⲧⲁⲕⲟ ⲉⲃⲟⲗ ϩⲛ ⲛⲉⲧⲛϩⲉⲃⲏⲩⲉ ⲉⲧϣⲟⲩⲉⲓⲧ ⲉⲧⲁⲛⲉⲧⲛⲉⲓⲟⲧⲉ ⲧⲁⲁⲩ ⲉⲧⲛ ⲧⲏⲩⲧⲛ
ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃ-ପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର-ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ
19 ⲓ̅ⲑ̅ ⲁⲗⲗⲁ ϩⲙ ⲡⲉⲥⲛⲟϥ ⲉⲧⲁⲉⲓⲏⲩ ⲛⲧⲉ ⲡⲉϩⲉⲓⲏⲃ ⲉⲧⲟⲩⲁⲁⲃ ⲁⲩⲱ ⲛⲁⲧⲱⲗⲙ ⲡⲉⲭⲥ
ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ।
20 ⲕ̅ ⲉⲁⲩϣⲣⲡ ⲥⲟⲩⲱⲛϥ ⲙⲛ ϩⲁⲑⲏ ⲛⲧⲕⲁⲧⲁⲃⲟⲗⲏ ⲙⲡⲕⲟⲥⲙⲟⲥ ⲉⲁϥⲟⲩⲱⲛϩ ⲇⲉ ⲉⲃⲟⲗ ⲉⲧⲃⲉ ⲧⲏⲩⲧⲛ ϩⲛ ⲑⲁⲏ ⲛⲛⲉⲓⲟⲩⲟⲉⲓϣ
ସେ ଜଗତର ପତ୍ତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଏହି ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;
21 ⲕ̅ⲁ̅ ⲛⲁⲓ ⲉⲧⲡⲓⲥⲧⲉⲩⲉ ⲉⲡⲛⲟⲩⲧⲉ ⲉⲃⲟⲗ ϩⲓⲧⲟⲟⲧϥ ⲙⲡⲉϥϣⲏⲣⲉ ⲡⲁⲓ ⲛⲧⲁϥⲧⲟⲩⲛⲟⲥϥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ ⲁⲩⲱ ⲁϥϯ ⲛⲁϥ ⲛⲟⲩⲉⲟⲟⲩ ϩⲱⲥⲧⲉ ⲧⲉⲧⲛⲡⲓⲥⲧⲓⲥ ⲙⲛ ⲧⲉⲧⲛϩⲉⲗⲡⲓⲥ ⲛⲥϣⲱⲡⲉ ⲉϩⲟⲩⲛ ⲉⲡⲛⲟⲩⲧⲉ
ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ବରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ବର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି।
22 ⲕ̅ⲃ̅ ⲉⲁⲧⲉⲧⲛⲧⲃⲃⲟ ⲛⲛⲉⲧⲛⲯⲩⲭⲏ ⲉϩⲣⲁⲓ ϩⲙ ⲡⲥⲱⲧⲙ ⲛⲧⲙⲉ ⲉⲩⲙⲛⲧⲙⲁⲓⲥⲟⲛ ⲙⲛ ϩⲩⲡⲟⲕⲣⲓⲛⲉ ⲛϩⲏⲧⲥ ⲉⲧⲉⲧⲛⲙⲉⲣⲉ ⲛⲉⲧⲛⲛⲉⲣⲏⲩ ϩⲛ ⲟⲩϩⲏⲧ ⲉϥⲟⲩⲁⲁⲃ
ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର;
23 ⲕ̅ⲅ̅ ⲉⲁⲩϫⲡⲉ ⲧⲏⲩⲧⲛ ⲁⲛ ϩⲛ ⲟⲩϫⲡⲟ ⲛϣⲁϥⲧⲁⲕⲟ ⲁⲗⲗⲁ ⲉⲃⲟⲗ ϩⲛ ⲟⲩⲁⲧⲧⲁⲕⲟ ϩⲓⲧⲙ ⲡϣⲁϫⲉ ⲙⲡⲛⲟⲩⲧⲉ ⲉⲧⲟⲛϩ ⲁⲩⲱ ⲉⲧϣⲟⲟⲡ (aiōn g165)
ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ। (aiōn g165)
24 ⲕ̅ⲇ̅ ϫⲉ ⲥⲁⲣⲝ ⲛⲓⲙ ⲉⲩⲟ ⲛⲑⲉ ⲛⲟⲩⲭⲟⲣⲧⲟⲥ ⲁⲩⲱ ⲉⲟⲟⲩ ⲛⲓⲙ ⲛⲧⲁⲩ ⲛⲑⲉ ⲙⲡⲉϩⲣⲏⲣⲉ ⲙⲡⲉⲭⲟⲣⲧⲟⲥ ⲉⲁϥϣⲟⲟⲩⲉ ⲛϭⲓ ⲡⲉⲭⲟⲣⲧⲟⲥ ⲁⲩⲱ ⲡⲉϥϩⲣⲏⲣⲉ ⲁϥⲥⲣⲟϥⲣϥ
କାରଣ ପବିତ୍ର ଶାସ୍ତ୍ରରେ ଯେପରି ଲେଖାଅଛି, “ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ,
25 ⲕ̅ⲉ̅ ⲡϣⲁϫⲉ ⲇⲉ ⲙⲡϫⲟⲉⲓⲥ ϣⲟⲟⲡ ⲛϣⲁⲉⲛⲉϩ ⲡⲁⲓ ⲇⲉ ⲡⲉ ⲡϣⲁϫⲉ ⲛⲧⲁⲩⲧⲁϣⲉ ⲟⲉⲓϣ ⲙⲙⲟϥ ⲛⲏⲧⲛ (aiōn g165)
କିନ୍ତୁ ଈଶ୍ବରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି। (aiōn g165)

< ⳰ⳘⲠⲈⲦⲢⲞⲤ Ⲁ ̅ 1 >