< ⲚⲒⲢⲰⳘⲈⲞⲤ 15 >

1 ⲁ̅ ⳿ⲥⲉⲙ⳿ⲡϣⲁ ⲇⲉ ⲛⲁⲛ ⳿ⲁⲛⲟⲛ ϧⲁ ⲛⲏⲉⲧⲉ ⲟⲩⲟⲛ ⳿ϣϫⲟⲙ ⳿ⲙⲙⲱⲟⲩ ⳿ⲛⲧⲉⲛϥⲁⲓ ϧⲁ ⲛⲓϣⲱⲛⲓ ⳿ⲛⲧⲉ ⲛⲓⲁⲧϫⲟⲙ ⲟⲩⲟϩ ⳿ⲛⲧⲉⲛ⳿ϣⲧⲉⲙⲣⲁⲛⲁⲛ ⳿ⲙⲙⲁⲩⲁⲧⲉⲛ.
ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ।
2 ⲃ̅ ⲡⲓⲟⲩⲁⲓ ⲡⲓⲟⲩⲁⲓ ⳿ⲙⲙⲱⲧⲉⲛ ⲙⲁⲣⲉϥⲣⲁⲛⲁϥ ⳿ⲙⲡⲉϥ⳿ϣⲫⲏⲣ ϧⲉⲛ ⲡⲓⲡⲉⲑⲛⲁⲛⲉϥ ⲉⲩⲕⲱⲧ.
ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ।
3 ⲅ̅ ⲕⲉ ⲅⲁⲣ Ⲡⲭ̅ⲥ̅ ⲛⲉⲧⲁϥⲣⲁⲛⲁϥ ⳿ⲙⲙⲁⲩⲁⲧϥ ⲁⲛ ⲁⲗⲗⲁ ⲕⲁⲧⲁ⳿ⲫⲣⲏϯ ⲉⲧ⳿ⲥϧⲏⲟⲩⲧ ϫⲉ ⲛⲓϣⲱϣ ⳿ⲛⲧⲉ ⲛⲏⲉⲧϯ⳿ϣⲫⲓⲧ ⲛⲁⲕ ⲁⲩ⳿ⲓ ⳿ⲉ⳿ϩⲣⲏⲓ ⳿ⲉϫⲱⲓ.
କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖାଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋʼ ଉପରେ ପଡ଼ିଲା।
4 ⲇ̅ ϩⲱⲃ ⲅⲁⲣ ⲛⲓⲃⲉⲛ ⲉⲧⲁⲩⲉⲣϣⲟⲣⲡ ⳿ⲛ⳿ⲥϧⲏ ⲧⲟⲩ ⲁⲩ⳿ⲥϧⲏⲧⲟⲩ ⳿ⲉⲧⲉⲛ⳿ⲥⲃⲱ ϩⲓⲛⲁ ⳿ⲉⲃⲟⲗ ϩⲓⲧⲉⲛ ϯϩⲩⲡⲟⲙⲟⲛⲏ ⲛⲉⲙ ϯⲙⲉⲧⲣⲉϥϯⲛⲟⲙϯ ⳿ⲛⲧⲉ ⲛⲓ⳿ⲅⲣⲁⲫⲏ ⳿ⲛⲧⲉ ϯϩⲉⲗⲡⲓⲥ ϣⲱⲡⲓ ⲛⲁⲛ.
ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି।
5 ⲉ̅ ⲫϯ ⲇⲉ ⳿ⲛⲧⲉ ϯϩⲓⲣⲏⲛⲏ ⲛⲉⲙ ϯⲡⲁⲣⲁⲕⲗⲏ ⲥⲓⲥ ⲉϥ⳿ⲉϯ ⲛⲟⲩⲙⲉⲩⲓ ⳿ⲛⲟⲩⲱⲧ ⲛⲱⲧⲉⲛ ⳿ⲉⲛⲉⲧⲉⲛⲉⲣⲏ ⲟⲩ ⲕⲁⲧⲁ Ⲓⲏ̅ⲥ̅ Ⲡⲭ̅ⲥ̅.
ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ବର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ,
6 ⲋ̅ ϩⲓⲛⲁ ϧⲉⲛ ⲟⲩϩⲏⲧ ⳿ⲛⲟⲩⲱⲧ ⲛⲉⲙ ⲟⲩⲣⲱ ⳿ⲛⲟⲩⲱⲧ ⳿ⲛⲧⲉⲧⲉⲛϯⲱⲟⲩ ⳿ⲙⲫϯ ⳿ⲫⲓⲱⲧ ⳿ⲙⲡⲉⲛϭ̅ ⲥ̅ Ⲓⲏ̅ⲥ̅ Ⲡⲭ̅ⲥ̅.
ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର।
7 ⲍ̅ ⲉⲑⲃⲉ ⲫⲁⲓ ϣⲉⲡ ⲛⲉⲧⲉⲛⲉⲣⲏⲟⲩ ⳿ⲉⲣⲱⲧⲉⲛ ⲕⲁⲧⲁ⳿ⲫⲣⲏϯ ϩⲱϥ ⲉⲧⲁ Ⲡⲭ̅ⲥ̅ ϣⲉⲡ ⲑⲏⲛⲟⲩ ⳿ⲉⲣⲟϥ ⲉⲩⲱⲟⲩ ⳿ⲙⲫϯ.
ଅତଏବ ଈଶ୍ବରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର।
8 ⲏ̅ ϯϫⲱ ⲅⲁⲣ ⳿ⲙⲙⲟⲥ ϫⲉ Ⲡⲭ̅ⲥ̅ ⲁϥϣⲱⲡⲓ ⳿ⲛⲟⲩⲇⲓ⳿ⲁⲕⲱⲛ ⳿ⲛⲧⲉ ⳿ⲡⲥⲉⲃⲓ ⳿ⲉϫⲉⲛ ϯⲙⲉⲑⲛⲏⲓ ⳿ⲛⲧⲉ ⲫϯ ϫⲉⲭⲁⲥ ⲉϥ⳿ⲉⲧⲁϫⲣⲉ ⲛⲓⲱϣ ⳿ⲛⲧⲉ ⲛⲓⲓⲟϯ.
କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି,
9 ⲑ̅ ⲛⲓⲉⲑⲛⲟⲥ ⲇⲉ ⲉⲑⲃⲉ ⲟⲩⲛⲁⲓ ⳿ⲉϯⲱⲟⲩ ⳿ⲙⲫϯ ⲕⲁⲧⲁ⳿ⲫⲣⲏϯ ⲉⲧ⳿ⲥϧⲏⲟⲩⲧ ϫⲉ ⲉⲑⲃⲉ ⲫⲁⲓ ϯⲛⲁⲟⲩⲱⲛϩ ⲛⲁⲕ ⳿ⲉⲃⲟⲗ ϧⲉⲛ ⲛⲓⲉⲑⲛⲟⲥ ⲟⲩⲟϩ ϯⲛⲁⲉⲣⲯⲁⲗⲓⲛ ⳿ⲉⲡⲉⲕⲣⲁⲛ.
ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି, “ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।”
10 ⲓ̅ ⲟⲩⲟϩ ⳿ϥϫⲱ ⳿ⲙⲙⲟⲥ ⲟⲛ ϫⲉ ⲟⲩⲛⲟϥ ⳿ⲙⲙⲱⲧⲉⲛ ⲛⲓⲉⲑⲛⲟⲥ ⲛⲉⲙ ⲡⲉϥⲗⲁⲟⲥ.
ପୁନଶ୍ଚ ସେ କହନ୍ତି, “ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।”
11 ⲓ̅ⲁ̅ ⲟⲩⲟϩ ⳿ϥϫⲱ ⳿ⲙⲙⲟⲥ ⲟⲛ ϫⲉ ⲛⲓⲉⲑⲛⲟⲥ ⲧⲏⲣⲟⲩ ⳿ⲥⲙⲟⲩ ⳿ⲉⲠ⳪ ⲙⲁⲣⲟⲩ⳿ⲥⲙⲟⲩ ⳿ⲉⲣⲟϥ ⳿ⲛϫⲉ ⲛⲓⲗⲁⲟⲥ ⲧⲏⲣⲟⲩ.
ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।”
12 ⲓ̅ⲃ̅ ⲟⲩⲟϩ ⳿ϥϫⲱ ⳿ⲙⲙⲟⲥ ⲟⲛ ⳿ⲛϫⲉ ⲏⲥⲁⲏⲁⲥ ϫⲉ ⲉⲥ⳿ⲉϣⲱⲡⲓ ⳿ⲛϫⲉ ⳿ⲑⲛⲟⲩⲛⲓ ⳿ⲛⲓⲉⲥⲥⲉ ⲛⲉⲙ ⲫⲏⲉⲑⲛⲁⲧⲱⲛϥ ⳿ⲉⲉⲣⲁⲣⲭⲱⲛ ⳿ⲉⲛⲓⲉⲑⲛⲟⲥ ⲉⲩ⳿ⲉⲉⲣϩⲉⲗⲡⲓⲥ ⳿ⲉⲣⲟϥ ⳿ⲛϫⲉ ⲛⲓⲉⲑⲛⲟⲥ.
ପୁନର୍ବାର ଯିଶାଇୟ କହନ୍ତି, “ଯିଶୀଙ୍କ ମୂଳ ରହିବ, ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”
13 ⲓ̅ⲅ̅ ⲫϯ ⲇⲉ ⳿ⲛⲧⲉ ϯϩⲉⲗⲡⲓⲥ ⲉϥ⳿ⲉⲙⲁϩ ⲑⲏⲛⲟⲩ ⳿ⲛⲣⲁϣⲓ ⲛⲓⲃⲉⲛ ⲛⲉⲙ ϯϩⲓⲣⲏⲛⲏ ϧⲉⲛ ⳿ⲡϫⲓⲛ⳿ⲑⲣⲉⲧⲉⲛⲛⲁϩϯ ⲉⲣⲉⲧⲉⲛⲉⲣϩⲟⲩ⳿ⲟ ϧⲉⲛ ϯ ϩⲉⲗⲡⲓⲥ ϧⲉⲛ ϯϫⲟⲙ ⳿ⲛⲧⲉ ⲡⲓⲡ͞ⲛⲁ̅ ⲉⲑⲟⲩⲁⲃ.
ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।
14 ⲓ̅ⲇ̅ ⳿ⲁⲛⲟⲕ ϩⲱ ⲛⲁ⳿ⲥⲛⲏⲟⲩ ⲡⲁϩⲏⲧ ⲑⲏⲧ ⳿ⲉϫⲉⲛ ⲑⲏⲛⲟⲩ ϫⲉ ⳿ⲛⲑⲱⲧⲉⲛ ϩⲱⲧⲉⲛ ⲧⲉⲧⲉⲛⲙⲉϩ ϧⲉⲛ ϩⲱⲃ ⲛⲓⲃⲉⲛ ⳿ⲛⲁⲅⲁⲑⲟⲛ ⲉⲣⲉⲧⲉⲛⲙⲉϩ ϧⲉⲛ ⳿ⲉⲙⲓ ⲛⲓⲃⲉⲛ ⳿ⲉⲟⲩⲟⲛ ⳿ϣϫⲟⲙ ⳿ⲙⲙⲱⲧⲉⲛ ⳿ⲉϯ⳿ⲥⲃⲱ ⳿ⲛⲛⲉⲧⲉⲛⲉⲣⲏⲟⲩ.
ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ଉତ୍ତମତା ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି।
15 ⲓ̅ⲉ̅ ϧⲉⲛ ⲟⲩⲙⲉⲧⲧⲟⲗⲙⲉⲣⲟⲥ ⲇⲉ ⲁⲓ⳿ⲥϧⲁⲓ ⲛⲱⲧⲉⲛ ⳿ⲛⲟⲩ⳿ⲁⲡⲟⲙⲉⲣⲟⲥ ϩⲱⲥ ⲉⲓϯ ⳿ⲙ⳿ⲫⲙⲉⲩⲓ ⲛⲱⲧⲉⲛ ⲉⲑⲃⲉ ⲡⲓ⳿ϩⲙⲟⲧ ⲉⲧⲁⲩⲧⲏⲓϥ ⲛⲏⲓ ⳿ⲉⲃⲟⲗ ϩⲓⲧⲉⲛ ⲫϯ.
ତଥାପି ମୋତେ ଈଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି।
16 ⲓ̅ⲋ̅ ⲉⲑⲣⲓϣⲱⲡⲓ ⲉⲓⲟⲓ ⳿ⲛⲣⲉϥⲫⲱϣⲉⲛ ⳿ⲛⲧⲉ Ⲓⲏ̅ⲥ̅ Ⲡⲭ̅ⲥ̅ ⳿ⲉⲛⲓⲉⲑⲛⲟⲥ ⲉⲓⲉⲣϩⲱⲃ ϧⲉⲛ ⲟⲩⲙⲉⲧⲟⲩⲏ ⲃ ⳿ⲉⲡⲓⲉⲩⲁⲅⲅⲉⲗⲓⲟⲛ ⳿ⲛⲧⲉ ⲫϯ ϩⲓⲛⲁ ⳿ⲛⲧⲉ ϯ⳿ⲡⲣⲟⲥⲫⲱⲣⲁ ⳿ⲛⲧⲉ ⲛⲓⲉⲑⲛⲟⲥ ϣⲱⲡⲓ ⲉⲥϣⲏⲡ ⲟⲩⲟϩ ⲉⲥⲧⲟⲩⲃⲏⲟⲩⲧ ϧⲉⲛ ⲟⲩⲡ͞ⲛⲁ̅ ⲉϥⲟⲩⲁⲃ.
କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।
17 ⲓ̅ⲍ̅ ⲟⲩⲟⲛⲧⲏⲓ ⳿ⲙⲙⲁⲩ ⳿ⲛⲟⲩϣⲟⲩϣⲟⲩ ϧⲉⲛ Ⲡⲭ̅ⲥ̅ Ⲓⲏ̅ⲥ̅ ϩⲁ ⲫϯ.
ଏଣୁ ଈଶ୍ବରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି।
18 ⲓ̅ⲏ̅ ⲟⲩ ⲅⲁⲣ ⳿ⲛⲛⲁⲉⲣⲧⲟⲗⲙⲁⲛ ⳿ⲉϫⲉ ⲟⲩⲥⲁϫⲓ ϧⲉⲛ ⲛⲏⲉⲧⲉ ⳿ⲙⲡⲉ Ⲡⲭ̅ⲥ̅ ⲉⲣϩⲱⲃ ⳿ⲛϧⲏ ⲧⲟⲩ ⳿ⲉⲃⲟⲗ ϩⲓⲧⲟⲧ ⲉⲩⲥⲱⲧⲉⲙ ⳿ⲛⲧⲉ ⲛⲓⲉⲑⲛⲟⲥ ϧⲉⲛ ⳿ⲡⲥⲁϫⲓ ϧⲉⲛ ⳿ⲡϩⲱⲃ.
କାରଣ ଅଣଯିହୁଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋʼ ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍‍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ।
19 ⲓ̅ⲑ̅ ϧⲉⲛ ⳿ⲧϫⲟⲙ ⳿ⲛⲧⲉ ϩⲁⲛⲙⲏⲓⲛⲓ ⲛⲉⲙ ϩⲁⲛ⳿ϣⲫⲏⲣⲓ ϧⲉⲛ ⲟⲩϫⲟⲙ ⳿ⲛⲧⲉ ⲟⲩⲡ͞ⲛⲁ̅ ⲉϥⲟⲩⲁⲃ ϩⲱⲥⲧⲉ ⲓⲥϫⲉⲛ ⳿ⲓⲗ̅ⲏ̅ⲙ̅ ⲛⲉⲙ ⲡⲉⲥⲕⲱϯ ϣⲁ ⳿ⲉ⳿ϩⲣⲏⲓ ⳿ⲉⲡⲓ⳿ⲁⲗⲗⲩⲣⲓⲕⲟⲛ ⳿ⲛⲧⲁⲙⲁϩⲟⲩ ⳿ⲉⲡⲓⲉⲩⲁⲅⲅⲉⲗⲓⲟⲛ ⳿ⲛⲧⲉ Ⲡⲭ̅ⲥ̅.
ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ଦେଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,
20 ⲕ̅ ⲡⲁⲓⲣⲏϯ ⲇⲉ ⲛⲁⲓⲙⲉⲓ ⳿ⲛϩⲓϣⲉⲛⲛⲟⲩϥⲓ ⲡⲉ ⳿ⲉ⳿ⲫⲙⲁ ⲁⲛ ⲉⲧⲁⲩϫⲉ ⳿ⲫⲣⲁⲛ ⳿ⲙⲠⲭ̅ⲥ̅ ⳿ⲙⲙⲟϥ ϩⲓⲛⲁ ⳿ⲛⲧⲁ⳿ϣⲧⲉⲙⲕⲱⲧ ⳿ⲉϫⲉⲛ ⲟⲩⲥⲉⲛϯ ⳿ⲛϣⲉⲙⲙⲟ.
ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି;
21 ⲕ̅ⲁ̅ ⲁⲗⲗⲁ ⲕⲁⲧⲁ⳿ⲫⲣⲏϯ ⲉⲧ⳿ⲥϧⲏⲟⲩⲧ ϫⲉ ⲉⲩ⳿ⲉⲛⲁⲩ ⳿ⲛϫⲉ ⲛⲏⲉⲧⲉ ⳿ⲙⲡⲟⲩⲧⲁⲙⲱⲟⲩ ⲉⲑⲃⲏ ⲧϥ ⲟⲩⲟϩ ⲛⲏⲉⲧⲉ ⳿ⲙⲡⲟⲩⲥⲱⲧⲉⲙ ⲉⲩ⳿ⲉⲕⲁϯ.
ଯେପରି ଲେଖାଅଛି, “ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ, ଆଉ ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”
22 ⲕ̅ⲃ̅ ⲉⲑⲃⲉ ⲫⲁⲓ ⲁⲓⲧⲁϩⲛⲟ ⳿ⲛⲟⲩⲙⲏϣ ⳿ⲛⲥⲟⲡ ⳿ⲉ⳿ⲓ ϩⲁⲣⲱⲧⲉⲛ.
ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ରୋକାଯାଇଅଛି;
23 ⲕ̅ⲅ̅ ϯⲛⲟⲩ ⲇⲉ ⳿ⲙⲙⲟⲛϯ ⲙⲁ ϧⲉⲛ ⲛⲁⲓⲥⲁ ⲟⲩⲟⲛ ⲟⲩⲙⲉⲓ ⳿ⲛϩⲟⲩ⳿ⲟ ⲇⲉ ϣⲟⲡ ⳿ⲛϧⲏⲧ ⳿ⲉ⳿ⲓ ϩⲁⲣⲱⲧⲉⲛ ⲓⲥ ⲟⲩⲙⲏϣ ⳿ⲛⲣⲟⲙⲡⲓ.
କିନ୍ତୁ ଏବେ ଏହିସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ,
24 ⲕ̅ⲇ̅ ϩⲱⲥ ⲉⲓⲛⲁϣⲉⲛⲏⲓ ⳿ⲉϯ⳿ⲥⲡⲁⲛⲓ⳿ⲁ ϯⲉⲣϩⲉⲗⲡⲓⲥ ⲅⲁⲣ ⳿ⲉⲛⲁⲩ ⳿ⲉⲣⲱⲧⲉⲛ ⲉⲓⲛⲁϣⲉ ⲛⲏⲓ ⳿ⲉⲙⲁⲩ ⲟⲩⲟϩ ⳿ⲛⲧⲉⲧⲉⲛ⳿ⲧⲫⲟⲓ ⳿ⲛⲑⲱⲧⲉⲛ ⳿ⲉⲙⲁⲩ ⲉϣⲱⲡ ⲁⲓϣⲁⲛⲥⲓ ⳿ⲙⲙⲱⲧⲉⲛ ϧⲉⲛ ⲟⲩ⳿ⲁⲡⲟⲙⲉⲣⲟⲥ.
ମୁଁ ସ୍ପେନ ଦେଶକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି।
25 ⲕ̅ⲉ̅ ϯⲛⲟⲩ ⲇⲉ ϯⲛⲁϣⲉ ⲛⲏⲓ ⳿ⲉ⳿ⲓⲗ̅ⲏ̅ⲙ̅ ⳿ⲉϣⲉⲙϣⲓ ⳿ⲛⲛⲏⲉⲑⲟⲩⲁⲃ.
କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମ ସହରକୁ ଯାଉଅଛି।
26 ⲕ̅ⲋ̅ ⲁⲩϯⲙⲁϯ ⲅⲁⲣ ⳿ⲛϫⲉ ⲛⲁ⳿ⲑⲙⲁⲕⲉⲇⲟⲛⲓ⳿ⲁ ⲛⲉⲙ ⲁⲭⲁⲓ⳿ⲁ ⲉ⳿ⲓⲣⲓ ⳿ⲛⲟⲩⲙⲉⲧ⳿ϣⲫⲏⲣ ⳿ⲉⲛⲓϩⲏⲕⲓ ⳿ⲛⲧⲉ ⲛⲏⲉⲑⲟⲩⲁⲃ ⲛⲏⲉⲧϧⲉⲛ ⳿ⲓⲗ̅ⲏ̅ⲙ̅.
କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀ-ସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି।
27 ⲕ̅ⲍ̅ ⲁⲩϯⲙⲁϯ ⲅⲁⲣ ⲟⲩⲟϩ ⲟⲩⲟⲛ ⳿ⲉⲣⲱⲟⲩ ⳿ⲛⲧⲱⲟⲩ ⲓⲥϫⲉ ⲅⲁⲣ ⲛⲓⲉⲑⲛⲟⲥ ⲉⲣ⳿ϣⲫⲏⲣ ⳿ⲉⲣⲱⲟⲩ ϧⲉⲛ ⲟⲩⲡ͞ⲛⲁ̅ⲧⲓⲕⲟⲛ ⲥⲉ⳿ⲙ⳿ⲡϣⲁ ⳿ⲛⲥⲉϣⲉⲙϣⲏⲧⲟⲩ ϧⲉⲛ ⲛⲓⲕⲉⲥⲁⲣⲕⲓⲕⲟⲛ.
ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୁଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ।
28 ⲕ̅ⲏ̅ ⲫⲁⲓ ⲟⲩⲛ ⲁⲓϣⲁⲛϫⲟⲕϥ ⳿ⲉⲃⲟⲗ ⳿ⲛⲧⲁⲉⲣ⳿ⲥ⳿ⲫⲣⲁⲅⲓⲍⲓⲛ ⳿ⲙⲡⲁⲓⲟⲩⲧⲁϩ ⲛⲱⲟⲩ ⲉⲓ⳿ⲉϣⲉ ⲛⲏⲓ ⳿ⲉⲃⲟⲗ ϩⲓⲧⲉⲛ ⲑⲏⲛⲟⲩ ⳿ⲉϯ⳿ⲥⲡⲁⲛⲓ⳿ⲁ.
ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି।
29 ⲕ̅ⲑ̅ ϯⲥⲱⲟⲩⲛ ⲇⲉ ϫⲉ ⲁⲓⲛⲏⲟⲩ ϩⲁⲣⲱⲧⲉⲛ ⲁⲓⲛⲏⲟⲩ ϧⲉⲛ ⲟⲩⲙⲟϩ ⳿ⲛ⳿ⲥⲙⲟⲩ ⳿ⲛⲧⲉ Ⲡⲭ̅ⲥ̅.
ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି।
30 ⲗ̅ ϯϯϩⲟ ⲟⲩⲛ ⳿ⲉⲣⲱⲧⲉⲛ ⲛⲁ⳿ⲥⲛⲏⲟⲩ ⳿ⲉⲃⲟⲗ ϩⲓⲧⲉⲛ ⲡⲉⲛ⳪ Ⲓⲏ̅ⲥ̅ Ⲡⲭ̅ⲥ̅ ⲛⲉⲙ ⳿ⲉⲃⲟⲗ ϩⲓⲧⲉⲛ ϯ⳿ⲁⲅⲁⲡⲏ ⳿ⲛⲧⲉ ⲡⲓⲡ͞ⲛⲁ̅ ⳿ⲉ⳿ⲑⲣⲉⲧⲉⲛⲉⲣ⳿ⲁⲅⲱⲛⲓⲍⲉⲥⲑⲉ ⲛⲉⲙⲏⲓ ϧⲉⲛ ⲛⲉⲧⲉⲛ⳿ⲡⲣⲟⲥⲉⲩⲭⲏ ⳿ⲉ⳿ϩⲣⲏⲓ ⳿ⲉϫⲱⲓ ϩⲁ ⲫϯ.
ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋʼ ନିମନ୍ତେ ଈଶ୍ବରଙ୍କ ନିକଟରେ ମୋʼ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି,
31 ⲗ̅ⲁ̅ ϩⲓⲛⲁ ⳿ⲛⲧⲁⲛⲟϩⲉⲙ ⳿ⲉⲃⲟⲗ ϩⲁ ⲛⲏⲉⲧⲟⲓ ⳿ⲛⲁⲧⲥⲱⲧⲉⲙ ϧⲉⲛ ϯⲓⲟⲩⲇⲉ⳿ⲁ ⲟⲩⲟϩ ⲧⲁⲇⲓ⳿ⲁⲕⲟⲛⲓ⳿ⲁ ⳿ⲉ⳿ⲓⲗ̅ⲏ̅ⲙ̅ ⳿ⲛⲧⲉⲥϣⲱⲡⲓ ⲉⲥϣⲏⲡ ⳿ⲉⲛⲓⲁⲅⲓⲟⲥ.
ଯେପରି ମୁଁ ଯିହୂଦିୟା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
32 ⲗ̅ⲃ̅ ϩⲓⲛⲁ ⲁⲓϣⲁⲛ⳿ⲓ ϩⲁⲣⲱⲧⲉⲛ ϧⲉⲛ ⲟⲩⲣⲁϣⲓ ⳿ⲉⲃⲟⲗ ϩⲓⲧⲉⲛ ⲡⲉⲧⲉϩⲛⲉ ⲫϯ ⲟⲩⲟϩ ⳿ⲛⲧⲁ⳿ⲙⲧⲟⲛ ⳿ⲙⲙⲟⲓ ⲛⲉⲙⲱⲧⲉⲛ.
ପୁଣି, ଈଶ୍ବରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ।
33 ⲗ̅ⲅ̅ ⲫϯ ⲇⲉ ⳿ⲛⲧⲉ ϯϩⲓⲣⲏⲛⲏ ⳿ϥⲭⲏ ⲛⲉⲙⲱⲧⲉⲛ ⲧⲏⲣⲟⲩ ⲁⲙⲏⲛ
ଶାନ୍ତିଦାତା ଈଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ, ଆମେନ୍‍।

< ⲚⲒⲢⲰⳘⲈⲞⲤ 15 >