< Ϯ⳰ⲀⲠⲞⲔⲀⲖⲨⳘⲮⲒⲤ 16 >

1 ⲁ̅ ⲟⲩⲟϩ ⲁⲓⲥⲱⲧⲉⲙ ⳿ⲉⲟⲩⲛⲓϣϯ ⳿ⲛ⳿ⲥⲙⲏ ⳿ⲉⲃⲟⲗ ϧⲉⲛ ⳿ⲧⲫⲉ ⲉⲥϫⲱ ⳿ⲙⲙⲟⲥ ⳿ⲛⲛⲓⲁⲅⲅⲉⲗⲟⲥ ϫⲉ ⲙⲁϣⲉ ⲛⲱⲧⲉⲛ ϫⲉϣ ⲛⲉⲧⲉⲛⲫⲩⲁⲗⲏ ⳿ⲉⲡⲉⲥⲏⲧ ⳿ⲛⲧⲉ ⳿ⲡⲉⲙⲃⲟⲛ ⳿ⲙⲫϯ.
ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ବରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ।
2 ⲃ̅ ⲟⲩⲟϩ ⲁϥϣⲉ ⲛⲁϥ ⳿ⲛϫⲉ ⲡⲓϩⲟⲩⲓⲧ ⳿ⲛⲁⲅⲅⲉⲗⲟⲥ ⲁϥϫⲉϣ ⲧⲉϥⲫⲩⲁⲗⲏ ⳿ⲉϫⲉⲛ ⲡⲓⲕⲁϩⲓ ⲟⲩⲟϩ ⲁ ⲟⲩϣⲁϣⲓ ⲉϥϩⲱⲟⲩ ϣⲱⲡⲓ ϧⲉⲛ ⲛⲓⲣⲱⲙⲓ ⲛⲏⲉⲧⲧⲟⲃ ⳿ⲉⲡⲓⲑⲏⲣⲓⲟⲛ ⲛⲉⲙ ⲛⲏⲉⲑⲟⲩⲱϣⲧ ⳿ⲛⲧⲉϥϩⲩⲕⲱⲛ.
ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା।
3 ⲅ̅ ⲟⲩⲟϩ ⲁ ⲡⲓⲙⲁϩⲃ̅ ⳿ⲛⲁⲅⲅⲉⲗⲟⲥ ⲁϥϫⲱϣ ⳿ⲛⲧⲉϥⲫⲩⲁⲗⲏ ⳿ⲉϫⲉⲛ ⳿ⲫⲓⲟⲙ ⲟⲩⲟϩ ⲁϥⲉⲣ⳿ⲥⲛⲟϥ ⳿ⲙ⳿ⲫⲣⲏϯ ⳿ⲙⲫⲁ ⲟⲩⲣⲉϥⲙⲱⲟⲩⲧ ⲟⲩⲟϩ ⲯⲩⲭⲏ ⲛⲓⲃⲉⲛ ⲉⲧⲟⲛϧ ⲁⲩⲙⲟⲩ ϧⲉⲛ ⳿ⲫⲓⲟⲙ.
ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ।
4 ⲇ̅ ⲟⲩⲟϩ ⲁ ⲡⲓⲙⲁϩⲅ̅ ⳿ⲛⲁⲅⲅⲉⲗⲟⲥ ⲁϥϫⲱϣ ⳿ⲛⲧⲉϥⲫⲩⲁⲗⲏ ⳿ⲉϫⲉⲛ ⲛⲓⲓⲁⲣⲱⲟⲩ ⲛⲉⲙ ⲛⲓⲙⲟⲩⲙⲓ ⳿ⲙⲙⲱⲟⲩ ⲟⲩⲟϩ ⲁⲩⲉⲣ⳿ⲥⲛⲟϥ.
ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହିସବୁ ରକ୍ତ ହୋଇଗଲା।
5 ⲉ̅ ⲁⲓⲥⲱⲧⲉⲙ ⳿ⲉⲡⲓⲁⲅⲅⲉⲗⲟⲥ ⳿ⲛⲧⲉ ⲛⲓⲙⲱⲟⲩ ⲉϥϫⲱ ⳿ⲙⲙⲟⲥ ϫⲉ ⳿ⲛⲑⲟⲕ ⲟⲩ⳿ⲑⲙⲏⲓ ⲫⲏⲉⲧϣⲟⲡ ⲟⲩⲟϩ ⲫⲏ ⲉⲛⲁϥϣⲟⲡ ϫⲉ ⲁⲕϯϩⲁⲡ ⳿ⲉⲛⲁⲓ.
ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, “ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ, ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ;
6 ⲋ̅ ϫⲉ ⲡⲓ⳿ⲥⲛⲟϥ ⳿ⲛⲧⲉ ⲛⲓⲙⲁⲣⲧⲩⲣⲟⲥ ⲛⲉⲙ ⲛⲓⲡⲣⲟⲫⲏⲧⲏⲥ ⲁⲩⲫⲟⲛϥ ⳿ⲉⲃⲟⲗ ⲁⲕϯ ⳿ⲥⲛⲟϥ ⲛⲱⲟⲩ ⳿ⲉⲥⲱ ϫⲉ ⲥⲉⲙ⳿ⲡϣⲁ.
ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”
7 ⲍ̅ ⲟⲩⲟϩ ⲁⲓⲥⲱⲧⲉⲙ ⳿ⲉⲡⲓⲙⲁ⳿ⲛⲉⲣϣⲱⲟⲩϣⲓ ⲉϥϫⲱ ⳿ⲙⲙⲟⲥ ϫⲉ ⲥⲉ Ⲡ⳪ ⲫϯ ⲡⲓⲡⲁⲛⲧⲟⲕⲣⲁⲧⲱⲣ ⲡⲓ⳿ⲑⲙⲏⲓ ⲛⲉⲕϩⲁⲡ ⲧⲏⲣⲟⲩ ϩⲁⲛⲙⲉⲑⲙⲏⲓ ⲛⲉ.
ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି, “ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ।”
8 ⲏ̅ ⲟⲩⲟϩ ⲡⲓⲙⲁϩⲇ̅ ⳿ⲛⲁⲅⲅⲉⲗⲟⲥ ⲁϥϫⲱϣ ⳿ⲛⲧⲉϥⲫⲩⲁⲗⲏ ⳿ⲉϫⲉⲛ ⳿ⲫⲣⲏ ⲟⲩⲟϩ ⲁⲩⲧⲏⲓⲥ ⲛⲁϥ ⳿ⲉⲉⲣⲕⲁⲩⲙⲁ ⳿ⲉϫⲉⲛ ⲛⲓⲣⲱⲙⲓ ϧⲉⲛ ⲟⲩⲛⲓϣϯ ⳿ⲛⲕⲁⲩⲙⲁ.
ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା।
9 ⲑ̅ ⲟⲩⲟϩ ⲁⲩⲉⲣⲕⲁⲩⲙⲁ ⳿ⲛϫⲉ ⲛⲓⲣⲱⲙⲓ ⲟⲩⲟϩ ⲁⲩϫⲉⲟⲩⲁ ⳿ⲉ⳿ⲫⲣⲁⲛ ⳿ⲙⲫϯ ⲫⲏⲉⲧⲉ ⲟⲩⲟⲛⲧⲉϥ ⲉⲣϣⲓϣⲓ ⳿ⲙⲙⲁⲩ ⳿ⲉϫⲉⲛ ⲛⲁⲓⲉⲣϧⲟⲧ ⲟⲩⲟϩ ⳿ⲙⲡⲟⲩⲉⲣⲙⲉⲧⲁⲛⲟⲓⲛ ⳿ⲉϯⲱⲟⲩ ⳿ⲙⲫϯ.
ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ବରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ-ପରିବର୍ତ୍ତନ କଲେ ନାହିଁ।
10 ⲓ̅ ⲟⲩⲟϩ ⲡⲓⲙⲁϩⲉ̅ ⳿ⲛⲁⲅⲅⲉⲗⲟⲥ ⲁϥϫⲱϣ ⳿ⲛⲧⲉϥⲫⲩⲁⲗⲏ ⳿ⲉϫⲉⲛ ⲡⲓ⳿ⲑⲣⲟⲛⲟⲥ ⳿ⲛⲧⲉ ⲡⲓⲑⲏⲣⲓⲟⲛ ⲟⲩⲟϩ ⲁⲥⲉⲣⲭⲁⲕⲓ ⳿ⲛϫⲉ ⲧⲉϥⲙⲉⲧⲟⲩⲣⲟ ⲟⲩⲟϩ ⲛⲁⲩⲟⲩⲟϫⲟⲩⲉϫ ⳿ⲛⲛⲟⲩⲗⲁⲥ ⳿ⲉⲃⲟⲗ ϧⲉⲛ ⲡⲓ⳿ⲙⲕⲁϩ.
ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ;
11 ⲓ̅ⲁ̅ ⲟⲩⲟϩ ⲁⲩϫⲉⲟⲩ⳿ⲁ ⳿ⲉⲫϯ ⳿ⲛⲧⲉ ⳿ⲧⲫⲉ ⳿ⲉⲃⲟⲗ ϧⲉⲛ ⲡⲓ⳿ⲙⲕⲁϩ ⲛⲉⲙ ⳿ⲉⲃⲟⲗ ϧⲉⲛ ⲛⲟⲩ⳿ϩⲃⲏ ⲟⲩ⳿ⲓ ⲟⲩⲟϩ ⳿ⲙⲡⲟⲩⲉⲣⲙⲉⲧⲁⲛⲟⲓⲛ ⳿ⲉⲃⲟⲗ ϧⲉⲛ ⲛⲟⲩ⳿ϩⲃⲏⲟⲩ⳿ⲓ ⲉⲧϩⲱⲟⲩ.
ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ବରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
12 ⲓ̅ⲃ̅ ⲟⲩⲟϩ ⲡⲓⲙⲁϩ ⳿ⲛⲁⲅⲅⲉⲗⲟⲥ ⲁϥϫⲱϣ ⳿ⲛⲧⲉϥⲫⲩⲁⲗⲏ ⳿ⲉϫⲉⲛ ⳿ⲫⲓⲁⲣⲟ ⲡⲓⲛⲓϣϯ ⲡⲓⲉⲩⲫⲣⲁⲧⲏ ⲥ ⲟⲩⲟϩ ⲁϥϣⲱⲟⲩ⳿ⲓ ⳿ⲛϫⲉ ⲡⲓⲙⲱⲟⲩ ϩⲓⲛⲁ ⳿ⲛⲧⲉϥⲥⲟⲃϯ ⳿ⲛϫⲉ ⲡⲓⲙⲱⲓⲧ ⳿ⲛⲧⲉ ⲛⲓⲟⲩⲣⲱⲟⲩ ⲉⲧⲥⲁⲛⲓⲙⲁ ⳿ⲛϣⲁⲓ ⳿ⲛⲧⲉ ⳿ⲫⲣⲏ.
ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା।
13 ⲓ̅ⲅ̅ ⲟⲩⲟϩ ⲁⲓⲛⲁⲩ ⳿ⲉⲃⲟⲗ ϧⲉⲛ ⲣⲱϥ ⳿ⲙⲡⲓ⳿ⲇⲣⲁⲕⲱⲛ ⲛⲉⲙ ⳿ⲉⲃⲟⲗ ϧⲉⲛ ⲣⲱϥ ⳿ⲙⲡⲓⲑⲏⲣⲓⲟⲛ ⲛⲉⲙ ⳿ⲉⲃⲟⲗ ϧⲉⲛ ⲣⲱϥ ⳿ⲙⲡⲓⲯⲉⲩⲇⲟ⳿ⲡⲣⲟⲫⲏⲧⲏⲥ ⳿ⲉⲅ̅ ⳿ⲙⲡ͞ⲛⲁ̅ ⲉⲩⲥⲱϥ ⳿ⲙ⳿ⲫⲣⲏϯ ⳿ⲛϩⲁⲛ⳿ⲭⲣⲟⲩⲣ.
ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟି ଅପବିତ୍ର ଆତ୍ମା ବାହାରିଲେ;
14 ⲓ̅ⲇ̅ ϩⲁⲛⲡ͞ⲛⲁ̅ ⲅⲁⲣ ⳿ⲛⲓϧ ⲛⲉ ⲉⲩ⳿ⲓⲣⲓ ⳿ⲛϩⲁⲛⲙⲏ ⲓⲛⲓ ⳿ⲉⲃⲟⲗ ϧⲉⲛ ⲛⲓⲟⲩⲣⲱⲟⲩ ⳿ⲛⲧⲉ ⳿ⲡⲕⲁϩⲓ ⲉⲑⲟⲩⲱⲧⲟⲩ ⳿ⲉ⳿ⲡⲡⲟⲗⲉⲙⲟⲥ ⳿ⲛⲧⲉ ⲛⲓⲛⲓϣϯ ⳿ⲛ⳿ⲉϩⲟⲟⲩ ⳿ⲛⲧⲉ ⲫϯ ⲡⲓⲡⲁⲛⲧⲟⲕⲣⲁⲧⲱⲣ.
ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ବରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି।
15 ⲓ̅ⲉ̅ ϩⲏⲡⲡⲉ ϯⲛⲏⲟⲩ ⳿ⲙ⳿ⲫⲣⲏϯ ⳿ⲛⲟⲩⲣⲉϥ ϭⲓⲟⲩ⳿ⲓ ⲱⲟⲩ⳿ⲛⲓⲁⲧϥ ⳿ⲙⲫⲏⲉⲑⲛⲁⲣⲱⲓⲥ ⲟⲩⲟϩ ⳿ⲛⲧⲉϥⲁⲣⲉϩ ⳿ⲉⲛⲉϥ⳿ϩⲃⲱⲥ ϩⲓⲛⲁ ⳿ⲛⲧⲉϥ⳿ϣⲧⲉⲙⲙⲟϣⲓ ⲉϥⲃⲏϣ ⲟⲩⲟϩ ⳿ⲛⲧⲟⲩⲛⲁⲩ ⳿ⲉⲡⲉϥϣⲓⲡⲓ.
ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; “ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଗ୍ନ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ।”
16 ⲓ̅ⲋ̅ ⲟⲩⲟϩ ⲁϥⲑⲟⲩⲱⲧⲟⲩ ⲉⲩⲙⲁ ⲉⲩⲙⲟⲩϯ ⳿ⲉⲣⲟϥ ⳿ⲙⲙⲉⲧϩⲉⲃⲣⲉⲟⲥ ϫⲉ ⲉⲣⲙⲁⲕⲉⲇⲱⲛ.
ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ।
17 ⲓ̅ⲍ̅ ⲟⲩⲟϩ ⲡⲓⲙⲁϩⲍ̅ ⳿ⲛⲁⲅⲅⲉⲗⲟⲥ ⲁϥϫⲱϣ ⳿ⲛⲧⲉϥⲫⲩⲁⲗⲏ ⳿ⲉϫⲉⲛ ⲡⲓⲁⲏⲣ ⲟⲩⲟϩ ⲁϥⲉϣ ⲟⲩⲛⲓϣϯ ⳿ⲛ⳿ϧⲣⲱⲟⲩ ⳿ⲉⲃⲟⲗ ϧⲉⲛ ⲡⲓⲉⲣⲫⲉⲓ ⳿ⲉⲃⲟⲗ ϩⲁ ⲡⲓ⳿ⲑⲣⲟⲛⲟⲥ ⲉϥϫⲱ ⳿ⲙⲙⲟⲥ ϫⲉ ⲁϥϣⲱⲡⲓ.
ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚସ୍ୱର ହେଲା, ସମାପ୍ତ ହେଲା।
18 ⲓ̅ⲏ̅ ⲟⲩⲟϩ ⲁⲩϣⲱⲡⲓ ⳿ⲛϫⲉ ϩⲁⲛϧⲁⲣⲁⲃⲁⲓ ⲛⲉⲙ ϩⲁⲛ⳿ⲥⲙⲏ ⲛⲉⲙ ϩⲁⲛⲥⲉⲧⲉⲃⲣⲏϫ ⲟⲩⲟϩ ⲟⲩⲛⲓϣϯ ⳿ⲙⲙⲟⲛⲙⲉⲛ ⲁϥϣⲱⲡⲓ ⳿ⲙⲡⲉ ⲟⲩⲟⲛ ϣⲱⲡⲓ ⳿ⲙⲡⲉϥⲣⲏϯ ⲓⲥϫⲉⲛ ⲉⲧⲁ ⲣⲱⲙⲓ ϣⲱⲡⲓ ϩⲓϫⲉⲛ ⳿ⲡⲕⲁϩⲓ.
ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।
19 ⲓ̅ⲑ̅ ⲟⲩⲟϩ ⲁⲥϣⲱⲡⲓ ⳿ⲛϫⲉ ϯⲛⲓϣϯ ⳿ⲙⲃⲁⲕⲓ ⳿ⲉⲅ̅ ⳿ⲛⲧⲟⲓ ⲟⲩⲟϩ ⲛⲓⲃⲁⲕⲓ ⳿ⲛⲧⲉ ⲛⲓⲉⲑⲛⲟⲥ ⲁⲩϩⲉⲓ ⲟⲩⲟϩ ⲃⲁⲃⲩⲗⲱⲛ ϯⲛⲓϣϯ ⲁⲩⲉⲣⲡⲉⲥⲙⲉⲩⲓ ⳿ⲙⲡⲉ⳿ⲙⲑⲟ ⳿ⲙⲫϯ ⳿ⲉϯ ⲛⲁⲥ ⳿ⲙⲡⲓⲁⲫⲟⲧ ⳿ⲛⲏⲣⲡ ⳿ⲛⲧⲉ ⳿ⲡⲉⲙⲃⲟⲛ ⳿ⲛⲧⲉ ⲡⲓϫⲱⲛⲧ.
ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୁଦୀମାନଙ୍କର ନଗରସମୂହ ଭୂମିସାତ୍‍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ବର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ।
20 ⲕ̅ ⲟⲩⲟϩ ⲛⲏⲥⲟⲥ ⲛⲓⲃⲉⲛ ⲁⲩⲫⲱⲧ ⲟⲩⲟϩ ⲛⲓⲧⲱⲟⲩ ⳿ⲙⲡⲟⲩϫⲉⲙ ⲡⲟⲩⲙⲁ.
ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ।
21 ⲕ̅ⲁ̅ ⲟⲩⲟϩ ϩⲁⲛⲁⲗ ⳿ⲙ⳿ⲫⲣⲏϯ ⳿ⲛϩⲁⲛϫⲓⲛ ϭⲱⲣ ⳿ⲛϣⲓ ⲁⲩ⳿ⲓ ⳿ⲉⲃⲟⲗ ϧⲉⲛ ⳿ⲧⲫⲉ ⳿ⲉϫⲉⲛ ⲛⲓⲣⲱⲙⲓ ⲟⲩⲟϩ ⲁ ⲛⲓⲣⲱⲙⲓ ϫⲉⲟⲩ⳿ⲁ ⳿ⲉⲫϯ ⳿ⲉⲃⲟⲗ ϧⲉⲛ ⲡⲓⲉⲣϧⲟⲧ ⳿ⲛⲧⲉ ⲡⲓⲁⲗ ⲉⲧⲟϣ ⳿ⲉⲙⲁϣⲱ
ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ବରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର।

< Ϯ⳰ⲀⲠⲞⲔⲀⲖⲨⳘⲮⲒⲤ 16 >