< ⲪⲒⲖⲒⲠⲠⲞⲒⲤ 3 >
1 ⲁ̅ ⲧⲟ ⲗⲟⲓⲡⲟⲛ ⲛⲁ⳿ⲥⲛⲏⲟⲩ ⲣⲁϣⲓ ϧⲉⲛ Ⲡ⳪ ⲛⲁⲓ ⲟⲛ ⳿ⲉ⳿ⲥϧⲏⲧⲟⲩ ⲛⲱⲧⲉⲛ ⳿ⲛⲟⲩϭⲛⲁⲩ ⲙⲉⲛ ⲛⲏⲓ ⲁⲛ ⲡⲉ ⲟⲩⲧⲁϫⲣⲟ ⲛⲱⲧⲉⲛ ⲡⲉ.
ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ-ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।
2 ⲃ̅ ⳿ⲁⲛⲁⲩ ⳿ⲉⲛⲓⲟⲩϩⲱⲣ ⳿ⲁⲛⲁⲩ ⳿ⲉⲛⲓⲉⲣⲅⲁⲧⲏⲥ ⲉⲧϩⲱⲟⲩ ⳿ⲁⲛⲁⲩ ⳿ⲉⲡⲓϣⲱⲧ ⳿ⲛⲥⲉⲃⲓ.
କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
3 ⲅ̅ ⳿ⲁⲛⲟⲛ ⲅⲁⲣ ⲡⲉ ⲡⲓⲥⲉⲃⲓ ϧⲁ ⲛⲏⲉⲧϣⲉⲙϣⲓ ⳿ⲙⲡⲓⲡ͞ⲛⲁ̅ ⳿ⲛⲧⲉ ⲫϯ ⲟⲩⲟϩ ⲉⲛϣⲟⲩϣⲟⲩ ⳿ⲙⲙⲟⲛ ϧⲉⲛ Ⲡⲭ̅ⲥ̅ Ⲓⲏ̅ⲥ̅ ⲟⲩⲟϩ ⲛⲁⲣⲉ ⳿ϩⲑⲏⲛ ⲭⲏ ϧⲉⲛ ⳿ⲧⲥⲁⲣⲝ ⲁⲛ.
କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।
4 ⲇ̅ ⲕⲉⲡⲉⲣ ⳿ⲁⲛⲟⲕ ⲟⲩⲟⲛ ⳿ⲛⲧⲏⲓ ⳿ⲙⲙⲁⲩ ⳿ⲛⲟⲩⲑⲱⲧ ⳿ⲛϩⲏⲧ ϧⲉⲛ ⳿ⲧⲥⲁⲣⲝ ⲟⲛ ⲓⲥϫⲉ ⲟⲩⲟⲛ ⲕⲉⲟⲩⲁⲓ ⲙⲉⲩⲓ ⳿ⲉⲭⲁ⳿ϩⲑⲏϥ ϧⲉⲛ ⳿ⲧⲥⲁⲣⲝ ⳿ⲁⲛⲟⲕ ⳿ⲛϩⲟⲩ⳿ⲟ ⳿ⲁⲛⲟⲕ.
ମୁଁ ତ ବାହ୍ୟିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି; ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ;
5 ⲉ̅ ⲟⲩⲥⲉⲃⲓ ϧⲉⲛ ⳿ⲫⲙⲁϩⲏ̅ ⳿ⲛ⳿ⲉϩⲟⲟⲩ ⳿ⲉⲃⲟⲗ ϧⲉⲛ ⳿ⲡⲅⲉⲛⲟⲥ ⳿ⲙⲡⲓⲥ̅ⲗ̅ ⳿ⲧⲫⲩⲗⲏ ⳿ⲙⲃⲉⲛⲓ⳿ⲁⲙⲓⲛ ⲟⲩϩⲉⲃⲣⲉⲟⲥ ⳿ⲉⲃⲟⲗ ϧⲉⲛ ϩⲁⲛϩⲉⲃⲣⲉⲟⲥ ⲕⲁⲧⲁ ⲡⲓⲛⲟⲙⲟⲥ ⳿ⲁⲛⲟⲕ ⲟⲩⲫⲁⲣⲓⲥⲉⲟⲥ.
ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ୍ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,
6 ⲋ̅ ⲕⲁⲧⲁ ⲟⲩⲭⲟϩ ⲁⲓϭⲟϫⲓ ⳿ⲛⲥⲁ ϯⲉⲕ⳿ⲕⲗⲏⲥⲓⲁ ⲕⲁⲧⲁ ϯⲙⲉⲑⲙⲏⲓ ⲉⲧϧⲉⲛ ⲡⲓⲛⲟⲙⲟⲥ ⲁⲓϣⲱⲡⲓ ⲉⲓⲟⲓ ⳿ⲛⲁⲧⲁⲣⲓⲕⲓ.
ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି।
7 ⲍ̅ ⲁⲗⲗⲁ ⲛⲏ ⳿ⲉⲛⲁⲩϣⲟⲡ ⲛⲏⲓ ⳿ⲉϩⲁⲛϩⲏⲟⲩ ⲛⲁⲓ ⲁⲓⲟⲡⲟⲩ ⳿ⲉⲣⲟⲓ ⳿ⲛⲟⲩⲟⲥⲓ ⲉⲑⲃⲉ Ⲡⲭ̅ⲥ̅.
କିନ୍ତୁ ଯାହାସବୁ ମୋʼ ପକ୍ଷରେ ଲାଭଜନକ ଥିଲା, ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି।
8 ⲏ̅ ⲁⲗⲗⲁ ⲙⲉⲛⲟⲩⲛⲅⲉ ϯⲱⲡ ⳿ⲙⲙⲱⲟⲩ ⲧⲏ ⲣⲟⲩ ⳿ⲉϩⲁⲛⲟⲥⲓ ⲉⲑⲃⲉ ⲡⲓϩⲟⲩ⳿ⲟ ⳿ⲛⲧⲉ ⳿ⲡ⳿ⲉⲙⲓ ⳿ⲛⲧⲉ Ⲡⲭ̅ⲥ̅ Ⲓⲏ̅ⲥ̅ ⲡⲁ⳪ ⲫⲁⲓ ⲉⲧⲁⲓϯⲟⲥⲓ ⳿ⲛϩⲱⲃ ⲛⲓⲃⲉⲛ ⲉⲑⲃⲏⲧϥ ⲟⲩⲟϩ ϯⲱⲡ ⳿ⲙⲙⲱⲟⲩ ⲧⲏⲣⲟⲩ ⳿ⲉϩⲁⲛⲗⲉⲃϣ ϩⲓⲛⲁ ⳿ⲛⲧⲁϫⲉⲙϩⲏⲟⲩ ⳿ⲙⲠⲭ̅ⲥ̅.
ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି, ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,
9 ⲑ̅ ⲟⲩⲟϩ ⳿ⲛⲥⲉϫⲉⲙⲧ ⳿ⲛϧⲏⲧϥ ⲉⲥⲉⲛⲧⲟⲧ ⲁⲛ ⳿ⲛϫⲉ ⲧⲁⲙⲉⲑⲙⲏⲓ ϯ⳿ⲉⲃⲟⲗ ϧⲉⲛ ⲡⲓⲛⲟⲙⲟⲥ ⲁⲗⲗⲁ ϯ⳿ⲉⲃⲟⲗ ϧⲉⲛ ⳿ⲫⲛⲁϩϯ ⳿ⲙⲠⲭ̅ⲥ̅ ϯⲙⲉⲑⲙⲏⲓ ⲇⲉ ϯ⳿ⲉⲃⲟⲗ ϧⲉⲛ ⲫϯ ⳿ⲉ⳿ϩⲣⲏⲓ ⳿ⲉϫⲉⲛ ⳿ⲫⲛⲁϩϯ.
ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,
10 ⲓ̅ ⲉⲑⲣⲓⲥⲟⲩⲱⲛϥ ⲛⲉⲙ ϯϫⲟⲙ ⳿ⲛⲧⲉ ⲧⲉϥⲁⲛⲁⲥⲧⲁⲥⲓⲥ ⲛⲉⲙ ϯⲙⲉⲧ⳿ϣⲫⲏⲣ ⳿ⲛⲧⲉ ⲛⲉϥ⳿ⲙⲕⲁϩ ⲉⲓϣⲓⲃϯ ⳿ⲙⲙⲟⲓ ⳿ⲛ⳿ⲥⲙⲟⲧ ⲛⲉⲙ ⲡⲉϥⲙⲟⲩ.
ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,
11 ⲓ̅ⲁ̅ ϫⲉ ⲁⲣⲏⲟⲩ ⳿ⲛⲧⲁϯⲙⲁϯ ⳿ⲉ⳿ⲡⲧⲱⲛϥ ⳿ⲛⲛⲓⲣⲉϥⲙⲱⲟⲩⲧ.
ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ।
12 ⲓ̅ⲃ̅ ⲟⲩⲭ ⲟⲧⲓ ϫⲉ ⲁⲓⲟⲩⲟ ⲉⲓϭⲓ ⲓⲉ ϩⲏⲇⲏ ⲁⲓϫⲱⲕ ⳿ⲉⲃⲟⲗ ϯϭⲟϫⲓ ⲇⲉ ϫⲉ ⲁⲣⲏⲟⲩ ⳿ⲛⲧⲁⲧⲁϩⲟ ϧⲉⲛ ⲫⲁⲓ ⲉⲧⲁⲩⲧⲁϩⲟⲓ ⳿ⲛϧⲏⲧϥ ⳿ⲉⲃⲟⲗ ϩⲓⲧⲉⲛ Ⲓⲏ̅ⲥ̅ Ⲡⲭ̅ⲥ̅.
ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି।
13 ⲓ̅ⲅ̅ ⲛⲁ⳿ⲥⲛⲏⲟⲩ ⳿ⲁⲛⲟⲕ ϯⲙⲉⲩⲓ ⳿ⲉⲣⲟⲓ ⲁⲛ ϫⲉ ⲁⲓⲟⲩⲱ ⲁⲓⲧⲁϩⲟ ⲟⲩⲁⲓ ⲇⲉ ⲉⲓ⳿⳿ⲓⲣⲓ ⲙⲉⲛ ⳿ⲙ⳿ⲡⲱⲃϣ ⳿ⲛⲛⲁⲫⲁϩⲟⲩ ⲉⲓⲥⲱⲟⲩⲧⲉⲛ ⲇⲉ ⳿ⲙⲙⲟⲓ ⲉⲛⲁ⳿ⲧϩⲏ.
ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,
14 ⲓ̅ⲇ̅ ⲕⲁⲧⲁ ⲟⲩⲥⲟⲙⲥ ⳿ⲉⲃⲟⲗ ⲉⲓϭⲟϫⲓ ⳿ⲛⲥⲁ ⲡⲓⲃⲁⲓ ⳿ⲛⲧⲉ ⲡⲓⲑⲱϩⲉⲙ ⲉⲧⲉ⳿ⲙ⳿ⲡϣⲱⲓ ⳿ⲛⲧⲉ ⲫϯ ⲉⲧϧⲉⲛ Ⲡⲭ̅ⲥ̅ Ⲓⲏ̅ⲥ̅.
ପଶ୍ଚାତ୍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି।
15 ⲓ̅ⲉ̅ ⲟⲩⲟⲛ ⲛⲓⲃⲉⲛ ⲉⲧϫⲏⲕ ⳿ⲉⲃⲟⲗ ⲫⲁⲓ ⲙⲁⲣⲉϥⲙⲉⲩⲓ ⳿ⲉⲣⲟϥ ⲟⲩⲟϩ ⲓⲥϫⲉ ⲧⲉⲧⲉⲛⲙⲉⲩⲓ ⳿ⲉⲕⲉϩⲱⲃ ⳿ⲛⲕⲉⲣⲏϯ ⲡⲁⲓⲭⲉⲧ ⲉⲣⲉ ⲫϯ ϭⲱⲣⲡϥ ⲛⲱⲧⲉⲛ ⳿ⲉⲃⲟⲗ.
ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ବର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ;
16 ⲓ̅ⲋ̅ ⳿ⲡⲗⲏⲛ ⲫⲏⲉⲧⲁⲛⲫⲟϩ ϣⲁⲣⲟϥ ⲫⲁⲓ ⲙⲁⲣⲉⲛϯⲙⲁϯ ⳿ⲛϧⲏⲧϥ.
କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ।
17 ⲓ̅ⲍ̅ ϣⲱⲡⲓ ⲉⲣⲉⲧⲉⲛⲟⲓ ⳿ⲛ⳿ϣⲫⲏⲣ ⳿ⲛ⳿ⲓⲛⲓ ⳿ⲙⲙⲟⲓ ⲛⲁ⳿ⲥⲛⲏⲟⲩ ⲟⲩⲟϩ ϫⲟⲩϣⲧ ⳿ⲉⲛⲏⲉⲑⲙⲟϣⲓ ⳿ⲙⲡⲁⲓⲣⲏϯ ⲕⲁⲧⲁ⳿ⲫⲣⲏϯ ⲉⲧⲉⲛϣⲟⲡ ⲛⲱⲧⲉⲛ ⳿ⲛⲧⲩⲡⲟⲥ.
ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।
18 ⲓ̅ⲏ̅ ⲟⲩⲟⲛ ⲟⲩⲙⲏϣ ⲅⲁⲣ ⲁⲩⲙⲟϣⲓ ⲛⲁⲓ ⲉⲧⲁⲓϫⲟⲥ ⲛⲱⲧⲉⲛ ⲉⲑⲃⲏⲧⲟⲩ ⳿ⲛⲟⲩⲙⲏϣ ⳿ⲛⲥⲟⲡ ⲟⲩⲟϩ ϯⲛⲟⲩ ⲟⲛ ⲉ⳿ⲓⲣⲓⲙⲓ ϯϫⲱ ⳿ⲙⲙⲟⲥ ⲛⲓϫⲁϫⲓ ⳿ⲛⲧⲉ ⲡⲓ ⳿ⲛⲧⲉ Ⲡⲭ̅ⲥ̅.
କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;
19 ⲓ̅ⲑ̅ ⲛⲁⲓ ⲉⲧⲉ ⲧⲟⲩϧⲁ⳿ⲉ ⲡⲉ ⳿ⲡⲧⲁⲕⲟ ⲛⲁⲓ ⲉⲧⲉ ⲡⲟⲩⲛⲟⲩϯ ⲡⲉ ⲧⲟⲩⲛⲉϫⲓ ⲟⲩⲟϩ ⲡⲟⲩⲱⲟⲩ ⲁϥϧⲉⲛ ⲟⲩϣⲓⲡⲓ ⲛⲁⲓ ⲉⲑⲙⲉⲩⲓ ⳿ⲉⲛⲁ ⳿ⲡⲕⲁϩⲓ.
ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।
20 ⲕ̅ ⲧⲉⲛⲙⲉⲧⲣⲉⲙ⳿ⲙⲃⲁⲕⲓ ⲅⲁⲣ ⳿ⲁⲛⲟⲛ ⲁⲥϣⲟⲡ ϧⲉⲛ ⲛⲓⲫⲏⲟⲩ⳿ⲓ ⲟⲩⲟϩ ⳿ⲉⲃⲟⲗ ⳿ⲙⲙⲁⲩ ⲧⲉⲛϫⲟⲩϣⲧ ϧⲁ⳿ⲧϩⲏ ⳿ⲙⲡⲉⲛⲥⲱⲧⲏⲣ ⲡⲉⲛ⳪ Ⲓⲏ̅ⲥ̅ Ⲡⲭ̅ⲥ̅.
ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;
21 ⲕ̅ⲁ̅ ⲫⲏⲉⲑⲛⲁϣⲓⲃϯ ⳿ⲙ⳿ⲡⲥⲱⲙⲁ ⳿ⲛⲧⲉ ⲡⲉⲛⲑⲉⲃⲓⲟ ⳿ⲛ⳿ϣⲫⲏⲣ ⳿ⲙⲙⲟⲣⲫⲏ ⳿ⲛⲧⲉ ⳿ⲡⲥⲱⲙⲁ ⳿ⲛⲧⲉ ⲡⲉϥⲱⲟⲩ ⲕⲁⲧⲁ ⲡⲓⲉⲣϩⲱⲃ ⲉⲑⲣⲉϥϫⲉⲙϫⲟⲙ ⲟⲩⲟϩ ⲉⲑⲣⲉϥⲉⲣ ϩⲱⲃ ⲛⲓⲃⲉⲛ ϭⲛⲉϫⲱⲟⲩ ⲛⲁϥ
ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ।