< ⳘⲀⲦⲐⲈⲞⲚ 18 >
1 ⲁ̅ ⳿ⲛ⳿ϩⲣⲏⲓ ⲇⲉ ϧⲉⲛ ϯⲟⲩⲛⲟⲩ ⳿ⲉⲧⲉ⳿ⲙⲙⲁⲩ ⲁⲩ⳿ⲓ ⳿ⲛϫⲉ ⲛⲓⲙⲁⲑⲏⲧⲏⲥ ϩⲁ Ⲓⲏ̅ⲥ̅ ⲉⲩϫⲱ ⳿ⲙⲙⲟⲥ ϫⲉ ⲛⲓⲙ ϩⲁⲣⲁ ⲡⲉ ⲡⲓⲛⲓϣϯ ϧⲉⲛ ϯⲙⲉⲧⲟⲩⲣⲟ ⳿ⲛⲧⲉ ⲛⲓⲫⲏⲟⲩ⳿ⲓ.
ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତେବେ ସ୍ୱର୍ଗରାଜ୍ୟରେ କିଏ ଶ୍ରେଷ୍ଠ?
2 ⲃ̅ ⲟⲩⲟϩ ⲁϥⲙⲟⲩϯ ⳿ⲉⲟⲩⲕⲟⲩϫⲓ ⳿ⲛ⳿ⲁⲗⲟⲩ ⲁϥⲧⲁϩⲟϥ ⳿ⲉⲣⲁⲧϥ ϧⲉⲛ ⲧⲟⲩⲙⲏϯ.
ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ,
3 ⲅ̅ ⲟⲩⲟϩ ⲡⲉϫⲁϥ ϫⲉ ⳿ⲁⲙⲏⲛ ϯϫⲱ ⳿ⲙⲙⲟⲥ ⲛⲱⲧⲉⲛ ϫⲉ ⳿ⲉϣⲱⲡ ⳿ⲁⲣⲉⲧⲉⲛ⳿ϣⲧⲉⲙⲕⲉⲧ ⲑⲏⲛⲟⲩ ⳿ⲛⲧⲉⲧ⳿ⲉⲛⲉⲣ ⳿ⲙ⳿ⲫⲣⲏϯ ⳿ⲙⲡⲁⲓ⳿ⲁⲗⲟⲩ ⳿ⲛⲛⲉⲧⲉⲛ⳿ⲓ ⳿ⲉϧⲟⲩⲛ ⳿ⲉϯⲙⲉⲧⲟⲩⲣⲟ ⳿ⲛⲧⲉ ⲛⲓⲫⲏⲟⲩ⳿ⲓ.
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।
4 ⲇ̅ ⲫⲏ ⲟⲩⲛ ⲉⲑⲛⲁⲑⲉⲃⲓⲟϥ ⳿ⲙ⳿ⲫⲣⲏϯ ⳿ⲙⲡⲁⲓ⳿ⲁⲗⲟⲩ ⲫⲁⲓ ⲡⲉ ⲡⲓⲛⲓϣϯ ϧⲉⲛ ϯⲙⲉⲧⲟⲩⲣⲟ ⳿ⲛⲧⲉ ⲛⲓⲫⲏⲟⲩ⳿ⲓ.
ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ।
5 ⲉ̅ ⲟⲩⲟϩ ⲫⲏⲉⲑⲛⲁϣⲉⲡ ⲟⲩ⳿ⲁⲗⲟⲩ ⳿ⲉⲣⲟϥ ⳿ⲙⲡⲁⲓⲣⲏϯ ϧⲉⲛ ⲡⲁⲣⲁⲛ ⳿ⲁⲛⲟⲕ ⲡⲉⲧⲉϥϣⲱⲡ ⳿ⲙⲙⲟⲓ.
ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ;
6 ⲋ̅ ⲫⲏ ⲇⲉ ⲉⲑⲛⲁⲉⲣ⳿ⲥⲕⲁⲛⲇⲁⲗⲓⲍⲉⲥⲑⲉ ⳿ⲛⲟⲩⲁⲓ ⳿ⲛⲛⲁⲓⲕⲟⲩϫⲓ ⲉⲑⲛⲁϩϯ ⳿ⲉⲣⲟⲓ ⳿ⲥⲉⲣⲛⲟϥⲣⲓ ⲛⲁϥ ⳿ⲛⲧⲟⲩⲉϣ ⲟⲩ⳿ⲱⲛⲓ ⳿ⲙⲙⲟⲩⲗⲟⲛ ⳿ⲉϧⲏⲧϥ ⲟⲩⲟϩ ⳿ⲛⲧⲟⲩⲟⲙⲥϥ ϧⲉⲛ ⳿ⲫⲓⲟⲙ.
କିନ୍ତୁ ଯେ କେହି ମୋʼଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
7 ⲍ̅ ⲟⲩⲟⲓ ⳿ⲙⲡⲓⲕⲟⲥⲙⲟⲥ ⲉⲑⲃⲉ ⲛⲓ⳿ⲥⲕⲁⲛⲇⲁⲗⲟⲛ ⳿ⲁⲛⲁⲅⲕⲏ ⲅⲁⲣ ⳿ⲛⲧⲟⲩ⳿ⲓ ⳿ⲛϫⲉ ⲛⲓ⳿ⲥⲕⲁⲛⲇⲁⲗⲟⲛ ⳿ⲡⲗⲏⲛ ⲟⲩⲟⲓ ⳿ⲙⲡⲓⲣⲱⲙⲓ ⳿ⲉⲧⲉ ⲡⲓ⳿ⲥⲕⲁⲛⲇⲁⲗⲟⲛ ⲛⲁ⳿ⲓ ⳿ⲉⲃⲟⲗϩⲓⲧⲟⲧϥ.
ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର।
8 ⲏ̅ ⲓⲥϫⲉ ⲧⲉⲕϫⲓϫ ⲓⲉ ⲧⲉⲕϭⲁⲗⲟϫ ⲉⲣ⳿ⲥⲕⲁⲛⲇⲁⲗⲓⲍⲓⲛ ⳿ⲙⲙⲟⲕ ϫⲟϫⲟⲩ ϩⲓⲧⲟⲩ ⳿ⲉⲃⲟⲗϩⲁⲣⲟⲕ ⲛⲁⲛⲉⲥ ⲅⲁⲣ ⲛⲁⲕ ⳿ⲛⲧⲉⲕ⳿ⲓ ⳿ⲉϧⲟⲩⲛ ⳿ⲉⲡⲓⲱⲛϧ ⲉⲕⲟⲓ ⳿ⲛϭⲁⲗⲉ ⲓⲉ ⲉⲕⲟⲓ ⳿ⲛϭⲁϫⲏ ⳿⳿ⲉϩⲟⲧⲉ ⳿ⲉⲟⲩⲟⲛ ϫⲓϫ ⳿ⲥⲛⲟⲩϯ ⳿ⲉⲣⲟⲕ ⲓⲉ ϭⲁⲗⲟϫ ⳿ⲥⲛⲟⲩϯ ⳿ⲛⲥⲉϩⲓⲧⲕ ⳿ⲉⲡⲓ⳿ⲭⲣⲱⲙ ⳿ⲛ⳿⳿ⲉⲛⲉϩ. (aiōnios )
ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (aiōnios )
9 ⲑ̅ ⲟⲩⲟϩ ⲓⲥϫⲉ ⲡⲉⲕⲃⲁⲗ ⳿ⲛⲟⲩ⳿ⲓⲛⲁⲙ ⲉⲣ⳿ⲥⲕⲁⲛⲇⲁⲗⲓⲍⲓⲛ ⳿ⲙⲙⲟⲕ ⲫⲟⲣⲕϥ ϩⲓⲧⲕ ⳿ⲉⲃⲟⲗϩⲁⲣⲟⲕ ⲛⲁⲛⲉⲥ ⲅⲁⲣ ⲛⲁⲕ ⳿ⲛⲧⲉⲕ⳿ⲓ ⳿ⲉϧⲟⲩⲛ ⳿ⲉⲡⲓⲱⲛϧ ⳿ⲉⲟⲩⲃⲁⲗ ⲡⲉⲧⲉ ⳿ⲙⲙⲟⲕ ⲓⲉ ⳿ⲉⲟⲩⲟⲛ ⲃⲁⲗ ⲃ̅ ⳿ⲙⲙⲟⲕ ⳿ⲛⲥⲉϩⲓⲧⲕ ⳿ⲉϯⲅⲉⲉⲛⲛⲁ ⳿ⲛⲧⲉ ⲡⲓ⳿ⲭⲣⲱⲙ. (Geenna )
ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
10 ⲓ̅ ⳿ⲁⲛⲁⲩ ⲟⲩⲛ ⳿ⲙⲡⲉⲣⲉⲣⲕⲁⲧⲁ⳿ⲫⲣⲟⲛⲓⲛ ⳿ⲛⲟⲩⲁⲓ ⳿ⲛⲛⲁⲓⲕⲟⲩϫⲓ ϯϫⲱ ⲅⲁⲣ ⳿ⲙⲙⲟⲥ ⲛⲱⲧⲉⲛ ϫⲉ ⲛⲟⲩⲁⲅⲅⲉⲗⲟⲥ ϧⲉⲛ ⲛⲓⲫⲏⲟⲩ⳿ⲓ ⳿ⲛⲥⲏⲟⲩ ⲛⲓⲃⲉⲛ ⲥⲉⲛⲁⲩ ⳿ⲉ⳿ⲡϩⲟ ⳿ⲙⲡⲁⲓⲱⲧ ⲉⲧϧⲉⲛ ⲛⲓⲫⲏⲟⲩ⳿ⲓ.
ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି।
11 ⲓ̅ⲁ̅ ⲕⲉ ⲅⲁⲣ ⲁϥ⳿ⲓ ⳿ⲛϫⲉ Ⲡ̇ϣⲏⲣⲓ ⳿ⲙⲪ̇ⲣⲱⲙⲓ ⲉⲕⲱϯ ⲟⲩⲟϩ ⳿ⲉⲛⲟϩⲉⲙ ⳿ⲛⲛⲏⲉⲧⲥⲱⲣⲉⲙ.
[କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି।]
12 ⲓ̅ⲃ̅ ⲟⲩ ⲇⲉ ⲡⲉⲧⲉⲧⲉⲛⲙⲉⲩⲓ ⳿ⲉⲣⲟϥ ⳿ⲁⲣⲉϣⲁⲛ ⲣ̅ ⳿ⲛ⳿ⲉⲥⲱⲟⲩ ϣⲱⲡⲓ ⳿ⲛⲟⲩⲣⲱⲙⲓ ⲟⲩⲟϩ ⳿ⲛⲧⲉ ⲟⲩⲁⲓ ⲥⲱⲣⲉⲙ ⳿ⲉⲃⲟⲗ ⳿ⲛϧⲏⲧⲟⲩ ⲙⲏ ⳿ⲙⲡⲁϥⲭⲁ ⲡⲓ ϥ̅ⲑ̅ ϩⲓϫⲉⲛ ⲡⲓⲧⲱⲟⲩ ⲟⲩⲟϩ ⳿ⲛⲧⲉϥϣⲉⲛⲁϥ ⳿ⲛⲧⲉϥⲕⲱϯ ⳿ⲛⲥⲁ ⲫⲏ⳿ⲉⲧⲁϥⲥⲱⲣⲉⲙ.
ତୁମ୍ଭେମାନେ କଅଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କଅଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ?
13 ⲓ̅ⲅ̅ ⲟⲩⲟϩ ⲁⲥϣⲁⲛϣⲱⲡⲓ ⲉⲑⲣⲉϥϫⲉⲙϥ ⳿ⲁⲙⲏⲛ ϯϫⲱ ⳿ⲙⲙⲟⲥ ⲛⲱⲧⲉⲛ ϫⲉ ϣⲁϥⲣⲁϣⲓ ⳿ⲉ⳿ϩⲣⲏⲓ ⳿ⲉϫⲱϥ ⲙⲁⲗⲗⲟⲛ ⳿⳿ⲉϩⲟⲧⲉ ⲡⲓ ϥ̅ⲑ̅ ⳿ⲉⲧⲉ ⳿ⲛⲥⲉⲥⲱⲣⲉⲙ ⲁⲛ.
ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ।
14 ⲓ̅ⲇ̅ ⲡⲁⲓⲣⲏϯ ⳿ⲫⲟⲩⲱϣ ⳿ⲙⲡⲁⲓⲱⲧ ⲁⲛ ⲡⲉ ⲉⲧϧⲉⲛ ⲛⲓⲫⲏⲟⲩ⳿ⲓ ϩⲓⲛⲁ ⳿ⲛⲧⲉ ⲟⲩⲁⲓ ⳿ⲛⲛⲁⲓⲕⲟⲩϫⲓ ⲧⲁⲕⲟ.
ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ।
15 ⲓ̅ⲉ̅ ⳿ⲉϣⲱⲡ ⲇⲉ ⳿ⲁⲣⲉϣⲁⲛ ⲡⲉⲕⲥⲟⲛ ⲉⲣⲛⲟⲃⲓ ⳿ⲉⲣⲟⲕ ⲙⲁϣⲉⲛⲁⲕ ⲟⲩⲟϩ ⲥⲁϩⲱϥ ⲟⲩⲧⲱⲕ ⲛⲉⲙⲁϥ ⳿ⲙⲙⲁⲩⲁⲧⲕ ⳿ⲉϣⲱⲡ ⲇⲉ ⲁϥϣⲁⲛⲥⲱⲧⲉⲙ ⳿ⲛⲥⲱⲕ ⲕ⳿ⲉϫⲉⲙϩⲏⲟⲩ ⳿ⲙⲡⲉⲕⲥⲟⲛ.
ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ।
16 ⲓ̅ⲋ̅ ⳿ⲉϣⲱⲡ ⲇⲉ ⲁϥ⳿ϣⲧⲉⲙⲥⲱⲧⲉⲙ ⳿ⲛⲥⲱⲕ ϭⲓ ⳿ⲛⲕⲉⲟⲩⲁⲓ ⲓⲉ ⲕⲉⲃ̅ ⲛⲉⲙⲁⲕ ϩⲓⲛⲁ ⳿ⲉⲃⲟⲗϧⲉⲛ ⲣⲱϥ ⳿ⲙⲙⲉⲑⲣⲉ ⲃ̅ ⲓⲉ ⲅ̅ ⳿ⲛⲧⲉ ⲥⲁϫⲓ ⲛⲓⲃⲉⲛ ⳿ⲟϩⲓ ⳿ⲉⲣⲁⲧⲟⲩ.
କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।
17 ⲓ̅ⲍ̅ ⳿ⲉϣⲱⲡ ⲇⲉ ⲁϥ⳿ϣⲧⲉⲙⲥⲱⲧⲉⲙ ⳿ⲛⲥⲱⲟⲩ ⳿ⲁϫⲟⲥ ⳿ⲛϯⲉⲕ⳿ⲕⲗⲏⲥⲓ⳿ⲁ ⳿ⲉϣⲱⲡ ⲇⲉ ⲁϥ⳿ϣⲧⲉⲙⲥⲱⲧⲉⲙ ⳿ⲛⲥⲁ ϯⲉⲕ⳿ⲕⲗⲏⲥⲓ⳿ⲁ ⲉϥ⳿ⲉϣⲱⲡⲓ ⳿ⲛⲧⲟⲧⲕ ⳿ⲙ⳿ⲫⲣⲏϯ ⳿ⲛⲟⲩⲉⲑⲛⲓⲕⲟⲥ ⲛⲉⲙ ⲟⲩⲧⲉⲗⲱⲛⲏⲥ.
ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ଯଦି ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୁଦୀ ଓ କରଗ୍ରାହୀ ପରି ହେଉ।
18 ⲓ̅ⲏ̅ ⳿ⲁⲙⲏⲛ ϯϫⲱ ⳿ⲙⲙⲟⲥ ⲛⲱⲧⲉⲛ ϫⲉ ⲛⲏ⳿ⲉⲧⲉⲧⲉⲛⲛⲁⲥⲟⲛϩⲟⲩ ϩⲓϫⲉⲛ ⲡⲓⲕⲁϩⲓ ⲉⲩ⳿ⲉϣⲱⲡⲓ ⲉⲩⲥⲟⲛϩ ϧⲉⲛ ⲛⲓⲫⲏⲟⲩ⳿ⲓ ⲟⲩⲟϩ ⲛⲏ⳿ⲉⲧⲉⲧⲉⲛⲛⲁⲃⲟⲗⲟⲩ ⳿ⲉⲃⲟⲗ ϩⲓϫⲉⲛ ⲡⲓⲕⲁϩⲓ ⲉⲩ⳿ⲉϣⲱⲡⲓ ⲉⲩⲃⲏⲗ ϧⲉⲛ ⲛⲓⲫⲏⲟⲩ⳿ⲓ.
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହିସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହିସବୁ ମୁକ୍ତ ରହିବ।
19 ⲓ̅ⲑ̅ ⲡⲁⲗⲓⲛ ϯϫⲱ ⳿ⲙⲙⲟⲥ ⲛⲱⲧⲉⲛ ϫⲉ ⳿ⲉϣⲱⲡ ⳿ⲁⲣⲉϣⲁⲛ ⲃ̅ ϧⲉⲛ ⲑⲏⲛⲟⲩ ϯⲙⲁϯ ϩⲓϫⲉⲛ ⲡⲓⲕⲁϩⲓ ⲉⲑⲃⲉ ϩⲱⲃ ⲛⲓⲃⲉⲛ ⳿ⲉⲧⲟⲩⲛⲁⲉⲣ⳿ⲉⲧⲓⲛ ⳿ⲙⲙⲱⲟⲩ ⲉⲥ⳿ⲉϣⲱⲡⲓ ⲛⲱⲟⲩ ⳿ⲛⲧⲉⲛ ⲡⲁⲓⲱⲧ ⲉⲧϧⲉⲛ ⲛⲓⲫⲏⲟⲩ⳿ⲓ.
ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ।
20 ⲕ̅ ⲡⲓⲙⲁ ⲅⲁⲣ ⳿ⲉⲧⲉ ⲟⲩⲟⲛ ⲃ̅ ⲓⲉ ⲅ̅ ⲉⲣⲥⲩⲛⲁⲅⲉⲥⲑⲉ ⳿ⲙⲙⲟϥ ϧⲉⲛ ⲡⲁⲣⲁⲛ ϯⲭⲏ ⳿ⲙⲙⲁⲩ ϧⲉⲛ ⲧⲟⲩⲙⲏϯ.
କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି।”
21 ⲕ̅ⲁ̅ ⲧⲟⲧⲉ ⲁϥ⳿ⲓ ϩⲁⲣⲟϥ ⳿ⲛϫⲉ Ⲡⲉⲧⲣⲟⲥ ⲡⲉϫⲁϥ ⲛⲁϥ ϫⲉ Ⲡⲁ⳪ ⳿ⲁⲣⲉϣⲁⲛ ⲡⲁⲥⲟⲛ ⲉⲣⲛⲟⲃⲓ ⳿ⲉⲣⲟⲓ ⳿ⲛⲧⲁⲭⲱ ⲛⲁϥ ⳿ⲉⲃⲟⲗ ϣⲁ ⲟⲩⲏⲣ ⳿ⲛⲥⲟⲡ ϣⲁ ⲍ̅ ⳿ⲛⲥⲟⲡ.
ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
22 ⲕ̅ⲃ̅ ⲡⲉϫⲁϥ ⲛⲁϥ ⳿ⲛϫⲉ Ⲓⲏ̅ⲥ̅ ϫⲉ ϯϫⲱ ⳿ⲙⲙⲟⲥ ⲛⲁⲕ ⲁⲛ ϣⲁ ⲍ̅ ⳿ⲛⲥⲟⲡ ⲁⲗⲗⲁ ⲍ̅ ⳿ⲛ ⲟ̅ ⳿ⲛⲥⲟⲡ.
କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,
23 ⲕ̅ⲅ̅ ⲉⲑⲃⲉ ⲫⲁⲓ ⳿ⲥ⳿ⲟⲛⲓ ⳿ⲛϫⲉ ϯⲙⲉⲧⲟⲩⲣⲟ ⳿ⲛⲧⲉ ⲛⲓⲫⲏⲟⲩ⳿ⲓ ⳿ⲛⲟⲩⲣⲱⲙⲓ ⳿ⲛⲟⲩⲣⲟ ⳿ⲉⲁϥⲟⲩⲱϣ ⳿ⲉϥⲓⲱⲡ ⲛⲉⲙ ⲛⲉϥ⳿ⲉⲃⲓⲁⲓⲕ.
ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ। ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ।
24 ⲕ̅ⲇ̅ ⳿ⲉⲧⲁϥⲉⲣϩⲏⲧⲥ ⲇⲉ ⳿ⲛϥⲓⲱⲡ ⲁⲩ⳿ⲓⲛⲓ ⲛⲁϥ ⳿ⲛⲟⲩⲁⲓ ⳿ⲉⲟⲩⲟⲛ ⲟⲩⲙⲏϣ ⳿ⲛϫⲓⲛϭⲱⲣ ⳿ⲉⲣⲟϥ.
ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା।
25 ⲕ̅ⲉ̅ ⳿ⲙⲙⲟⲛⲧⲉϥ ⲇⲉ ⳿ⲉⲧⲏⲓⲧⲟⲩ ⲁϥⲟⲩⲁϩⲥⲁϩⲛⲓ ⲇⲉ ⳿ⲛϫⲉ ⲡⲉϥ⳪ ⳿ⲉⲧⲏⲓϥ ⳿ⲉⲃⲟⲗ ⲛⲉⲙ ⲧⲉϥ⳿ⲥϩⲓⲙⲓ ⲛⲉⲙ ⲛⲉϥϣⲏⲣⲓ ⲛⲉⲙ ⲉⲛⲭⲁⲓ ⲛⲓⲃⲉⲛ ⳿ⲉⲧⲉⲛⲧⲁϥ ⲟⲩⲟϩ ⳿ⲉⲧⲟⲃⲟⲩ.
କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲା-ପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ।
26 ⲕ̅ⲋ̅ ⳿ⲉⲧⲁϥϩⲓⲧϥ ⲟⲩⲛ ⳿ⲉⲡⲉⲥⲏⲧ ⳿ⲛϫⲉ ⲡⲓⲃⲱⲕ ⳿ⲉⲧⲉ⳿ⲙⲙⲁⲩ ⲛⲁϥⲟⲩⲱϣⲧ ⳿ⲙⲙⲟϥ ⲉϥϫⲱ ⳿ⲙⲙⲟⲥ ϫⲉ ⲡⲁ⳪ ⳿ⲱⲟⲩ⳿ⲛϩⲏⲧ ⲛⲉⲙⲏⲓ ⲟⲩⲟϩ ϯⲛⲁⲧⲟⲃⲟⲩ ⲛⲁⲕ ⲧⲏⲣⲟⲩ.
ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ‘ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି।’
27 ⲕ̅ⲍ̅ ⳿ⲉⲧⲁϥϣⲉⲛϩⲏⲧ ⲇⲉ ⳿ⲛϫⲉ ⳿ⲡ⳪ ⳿ⲙⲡⲓⲃⲱⲕ ⳿ⲉⲧⲉ⳿ⲙⲙⲁⲩ ⲁϥⲭⲁϥ ⳿ⲉⲃⲟⲗ ⲟⲩⲟϩ ⲡⲉⲧ ⳿ⲉⲣⲟϥ ⲧⲏⲣϥ ⲁϥⲭⲁϥ ⲛⲁϥ ⳿ⲉⲃⲟⲗ.
ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ।
28 ⲕ̅ⲏ̅ ⳿ⲉⲧⲁϥ⳿ⲓ ⲇⲉ ⳿ⲉⲃⲟⲗ ⳿ⲛϫⲉ ⲡⲓⲃⲱⲕ ⳿ⲉⲧⲉ⳿ⲙⲙⲁⲩ ⲁϥϫⲓⲙⲓ ⳿ⲛⲟⲩⲁⲓ ⳿ⲛⲛⲉϥ⳿ϣⲫⲏⲣ ⳿ⲛ⳿ⲉⲃⲓⲁⲓⲕ ⳿ⲉⲟⲩⲟⲛ ⲣ̅ ⳿ⲛⲥⲁⲑⲉⲣⲓ ⳿ⲛⲧⲁϥ ⳿ⲉⲣⲟϥ ⲟⲩⲟϩ ⳿ⲉⲧⲁϥ⳿ⲁⲙⲟⲛⲓ ⳿ⲙⲙⲟϥ ⲁϥⲱϫϩ ⳿ⲙⲙⲟϥ ⲉϥϫⲱ ⳿ⲙⲙⲟⲥ ϫⲉ ⲙⲁ ⲡⲉⲧⲉⲣⲟⲕ.
କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ଏକ ଶହ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ।
29 ⲕ̅ⲑ̅ ⳿ⲉⲧⲁϥϩⲓⲧϥ ⲟⲩⲛ ⳿ⲉⲡⲉⲥⲏⲧ ⳿ⲛϫⲉ ⲡⲉϥ⳿ϣⲫⲏⲣ ⳿ⲙⲃⲱⲕ ⲛⲁϥϯϩⲟ ⳿ⲉⲣⲟϥ ⲉϥϫⲱ ⳿ⲙⲙⲟⲥ ϫⲉ ⳿ⲱⲟⲩ⳿ⲛϩⲏⲧ ⲛⲉⲙⲏⲓ ⲟⲩⲟϩ ϯⲛⲁⲧⲟⲃⲟⲩ ⲛⲁⲕ ⲧⲏⲣⲟⲩ.
ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ‘ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି।’
30 ⲗ̅ ⳿ⲛⲑⲟϥ ⲇⲉ ⳿ⲙⲡⲉϥⲟⲩⲱϣ ⲁⲗⲗⲁ ⲁϥϣⲉⲛⲁϥ ⲁϥϩⲓⲧϥ ⳿ⲉⲡⲓ⳿ϣⲧⲉⲕⲟ ϣⲁⲧⲉϥϯ ⳿ⲙⲡⲉⲧⲉⲣⲟϥ.
ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା।
31 ⲗ̅ⲁ̅ ⳿ⲉⲧⲁⲩⲛⲁⲩ ⲇⲉ ⳿ⲛϫⲉ ⲛⲉϥ⳿ϣⲫⲏⲣ ⳿ⲛ⳿ⲉⲃⲓⲁⲓⲕ ⳿ⲉⲛⲏ⳿ⲉⲧⲁⲩϣⲱⲡⲓ ⳿ⲁ ⲡⲟⲩϩⲏⲧ ⳿ⲙⲕⲁϩ ⳿ⲉⲙⲁϣⲱ ⲟⲩⲟϩ ⳿ⲉⲧⲁⲩ⳿ⲓ ⲁⲩⲧⲁⲙⲉ ⲡⲟⲩ⳪ ⳿ⲉϩⲱⲃ ⲛⲓⲃⲉⲛ ⳿ⲉⲧⲁⲩϣⲱⲡⲓ.
ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ।
32 ⲗ̅ⲃ̅ ⲧⲟⲧⲉ ⳿ⲁ ⲡⲉϥ⳪ ⲙⲟⲩϯ ⳿ⲉⲣⲟϥ ⲡⲉϫⲁϥ ⲛⲁϥ ϫⲉ ⲡⲓⲃⲱⲕ ⲉⲧϩⲱⲟⲩ ⲫⲏⲉⲧ⳿ⲉⲣⲟⲕ ⲧⲏⲣϥ ⲁⲓⲭⲁϥ ⲛⲁⲕ ⳿ⲉⲃⲟⲗ ϫⲉ ⲁⲕϯϩⲟ ⳿ⲉⲣⲟⲓ.
ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ ‘ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି;
33 ⲗ̅ⲅ̅ ⲛⲁⲥⲉⲙ⳿ⲡϣⲁ ⲛⲁⲕ ⲁⲛ ϫⲉ ⳿ⲛⲑⲟⲕ ⳿ⲛⲧⲉⲕⲛⲁⲓ ϧⲁ ⲡⲉⲕ⳿ϣⲫⲏⲣ ⳿ⲙⲃⲱⲕ ⳿ⲙⲡⲁⲓⲣⲏϯ ⳿ⲉⲧⲁⲓⲛⲁⲓ ⲛⲁⲕ ⳿ⲙⲙⲟϥ.
ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?’
34 ⲗ̅ⲇ̅ ⲟⲩⲟϩ ⳿ⲉⲧⲁϥϫⲱⲛⲧ ⳿ⲛϫⲉ ⲡⲉϥ⳪ ⲁϥⲧⲏⲓϥ ⳿ⲉⲧⲟⲧⲟⲩ ⳿ⲛⲛⲓⲣⲉϥ⳿ⲧϩⲉⲙⲕⲟ ϣⲁⲧⲉϥϯ ⳿ⲙⲡⲉⲧⲉⲣⲟϥ ⲧⲏⲣϥ.
ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ।
35 ⲗ̅ⲉ̅ ⲡⲁⲓⲣⲏϯ ⲡⲉⲧⲉ ⲡⲁⲓⲱⲧ ⲉⲧϧⲉⲛ ⲛⲓⲫⲏⲟⲩ⳿ⲓ ⲛⲁⲁⲓϥ ⲛⲱⲧⲉⲛ ⳿ⲁⲣⲉ⳿ϣⲧⲉⲙ ⲡⲓⲟⲩⲁⲓ ⳿ⲙⲙⲱⲧⲉⲛ ⲭⲱ ⳿ⲉⲃⲟⲗ ⳿ⲙⲡⲉϥⲥⲟⲛ ϧⲉⲛ ⲡⲉϥϩⲏⲧ ⲧⲏⲣϥ
ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।”