< ⲒⲰⲀⲚⲚⲎⲚ 21 >

1 ⲁ̅ ⲙⲉⲛⲉⲛⲥⲁ ⲛⲁⲓ ⲇⲉ ⲟⲛ ⲛⲁϥⲟⲩⲟⲛϩϥ ⳿ⲛϫⲉ Ⲓⲏ̅ⲥ̅ ⳿ⲉⲛⲉϥⲙⲁⲑⲏⲧⲏⲥ ϩⲓϫⲉⲛ ⳿ⲫⲓⲟⲙ ⳿ⲛⲧⲉ ⲧⲓⲃⲉⲣⲓⲁⲇⲟⲥ ⲁϥⲟⲩⲟⲛϩϥ ⲇⲉ ⳿ⲙⲡⲁⲓⲣⲏϯ.
ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;
2 ⲃ̅ ⲛⲁⲩⲭⲏ ϩⲓϫⲉⲛ ⲟⲩⲙⲁ ⲡⲉ ⳿ⲛϫⲉ ⲥⲓⲙⲱⲛ ⲡⲉⲧⲣⲟⲥ ⲛⲉⲙ ⲑⲱⲙⲁⲥ ⲫⲏⲉⲧⲟⲩⲙⲟⲩϯ ⳿ⲉⲣⲟϥ ϫⲉ ⲇⲓⲇⲩⲙⲟⲥ ⲛⲉⲙ ⲛⲉⲛϣⲏⲣⲓ ⳿ⲛⲍⲉⲃⲉⲇⲉⲟⲥ ⲛⲉⲙ ⲕⲉⲃ̅ ⳿ⲉⲃⲟⲗ ϧⲉⲛ ⲛⲉϥⲙⲁⲑⲏⲧⲏⲥ.
ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।
3 ⲅ̅ ⲡⲉϫⲉ ⲥⲓⲙⲱⲛ ⲡⲉⲧⲣⲟⲥ ⲛⲱⲟⲩ ϫⲉ ϯ ⲛⲁϣⲉ ⲛⲏⲓ ⳿ⲛⲧⲁⲧⲁϩⲉ ⲧⲉⲃⲧ ⲡⲉϫⲱⲟⲩ ⲛⲁϥ ϫⲉ ⲧⲉⲛⲛⲏⲟⲩ ϩⲱⲛ ⲛⲉⲙⲁⲕ ⲟⲩⲟϩ ⲉⲧⲁⲩ⳿Ⲓ ⳿ⲉⲃⲟⲗ ⲁⲩⲁⲗⲏⲓ ⳿ⲉⲡⲓϫⲟⲓ ⲟⲩⲟϩ ϧⲉⲛ ⲡⲓ⳿ⲉϫⲱⲣϩ ⳿ⲉⲧⲉ⳿ⲙⲙⲁⲩ ⳿ⲙⲡⲟⲩⲧⲁϩⲉ ⳿ϩⲗⲓ.
ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ।
4 ⲇ̅ ⲉⲣⲉ ϣⲱⲣⲡ ⲇⲉ ⲛⲁϣⲱⲡⲓ ⲁϥⲟϩⲓ ⳿ⲉⲣⲁⲧϥ ⳿ⲛϫⲉ Ⲓⲏ̅ⲥ̅ ϩⲓ ⲡⲓ⳿ⲭⲣⲟ ⲙⲉⲛⲧⲟⲓ ⳿ⲙⲡⲟⲩ⳿ⲉⲙⲓ ⳿ⲛϫⲉ ⲛⲓⲙⲁⲑⲏⲧⲏⲥ ϫⲉ Ⲓⲏ̅ⲥ̅ ⲡⲉ.
କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ।
5 ⲉ̅ ⲡⲉϫⲉ Ⲓⲏ̅ⲥ̅ ⲟⲩⲛ ⲛⲱⲟⲩ ϫⲉ ⲛⲓ⳿ⲁⲗⲱⲟⲩ⳿Ⲓ ⲙⲏ ⲟⲩⲟⲛ ⳿ϩⲗⲓ ⳿ⲛⲉⲛⲭⲁⲓ ⳿ⲛⲟⲩⲱⲙ ⳿ⲛⲧⲉⲛ ⲑⲏⲛⲟⲩ ⲁⲩⲉⲣⲟⲩⲱ ϫⲉ ⳿ⲙⲙⲟⲛ.
ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ।
6 ⲋ̅ ⲡⲉϫⲁϥ ⲛⲱⲟⲩ ϫⲉ ϩⲓⲟⲩ⳿ⲓ ⳿ⲙⲡⲓ⳿ϣⲛⲉ ⲥⲁⲟⲩ⳿ⲓⲛⲁⲙ ⳿ⲙⲡⲓϫⲟⲓ ⲟⲩⲟϩ ⲉⲣⲉⲧⲉⲛ⳿ⲉϫⲓⲙⲓ ⳿ⲛⲑⲱⲟⲩ ⲇⲉ ⲁⲩϩⲓⲟⲩ⳿ⲓ ⲟⲩⲟϩ ⳿ⲙⲡⲟⲩ⳿ϣϫⲉⲙϫⲟⲙ ⳿ⲛⲥⲟⲕϥ ⳿ⲉ⳿ⲡϣⲱⲓ ⳿ⲛⲧⲉⲛ ⳿ⲡ⳿ⲁϣⲁⲓ ⳿ⲛⲧⲉ ⲛⲓⲧⲉⲃⲧ.
ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ।
7 ⲍ̅ ⲡⲉϫⲉ ⲡⲓⲙⲁⲑⲏⲧⲏⲥ ⲫⲏ ⳿ⲉⲛⲁⲣⲉ Ⲓⲏ̅ⲥ̅ ⲙⲉⲓ ⳿ⲙⲙⲟϥ ⳿ⲙⲡⲉⲧⲣⲟⲥ ϫⲉ Ⲡ⳪ ⲡⲉ ⲥⲓⲙⲱⲛ ⲟⲩⲛ ⲡⲉⲧⲣⲟⲥ ⲉⲧⲁϥⲥⲱⲧⲉⲙ ϫⲉ Ⲡ⳪ ⲡⲉ ⲁϥⲙⲟⲣϥ ⳿ⲙⲡⲉϥⲉⲡⲉⲛⲇⲩⲧⲏⲥ ⲛⲁϥⲃⲏϣ ⲅⲁⲣ ⲡⲉ ⲟⲩⲟϩ ⲁϥϩⲓⲧϥ ⳿ⲉ⳿ⲫⲓⲟⲙ.
ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
8 ⲏ̅ ⲛⲓⲕⲉⲙⲁⲑⲏⲧⲏⲥ ⲇⲉ ⲁⲩ⳿ⲓ ϧⲉⲛ ⲡⲓϫⲟⲓ ⲛⲁⲩⲟⲩⲏⲟⲩ ⲅⲁⲣ ⲁⲛ ⲡⲉ ⳿ⲉⲃⲟⲗ ϩⲁ ⲡⲓ⳿ⲭⲣⲟ ⲁⲗⲗⲁ ϩⲱⲥ ⲛⲁⲩⲥ̅ ⳿ⲙⲙⲁϩⲓ ⲉⲩⲥⲱⲕ ⳿ⲙⲡⲓ⳿ϣⲛⲉ ⳿ⲛⲧⲉ ⲛⲓⲧⲉⲃⲧ.
କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ।
9 ⲑ̅ ϩⲟⲧⲉ ⲇⲉ ⲉⲧⲁⲩ⳿ⲓ ⳿ⲉⲡⲓⲕⲁϩⲓ ⲁⲩϫⲟⲩϣⲧ ⲁⲩⲛⲁⲩ ⳿ⲉⲟⲩⲣⲁⲕϩⲓ ⲉⲥⲭⲏ ⳿ⲉ⳿ϧⲣⲏⲓ ⲛⲉⲙ ⲟⲩⲧⲉⲃⲧ ϩⲓϫⲱⲥ ⲛⲉⲙ ⲟⲩⲱⲓⲕ.
ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ।
10 ⲓ̅ ⲡⲉϫⲉ Ⲓⲏ̅ⲥ̅ ⲛⲱⲟⲩ ϫⲉ ⳿ⲁⲛⲓⲟⲩ⳿ⲓ ⳿ⲉⲃⲟⲗ ϧⲉⲛ ⲛⲓⲧⲉⲃⲧ ⲉⲧⲁⲣⲉⲧⲉⲛⲧⲁϩⲱⲟⲩ ϯⲛⲟⲩ.
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।”
11 ⲓ̅ⲁ̅ ⲁϥ⳿ⲓ ⲟⲩⲛ ⳿ⲉ⳿ⲡϣⲱⲓ ⳿ⲛϫⲉ ⲥⲓⲙⲱⲛ ⲡⲉⲧⲣⲟⲥ ⲟⲩⲟϩ ⲁϥⲥⲉⲕ ⲡⲓ⳿ϣⲛⲉ ⳿ⲉ⳿ⲡϣⲱⲓ ⳿ⲉϫⲉⲛ ⲡⲓⲕⲁϩⲓ ⲉϥⲙⲉϩ ⳿ⲛⲛⲓϣϯ ⳿ⲛⲧⲉⲃⲧ ⳿ⲉⲟⲩⲟⲛ ⲣ̅ⲛ̅ⲅ̅ ⳿ⲛϧⲏⲧϥ ⲟⲩⲟϩ ⲉⲣⲉ ⲧⲁⲓⲏⲡⲓ ⳿ⲛϧⲏⲧϥ ⳿ⲙⲡⲉϥⲫⲱϧ ⳿ⲛϫⲉ ⲡⲓ⳿ϣⲛⲉ.
ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ।
12 ⲓ̅ⲃ̅ ⲡⲉϫⲉ Ⲓⲏ̅ⲥ̅ ⲛⲱⲟⲩ ϫⲉ ⳿ⲁⲙⲱⲓⲛⲓ ⲟⲩⲱⲙ ⲛⲉ ⳿ⲙⲙⲟⲛ ⳿ϩⲗⲓ ⲇⲉ ⲡⲉ ⳿ⲛⲛⲉϥⲙⲁⲑⲏⲧⲏⲥ ⲉⲣⲧⲟⲗⲙⲁⲛ ⳿ⲉϣⲉⲛϥ ϫⲉ ⳿ⲛⲑⲟⲕ ⲛⲓⲙ ⲉⲩ⳿ⲉⲙⲓ ϫⲉ Ⲡ⳪ ⲡⲉ.
ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।
13 ⲓ̅ⲅ̅ ⲁϥ⳿ⲓ ⲟⲩⲛ ⳿ⲛϫⲉ Ⲓⲏ̅ⲥ̅ ⲁϥϭⲓ ⳿ⲙⲡⲓⲱⲓⲕ ⲟⲩⲟϩ ⲁϥϯ ⲛⲱⲟⲩ ⲛⲉⲙ ⲡⲓⲧⲉⲃⲧ ⳿ⲙⲡⲁⲓⲣⲏϯ.
ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ।
14 ⲓ̅ⲇ̅ ⲫⲁⲓ ⲇⲉ ⲡⲉ ⳿ⲫⲙⲁϩⲅ̅ ⳿ⲛⲥⲟⲡ ⲉⲧⲁϥⲟⲩⲟⲛϩϥ ⳿ⲛϫⲉ Ⲓⲏ̅ⲥ̅ ⳿ⲉⲛⲉϥⲙⲁⲑⲏⲧⲏⲥ ⳿ⲉⲁϥⲧⲱⲛϥ ⳿ⲉⲃⲟⲗ ϧⲉⲛ ⲛⲏⲉⲑⲙⲱⲟⲩⲧ.
ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।
15 ⲓ̅ⲉ̅ ϩⲟⲧⲉ ⲟⲩⲛ ⲉⲧⲁⲩⲟⲩⲱⲙ ⲡⲉϫⲉ Ⲓⲏ̅ⲥ̅ ⳿ⲛⲥⲓⲙⲱⲛ ⲡⲉⲧⲣⲟⲥ ϫⲉ ⲥⲓⲙⲱⲛ ⲫⲁ ⲓⲱⲁⲛⲛⲏⲥ ⳿ⲕⲉⲣⲁⲅⲁⲡⲁⲛ ⳿ⲙⲙⲟⲓ ⲉϩⲟⲧⲉ ⲛⲁⲓ ⲡⲉϫⲁϥ ⲛⲁϥ ϫⲉ ⲥⲉ ⲡⲁ⳪ ⳿ⲛⲑⲟⲕ ⲉⲧ⳿ⲉⲙⲓ ϫⲉ ϯⲙⲉⲓ ⳿ⲙⲙⲟⲕ ⲡⲉϫⲁϥ ⲛⲁϥ ϫⲉ ⲙⲟⲛⲓ ⳿ⲛⲛⲁϩⲓⲏⲃ.
ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।”
16 ⲓ̅ⲋ̅ ⲡⲁⲗⲓⲛ ⲟⲛ ⲡⲉϫⲁϥ ⲛⲁϥ ⳿ⲙ⳿ⲫⲙⲁϩⲥⲟⲡ ⲃ̅ ϫⲉ ⲥⲓⲙⲱⲛ ⲫⲁ ⲓⲱⲁⲛⲛⲏⲥ ⳿ⲕⲉⲣⲁⲅⲁⲡⲁⲛ ⳿ⲙⲙⲟⲓ ⲡⲉϫⲁϥ ⲛⲁϥ ϫⲉ ⲥⲉ ⲡⲁ⳪ ⳿ⲛⲑⲟⲕ ⲉⲧ⳿ⲉⲙⲓ ϫⲉ ϯⲙⲉⲓ ⳿ⲙⲙⲟⲕ ⲡⲉϫⲁϥ ⲛⲁϥ ϫⲉ ⲙⲟⲛⲓ ⳿ⲛⲛⲁ⳿ⲉⲥⲱⲟⲩ.
ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।”
17 ⲓ̅ⲍ̅ ⲡⲉϫⲁϥ ⲛⲁϥ ⲟⲛ ⳿ⲙ⳿ⲫⲙⲁϩⲅ̅ ⳿ⲛⲥⲟⲡ ϫⲉ ⲥⲓⲙⲱⲛ ⲫⲁ ⲓⲱⲁⲛⲛⲏⲥ ⳿ⲭⲙⲉⲓ ⳿ⲙⲙⲟⲓ ⲁϥⲉⲣ⳿ⲙⲕⲁϩ ⳿ⲛϩⲏⲧ ⳿ⲛϫⲉ ⲡⲉⲧⲣⲟⲥ ϫⲉ ⲁϥϫⲟⲥ ⲛⲁϥ ⳿ⲙ⳿ⲫⲙⲁϩⲅ̅ ⳿ⲛⲥⲟⲡ ϫⲉ ⳿ⲭⲙⲉⲓ ⳿ⲙⲙⲟⲓ ⲟⲩⲟϩ ⲡⲉϫⲁϥ ⲛⲁϥ ϫⲉ Ⲡ⳪ ⳿ⲛⲑⲟⲕ ⲉⲧⲥⲱⲟⲩⲛ ⳿ⲛϩⲱⲃ ⲛⲓⲃⲉⲛ ⳿ⲛⲑⲟⲕ ⲉⲧ⳿ⲉⲙⲓ ϫⲉ ϯⲙⲉⲓ ⳿ⲙⲙⲟⲕ ⲡⲉϫⲁϥ ⲛⲁϥ ϫⲉ ⲙⲟⲛⲓ ⳿ⲛⲛⲁ⳿ⲉⲥⲱⲟⲩ.
ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।
18 ⲓ̅ⲏ̅ ⲁⲙⲏⲛ ⲁⲙⲏⲛ ϯϫⲱ ⳿ⲙⲙⲟⲥ ⲛⲁⲕ ϫⲉ ⲉⲕⲟⲓ ⳿ⲛ⳿ⲁⲗⲟⲩ ϣⲁⲕⲙⲟⲣⲕ ⳿ⲙⲙⲁⲩⲁⲧⲕ ⲟⲩⲟϩ ϣⲁⲕϣⲉ ⲛⲁⲕ ⳿ⲉ⳿ⲫⲙⲁ ⲉⲧⲉϩⲛⲁⲕ ⲉϣⲱⲡ ⲇⲉ ⲁⲕϣⲁⲛⲉⲣϧⲉⲗⲗⲟ ⲉⲕ⳿ⲉⲥⲟⲩⲧⲉⲛ ⲛⲉⲕϫⲓϫ ⳿ⲉⲃⲟⲗ ⲟⲩⲟϩ ⲉⲣⲉ ⲕⲉⲟⲩⲁⲓ ⲙⲟⲣⲕ ⲟⲩⲟϩ ⲉⲩ⳿ⲉⲟⲗⲕ ⳿ⲉ⳿ⲫⲙⲁ ⲉⲧⲉϩⲛⲁⲕ ⲁⲛ.
ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।”
19 ⲓ̅ⲑ̅ ⲫⲁⲓ ⲇⲉ ⲉⲧⲁϥϫⲟϥ ⲁϥⲉⲣⲥⲏⲙⲉⲛⲓⲛ ϫⲉ ⲁϥⲛⲁϯⲱⲟⲩ ⳿ⲙⲫϯ ⳿ⲛ⳿ϧⲣⲏⲓ ϧⲉⲛ ⲁϣ ⳿ⲙⲙⲟⲩ ⲟⲩⲟϩ ⲫⲁⲓ ⲉⲧⲁϥϫⲟϥ ⲡⲉϫⲁϥ ⲛⲁϥ ϫⲉ ⲙⲟϣⲓ ⳿ⲛⲥⲱⲓ.
ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।”
20 ⲕ̅ ⲁϥⲫⲟⲛϩϥ ⲇⲉ ⳿ⲛϫⲉ ⲡⲉⲧⲣⲟⲥ ⲁϥⲛⲁⲩ ⳿ⲉⲡⲓⲙⲁⲑⲏⲧⲏⲥ ⳿ⲉⲛⲁⲣⲉ Ⲓⲏ̅ⲥ̅ ⲙⲉⲓ ⳿ⲙⲙⲟϥ ⲫⲏⲉⲧⲁϥⲣⲟⲑⲃⲉϥ ⳿ⲉϫⲉⲛ ⲧⲉϥⲙⲉⲥⲧⲉ⳿ⲛϩⲏⲧ ϧⲉⲛ ⲡⲓⲇⲓⲡⲛⲟⲛ ⳿ⲉⲁϥϫⲟⲥ ⲛⲁϥ ϫⲉ Ⲡ⳪ ⲛⲓⲙ ⲡⲉⲑⲛⲁⲧⲏ ⲓⲕ.
ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ।
21 ⲕ̅ⲁ̅ ⲉⲧⲁϥⲛⲁⲩ ⲟⲩⲛ ⳿ⲉⲫⲁⲓ ⳿ⲛϫⲉ ⲡⲉⲧⲣⲟⲥ ⲡⲉϫⲁϥ ⳿ⲛⲒⲏ̅ⲥ̅ ϫⲉ ⲡⲁ⳪ ⲫⲁⲓ ⲇⲉ ⳿ⲛⲑⲟϥ ⲟⲩ.
ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ?
22 ⲕ̅ⲃ̅ ⲡⲉϫⲉ Ⲓⲏ̅ⲥ̅ ⲛⲁϥ ϫⲉ ⲉϣⲱⲡ ⲁⲓϣⲁⲛⲟⲩⲱϣ ⳿ⲉⲭⲁϥ ϣⲁϯ⳿ⲓ ⳿ⲁϧⲟⲕ ⳿ⲛⲑⲟⲕ ⳿ⲛⲑⲟⲕ ⲇⲉ ⲟⲩⲁϩⲕ ⳿ⲛⲥⲱⲓ.
ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।”
23 ⲕ̅ⲅ̅ ⲁ ⲡⲁⲓⲥⲁϫⲓ ⲇⲉ ⳿ⲓ ⳿ⲉⲃⲟⲗ ϧⲉⲛ ⲛⲓ⳿ⲥⲛⲏ ⲟⲩ ϫⲉ ⲡⲓⲙⲁⲑⲏⲧⲏⲥ ⳿ⲉⲧⲉ⳿ⲙⲙⲁⲩ ⳿ϥⲛⲁⲙⲟⲩ ⲁⲛ ⲛⲉⲧⲁϥϫⲟⲥ ⲇⲉ ⲛⲁϥ ⲁⲛ ⳿ⲛϫⲉ Ⲓⲏ̅ⲥ̅ ϫⲉ ⳿ϥⲛⲁⲙⲟⲩ ⲁⲛ ⲁⲗⲗⲁ ⲉϣⲱⲡ ⲁⲓϣⲁⲛⲟⲩⲱϣ ⳿ⲉⲭⲁϥ ϣⲁϯ⳿ⲓ ⳿ⲁϧⲟⲕ ⳿ⲛⲑⲟⲕ.
ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।
24 ⲕ̅ⲇ̅ ⲡⲁⲓ ⲡⲉ ⲡⲓⲙⲁⲑⲏⲧⲏⲥ ⲉⲧⲁϥⲉⲣⲙⲉⲑⲣⲉ ϧⲁ ⲛⲁⲓ ⲟⲩⲟϩ ⳿ⲛⲑⲟϥ ⲁϥ⳿ⲥϧⲏⲧⲟⲩ ⲟⲩⲟϩ ⲧⲉⲛ⳿ⲉⲙⲓ ϫⲉ ⲟⲩⲙⲏⲓ ⲧⲉ ⲧⲉϥⲙⲉⲧⲙⲉⲑⲣⲉ.
ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ।
25 ⲕ̅ⲉ̅ ⲟⲩⲟϩ ϩⲁⲛⲕⲉⲙⲏϣ ⲇⲉ ⲟⲛ ⳿ⲉⲁϥⲁⲓⲧⲟⲩ ⳿ⲛϫⲉ Ⲓⲏ̅ⲥ̅ ⲛⲁⲓ ⲉⲛⲉ ⲁⲩ⳿ⲥϧⲏⲧⲟⲩ ⲡⲉ ⲕⲁⲧⲁ ⲟⲩⲁⲓ ⲟⲩⲁⲓ ϯ⳿ⲉⲙⲓ ϫⲉ ⲛⲁⲣⲉ ⲡⲓⲕⲟⲥⲙⲟⲥ ⲛⲁ⳿ϣⲉⲣⲭⲱⲣⲓⲛ ⲁⲛ ⲡⲉ ⳿ⲛⲛⲓϫⲱⲙ ⲉⲧⲟⲩⲛⲁ⳿ⲥϧⲏ ⲧⲟⲩ
ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।

< ⲒⲰⲀⲚⲚⲎⲚ 21 >