< ⲒⲰⲀⲚⲚⲎⲤ Ⲁ ̅ 5 >
1 ⲁ̅ ⲟⲩⲟⲛ ⲛⲓⲃⲉⲛ ⲉⲑⲛⲁϩϯ ϫⲉ Ⲓⲏ̅ⲥ̅ Ⲡⲭ̅ⲥ̅ ⲟⲩⲙⲓⲥⲓ ⲡⲉ ⳿ⲉⲃⲟⲗ ϧⲉⲛ ⲫϯ ⲟⲩⲟϩ ⲟⲩⲟⲛ ⲛⲓⲃⲉⲛ ⲉⲑⲙⲉⲓ ⳿ⲙⲫⲏⲉⲧⲁϥⲙⲓⲥⲓ ⳿ϥⲙⲉⲓ ⲟⲛ ⳿ⲙⲫⲏⲉⲧⲁⲩⲙⲁⲥϥ ⳿ⲉⲃⲟⲗ ⳿ⲛϧⲏⲧϥ.
ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ବରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।
2 ⲃ̅ ϧⲉⲛ ⲫⲁⲓ ⲧⲉⲛⲛⲁ⳿ⲉⲙⲓ ϫⲉ ⲧⲉⲛⲉⲣⲁⲅⲁⲡⲁⲛ ⳿ⲛⲛⲓϣⲏⲣⲓ ⳿ⲛⲧⲉ ⲫϯ ⲉϣⲱⲡ ⲁⲛϣⲁⲛⲙⲉⲛⲣⲉ ⲫϯ ⲟⲩⲟϩ ⳿ⲛⲧⲉⲛ⳿ⲓⲣⲓ ⳿ⲛⲛⲉϥⲉⲛⲧⲟⲗⲏ.
ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ।
3 ⲅ̅ ⲑⲁⲓ ⲅⲁⲣ ⲧⲉ ϯⲁⲅⲁⲡⲏ ⳿ⲛⲧⲉ ⲫϯ ϩⲓⲛⲁ ⳿ⲛⲧⲉⲛ⳿ⲁⲣⲉϩ ⳿ⲉⲛⲉϥⲉⲛⲧⲟⲗⲏ ⲟⲩⲟϩ ⲛⲉϥⲉⲛⲧⲟⲗⲏ ⲥⲉϩⲟⲣϣ ⲁⲛ.
କାରଣ ଈଶ୍ବରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ।
4 ⲇ̅ ϫⲉ ⲟⲩⲟⲛ ⲛⲓⲃⲉⲛ ⲉⲧⲁⲩⲙⲁⲥϥ ⳿ⲉⲃⲟⲗ ϧⲉⲛ ⲫϯ ϣⲁϥϭⲣⲟ ⳿ⲉⲡⲓⲕⲟⲥⲙⲟⲥ ⲟⲩⲟϩ ⲫⲁⲓ ⲡⲉ ⲡⲓϭⲣⲟ ⲉⲧⲁϥϭⲣⲟ ⳿ⲉⲡⲓⲕⲟⲥⲙⲟⲥ ⲡⲉⲛⲛⲁϩϯ ⲡⲉ.
ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ।
5 ⲉ̅ ⲛⲓⲙ ⲇⲉ ⲡⲉ ⲫⲏⲉⲧϭⲣⲏⲟⲩⲧ ⳿ⲉⲡⲓⲕⲟⲥⲙⲟⲥ ⳿ⲉⲃⲏⲗ ⳿ⲉⲫⲏⲉⲑⲛⲁϩϯ ϫⲉ Ⲓⲏ̅ⲥ̅ ⲡⲉ ⳿ⲡϣⲏⲣⲓ ⳿ⲙⲫϯ.
ଯୀଶୁ ଈଶ୍ବରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ?
6 ⲋ̅ ⲫⲁⲓ ⲡⲉ ⲫⲏⲉⲧⲁϥ⳿ⲓ ⳿ⲉⲃⲟⲗ ϩⲓⲧⲉⲛ ⲟⲩⲙⲱⲟⲩ ⲛⲉⲙ ⲟⲩ⳿ⲥⲛⲟϥ ⲛⲉⲙ ⲟⲩⲡ͞ⲛⲁ̅ Ⲓⲏ̅ⲥ̅ Ⲡⲭ̅ⲥ̅ ϧⲉⲛ ⲡⲓⲙⲱⲟⲩ ⳿ⲙⲙⲁⲩⲁⲧϥ ⲁⲛ ⲁⲗⲗⲁ ⲛⲉⲙ ϧⲉⲛ ⲡⲓⲙⲱⲟⲩ ⲛⲉⲙ ϧⲉⲛ ⲡⲓ⳿ⲥⲛⲟϥ ⲟⲩⲟϩ ⲡⲓⲡ͞ⲛⲁ̅ ⲡⲉⲧⲉⲣⲙⲉⲑⲣⲉ ϫⲉ ⲡⲓⲡ͞ⲛⲁ̅ ⲡⲉ ϯⲙⲉⲑⲙⲏⲓ.
ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ;
7 ⲍ̅ ϫⲉ ⲟⲩⲏⲓ ⲅ̅ ⲛⲉ ⲛⲏⲉⲧⲉⲣⲙⲉⲑⲣⲉ.
ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ।
8 ⲏ̅ ⲡⲓⲡ͞ⲛⲁ̅ ⲛⲉⲙ ⲡⲓⲙⲱⲟⲩ ⲛⲉⲙ ⲡⲓ⳿ⲥⲛⲟϥ ⲟⲩⲟϩ ⲡⲓⲅ̅ ⲥⲉϧⲉⲛ ⲟⲩⲁⲓ.
ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ।
9 ⲑ̅ ⲓⲥϫⲉ ⲧⲉⲛϭⲓ ⳿ⲛϯⲙⲉⲧⲙⲉⲑⲣⲉ ⳿ⲛⲧⲉ ⲛⲓⲣⲱⲙⲓ ϯⲙⲉⲧⲙⲉⲑⲣⲉ ⳿ⲛⲧⲉ ⲫϯ ⲟⲩⲛⲓϣϯ ⲧⲉ ⳿ⲛϩⲟⲩ⳿ⲟ ϫⲉ ⲑⲁⲓ ⲧⲉ ϯⲙⲉⲧⲙⲉⲑⲣⲉ ⳿ⲛⲧⲉ ⲫϯ ϫⲉ ⲁϥⲉⲣⲙⲉⲑⲣⲉ ϧⲁ ⲡⲉϥϣⲏⲣⲓ.
ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ବରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ, ଆଉ ଈଶ୍ବରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି।
10 ⲓ̅ ⲫⲏⲉⲑⲛⲁϩϯ ⳿ⲉ⳿ⲡϣⲏⲣⲓ ⳿ⲥϣⲟⲡ ⳿ⲛϧⲏⲧϥ ⳿ⲛϫⲉ ϯⲙⲉⲧⲙⲉⲑⲣⲉ ⳿ⲛⲧⲉ ⲫϯ ⲫⲏⲉⲧⲉ⳿ⲛ⳿ϥⲛⲁϩϯ ⳿ⲉ⳿ⲡϣⲏⲣⲓ ⳿ⲙⲫϯ ⲁⲛ ⲁϥⲁⲓϥ ⳿ⲛⲥⲁⲙⲉⲑⲛⲟⲩϫ ϫⲉ ⳿ⲙⲡⲉϥⲛⲁϩϯ ⳿ⲉϯⲙⲉⲧⲙⲉⲑⲣⲉ ⲑⲏ ⲉⲧⲁϥⲉⲣⲙⲉⲑⲣⲉ ⳿ⲙⲙⲟⲥ ⳿ⲛϫⲉ ⲫϯ ϧⲁ ⲡⲉϥϣⲏⲣⲓ.
ଯେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ବରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ବର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ।
11 ⲓ̅ⲁ̅ ⲟⲩⲟϩ ⲑⲁⲓ ⲧⲉ ϯⲙⲉⲧⲙⲉⲑⲣⲉ ϫⲉ ⲁϥϯ ⲛⲁⲛ ⳿ⲛⲟⲩⲱⲛϧ ⳿ⲛⲉⲛⲉϩ ⳿ⲛϫⲉ ⲫϯ ⲟⲩⲟϩ ⲡⲁⲓⲱⲛϧ ⲁϥϧⲉⲛ ⲡⲉϥϣⲏⲣⲓ. (aiōnios )
ସେହି ସାକ୍ଷ୍ୟ ଏହି ଯେ, ଈଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। (aiōnios )
12 ⲓ̅ⲃ̅ ⲫⲏⲉⲧⲉ ⳿ⲡϣⲏⲣⲓ ⳿ⲛⲧⲟⲧϥ ⳿ⲡⲱⲛϧ ⳿ⲛⲧⲟⲧϥ ⲫⲏⲉⲧⲉ ⳿ⲡϣⲏⲣⲓ ⳿ⲙⲫϯ ⳿ⲛⲧⲟⲧϥ ⲁⲛ ⳿ⲡⲱⲛϧ ⳿ⲛⲧⲟⲧϥ ⲁⲛ.
ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ।
13 ⲓ̅ⲅ̅ ⲛⲁⲓ ⲁⲓ⳿ⲥϧⲏⲧⲟⲩ ⲛⲱⲧⲉⲛ ϩⲓⲛⲁ ⳿ⲛⲧⲉⲧⲉⲛ⳿ⲉⲙⲓ ϫⲉ ⲟⲩⲟⲛ ⳿ⲛⲧⲟⲧⲉⲛ ⳿ⲙⲙⲁⲩ ⳿ⲛⲟⲩⲱⲛϧ ⳿ⲛⲉⲛⲉϩ ⲛⲏⲉⲑⲛⲁϩϯ ⳿ⲉ⳿ⲫⲣⲁⲛ ⳿ⲙⲡⲓϣⲏⲣⲓ ⳿ⲛⲧⲉ ⲫϯ. (aiōnios )
ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। (aiōnios )
14 ⲓ̅ⲇ̅ ⲟⲩⲟϩ ⲑⲁⲓ ⲧⲉ ϯⲡⲁⲣⲣⲏⲥⲓⲁ ⲉⲧⲉ⳿ⲛⲧⲁⲛ ⳿ⲙⲙⲁⲩ ϩⲁⲣⲟϥ ϫⲉ ⲫⲏⲉⲧⲉⲛⲛⲁⲉⲣⲉⲧⲓⲛ ⳿ⲙⲙⲟϥ ⲕⲁⲧⲁ ⲡⲉϥⲟⲩⲱϣ ϣⲁϥⲥⲱⲧⲉⲙ ⳿ⲉⲣⲟⲛ.
ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି।
15 ⲓ̅ⲉ̅ ⲟⲩⲟϩ ⲉϣⲱⲡ ⲁⲛϣⲁⲛⲛⲁⲩ ϫⲉ ⳿ϥⲥⲱⲧⲉⲙ ⳿ⲉⲣⲟⲛ ⳿ⲙⲫⲏⲉⲧⲉⲛⲛⲁⲉⲣⲉⲧⲓⲛ ⳿ⲙⲙⲟϥ ⲧⲉⲛⲥⲱⲟⲩⲛ ϫⲉ ⲟⲩⲟⲛⲧⲁⲛ ⳿ⲛⲛⲉⲛⲉⲧⲏⲙⲁ ⲛⲏⲉⲧⲉⲛⲛⲁⲉⲣⲉⲧⲓⲛ ⳿ⲙⲙⲱⲟⲩ ⳿ⲛⲧⲟⲧϥ.
ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ।
16 ⲓ̅ⲋ̅ ⲉϣⲱⲡ ⳿ⲛⲧⲉ ⲟⲩⲁⲓ ⲛⲁⲩ ⳿ⲉⲡⲉϥⲥⲟⲛ ⲉϥⲉⲣⲛⲟⲃⲓ ⳿ⲛⲟⲩⲛⲟⲃⲓ ⳿ⲉ⳿ⲫⲙⲟⲩ ⲁⲛ ⲡⲉ ⲙⲁⲣⲉϥⲉⲣⲉⲧⲓⲛ ⲟⲩⲟϩ ⲉⲩ⳿ⲉϯ ⲛⲁϥ ⳿ⲛⲟⲩⲱⲛϧ ⲛⲏⲉⲧⲉⲣⲛⲟⲃⲓ ⳿ⲙⲫⲁ ⳿ⲫⲙⲟⲩ ⲁⲛ ⲡⲉ ⲟⲩⲟⲛ ⲛⲟⲃⲓ ⲉϥϭⲓ ⳿ⲉ⳿ⲫⲙⲟⲩ ⲛⲁⲓϫⲉⲣⲉ ⲫⲏ ⳿ⲉⲧⲉ⳿ⲙⲙⲁⲩ ⲁⲛ ϩⲓⲛⲁ ⳿ⲛⲧⲉϥⲧⲱⲃϩ ⲉⲑⲃⲏⲧϥ.
କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ବର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।
17 ⲓ̅ⲍ̅ ϭⲓ⳿ⲛϫⲟⲛⲥ ⲛⲓⲃⲉⲛ ⲡⲉ ⲟⲩⲟϩ ⲟⲩⲟⲛ ⲛⲟⲃⲓ ⲉϥϭⲓ ⳿ⲉ⳿ⲫⲙⲟⲩ ⲁⲛ.
ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଏପରି ପାପ ଅଛି, ଯାହା ମୃତ୍ୟୁଜନକ ନୁହେଁ।
18 ⲓ̅ⲏ̅ ⲧⲉⲛ⳿ⲉⲙⲓ ϫⲉ ⲟⲩⲟⲛ ⲛⲓⲃⲉⲛ ⲉⲧⲁⲩⲙⲁⲥϥ ⳿ⲉⲃⲟⲗ ϧⲉⲛ ⲫϯ ⳿ⲙⲡⲁϥⲉⲣⲛⲟⲃⲓ ⲁⲗⲗⲁ ⲡⲓⲙⲓⲥⲓ ⳿ⲉⲃⲟⲗ ⳿ⲙⲫϯ ϣⲁϥ⳿ⲁⲣⲉϩ ⲟⲩⲟϩ ⳿ⲙⲡⲁⲣⲉ ⲡⲓⲡⲟⲛⲏ ⲣⲟⲥ ϭⲓ ⲛⲉⲙⲁϥ.
ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ବରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ।
19 ⲓ̅ⲑ̅ ⲧⲉⲛⲥⲱⲟⲩⲛ ⲇⲉ ϫⲉ ⳿ⲁⲛⲟⲛ ϩⲁⲛ⳿ⲉⲃⲟⲗ ⳿ⲙⲫϯ ⲟⲩⲟϩ ⲡⲓⲕⲟⲥⲙⲟⲥ ⲧⲏⲣϥ ⲁϥⲭⲏ ϧⲁ ⲡⲓⲡⲉⲧϩⲱⲟⲩ.
ଆମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ।
20 ⲕ̅ ⲧⲉⲛⲥⲟⲩⲱⲛ ⲇⲉ ϫⲉ ⲁϥ⳿ⲓ ⳿ⲛϫⲉ ⳿ⲡϣⲏⲣⲓ ⳿ⲙⲫϯ ⲟⲩⲟϩ ⲁϥϯ ⲛⲁⲛ ⳿ⲛⲟⲩ⳿ⲉⲙⲓ ϩⲓⲛⲁ ⳿ⲛⲧⲉⲛⲥⲟⲩⲉⲛ ⲡⲓⲁⲗⲏⲑⲓⲛⲟⲥ ⳿ⲛⲛⲟⲩϯ ⲟⲩⲟϩ ⲧⲉⲛϣⲟⲡ ϧⲉⲛ ⲡⲉϥϣⲏⲣⲓ Ⲓⲏ̅ⲥ̅ Ⲡⲭ̅ⲥ̅ ⲫⲁⲓ ⲡⲉ ⲡⲓⲁⲗⲏⲑⲓⲛⲟⲥ ⳿ⲛⲛⲟⲩϯ ⲛⲉⲙ ⲡⲓⲱⲛϧ ⳿ⲛⲉⲛⲉϩ. (aiōnios )
ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ବର ଓ ଅନନ୍ତ ଜୀବନ ଅଟନ୍ତି। (aiōnios )
21 ⲕ̅ⲁ̅ ⲛⲁϣⲏⲣⲓ ⳿ⲁⲣⲉϩ ⳿ⲉⲣⲱⲧⲉⲛ ⳿ⲉⲃⲟⲗ ϩⲁ ⲛⲓ⳿ⲓⲇⲱⲗⲟⲛ ⲓⲱⲁⲛⲛⲟⲩ ⲉⲡⲓⲥⲧⲟⲗⲏ ⲁ̅
ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର। ଆମେନ୍।