< 民数记 25 >

1 以色列人住在什亭,百姓与摩押女子行起淫乱。
ଏଥିଉତ୍ତାରେ ଇସ୍ରାଏଲ ଶିଟୀମରେ ବାସ କଲେ, ପୁଣି, ଲୋକମାନେ ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ।
2 因为这女子叫百姓来,一同给她们的神献祭,百姓就吃她们的祭物,跪拜她们的神。
ପୁଣି, ସେହି କନ୍ୟାମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବଗଣର ବଳିଦାନ ଉପଲକ୍ଷ୍ୟରେ ନିମନ୍ତ୍ରଣ କଲେ; ପୁଣି, ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ।
3 以色列人与巴力·毗珥连合,耶和华的怒气就向以色列人发作。
ଆଉ ଇସ୍ରାଏଲ ଆପେ ବାଲ୍‍-ପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା।
4 耶和华吩咐摩西说:“将百姓中所有的族长在我面前对着日头悬挂,使我向以色列人所发的怒气可以消了。”
ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ।”
5 于是摩西吩咐以色列的审判官说:“凡属你们的人,有与巴力·毗珥连合的,你们各人要把他们杀了。”
ତହୁଁ ମୋଶା ଇସ୍ରାଏଲର ବିଚାରକର୍ତ୍ତୃଗଣକୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ବାଲ୍‍-ପିୟୋର ପ୍ରତି ଆସକ୍ତ ଆପଣା ଆପଣା ଲୋକମାନଙ୍କୁ ବଧ କର।”
6 摩西和以色列全会众正在会幕门前哭泣的时候,谁知,有以色列中的一个人,当他们眼前,带着一个米甸女人到他弟兄那里去。
ଏଥିରେ ଦେଖ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦୀୟନୀୟା ସ୍ତ୍ରୀକୁ ଆଣିଲା, ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ରୋଦନ କରୁଥିଲେ।
7 祭司亚伦的孙子,以利亚撒的儿子非尼哈看见了,就从会中起来,手里拿着枪,
ତେବେ ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା;
8 跟随那以色列人进亭子里去,便将以色列人和那女人由腹中刺透。这样,在以色列人中瘟疫就止息了。
ପୁଣି, ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ, ଅର୍ଥାତ୍‍, ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ-ସନ୍ତାନଗଣଠାରୁ ମାରୀ ନିବୃତ୍ତ ହେଲା।
9 那时遭瘟疫死的,有二万四千人。
ତଥାପି ଚବିଶ ହଜାର ଲୋକ ଏହି ମାରୀରେ ମଲେ।
10 耶和华晓谕摩西说:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
11 “祭司亚伦的孙子,以利亚撒的儿子非尼哈,使我向以色列人所发的怒消了;因他在他们中间,以我的忌邪为心,使我不在忌邪中把他们除灭。
“ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜ୍ୱାଳାରେ ଅନ୍ତର୍ଜ୍ୱାଳା ପ୍ରକାଶ କରି ଇସ୍ରାଏଲ-ସନ୍ତାନଗଣଠାରୁ ଆମ୍ଭର କ୍ରୋଧ ଫେରାଇଅଛି, ତହିଁରେ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଇସ୍ରାଏଲ-ସନ୍ତାନଗଣଙ୍କୁ ନିଃଶେଷ ରୂପେ ସଂହାର କଲୁ ନାହିଁ।”
12 因此,你要说:‘我将我平安的约赐给他。
ଏହେତୁ ତୁମ୍ଭେ କୁହ, “ଦେଖ, ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ;
13 这约要给他和他的后裔,作为永远当祭司职任的约;因他为 神有忌邪的心,为以色列人赎罪。’”
ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣଙ୍କ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ; କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜ୍ୱାଳା ପ୍ରକାଶ କଲା ଓ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲା।”
14 那与米甸女人一同被杀的以色列人,名叫心利,是撒路的儿子,是西缅一个宗族的首领。
ଇସ୍ରାଏଲୀୟ ଯେଉଁ ହତ ପୁରୁଷ, ଯେ ସେହି ମିଦୀୟନୀୟା ସ୍ତ୍ରୀ ସହିତ ହତ ହୋଇଥିଲା, ତାହାର ନାମ ସିମ୍ରି, ସେ ଶିମୀୟୋନୀୟ ପିତୃଗୃହର ଅଧିପତି ସାଲୂର ପୁତ୍ର।
15 那被杀的米甸女人,名叫哥斯比,是苏珥的女儿;这苏珥是米甸一个宗族的首领。
ପୁଣି, ସେହି ହତ ମିଦୀୟନୀୟା ସ୍ତ୍ରୀର ନାମ କସ୍ୱୀ, ସେ ସୂରର କନ୍ୟା; ସେହି ସୂର୍‍ ମିଦୀୟନୀୟ ଏକ ପିତୃଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।
16 耶和华晓谕摩西说:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
17 “你要扰害米甸人,击杀他们;
“ମିଦୀୟନୀୟ ଲୋକମାନଙ୍କୁ କ୍ଳେଶ ଦିଅ ଓ ସେମାନଙ୍କୁ ବଧ କର;
18 因为他们用诡计扰害你们,在毗珥的事上和他们的姊妹、米甸首领的女儿哥斯比的事上,用这诡计诱惑了你们;这哥斯比,当瘟疫流行的日子,因毗珥的事被杀了。”
କାରଣ ପିୟୋର (ଦେବତା) ବିଷୟକ ଛଳରେ ଓ ସେହି ପିୟୋର ଲାଗି ମାରୀ ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟା କସ୍ୱୀ ନାମ୍ନୀ ମିଦୀୟନୀୟ ରାଜକୁମାରୀ, ତାହାରି ବିଷୟକ ଛଳରେ ସେମାନେ ତୁମ୍ଭମାନଙ୍କୁ ଛଳ କରି କ୍ଳେଶ ଦେଲେ।”

< 民数记 25 >