< Masalimo 129 >

1 Nyimbo yoyimba pokwera ku Yerusalemu. “Andizunza kwambiri kuyambira ubwana wanga,” anene tsono Israeli;
ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନା ଆରୋହଣ ଗୀତ। “ମୋʼ ଯୌବନଠାରୁ ମୋʼ ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି, ଇସ୍ରାଏଲ ଏବେ କୁହନ୍ତୁ;
2 “Andizunza kwambiri kuyambira ubwana wanga, koma sanandipambane.
ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି; ତଥାପି ସେମାନେ ମୋʼ ଉପରେ ଜୟୀ ହୋଇ ନାହାନ୍ତି।
3 Anthu otipula analima pa msana panga ndipo anapangapo mizere yayitali:
କୃଷକମାନେ ମୋʼ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ବ ଲମ୍ବ ଶିଆର କଲେ।”
4 Koma Yehova ndi wolungama; Iye wandimasula ku zingwe za anthu oyipa.”
ସଦାପ୍ରଭୁ ଧର୍ମମୟ; ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି।
5 Onse amene amadana ndi Ziyoni abwezedwe pambuyo mwamanyazi.
ସିୟୋନକୁ ଘୃଣା କରିବା ଲୋକ ସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ।
6 Akhale ngati udzu womera pa denga la nyumba, umene umafota usanakule;
ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;
7 sungadzaze manja a owumweta kapena manja a omanga mitolo.
ଯଦ୍ଦ୍ୱାରା କଟାଳି ଆପଣା ହସ୍ତ, ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
8 Odutsa pafupi asanene kuti, “Dalitso la Yehova lili pa inu; tikukudalitsani mʼdzina la Yehova.”
“କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ, ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,” ଏହା ପଥିକମାନେ କହନ୍ତି ନାହିଁ।

< Masalimo 129 >