< Masalimo 119 >

1 Odala ndi amene moyo wawo ulibe cholakwa, amene amayenda monga mwa malamulo a Yehova.
ଆଲେଫ୍‍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।
2 Odala ndi amene amasunga malamulo ake, amene amafunafuna Iyeyo ndi mtima wawo wonse.
ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।
3 Sachita cholakwa chilichonse; amayenda mʼnjira zake.
ସେମାନେ କୌଣସି ଅଧର୍ମ କରନ୍ତି ନାହିଁ; ସେମାନେ ତାହାଙ୍କ ପଥରେ ଗମନ କରନ୍ତି।
4 Inu mwapereka malangizo ndipo ayenera kutsatidwa kwathunthu.
ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ ପାଳନ କରିବା, ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ।
5 Aa! Ndikanakonda njira zanga zikanakhala zokhazikika pa kumvera zophunzitsa zanu!
ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି ମୋହର ଗତି ସୁସ୍ଥିର ହୁଅନ୍ତା!
6 Pamenepo ine sindikanachititsidwa manyazi, poganizira malamulo anu onse.
ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ ଲଜ୍ଜିତ ହେବି ନାହିଁ।
7 Ndidzakutamandani ndi mtima wolungama, pamene ndikuphunzira malamulo anu olungama.
ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।
8 Ndidzamvera zophunzitsa zanu; musanditaye kwathunthu.
ମୁଁ ତୁମ୍ଭର ବିଧିସବୁ ପାଳନ କରିବି; ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ।
9 Kodi mnyamata angathe bwanji kuyeretsa mayendedwe ake? Akawasamala potsata mawu anu.
ବୈତ୍‍। ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।
10 Ndimakufunafunani ndi mtima wanga wonse; musalole kuti ndisochere kuchoka pa malamulo anu.
ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ।
11 Ndasunga mawu anu mu mtima mwanga kuti ndisakuchimwireni.
ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।
12 Mutamandike Inu Yehova; phunzitseni malamulo anu.
ହେ ସଦାପ୍ରଭୋ, ତୁମ୍ଭେ ଧନ୍ୟ; ତୁମ୍ଭର ବିଧିସବୁ ମୋତେ ଶିଖାଅ।
13 Ndi milomo yanga ndimafotokoza malamulo anu onse amene amachokera pakamwa panu.
ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି।
14 Ndimakondwera potsatira malamulo anu monga momwe munthu amakondwera akakhala ndi chuma chambiri.
ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୂପ ପଥରେ ଆମୋଦ କରିଅଛି।
15 Ndimalingalira malangizo anu ndipo ndimaganizira njira zanu.
ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି।
16 Ndimakondwera ndi malamulo anu; sindidzayiwala konse mawu anu.
ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି; ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ।
17 Chitirani zokoma mtumiki wanu, ndipo ndidzakhala ndi moyo; kuti tsono ndisunge mawu anu.
ଗିମେଲ୍‍। ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର; ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି।
18 Tsekulani maso anga kuti ndithe kuona zinthu zodabwitsa mʼmalamulo anu.
ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 Ine ndine mlendo pa dziko lapansi; musandibisire malamulo anu.
ମୁଁ ପୃଥିବୀରେ ପ୍ରବାସୀ; ତୁମ୍ଭର ଆଜ୍ଞାସବୁ ମୋʼ ଠାରୁ ଲୁଚାଅ ନାହିଁ।
20 Moyo wanga wafowoka polakalaka malamulo anu nthawi zonse.
ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ ମୋʼ ପ୍ରାଣ କ୍ଷୀଣ ହୁଏ।
21 Inu mumadzudzula onyada, otembereredwa, amene achoka pa malamulo anu.
ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି, ତୁମ୍ଭେ ସେମାନଙ୍କୁ ଧମକାଇଅଛ।
22 Mundichotsere chitonzo ndi mnyozo pakuti ndimasunga malamulo anu.
ମୋʼ ଠାରୁ ନିନ୍ଦା ଓ ଅପମାନ ଦୂର କର; କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି।
23 Ngakhale mafumu akhale pamodzi kundinyoza, mtumiki wanu adzalingalirabe zophunzitsa zanu.
ଅଧିପତିମାନେ ମଧ୍ୟ ବସି ମୋʼ ବିରୁଦ୍ଧରେ କଥା କହିଲେ; ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା।
24 Malamulo anu amandikondweretsa; ndiwo amene amandilangiza.
ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ।
25 Moyo wanga wakangamira fumbi; tsitsimutseni molingana ndi mawu anu.
ଦାଲତ୍‍। ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।
26 Ndinafotokoza njira zanga ndipo Inu munandiyankha; phunzitseni malamulo anu.
ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ; ତୁମ୍ଭର ବିଧିସବୁ ମୋତେ ଶିଖାଅ।
27 Mundidziwitse chiphunzitso cha malangizo anu; pamenepo ndidzalingalira zodabwitsa zanu.
ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ; ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ ଧ୍ୟାନ କରିବି।
28 Moyo wanga wafowoka ndi chisoni; limbikitseni monga mwa mawu anu.
ଶୋକ ସକାଶୁ ମୋʼ ପ୍ରାଣ ତରଳି ଯାଏ; ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।
29 Mundichotse mʼnjira zachinyengo; mundikomere mtima pondiphunzitsa malamulo anu.
ମୋʼ ଠାରୁ ମିଥ୍ୟାମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର।
30 Ndasankha njira ya choonadi; ndayika malamulo anu pa mtima panga.
ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।
31 Ndagwiritsitsa umboni wanu, Inu Yehova; musalole kuti ndichititsidwe manyazi.
ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ; ହେ ସଦାପ୍ରଭୋ, ମୋତେ ଲଜ୍ଜିତ କର ନାହିଁ।
32 Ndimathamanga mʼnjira ya malamulo anu, pakuti Inu mwamasula mtima wanga.
ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି।
33 Yehova, phunzitseni kutsatira zophunzitsa zanu; ndipo ndidzazisunga mpaka kumapeto.
ହେ। ହେ ସଦାପ୍ରଭୋ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ; ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।
34 Mundipatse mtima womvetsa zinthu ndipo ndidzasunga malamulo anu ndi kuwamvera ndi mtima wanga wonse.
ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।
35 Munditsogolere mʼnjira ya malamulo anu, pakuti mʼmenemo ndimapezamo chikondwerero changa.
ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; କାରଣ ତହିଁରେ ମୁଁ ଆନନ୍ଦ କରେ।
36 Tembenuzani mtima wanga kuti uzikonda malamulo anu, osati chuma.
ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ ପ୍ରତି ମୋʼ ଚିତ୍ତର ସ୍ନେହ ଜନ୍ମାଅ।
37 Tembenuzani maso anga kuchoka ku zinthu zachabechabe; sungani moyo wanga monga mwa mawu anu.
ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର।
38 Kwaniritsani lonjezo lanu kwa mtumiki wanu, kuti Inu muopedwe.
ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର, ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ।
39 Mundichotsere chipongwe chimene ndikuchiopa, pakuti malamulo anu ndi abwino.
ମୋହର ଭୟଜନକ ନିନ୍ଦା ଦୂର କର; କାରଣ ତୁମ୍ଭର ଶାସନସକଳ ଉତ୍ତମ।
40 Taonani, ndimalakalakatu malangizo anu! Sungani moyo wanga mʼchilungamo chanu.
ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି; ତୁମ୍ଭ ଧର୍ମରେ ମୋତେ ସଚେତ କର।
41 Chikondi chanu chosasinthika chibwere kwa ine, Inu Yehova, chipulumutso chanu monga mwa lonjezo lanu;
ବୌ। ହେ ସଦାପ୍ରଭୋ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋʼ ପ୍ରତି ବର୍ତ୍ତୁ।
42 ndipo ndidzayankha amene amandinyoza, popeza ndimadalira mawu anu.
ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି; କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ।
43 Musakwatule mawu a choonadi mʼkamwa mwanga, pakuti ndakhazikitsa chiyembekezo changa mʼmalamulo anu.
ପୁଣି, ମୋʼ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ; କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି।
44 Ndidzasunga malamulo anu nthawi zonse, ku nthawi za nthawi.
ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି।
45 Ndidzayendayenda mwaufulu, chifukwa ndinafunafuna malangizo anu.
ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।
46 Ndidzayankhula za umboni wanu pamaso pa mfumu ndipo sindidzachititsidwa manyazi,
ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।
47 popeza ndimakondwera ndi malamulo anu chifukwa ndimawakonda.
ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
48 Ndikweza manja anga ku malamulo anu, ku malamulo amene ndimawakonda, ndipo ndimalingalira malangizo anu.
ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।
49 Kumbukirani mawu anu kwa mtumiki wanu, popeza mwandipatsa chiyembekezo.
ସୟିନ୍‍। ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।
50 Chitonthozo changa pa masautso anga ndi ichi: lonjezo lanu limasunga moyo wanga.
ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
51 Odzikuza amandinyoza popanda chowaletsa, koma sindichoka pa malamulo anu.
ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।
52 Ndimakumbukira malamulo anu Yehova akalekale, ndipo mwa iwo ndimapeza chitonthozo.
ହେ ସଦାପ୍ରଭୋ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।
53 Ndayipidwa kwambiri chifukwa cha oyipa amene ataya malamulo anu.
ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।
54 Zophunzitsa zanu ndi mitu ya nyimbo yanga kulikonse kumene ndigonako.
ମୋʼ ପ୍ରବାସ-ଗୃହରେ ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।
55 Usiku ndimakumbukira dzina lanu Yehova, ndipo ndidzasunga malamulo anu.
ହେ ସଦାପ୍ରଭୋ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।
56 Ichi ndicho ndakhala ndikuchita: ndimasunga malangizo anu.
ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି।
57 Yehova, Inu ndiye gawo langa; ndalonjeza kumvera mawu anu.
ହେତ୍। ସଦାପ୍ରଭୁ ମୋହର ଅଂଶ; ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।
58 Ndimafunafuna nkhope yanu ndi mtima wanga wonse; mundikomere mtima monga mwa lonjezo lanu.
ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; ଆପଣା ବାକ୍ୟାନୁସାରେ ମୋʼ ପ୍ରତି ଦୟାଳୁ ହୁଅ।
59 Ndinalingalira za njira zanga ndipo ndatembenuza mayendedwe anga kutsatira umboni wanu.
ମୁଁ ଆପଣା ଗତିସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।
60 Ndidzafulumira ndipo sindidzazengereza kumvera malamulo anu.
ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।
61 Ngakhale oyipa andimange ndi zingwe, sindidzayiwala lamulo lanu.
ଦୁଷ୍ଟମାନଙ୍କର ରଜ୍ଜୁ ମୋʼ ଚାରିଆଡ଼େ ଜଡ଼ିତ ହେଲା; ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।
62 Ndimadzuka pakati pa usiku kuyamika Inu chifukwa cha malamulo anu olungama.
ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।
63 Ine ndine bwenzi la onse amene amakukondani, kwa onse amene amatsatira malangizo anu.
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।
64 Dziko lapansi ladzaza ndi chikondi chanu chosasinthika, phunzitseni malamulo anu.
ହେ ସଦାପ୍ରଭୋ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ; ତୁମ୍ଭ ବିଧିସବୁ ମୋତେ ଶିଖାଅ।
65 Inu Yehova, chitirani chabwino mtumiki wanu molingana ndi mawu anu.
ଟେଟ୍‍। ହେ ସଦାପ୍ରଭୋ, ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ।
66 Phunzitseni nzeru ndi chiweruzo chabwino, pakuti ndimakhulupirira malamulo anu.
ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ। କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି।
67 Ndisanayambe kuzunzika ndinasochera, koma tsopano ndimamvera mawu anu.
ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
68 Inu ndinu abwino ndipo zimene mumachita ndi zabwino; phunzitseni malamulo anu.
ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ; ମୋତେ ତୁମ୍ଭ ବିଧିସବୁ ଶିଖାଅ।
69 Ngakhale odzikuza andipaka mabodza, ine ndimasunga malangizo anu ndi mtima wanga wonse.
ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି; ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।
70 Mitima yawo ndi yowuma ndi yosakhudzidwa, koma ine ndimakondwera ndi malamulo anu.
ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।
71 Ndi bwino kuti ndinasautsidwa kuti ndithe kuphunzira malamulo anu.
ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋʼ ପକ୍ଷରେ ଭଲ ହେଲା।
72 Lamulo lochokera mʼkamwa mwanu limandikomera kwambiri kuposa ndalama zambirimbiri za siliva ndi golide.
ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋʼ ପ୍ରତି ଉତ୍ତମ।
73 Manja anu anandilenga ndi kundiwumba; patseni nzeru zomvetsa zinthu kuti ndiphunzire malamulo anu.
ଇୟୂଦ୍‍। ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।
74 Iwo amene amakuopani akondwere akandiona, chifukwa chiyembekezo changa chili mʼmawu anu.
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ; କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।
75 Ine ndikudziwa, Inu Yehova, kuti malamulo anu ndi olungama ndipo mwandizunza chifukwa cha kukhulupirika kwanu.
ହେ ସଦାପ୍ରଭୋ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।
76 Chikondi chanu chosasinthika chikhale chitonthozo changa, molingana ndi lonjezo lanu kwa mtumiki wanu.
ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।
77 Chifundo chanu chindifikire kuti ndikhale ndi moyo, popeza malamulo anu ndiye chikondwerero changa.
ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋʼ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।
78 Odzikuza achititsidwe manyazi chifukwa cha kundilakwira popanda chifukwa; koma ine ndidzalingalira malangizo anu.
ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ; କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି; ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି।
79 Iwo amene amakuopani atembenukire kwa ine, iwo amene amamvetsetsa umboni wanu.
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋʼ କତିକି ଫେରନ୍ତୁ, ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ।
80 Mtima wanga ukhale wopanda cholakwa pa chiphunzitso chanu kuti ndisachititsidwe manyazi.
ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ ବିଧିସବୁରେ ମୋʼ ଅନ୍ତଃକରଣ ସିଦ୍ଧ ହେଉ।
81 Moyo wanga wafowoka ndi kufunafuna chipulumutso chanu, koma chiyembekezo changa chili mʼmawu anu.
କଫ୍‍। ତୁମ୍ଭ ପରିତ୍ରାଣ ପାଇଁ ମୋʼ ପ୍ରାଣ କ୍ଷୀଣ ହୁଏ; ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।
82 Maso anga alefuka pofunafuna lonjezo lanu; Ine ndikuti, “Kodi mudzanditonthoza liti?”
ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ? ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ।
83 Ngakhale ndili ngati thumba lachikopa la vinyo pa utsi sindiyiwala zophunzitsa zanu.
କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି। ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ।
84 Kodi mtumiki wanu ayenera kudikira mpaka liti? Kodi mudzawalanga liti amene amandizunza?
ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେ କେବେ ମୋʼ ତାଡ଼ନାକାରୀମାନଙ୍କର ବିଚାର କରିବ?
85 Anthu osalabadira za Mulungu, odzikuza amandikumbira dzenje motsutsana ndi malamulo anu.
ଅହଙ୍କାରୀମାନେ ମୋʼ ପାଇଁ ଗର୍ତ୍ତ ଖୋଳିଅଛନ୍ତି, ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହନ୍ତି।
86 Malamulo anu onse ndi odalirika; thandizeni, pakuti anthu akundizunza popanda chifukwa.
ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ; ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର।
87 Iwo anatsala pangʼono kundichotsa pa dziko lapansi koma sindinataye malangizo anu.
ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ; ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ।
88 Sungani moyo wanga molingana ndi chikondi chanu chosasinthika, ndipo ndidzamvera umboni wa pakamwa panu.
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ଜୀବନକୁ ରକ୍ଷା କର; ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି।
89 Mawu anu Yehova ndi amuyaya; akhazikika kumwambako.
ଲାମଦ୍‍। ହେ ସଦାପ୍ରଭୋ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 Kukhulupirika kwanu kumakhala mpaka ku mibado yonse; Inu munakhazikitsa dziko lapansi ndipo lilipobe.
ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।
91 Malamulo anu alipobe mpaka lero lino, pakuti zinthu zonse zimatumikira Inu.
ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; କାରଣ ସମସ୍ତେ ତୁମ୍ଭର ଦାସ।
92 Malamulo anu akanapanda kukhala chikondwerero changa, ndikanawonongeka mʼmasautso anga.
ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥାʼନ୍ତି।
93 Ine sindidzayiwala konse malangizo anu, pakuti ndi malangizo anuwo munasunga moyo wanga.
ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
94 Ndine wanu, ndipulumutseni; pakuti ndasamala malangizo anu.
ମୋତେ ତ୍ରାଣ କର, ମୁଁ ତୁମ୍ଭର; କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।
95 Anthu oyipa akudikira kuti andiwononge, koma ndidzalingalira umboni wanu.
ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।
96 Ndadziwa kuti zinthu zonse zili ndi malire, koma malamulo anu alibe malire konse.
ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ।
97 Ndithu, ine ndimakonda malamulo anu! Ndimalingaliramo tsiku lonse.
ମେମ୍‍। ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।
98 Malamulo anu amachititsa kuti ndikhale wanzeru kuposa adani anga, popeza malamulowo ali ndi ine nthawi zonse.
ତୁମ୍ଭ ଆଜ୍ଞାସବୁ ମୋତେ ମୋʼ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; କାରଣ ତାହାସବୁ ନିରନ୍ତର ମୋʼ ସଙ୍ଗେ ଥାଏ।
99 Ndimamvetsa zinthu kwambiri kuposa aphunzitsi anga onse popeza ndimalingalira umboni wanu.
ମୋହର ସମସ୍ତ ଗୁରୁ ଅପେକ୍ଷା ମୋʼ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
100 Ndili ndi nzeru zochuluka zomvetsera zinthu kuposa anthu okalamba, popeza ndimamvera malangizo anu.
ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
101 Ndimaletsa miyendo yanga kuyenda mʼnjira iliyonse yoyipa kuti ndithe kumvera mawu anu.
ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
102 Sindinapatuke kuchoka pa malamulo anu, pakuti Inu mwini munandiphunzitsa.
ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
103 Mawu anu ndi otsekemera ndikawalawa, otsekemera kuposa uchi mʼkamwa mwanga!
ମୋʼ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର! ହଁ, ମୋʼ ମୁଖକୁ ତାହା ମଧୁ ଅପେକ୍ଷା ମଧୁର!
104 Ndimapeza nzeru zodziwira zinthu kuchokera mʼmalangizo anu; kotero ndimadana ndi njira iliyonse yoyipa.
ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
105 Mawu anu ndi nyale ya kumapazi kwanga ndi kuwunika kwa pa njira yanga.
ନୂନ୍‍। ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ।
106 Ndalumbira ndipo ndatsimikiza, kuti ndidzatsatira malamulo anu olungama.
ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
107 Ndazunzika kwambiri; Inu Yehova, sungani moyo wanga molingana ndi mawu anu.
ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୋ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
108 Inu Yehova, landirani matamando aufulu ochokera pakamwa panga, ndipo ndiphunzitseni malamulo anu.
ହେ ସଦାପ୍ରଭୋ, ନିବେଦନ କରୁଅଛି, ମୋʼ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
109 Ngakhale moyo wanga umakhala mʼzoopsa nthawi ndi nthawi, sindidzayiwala malamulo anu.
ମୋʼ ପ୍ରାଣ ନିରନ୍ତର ବିପଦରେ ଥାଏ; ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।
110 Anthu oyipa anditchera msampha, koma sindinasochere kuchoka pa malangizo anu.
ଦୁଷ୍ଟମାନେ ମୋʼ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
111 Umboni wanu ndiye cholowa changa kwamuyaya; Iwo ndiye chimwemwe cha mtima wanga.
ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋʼ ଚିତ୍ତର ଆହ୍ଲାଦଜନକ।
112 Mtima wanga wakhazikika pa kusunga zophunzitsa zanu mpaka kumapeto kwenikweni.
ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି।
113 Ndimadana ndi anthu apawiripawiri, koma ndimakonda malamulo anu.
ସାମକ୍‍। ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।
114 Inu ndinu pothawirapo panga ndi chishango changa; chiyembekezo changa chili mʼmawu anu.
ତୁମ୍ଭେ ମୋʼ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
115 Chokani kwa ine, inu anthu ochita zoyipa, kuti ndisunge malamulo a Mulungu wanga!
ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋʼ ନିକଟରୁ ଦୂର ହୁଅ।
116 Mundichirikize molingana ndi lonjezo lanu, ndipo ndidzakhala ndi moyo; musalole kuti chiyembekezo changa chipite pachabe.
ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋʼ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
117 Gwirizizeni, ndipo ndidzapulumutsidwa; nthawi zonse ndidzasamalira zophunzitsa zanu.
ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।
118 Inu mumakana onse amene amasochera kuchoka pa zophunzitsa zanu, pakuti chinyengo chawo ndi chopanda phindu.
ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।
119 Anthu onse oyipa a pa dziko lapansi mumawayesa ngati zinthu zakudzala; nʼchifukwa chake ndimakonda umboni wanu.
ତୁମ୍ଭେ ପୃଥିବୀସ୍ଥ ସମସ୍ତ ଦୁଷ୍ଟଙ୍କୁ ଧାତୁର ଖାଦ ପରି ଦୂର କରିଥାଅ; ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।
120 Thupi langa limanjenjemera chifukwa cha kuopa Inu; ndimachita mantha ndi malamulo anu.
ତୁମ୍ଭ ଭୟ ସକାଶୁ ମୋʼ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ।
121 Ndachita zolungama ndi zabwino; musandisiye mʼmanja mwa ondizunza.
ଅଇନ୍‍। ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; ମୋʼ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 Onetsetsani kuti mtumiki wanu akukhala bwino, musalole kuti anthu odzikuza andipondereze.
ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; ଅହଙ୍କାରୀମାନଙ୍କୁ ମୋʼ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।
123 Maso anga alefuka, kufunafuna chipulumutso chanu, kufunafuna lonjezo lanu lolungama.
ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି।
124 Muchite naye mtumiki wanu molingana ndi chikondi chanu chosasinthika, ndipo mundiphunzitse malamulo anu.
ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମୋତେ ଶିଖାଅ।
125 Ine ndine mtumiki wanu; patseni mzimu wondizindikiritsa, kuti ndimvetsetse umboni wanu.
ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ।
126 Yehova, ndi nthawi yoti muchitepo kanthu; malamulo anu akuswedwa.
ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।
127 Chifukwa choti ndimakonda malamulo anu kuposa golide, kuposa golide woyengeka bwino,
ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ।
128 ndiponso chifukwa choti ndimaona kuti malangizo anu onse ndi wowongoka, ndimadana ndi njira iliyonse yoyipa.
ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
129 Maumboni anu ndi odabwitsa nʼchifukwa chake ndimawamvera.
ପେ। ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; ଏଥିପାଇଁ ମୋʼ ପ୍ରାଣ ତାହାସବୁ ପାଳନ କରେ।
130 Mawu anu akamaphunzitsidwa amapereka kuwunika; ngakhale anthu wamba amamvetsetsa.
ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ; ତାହା ନିର୍ବୋଧକୁ ବୋଧ ଦିଏ।
131 Ndimatsekula pakamwa panga ndi kupuma wefuwefu, kufunafuna malamulo anu.
ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ ଆପଣା ମୁଖ ଫର୍ଚ୍ଚା କରି ଫିଟାଇ ପକାଇଲି।
132 Tembenukirani kwa ine ndipo mundichitire chifundo, monga mumachitira nthawi zonse kwa iwo amene amakonda dzina lanu.
ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି ଯେପରି କରିଥାଅ, ସେପରି ମୋʼ ପ୍ରତି ଫେର ଓ ମୋତେ ଦୟା କର।
133 Tsogolerani mayendedwe anga molingana ndi mawu anu; musalole kuti tchimo lizindilamulira.
ତୁମ୍ଭ ବାକ୍ୟାନୁସାରେ ମୋʼ ପାଦଗତି ସଜାଡ଼ ଓ ମୋʼ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ।
134 Ndiwomboleni mʼdzanja la anthu ondizunza, kuti ndithe kumvera malangizo anu.
ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର; ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି।
135 Nkhope yanu iwalire mtumiki wanu ndipo mundiphunzitse malamulo anu.
ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ।
136 Mitsinje ya misozi ikuyenda kuchoka mʼmaso mwanga, chifukwa anthu sakumvera malamulo anu.
ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋʼ ଚକ୍ଷୁରୁ ଜଳଧାରା ବହୁଅଛି।
137 Yehova ndinu wolungama, ndipo malamulo anu ndi abwino.
ସାଦେ। ହେ ସଦାପ୍ରଭୋ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନସକଳ ସରଳ।
138 Maumboni amene munatipatsa ndi olungama; ndi odalirika ndithu.
ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ।
139 Ndikusautsidwa kwambiri mʼkati mwanga chifukwa adani anu amanyalanyaza mawu anu.
ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରିଅଛନ୍ତି।
140 Mawu anu ndi woyera kwambiri nʼchifukwa chake mtumiki wanune ndimawakonda.
ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ; ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ।
141 Ngakhale ndili wamngʼono ndi wonyozeka, sindiyiwala malangizo anu.
ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।
142 Chilungamo chanu nʼchamuyaya, ndipo malamulo anu nʼchoona.
ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।
143 Mavuto ndi masautso zandigwera, koma ndimakondwera ndi malamulo anu.
କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।
144 Umboni wanu ndi wabwino nthawi zonse; patseni nzeru zomvetsa zinthu kuti ine ndikhale ndi moyo.
ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି।
145 Ndimayitana ndi mtima wanga wonse; ndiyankheni Inu Yehova, ndipo ndidzamvera zophunzitsa zanu.
କଫ। ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ; ମୁଁ ତୁମ୍ଭର ବିଧି ପାଳନ କରିବି।
146 Ndikuyitana kwa Inu; pulumutseni ndipo ndidzasunga umboni wanu.
ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର, ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।
147 Ndimadzuka tambala asanalire kuti ndipemphe thandizo; chiyembekezo changa chili mʼmawu anu.
ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।
148 Maso anga amakhala chipenyere nthawi yonse ya usiku, kuti ndithe kulingalira malonjezo anu.
ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।
149 Imvani mawu anga molingana ndi chikondi chanu chosasinthika; Yehova sungani moyo wanga, molingana ndi malamulo anu.
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ; ହେ ସଦାପ୍ରଭୋ, ଆପଣା ଶାସନାନୁସାରେ ମୋତେ ସଚେତ କର।
150 Iwo amene amakonza njira zoyipa andiyandikira, koma ali kutali ndi malamulo anu.
ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି; ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ।
151 Koma Inu Yehova muli pafupi, malamulo anu onse ndi woona.
ହେ ସଦାପ୍ରଭୋ, ତୁମ୍ଭେ ନିକଟବର୍ତ୍ତୀ ଓ ତୁମ୍ଭ ଆଜ୍ଞାସକଳ ସତ୍ୟ।
152 Ndinaphunzira kalekale kuchokera mʼmaumboni anu kuti maumboni amene munakhazikitsawo ndi amuyaya.
ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ, ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ।
153 Yangʼanani masautso anga ndipo mundipulumutse, pakuti sindinayiwale malamulo anu.
ରେଶ୍‍। ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର; କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ।
154 Mundiyimirire pa mlandu wanga ndi kundiwombola; sungani moyo wanga molingana ndi lonjezo lanu.
ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର; ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
155 Chipulumutso chili kutali ndi anthu oyipa, pakuti iwowo safunafuna zophunzitsa zanu.
ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ; କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ।
156 Chifundo chanu Yehova nʼchachikulu; sungani moyo wanga molingana ndi malamulo anu.
ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ; ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।
157 Adani amene akundizunza ndi ambiri, koma ine sindinatembenuke kuchoka pa umboni wanu.
ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ; ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ।
158 Ndimawayangʼana monyansidwa anthu opanda chikhulupiriro, popeza samvera mawu anu.
ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି; କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
159 Onani momwe ndimakondera malangizo anu; sungani moyo wanga, Inu Yehova, molingana ndi chikondi chanu chosanthika.
ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ, ଏହା ବିବେଚନା କର; ହେ ସଦାପ୍ରଭୋ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର।
160 Mawu anu onse ndi owona; malamulo anu onse olungama ndi amuyaya.
ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ।
161 Olamulira amandizunza popanda chifukwa, koma mtima wanga umanjenjemera ndi mawu anu.
ଶିନ୍‍। ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି; ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।
162 Ine ndimakondwa ndi lonjezo lanu, ngati munthu amene wapeza chuma chambiri.
କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।
163 Ndimadana ndi chinyengo, kwambiri ndimanyansidwa nacho, koma ndimakonda malamulo anu.
ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।
164 Ndimakutamandani kasanu ndi kawiri pa tsiku pakuti malamulo anu ndi olungama.
ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।
165 Amene amakonda malamulo anu ali ndi mtendere waukulu, ndipo palibe chimene chingawapunthwitse
ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି; ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ।
166 Ndikudikira chipulumutso chanu, Inu Yehova, ndipo ndimatsatira malamulo anu.
ହେ ସଦାପ୍ରଭୋ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି, ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି।
167 Ndimamvera umboni wanu pakuti ndimawukonda kwambiri.
ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ।
168 Ndimamvera malangizo anu ndi umboni wanu, pakuti njira zanga zonse ndi zodziwika pamaso panu.
ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି। କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି।
169 Kulira kwanga kufike pamaso panu Yehova; patseni nzeru zomvetsa zinthu molingana ndi mawu anu.
ତୌ। ହେ ସଦାପ୍ରଭୋ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର।
170 Kupempha kwanga kufike pamaso panu; pulumutseni molingana ndi lonjezo lanu.
ମୋʼ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର।
171 Matamando asefukire pa milomo yanga, pakuti Inu mumandiphunzitsa malamulo anu.
ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।
172 Lilime langa liyimbe mawu anu, popeza malamulo anu onse ndi olungama.
ମୋʼ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ।
173 Dzanja lanu likhale lokonzeka kundithandiza pakuti ndasankha malangizo anu.
ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି।
174 Ndikufunitsitsa chipulumutso chanu Yehova, ndipo ndimakondwera ndi malamulo anu.
ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।
175 Loleni kuti ndikhale ndi moyo kuti ndikutamandeni, ndipo malamulo anu andichirikize.
ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ।
176 Ndasochera ngati nkhosa yotayika, funafunani mtumiki wanu, pakuti sindinayiwale malamulo anu.
ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; ଆପଣା ଦାସକୁ ଖୋଜ; କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ।

< Masalimo 119 >