< Levitiko 11 >
1 Yehova anayankhula ndi Mose ndi Aaroni kuti,
ତାʼପରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2 “Awuze Aisraeli kuti, ‘Nyama zomwe mukhoza kudya mwa nyama zonse za dziko lapansi ndi izi:
“ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରେ ଏହି ସମସ୍ତ ଜୀବ ଭୋଜନ କରିବ।
3 Nyama iliyonse imene ili ndi chipondero chogawikana pakati ndi yobzikula mukhoza kudya.
ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା ଓ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।
4 “‘Koma pali nyama zina zimene zimabzikula kokha kapena ndi zogawikana zipondero zimene simukuyenera kudya. Nyama zimenezi ndi ngamira, ngakhale imabzikula ilibe zipondero zogawikana. Choncho ndi yodetsedwa, musadye.
ତଥାପି ଯେଉଁମାନେ ପାକୁଳି କରନ୍ତି, ଅଥବା ବିଭକ୍ତ ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହି ଏହି ପଶୁ ଭୋଜନ କରିବ ନାହିଁ, ଯଥା, ଓଟ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
5 Ina ndi mbira, ngakhale imabzikula, zipondero zake nʼzosagawikana. Choncho ndi yodetsedwa, musadye.
ପୁଣି ଶାଫନ୍ (ଓଧ) ପଶୁ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
6 Inanso ndi kalulu, ngakhale amabzikula, zipondero zake nʼzosagawikana. Choncho ndi wodetsedwa, musadye.
ଆଉ, ଠେକୁଆ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
7 Nkhumba simabzikula ngakhale ili ndi zipondero zogawikana. Choncho ndi yodetsedwa, musadye.
ପୁଣି, ଶୂକର, ଯେହେତୁ ସେ ବିଭକ୍ତ-ଖୁରା ଓ ଚିରାପାଦବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
8 Musamadye nyama yake kapena kukhudza imene yafa chifukwa ndi yodetsedwa.
ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
9 “‘Mwa zamoyo zonse zimene zimakhala mʼmadzi a mʼnyanja ndi a mʼmitsinje mukhoza kudya chilichonse chimene chili ndi minga ya pa msana ndi mamba.
ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଜଳରେ, ସମୁଦ୍ରରେ ଓ ନଦୀରେ ସ୍ଥିତ ଜନ୍ତୁ ମଧ୍ୟରେ ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ।
10 Koma zamoyo zonse za mʼnyanja kapena za mʼmitsinje zimene zilibe minga ya pa msana ndi mamba, kaya ndi tizirombo tonse ta mʼmadzi ndi zamoyo zonse zopezeka mʼmenemo ndi zodetsedwa kwa inu.
ମାତ୍ର ସମୁଦ୍ରରେ ଓ ନଦୀରେ ସ୍ଥିତ ସମସ୍ତ ଜଳଚର, ଅବା ଜଳସ୍ଥିତ ପ୍ରାଣୀମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ଅଟନ୍ତି,
11 Pakuti zimenezi ndi zodetsedwa kwa inu, nyama yake musadye, ndipo zikafa zikhalebe zodetsedwa kwa inu.
ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ହେବେ; ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ, ପୁଣି ସେମାନଙ୍କ ଶବକୁ ଘୃଣା କରିବ।
12 Chamoyo chilichonse cha mʼmadzi chimene chilibe minga ya pa msana kapena mamba ndi chodetsedwa kwa inu.
ଜଳଜନ୍ତୁ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।
13 “‘Mbalame zimene simukuyenera kudya chifukwa ndi zodetsedwa ndi izi: mphungu, nkhwazi, mwimba,
ଆଉ, ପକ୍ଷୀମାନଙ୍କ ମଧ୍ୟରୁ ଏହିସବୁ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ; ସେମାନେ ଖାଦ୍ୟ ନୁହନ୍ତି; ଉତ୍କ୍ରୋଶ ଓ ହାଡ଼ଭଙ୍ଗା ଓ ବହୀରି,
14 nankapakapa, akamtema a mitundu yonse,
ପୁଣି, ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ,
15 akhungubwi a mitundu yonse,
ପୁଣି, ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ,
16 kadzidzi wamphondo, kadzidzi wodzuma, chipudo ndi mtundu uliwonse wa akabawi
ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ, ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ,
17 kadzidzi wamngʼono, chiswankhono ndi mantchichi,
ପୁଣି, କୋଷପକ୍ଷୀ, ପାଣିକୁଆ, ବଗ,
ଦୀର୍ଘ-ଗଳ ହଂସ, ପାଣିଭେଳା, ଶାଗୁଣା;
19 indwa, zimeza za mitundu yonse, nsadzu ndi mleme.
ପୁଣି ବଗ, ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ଚାମଚିକା।
20 “‘Zowuluka zonse za miyendo inayi ndi zodetsedwa.
ପୁଣି, ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
21 Komabe mwa zowuluka zokhala ndi miyendo inayi zimene mukhoza kudya ndi zokhazo zimene zili ndi miyendo yolumphira.
ତଥାପି ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୂମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ, ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବେ।
22 Pa zimenezo mungathe kudya izi: dzombe la mitundu yonse, atsokonombwe a mitundu yonse, nkhululu za mitundu yonse, ndi ziwala za mitundu yonse.
ଅର୍ଥାତ୍, ଆପଣା ଆପଣା ଜାତି ଅନୁସାରେ ପଙ୍ଗପାଳ, ଆପଣା ଆପଣା ଜାତି ଅନୁସାରେ ବାଘୁଆଫଡ଼ିଙ୍ଗ, ଆପଣା ଆପଣା ଜାତି ଅନୁସାରେ ଝିଙ୍କାରୀ ଓ ଆପଣା ଆପଣା ଜାତି ଅନୁସାରେ ଝିଣ୍ଟିକା, ଏହି ସକଳ ତୁମ୍ଭମାନଙ୍କର ଖାଦ୍ୟ ହେବେ।
23 Koma za mapiko zina zonse zokhala ndi miyendo inayi muzitenge kukhala zodetsedwa kwa inu.
ମାତ୍ର ଏହାଛଡ଼ା ଚାରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
24 “‘Zimenezi zidzakudetsani. Aliyense wozikhudza zitafa adzakhala wodetsedwa mpaka madzulo.
ଆଉ, ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
25 Aliyense wonyamula chiwalo chilichonse cha nyama zakufazo ayenera kuchapa zovala zake, ndipo adzakhala wodetsedwa mpaka madzulo.
ପୁଣି, ଯେକେହି ସେମାନଙ୍କ ଶବର କୌଣସି ଅଂଶ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
26 “‘Nyama iliyonse imene ili ndi ziboda zogawikana koma mapazi ake wosagawikana, kapena imene sibzikula muyiyese yodetsedwa kwa inu ndipo munthu aliyense akakhudza nyama yakufayo, adzakhala wodetsedwa.
ଯେଉଁସବୁ ପଶୁର ଖୁରା ବିଭକ୍ତ, ମାତ୍ର ପାଦ ଚିରା ନୁହେଁ, କିଅବା ଯେଉଁମାନେ ପାକୁଳି କରନ୍ତି ନାହିଁ, ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି; ଯେକେହି ସେମାନଙ୍କୁ ଛୁଇଁବ, ସେ ଅଶୁଚି ହେବ।
27 Mwa nyama zonse zoyenda ndi miyendo inayi, nyama zonse zokhala ndi zikhadabo kuphazi muzitenge kukhala zodetsedwa ndipo aliyense wozikhudza zitafa adzakhala wodetsedwa mpaka madzulo.
ପୁଣି ଚାରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
28 Aliyense wonyamula nyamazi zitafa ayenera kuchapa zovala zake, ndipo adzakhala wodetsedwa mpaka madzulo. Zimenezi ndi zodetsedwa kwa inu.
ପୁଣି, ଯେକେହି ସେମାନଙ୍କର ଶବ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
29 “‘Mwa nyama zokwawa, zimene zili zodetsedwa kwa inu ndi izi: likongwe, mbewa, msambulu za mitundu yonse,
ଆଉ, ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହିସବୁ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ଖୋଲେଦ (ଗୋଧି) ଓ ମୂଷା; ପୁଣି, ଆପଣା ଆପଣା ଜାତି ଅନୁସାରେ ବଡ଼ ଏଣ୍ଡୁଅ;
30 gondwa, mngʼazi, buluzi, dududu ndi nanzikambe.
ଆଉ, ଏଣ୍ଡୁଅ ଓ ସ୍ଥଳ କୁମ୍ଭୀର, ଝିଟିପିଟି, ବାଲିଏଣ୍ଡୁଅ ଓ ବହୁରୂପୀ (ପୋହଳା ଏଣ୍ଡୁଅ)।
31 Mwa nyama zonse zoyenda pansi, zimenezi ndi zodetsedwa kwa inu. Munthu aliyense wozikhudza zitafa adzakhala wodetsedwa mpaka madzulo.
ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ସେମାନେ ମଲେ ଯେକେହି ସେମାନଙ୍କୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
32 Iliyonse mwa nyama zimenezi ikafa ndi kugwera pa chiwiya chilichonse, kaya chimagwira ntchito yotani, kaya ndi chopangidwa ndi mtengo, kaya ndi cha nsalu, kaya ndi cha chikopa kapena chiguduli chiwiyacho chidzakhala chodetsedwa. Muchiviyike mʼmadzi chiwiyacho komabe chidzakhala chodetsedwa mpaka madzulo, ndipo kenaka chidzakhala choyeretsedwa.
ସେମାନଙ୍କ ମଧ୍ୟରୁ କୌଣସି ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ, ତାହା ଅଶୁଚି ହେବ; କାଠ ପାତ୍ର, ବସ୍ତ୍ର, ଚର୍ମ କି ଅଖା, ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡ଼ିଲେ, ତାହା ଜଳରେ ଡୁବାଯିବ, ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ତାହା ଶୁଚି ହେବ।
33 Tsono nyama ina iliyonse mwa zimenezi ikagwera mʼmbiya ya dothi, ndiye kuti chilichonse cha mʼmbiyamo chidzakhala chodetsedwa, ndipo muyenera kuswa mbiyayo.
ପୁଣି, କୌଣସି ମାଟି ପାତ୍ର ମଧ୍ୟରେ ସେମାନଙ୍କର ଶବ ପଡ଼ିଲେ, ତହିଁ ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟ ଅଶୁଚି ହେବ ଓ ତୁମ୍ଭେମାନେ ତାହା ଭାଙ୍ଗି ପକାଇବ।
34 Chakudya chilichonse chimene mungadye chikakhala kuti chathiridwa mʼmbiyamo, ndiye kuti chakudyacho chidzakhala chodetsedwa, ndipo madzi akumwa wochokera mʼmbiya zotere ndi wodetsedwa.
ପୁଣି, ଯେଉଁସବୁ ଖାଦ୍ୟଦ୍ରବ୍ୟ ଉପରେ ଜଳ ଥାଏ, ତାହା ଅଶୁଚି ହେବ; ପୁଣି, ସର୍ବପ୍ରକାର ପାତ୍ରରେ ସର୍ବପ୍ରକାର ପେୟଦ୍ରବ୍ୟ ଅଶୁଚି ହେବ;
35 Chiwalo chilichonse cha nyama yakufa chikagwera pa chinthu chilichonse kaya pa uvuni, kapena pa mʼphika, ndiye kuti zinthuzo zidzakhala zodetsedwa, ndipo ziphwanyidwe popeza ndi zodetsedwa.
ପୁଣି, ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କ ଶବର କିଛି ପଡ଼େ, ତାହା ଅଶୁଚି ହେବ; ତନ୍ଦୁର ହେଉ କି ଚୁଲି ହେଉ, ତାହା ଭଙ୍ଗାଯିବ; ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
36 Koma kasupe kapena chitsime chamadzi chidzakhala choyeretsedwa ngakhale kuti chilichonse chokhudza nyama yakufayo chidzakhala chodetsedwa. Zimenezi muzitenge kukhala zodetsedwa.
ତଥାପି ନିର୍ଝର କିଅବା ଯେଉଁ କୂପରେ ଅନେକ ଜଳ ଥାଏ, ତାହା ଶୁଚି ହେବ; ମାତ୍ର ଯେ ସେମାନଙ୍କର ଶବ ଛୁଇଁବ, ସେ ଅଶୁଚି ହେବ।
37 Chiwalo chilichonse cha nyama yakufayo chikagwera pa mbewu zimene akuti adzale, mbewu zimenezo zidzakhalabe zabwino.
ପୁଣି, ଯେଉଁ ବିହନ ବୁଣା ଯିବାକୁ ଅଛି, ତହିଁ ଉପରେ ଯେବେ ସେମାନଙ୍କ ଶବର କିଛି ପଡ଼େ, ତେବେ ତାହା ଶୁଚି ରହିବ।
38 Koma mbewuzo zikakhala zonyowa ndi madzi, ndipo chiwalo chilichonse cha nyama zakufazo chikagwera pa mbewuzo, mbewuzo zikhale zodetsedwa kwa inu.
ମାତ୍ର ବିହନ ଉପରେ ଜଳ ଥିଲେ, ଯେବେ ସେମାନଙ୍କ ଶବର କିଛି ତହିଁ ଉପରେ ପଡ଼େ, ତେବେ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
39 “‘Ngati nyama imene mumaloledwa kudya yafa yokha, ndiye kuti aliyense wokhudza nyama yakufayo adzakhala wodetsedwa mpaka madzulo.
ଆଉ, ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ତାହାର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
40 Aliyense amene adyako nyama yakufayo achape zovala zake, ndipo adzakhala wodetsedwa mpaka madzulo. Aliyense amene wanyamula nyama yakufayo ayenera kuchapa zovala zake, ndipo adzakhala wodetsedwa mpaka madzulo.
ପୁଣି, ଯେକେହି ତାହାର ଶବ ଖାଏ, ସେ ଆପଣା ବସ୍ତ୍ର ଧୋଇବ, ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ଯେକେହି ତାହା ବହେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
41 “‘Chinthu chilichonse chokwawa pansi ndi chonyansa, simuyenera kudya.
ଆଉ, ଭୂଚର ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଘୃଣାଯୋଗ୍ୟ ଅଟେ; ତାହା ଖାଦ୍ୟ ହେବ ନାହିଁ।
42 Musadye chilichonse chokwawa pansi, choyenda chamimba kapena choyenda ndi miyendo inayi kapenanso yambiri popeza ndi chodetsedwa.
ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ।
43 Musadzisandutse nokha odetsedwa ndi chokwawa chilichonse. Musadziyipitse nazo, kuti mukhale odetsedwa.
ତୁମ୍ଭେମାନେ ଏହିସବୁ ଭୂଚର ଉରୋଗାମୀ ଜନ୍ତୁ ଦ୍ୱାରା ଆପଣାମାନଙ୍କୁ ଘୃଣାଯୋଗ୍ୟ କରିବ ନାହିଁ, କିଅବା ତୁମ୍ଭେମାନେ ଅଶୁଚି ହେବା ନିମନ୍ତେ ସେମାନଙ୍କ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।
44 Ine ndine Yehova Mulungu wanu, choncho dziyeretseni kuti mukhale woyera, chifukwa Ine ndine woyera. Musadzisandutse odetsedwa ndi chokwawa chilichonse.
କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ; ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ; ଯେହେତୁ ମୁଁ ପବିତ୍ର; ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।
45 Ine ndine Yehova amene ndinakutulutsani ku Igupto kuti ndikhale Mulungu wanu. Tsono mukhale woyera, chifukwa Ine ndine woyera.
କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମୁଁ ସଦାପ୍ରଭୁ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛି; ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ।
46 “‘Amenewa ndi malamulo onena za nyama, mbalame, chamoyo chilichonse choyenda mʼmadzi ndiponso chamoyo chilichonse chokwawa.
ଶୁଚି ଓ ଅଶୁଚି ଏବଂ ଖାଦ୍ୟ ଓ ଅଖାଦ୍ୟ ପଶୁମାନଙ୍କ ପ୍ରଭେଦ ଜଣାଇବା ପାଇଁ,
47 Muzisiyanitsa pakati pa chodetsedwa ndi choyeretsedwa, komanso pakati pa zomwe mutha kudya ndi zomwe simuyenera kudya.’”
ପଶୁ, ପକ୍ଷୀ, ଜଳଚର ପ୍ରାଣୀ ଓ ଉରୋଗାମୀ ଭୂଚର ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା।”