< Oweruza 15 >

1 Patapita nthawi, mu nyengo yodula tirigu, Samsoni anatenga kamwana kambuzi ndipo anapita kukacheza kwa mkazi wake. Iye anati, “Ndikufuna kukalowa ku chipinda cha mkazi wanga.” Koma abambo a mkaziyo anamuletsa kutero.
ମାତ୍ର କିଛି ଦିନ ଉତ୍ତାରେ ଗହମ କଟା ସମୟରେ ଶାମ୍‍ଶୋନ୍‍ ଗୋଟିଏ ଛେଳିଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା; ଆଉ ସେ କହିଲା, “ମୁଁ ଅନ୍ତଃପୁରରେ ଭାର୍ଯ୍ୟା ନିକଟକୁ ଯିବି।” ମାତ୍ର ତାହାର ପିତା ତାହାକୁ ଭିତରକୁ ଯିବାକୁ ଦେଲା ନାହିଁ।
2 Abambo a mkaziyo anati, “Ine ndimaganiza kuti umamuda kwambiri nʼchifukwa chake ndinamupereka kwa mnzako. Kodi mngʼono wake uja sindiye wokongola kupambana iye? Ingotengani ameneyo mʼmalo mwake.”
ପୁଣି ତାହାର ପିତା କହିଲା, “ମୁଁ ନିଶ୍ଚୟ ବୋଧ କଲି ଯେ, ତୁମ୍ଭେ ତାହାକୁ ନିତାନ୍ତ ଘୃଣା କଲ; ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି; ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ? ବିନୟ କରୁଅଛି, ତାହା ବଦଳେ ତାହାକୁ ଗ୍ରହଣ କର।”
3 Samsoni anawawuza kuti, “Pano sindikhala wochimwa ndikawachita choyipa chachikulu Afilistiwa.”
ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।”
4 Choncho Samsoni anapita nakagwira nkhandwe 300 nazimangirira michira ziwiriziwiri ndipo pa fundo iliyonse ya michirayo anamangirira nsakali.
ତହୁଁ ଶାମ୍‍ଶୋନ୍‍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।
5 Anayatsa nsakalizo kenaka ndi kuzitayira nkhandwe zija mʼminda ya tirigu ya Afilisti, ndipo zinatentha milu ya tirigu, ndi wosadula yemwe pamodzi ndi mitengo ya mpesa ndi ya olivi.
ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା ଦ୍ରାକ୍ଷାକ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।
6 Tsono Afilisti anayamba kufunsana kuti, “Ndani wachita izi?” Ena anati, “Ndi Samsoni mkamwini wa munthu wa ku Timna uja chifukwa Mtimunayo anatenga mkazi wake ndi kumupereka kwa mnzake.” Choncho Afilisti anapita kukatentha mtsikanayo pamodzi ndi abambo ake.
ସେତେବେଳେ ପଲେଷ୍ଟୀୟମାନେ ପଚାରିଲେ, “ଏହା କିଏ କରିଅଛି?” ତହିଁରେ ଲୋକମାନେ କହିଲେ, “ତିମ୍ନୀୟର ଜୁଆଁଇ ଶାମ୍‍ଶୋନ୍‍, ଯେହେତୁ ସେ ତାହାର ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା।” ଏଥିରେ ପଲେଷ୍ଟୀୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ।
7 Samsoni anawawuza kuti, “Ngati mumachita zangati zimenezi, ndiye ine sindileka mpaka nditakulipsirani.”
ତହୁଁ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ଯେବେ ତୁମ୍ଭେମାନେ ଏପରି କଲ, ତେବେ ଅବଶ୍ୟ ମୁଁ ତହିଁର ପରିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି।”
8 Choncho Samsoni anamenyana nawo koopsa ndipo anapha ambiri a iwo. Kenaka anakalowa mʼphanga la Etamu, nakhala momwemo.
ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା; ତହୁଁ ସେ ଯାଇ ଐଟମ୍‍ ଶୈଳର ସୁଡ଼ଙ୍ଗରେ ବାସ କଲା।
9 Pambuyo pake Afilisti anakamanga misasa ya nkhondo mʼdziko la Yuda, ndi kuthira nkhondo mʼdera la Lehi.
ତେଣୁ ପଲେଷ୍ଟୀୟମାନେ ଉପରକୁ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ।
10 Anthu a fuko la Yuda anafunsa kuti, “Nʼchifukwa chiyani mwabwera kudzamenyana nafe?” Iwo anayankha kuti, “Tabwera kudzamanga Samsoni ndi kuti timuchite zofanana ndi zimene anatichita.”
ତହିଁରେ ଯିହୁଦାର ଲୋକମାନେ ପଚାରିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ବିରୁଦ୍ଧରେ ଆସିଅଛ?” ସେମାନେ କହିଲେ, “ଶାମ୍‍ଶୋନ୍‍କୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି, ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ।”
11 Ndipo anthu 3,000 a ku Yuda anapita ku phanga la Etamu, ndi kukamufunsa Samsoni kuti, “Kodi iwe sudziwa kuti ife amatilamulira ndi Afilisti? Tsono ndi chiyani chimene watichitachi?” Iye anayankha kuti, “Ine ndinachita zomwe iwo anandichita.”
ଏଥିରେ ଯିହୁଦାର ତିନି ହଜାର ଲୋକ ଐଟମ୍‍ ଶୈଳର ସୁଡ଼ଙ୍ଗକୁ ଯାଇ ଶାମ୍‍ଶୋନ୍‍କୁ କହିଲେ, “ପଲେଷ୍ଟୀୟମାନେ ଯେ ଆମ୍ଭମାନଙ୍କ କର୍ତ୍ତା ଅଟନ୍ତି, ଏହା କି ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?” ପୁଣି ସେ ସେମାନଙ୍କୁ କହିଲା, “ସେମାନେ ମୋʼ ପ୍ରତି ଯେପରି କଲେ, ମୁଁ ସେପରି ସେମାନଙ୍କୁ କଲି।”
12 Iwo anati kwa iye, “Ife tabwera kuti tikumange ndi kukupereka kwa Afilisti.” Ndipo Samsoni anati, “Lonjezani mwa lumbiro kuti simundipha ndinu.”
ତହିଁରେ ସେମାନେ ତାହାକୁ କହିଲେ, “ପଲେଷ୍ଟୀୟମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମ୍ଭକୁ ବାନ୍ଧିବାକୁ ଆସିଅଛୁ।” ତହୁଁ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ତୁମ୍ଭେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର।”
13 Iwo anamuyankha kuti, “Ayi, ife sitikupha. Koma tingokumanga ndi kukupereka mʼmanja mwa Afilisti.” Choncho anamumanga ndi zingwe ziwiri zatsopano namutulutsa mʼphanga muja.
ପୁଣି ସେମାନେ ତାହାକୁ କହିଲେ, “ନା; କିନ୍ତୁ ଆମ୍ଭେମାନେ ତୁମ୍ଭକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ; ମାତ୍ର ଆମ୍ଭେମାନେ କେବେ ତୁମ୍ଭକୁ ବଧ କରିବୁ ନାହିଁ।” ତହୁଁ ସେମାନେ ତାହାକୁ ଦୁଇ ନୂଆ ଦଉଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ।
14 Samsoni anafika ku Lehi, ndipo Afilisti anamuchingamira akufuwula. Nthawi yomweyo Mzimu wa Yehova unatsika pa iye mwamphamvu ndipo zingwe zimene anamumanga nazo zinasanduka ngati thonje lopsa mʼmoto, zinachita ngati zasungunuka nʼkuchoka mʼmanja mwake.
ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।
15 Anapeza chibwano cha bulu amene anali atangofa kumene. Anachitola ndi kuphera nacho anthu 1,000.
ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ପାଇ ହାତ ବଢ଼ାଇ ତାହା ନେଲା ଓ ତଦ୍ଦ୍ୱାରା ଏକ ହଜାର ଲୋକଙ୍କୁ ବଧ କଲା।
16 Ndipo Samsoni anati, “Ndi chibwano cha bulu, milu ndi milu ya anthu. Ndi chibwano cha bulu, ndapha anthu 1,000.”
ତହୁଁ ଶାମ୍‍ଶୋନ୍‍ କହିଲା: - “ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି ହଜାର ଲୋକ ପଦା।”
17 Atatsiriza kuyankhula, anataya chibwanocho, ndipo malowo anawatcha Ramati-Lehi.
ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍‍-ଲିହୀ ହେଲା।
18 Pambuyo pake anamva ludzu kwambiri ndipo anayitana Yehova mopempha kuti, “Inu mwapatsa mtumiki wanu chipulumutso chachikulu chotere. Kodi tsopano ndife ndi ludzu ndi kugwidwa ndi anthu osachita mdulidwewa?”
ଏଥିଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, “ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହା ଉଦ୍ଧାର ସାଧନ କରିଅଛ; ଏବେ ମୁଁ ତୃଷ୍ଣାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି।”
19 Pamenepo Mulungu anangʼamba nthaka ku Lehi, ndipo madzi anatuluka mʼdzenjemo. Samsoni anamwa madziwo, ndipo mphamvu zake zinabwerera nakhalanso monga analili. Choncho chitsimecho chinatchedwa Eni-Hakore, ndipo chilipobe ku Lehiko mpaka lero.
ତହିଁରେ ପରମେଶ୍ୱର ଲିହୀସ୍ଥିତ ଏକ ଖାଲ ବିଦୀର୍ଣ୍ଣ କରନ୍ତେ, ତହିଁରୁ ଜଳ ନିର୍ଗତ ହେଲା, ପୁଣି ସେ ତାହା ପାନ କରନ୍ତେ, ତାହାର ଆତ୍ମା ଫେରି ଆସିଲା ଓ ସେ ସଚେତନ ହେଲା; ଏହେତୁ ସେହି ସ୍ଥାନର ନାମ ଐନ୍‍-ହକ୍‍କୋରୀ ଦେଲା, ତାହା ଆଜି ପର୍ଯ୍ୟନ୍ତ ଲିହୀରେ ଅଛି।
20 Samsoni anatsogolera Israeli pa nthawi ya Afilisti kwa zaka makumi awiri.
ଆଉ ସେ ପଲେଷ୍ଟୀୟମାନଙ୍କ ସମୟରେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା।

< Oweruza 15 >