< Yoswa 21 >

1 Tsono atsogoleri a mabanja a fuko la Levi anabwera kwa wansembe Eliezara, Yoswa mwana wa Nuni, ndi kwa atsogoleri a mabanja a mafuko onse a Aisraeli,
ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ;
2 ku Silo mʼdziko la Kanaani ndipo anati, “Yehova analamula kudzera mwa Mose kuti atipatse mizinda kuti tikhalemo, pamodzi ndi malo odyetseramo ziweto zathu.”
ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ।”
3 Choncho, Aisraeli anapereka kwa fuko la Levi mizinda iyi pamodzi ndi malo owetera ziweto zawo kuchokera ku madera awo, monga Yehova analamulira:
ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ନଗରସମୂହ ଓ ତହିଁର ତଳିଭୂମି ଦେଲେ।
4 Maere oyamba anagwera mabanja a Kohati, Alevi amene anali zidzukulu za wansembe Aaroni anapatsidwa mizinda 13 kuchokera ku mafuko a Yuda, Simeoni ndi Benjamini.
ତହୁଁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା, ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଯିହୁଦା ବଂଶ ଓ ଶିମୀୟୋନ ବଂଶ ଓ ବିନ୍ୟାମୀନ୍ ବଂଶରୁ ତେର ନଗର ପାଇଲେ।
5 Ndipo mabanja otsala a Kohati anapatsidwa mizinda khumi kuchokera ku mafuko a Efereimu, Dani ndi theka la fuko la Manase.
ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନ୍ ବଂଶ ଓ ମନଃଶିର ଅର୍ଦ୍ଧ ବଂଶରୁ ଦଶ ନଗର ପାଇଲେ।
6 Zidzukulu za Geresoni zinapatsidwa mizinda 13 kuchokera ku mabanja a mafuko a Isakara, Aseri, Nafutali ndi theka la fuko la Manase ku Basani.
ପୁଣି ଗେର୍ଶୋନର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇଷାଖର ବଂଶର ସମସ୍ତ ବଂଶରୁ ଓ ଆଶେର ବଂଶ ଓ ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେର ନଗର ପାଇଲେ।
7 Mabanja a Merari anapatsidwa mizinda khumi ndi iwiri kuchokera ku mafuko a Rubeni, Gadi ndi Zebuloni.
ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।
8 Choncho Aisraeli anapereka kwa fuko la Levi mizindayi pamodzi ndi malo odyetserako ziweto pogwiritsa ntchito maere, monga Yehova analamula kudzera mwa Mose.
ଏହିରୂପେ ଇସ୍ରାଏଲ-ସନ୍ତାନଗଣ, ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ ଆଜ୍ଞା ଦେଇଥିଲେ, ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳିଭୂମି ଦେଲେ।
9 Awa ndi mayina a mizinda ya mafuko a Yuda ndi Simeoni imene inaperekedwa kwa zidzukulu za Aaroni,
ଆହୁରି ସେମାନେ ଯିହୁଦା-ସନ୍ତାନଗଣର ବଂଶରୁ ଓ ଶିମୀୟୋନ-ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ, ଏଠାରେ ସେସବୁର ନାମ ଲିଖିତ ଅଛି।
10 ku banja la Kohati amene anali Alevi. Paja maere oyamba anagwera mabanja a Kohati kuti alandira mizinda.
ସେସବୁ ନଗର ଲେବୀ-ସନ୍ତାନ କହାତ ବଂଶୀୟ ହାରୋଣ-ସନ୍ତାନମାନଙ୍କର ହେଲା; କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା।
11 Anapatsidwa mzinda wa Kiriati Ariba. (Paja Ariba ndiye kholo la Anaaki). Dzina lina la mzindawu ndi Hebroni, ndipo unali mʼdziko la mapiri la Yuda. Pamodzi ndi mzindawu anapatsidwanso mabusa ake onse ozungulira.
ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।
12 Komabe minda ndi midzi yozungulira mizindayi inali itaperekedwa kale kwa Kalebe, mwana wa Yefune kuti ikhale cholowa chake.
ମାତ୍ର ସେହି ନଗରର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ।
13 Choncho zidzukulu za Aaroni wansembe, zinapatsidwa Hebroni (mzinda wopulumukirako amene wapha munthu), Libina,
ପୁଣି ହାରୋଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗରର ହିବ୍ରୋଣ ଓ ତହିଁ ତଳିଭୂମି ଓ ଲିବ୍‍ନା ଓ ତହିଁ ତଳିଭୂମି,
14 Yatiri, Esitemowa,
ଯତ୍ତୀର ଓ ତହିଁ ତଳିଭୂମି, ଇଷ୍ଟିମୋୟ ଓ ତହିଁ ତଳିଭୂମି,
15 Holoni, Debri,
ହୋଲୋନ୍‍ ଓ ତହିଁ ତଳିଭୂମି, ଦବୀର ଓ ତହିଁ ତଳିଭୂମି,
16 Aini, Yuta, ndi Beti-Semesi pamodzi ndi mabusa odyetseramo ziweto ozungulira mizindayi. Yonse pamodzi inali mizinda isanu ndi inayi yochokera ku mafuko awiriwa.
ଐନ୍‍ ଓ ତହିଁ ତଳିଭୂମି, ଯୁଟା ଓ ତହିଁ ତଳିଭୂମି, ବେଥ୍-ଶେମଶ ଓ ତହିଁ ତଳିଭୂମି, ସେହି ଦୁଇ ବଂଶରୁ ଏହି ନଅ ନଗର ଦେଲେ।
17 Fuko la Benjamini linapereka Gibiyoni, Geba,
ପୁଣି ବିନ୍ୟାମୀନ୍ ବଂଶରୁ ଗିବୀୟୋନ୍‍ ଓ ତହିଁ ତଳିଭୂମି, ଗେବା ଓ ତହିଁ ତଳିଭୂମି,
18 Anatoti ndi Alimoni, pamodzi ndi mabusa odyetsera ziweto ozungulira mizindayi. Yonse pamodzi inali mizinda inayi.
ଅନାଥୋତ୍‍ ଓ ତହିଁ ତଳିଭୂମି, ଅଲମୋନ ଓ ତହିଁ ତଳିଭୂମି; ଚାରି ନଗର।
19 Choncho mizinda 13 pamodzi ndi malo odyetsera ziweto anapatsidwa kwa ansembe, zidzukulu za Aaroni.
ହାରୋଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ହେଲା।
20 Mabanja ena otsalira a Kohati a fuko la Levi anapatsidwa mizinda iyi kuchokera ku fuko la Efereimu:
ଆଉ କହାତର ଅବଶିଷ୍ଟ ସନ୍ତାନଗଣ, ଅର୍ଥାତ୍‍, କହାତ-ସନ୍ତାନ ଲେବୀୟମାନଙ୍କ ବଂଶସମୂହ ଇଫ୍ରୟିମ ବଂଶରୁ ଆପଣାମାନଙ୍କ ନଗର ବାଣ୍ଟ ପାଇଲେ।
21 Mizinda ya Sekemu ndi Gezeri ndiye inali mizinda wopulumukirako munthu aliyense wopha mnzake mwangozi. Mizindayi inali ku mapiri a Efereimu.
ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଇଫ୍ରୟିମ-ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଶିଖିମ ଓ ତହିଁ ତଳିଭୂମି ଓ ଗେଷର ଓ ତହିଁ ତଳିଭୂମି,
22 Analandiranso mizinda ya Gezeri, Kibuzaimu, Beti-Horoni pamodzi ndi malo odyetsera ziweto ozungulira mizindayi. Yonse pamodzi inali mizinda inayi.
କିବ୍‍ସୟିମ୍‍ ଓ ତହିଁ ତଳିଭୂମି, ବେଥ୍-ହୋରଣ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
23 Fuko la Dani linapereka mizinda ya Eliteke, Gibetoni,
ପୁଣି ଦାନ୍ ବଂଶରୁ ଇଲତ୍‍କୀ ଓ ତହିଁ ତଳିଭୂମି, ଗିବ୍ବଥୋନ ଓ ତହିଁ ତଳିଭୂମି,
24 Ayaloni, Gati-Rimoni pamodzi ndi mabusa odyetsera ziweto ozungulira mizindayi. Yonse pamodzi inali mizinda inayi.
ଅୟାଲୋନ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
25 Kuchokera ku theka la fuko la Manase analandira Taanaki ndi Gati-Rimoni pamodzi ndi malo awo owetera ziweto, mizinda iwiri.
ଆଉ ମନଃଶିର ଅର୍ଦ୍ଧ ବଂଶରୁ ତାନକ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।
26 Mizinda khumi yonseyi pamodzi ndi malo odyetsera ziweto, zinapatsidwa ku mabanja ena onse a Akohati.
କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ ଦଶ ନଗର ହେଲା।
27 Mabanja a Ageresoni a fuko la Levi anapatsidwa mizinda iwiri kuchokera ku theka la Manase wa kummawa, Golani ku Basani (mzinda wopulumukirako amene wapha munthu mwangozi) ndi Beesitera, pamodzi ndi malo awo odyetserako ziweto.
ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍‍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।
28 Fuko la Isakara linapereka mizinda ya Kisoni, Daberati,
ପୁଣି ଇଷାଖର ବଂଶରୁ କିଶୀୟୋନ୍‍ ଓ ତହିଁ ତଳିଭୂମି, ଦାବରତ୍‍ ଓ ତହିଁ ତଳିଭୂମି,
29 Yarimuti ndi Eni Ganimu, pamodzi ndi malo awo odyetsera ziweto. Yonse pamodzi inali mizinda inayi.
ଯର୍ମୂତ୍‍ ଓ ତହିଁ ତଳିଭୂମି, ଐନ୍‍-ଗନ୍ନୀମ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
30 Fuko la Aseri linapereka mizinda ya Misali, Abidoni,
ଆଉ ଆଶେର ବଂଶରୁ ମିଶାଲ ଓ ତହିଁ ତଳିଭୂମି, ଅବଦୋନ୍‍ ଓ ତହିଁ ତଳିଭୂମି,
31 Helikati ndi Rehobu pamodzi ndi malo awo odyetsera ziweto. Yonse pamodzi inali mizinda inayi.
ହିଲକତ୍‍ ଓ ତହିଁ ତଳିଭୂମି, ରହୋବ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
32 Fuko la Nafutali linapereka mizinda ya Kedesi wa ku Galileya, mzinda umene unali wopulumukiramo munthu wopha mnzake mwangozi. Analandiranso mizinda ya Hamoti-Dori ndi Karitani. Kuphatikizira apa, analandira malo odyetsera ziweto a mizindayi. Yonse pamodzi inali mizinda inayi.
ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତହିଁ ତଳିଭୂମି, ହମୋତ୍‍-ଦୋର ଓ ତହିଁ ତଳିଭୂମି, କର୍ତ୍ତନ ଓ ତହିଁ ତଳିଭୂମି, ଏହି ତିନି ନଗର ଦେଲେ।
33 Mabanja onse a Ageresoni analandira mizinda 13 pamodzi ndi malo awo odyetsera a ziweto.
ଆପଣା ଆପଣା ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ପାଇଲେ।
34 Mabanja a Merari amene anali otsala a fuko la Levi, anapatsidwa mizinda iyi kuchokera ku fuko la Zebuloni: Yokineamu, Karita,
ଏଉତ୍ତାରେ ସେମାନେ ମରାରି-ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବୂଲୂନ ବଂଶରୁ ଯଗ୍ନିୟାମ ଓ ତହିଁ ତଳିଭୂମି, କାର୍ତ୍ତା ଓ ତହିଁ ତଳିଭୂମି,
35 Dimuna ndi Nahalali, pamodzi ndi malo awo odyetsera ziweto. Yonse pamodzi inali mizinda inayi.
ଦିମ୍ନା ଓ ତହିଁ ତଳିଭୂମି, ନହଲୋଲ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
36 Kuchokera ku fuko la Rubeni analandira Bezeri, Yahaza,
ପୁଣି ରୁବେନ୍‍ ବଂଶରୁ ବେତ୍ସର ଓ ତହିଁ ତଳିଭୂମି, ଯହସ ଓ ତହିଁ ତଳିଭୂମି,
37 Kedemoti ndi Mefaati, pamodzi ndi malo awo odyetsera ziweto. Yonse pamodzi inali mizinda inayi.
କଦେମୋତ୍‍ ଓ ତହିଁ ତଳିଭୂମି, ମେଫାତ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
38 Kuchokera ku fuko la Gadi analandira mzinda wa Ramoti ku Giliyadi. Mzinda umene unali wopulumukiramo munthu wopha mnzake mwangozi.
ଆଉ ଗାଦ୍‍ ବଂଶରୁ ଗିଲୀୟଦ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ରାମୋତ୍‍ ଓ ତହିଁ ତଳିଭୂମି, ମହନୟିମ ଓ ତହିଁ ତଳିଭୂମି,
39 Analandiranso mizinda ya Mahanaimu, Hesiboni, Yazeri pamodzi ndi malo odyetserako ziweto ozungulira mizinda yonseyi. Yonse pamodzi inali mizindayi anayi.
ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।
40 Choncho mabanja onse a Merari, amene anali otsala a fuko la Levi analandira mizinda khumi ndi iwiri pogwiritsa ntchito maere.
ଏରୂପେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ଅର୍ଥାତ୍‍, ମରାରି-ସନ୍ତାନଗଣର ଆପଣା ଆପଣା ବଂଶାନୁସାରେ ଏହିସବୁ ନଗର ହେଲା; ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା।
41 Motero mizinda 48 ya mʼdziko limene Aisraeli analanda inapatsidwa kwa Alevi, kuphatikizapo malo ake odyetsera ziweto.
ଇସ୍ରାଏଲ-ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ ଅଠଚାଳିଶ ନଗର ଲେବୀୟମାନଙ୍କର ହେଲା।
42 Iliyonse mwa mizindayi inali ndi malo owetera ziweto oyizungulira.
ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।
43 Motero Yehova anapereka kwa Israeli dziko limene analumbira kulipereka kwa makolo awo. Atalilandira anadzakhalamo.
ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ; ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ।
44 Yehova anawapatsa mtendere mʼdziko lonse monga momwe analonjezera makolo awo. Palibe ndi mmodzi yemwe mwa adani awo amene anatha kuwagonjetsa chifukwa Yehova anapereka adani awo onse mʼmanja mwawo.
ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ; ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିଲା ନାହିଁ; ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
45 Yehova anakwaniritsa zonse zimene analonjeza kwa Aisraeli.
ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ; ସବୁ ସଫଳ ହେଲା।

< Yoswa 21 >