< Yesaya 49 >

1 Mverani Ine, inu anthu a pa zilumba tcherani khutu, inu anthu a mayiko akutali: Yehova anandiyitana ine ndisanabadwe, ananditchula dzina ndili mʼmimba ya amayi anga.
ହେ ଦ୍ୱୀପସମୂହ, ମୋʼ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;
2 Iye anasandutsa pakamwa panga kukhala ngati lupanga lakuthwa, anandibisa mu mthunzi wa dzanja lake; Iye anandisandutsa ngati muvi wakuthwa ndipo anandibisa mʼchimake.
ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ୱରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି;
3 Iye anati kwa ine, “Ndiwe mtumiki wanga, Israeli. Anthu adzanditamanda chifukwa cha iwe.”
ପୁଣି, ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।”
4 Koma Ine ndinati, “Ine ndinkaganiza kuti ndinagwira ntchito ndi kuwononga mphamvu zanga pachabe, koma ayi, zondiyenera zili mʼmanja a Yehova, ndipo mphotho yanga ili mʼmanja mwa Mulungu wanga.”
ମାତ୍ର ମୁଁ କହିଲି, “ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ୱରଙ୍କଠାରେ ଅଛି।”
5 Yehova anandiwumba ine mʼmimba mwa amayi anga kuti ndikhale mtumiki wake kuti ndibweze fuko la Yakobo kwa Iye ndi kusonkhanitsa Israeli kwa Iye, choncho ndimalemekezeka mʼmaso mwa Yehova, ndipo ndimapeza mphamvu mwa Mulungu wanga.
ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି);
6 Yehovayo tsono akuti, “Nʼchinthu chochepa kwambiri kwa iwe kuti ukhale mtumiki wanga, kuti udzutse mafuko a Yakobo ndi kuwabweretsa kwawo Aisraeli amene anapulumuka. Choncho iwe udzakhala ngati chowunikira, udzafikitsa uthenga wa chipulumutso changa ku mathero a dziko lapansi.”
ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
7 Yehova Mpulumutsi ndi Woyerayo wa Israeli akuyankhula, Woyerayo wa Israeli akunena, amene mitundu ya anthu inamuda, amenenso anali kapolo wa mafumu ankhanza uja kuti, “Mafumu adzaona ntchito ya chipulumutso changa ndipo adzayimirira. Akalonga nawonso adzagwada pansi. Zimenezi zidzachitika chifukwa cha Yehova amene ndi wokhulupirika ndi Woyerayo wa Israeli amene wakusankha iwe.”
ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”
8 Yehova akuti, “Pa nthawi imene ndinakukomera mtima ndinakuyankha, ndipo pa tsiku lachipulumutso ndinakuthandiza; ndinakusunga ndi kukusandutsa kuti ukhale pangano kwa anthu, kuti dziko libwerere mwakale ndi kuti cholowa changa chowonongeka chija ndichigawegawenso.
ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା;
9 Ndidzawuza a mʼndende kuti atuluke ndi a mu mdima kuti aonekere poyera. “Adzapeza chakudya mʼmphepete mwa njira ndi msipu pa mʼmalo owuma.
ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
10 Iwo sadzamva njala kapena ludzu, kutentha kwa mʼchipululu kapena dzuwa silidzawapsereza; chifukwa Iye amene amawachitira chifundo adzawatsogolera ndi kuwaperekeza ku akasupe a madzi.
ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।
11 Mapiri anga onse ndidzawasandutsa njira yoyendamo, ndipo misewu yanga yayikulu ndidzayikweza.
ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥସକଳ ଉଚ୍ଚ କରାଯିବ।
12 Taonani, anthu anga adzachokera kutali, ena kumpoto, ena kumadzulo, enanso adzachokera ku chigawo cha Asuwani.”
ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍‍ ଦେଶରୁ ଆସିବେ।”
13 Imbani mwachimwemwe, inu zolengedwa zamlengalenga; kondwera, iwe dziko lapansi; imbani nyimbo inu mapiri! Pakuti Yehova watonthoza mtima anthu ake, ndipo wachitira chifundo anthu ake ovutika.
ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
14 Koma Ziyoni anati, “Yehova wandisiya, Ambuye wandiyiwala.”
ମାତ୍ର ସିୟୋନ କହିଲା, “ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରିଅଛନ୍ତି।”
15 “Kodi amayi angathe kuyiwala mwana wawo wakubere ndi kusachitira chifundo mwana amene anabereka iwo eni? Ngakhale iye angathe kuyiwala, Ine sindidzakuyiwala iwe!
“ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
16 Taona, ndakulemba iwe mʼzikhantho zanga; makoma ako ndimawaona nthawi zonse.
ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
17 Amisiri odzakumanganso akubwerera mofulumira, ndipo amene anakupasula akuchokapo.
ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁଅଛନ୍ତି, ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉତ୍ସନ୍ନ କଲେ, ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।
18 Kweza maso ako ndipo uyangʼaneyangʼane ana ako onse akusonkhana ndipo akubwera kwa iwe. Yehova akuti, ‘Ine Yehova wamoyo, anthu ako adzakhala ngati chinthu chodzikongoletsa chimene mkwatibwi wavala pa mkono pake.’
ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।”
19 “Ngakhale unasanduka bwinja ndi kuwonongedwa ndipo dziko lako ndi kusakazidwa, chifukwa cha kuchuluka kwa anthu malo okhalamo adzakhala operewera ndipo amene anakuwononga iwe aja adzakhala kutali.
କାରଣ ନିଶ୍ଚୟ ଏବେ ତୁମ୍ଭେ, “ତୁମ୍ଭ ଉତ୍ସନ୍ନ ଓ ଶୂନ୍ୟସ୍ଥାନସକଳ ଓ ତୁମ୍ଭର ନଷ୍ଟ ଦେଶ, ନିବାସୀଗଣ ନିମନ୍ତେ ସଂକୀର୍ଣ୍ଣ ହେବ ଓ ତୁମ୍ଭର ଗ୍ରାସକାରୀମାନେ ଦୂରରେ ରହିବେ।
20 Ana obadwa nthawi yako yachisoni adzanena kuti, ‘Malo ano atichepera, tipatse malo ena woti tikhalemo.’
ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ‘ମୋʼ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’
21 Tsono iwe udzadzifunsa kuti, ‘Kodi ndani anandiberekera ana amenewa? Ana anga onse anamwalira ndipo sindinathenso kukhala ndi ana ena; ndinapita ku ukapolo ndipo ndinachotsedwa. Ndani anawalera ana amenewa? Ndinatsala ndekha, nanga awa, achokera kuti?’”
ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ?’”
22 Zimene Ambuye Yehova akunena ndi izi, “Taonani, Ine ndidzakodola Anthu a mitundu ina kuti abwere. Ndidzawakwezera anthu a mitundu ina mbendera yanga kuti abwere. Tsono adzabwera ndi ana ako aamuna atawanyamula mʼmanja mwawo ndipo adzanyamula ana ako aakazi pa mapewa awo.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆପଣା ଧ୍ୱଜା ଟେକିବା; ତହିଁରେ ସେମାନେ ତୁମ୍ଭ ପୁତ୍ରଗଣକୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଯିବେ।
23 Mafumu adzakhala abambo wongokulera ndipo akazi a mafumu adzakhala amayi wongokulera. Iwo adzagwetsa nkhope zawo pansi. Ndiye inu mudzazindikira kuti Ine ndine Yehova; iwo amene amadalira Ine sadzakhumudwa.”
ପୁଣି, ରାଜାଗଣ ତୁମ୍ଭର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳନକାରିଣୀ ମାତା ହେବେ; ସେମାନେ ଭୂମିକୁ ମୁଖ କରି ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ପାଦର ଧୂଳି ଚାଟିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଓ ଆମ୍ଭର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”
24 Kodi mungathe kulanda anthu ankhondo zofunkha zawo, kapena kupulumutsa anthu ogwidwa mʼdzanja la munthu wankhanza?
ବୀରଠାରୁ କି ଲୁଟିତ ଦ୍ରବ୍ୟ ହରଣ କରାଯିବ, ଅବା ନ୍ୟାୟରେ ବନ୍ଦୀକୃତ ଲୋକମାନେ କି ମୁକ୍ତ କରାଯିବେ?
25 Koma zimene Yehova akunena ndi izi, “Ankhondo adzawalanda amʼndende awo, ndipo munthu woopsa adzamulanda zofunkha zawo; ndidzalimbana ndi amene amalimbana nanu, ndipo ndidzapulumutsa ana anu.
ମାତ୍ର ସଦାପ୍ରଭୁ ଏହି କଥା କହନ୍ତି, “ବୀରର ବନ୍ଦୀକୃତ ଲୋକମାନେ ହିଁ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଟିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭ ବିରୋଧକାରୀର ସଙ୍ଗେ ଆମ୍ଭେ ବିରୋଧ କରିବା ଓ ତୁମ୍ଭ ସନ୍ତାନଗଣକୁ ଆମ୍ଭେ ରକ୍ଷା କରିବା।
26 Anthu amene anakuponderezani adzadya mnofu wawo omwe; adzamwa magazi awo omwe ngati aledzera ndi vinyo. Zikadzatero anthu onse adzadziwa kuti Ine Yehova, ndine Mpulumutsi wanu, Momboli wanu, Wamphamvu wa Yakobo.”
ପୁଣି, ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା ଓ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହେବା ତୁଲ୍ୟ ସେମାନେ ନିଜ ରକ୍ତରେ ମତ୍ତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସର୍ବ ପ୍ରାଣୀ ଜାଣିବେ।”

< Yesaya 49 >