< Genesis 31 >

1 Yakobo anamva zimene ana aamuna a Labani ankanena kuti, “Yakobo watenga chilichonse cha abambo athu ndipo wapeza chuma chonsechi pogwiritsa ntchito chuma cha abambo athu.”
ପୁଣି, “ଯାକୁବ ଆମ୍ଭମାନଙ୍କ ପିତାଙ୍କର ସର୍ବସ୍ୱ ହରଣ କରିଅଛି ଓ ଆମ୍ଭମାନଙ୍କ ପିତାଙ୍କର ଧନରୁ ତାହାର ଏହି ସମସ୍ତ ଐଶ୍ୱର୍ଯ୍ୟ ହୋଇଅଛି,” ଲାବନର ପୁତ୍ରମାନଙ୍କର ଏହି କଥା ଯାକୁବ ଶୁଣିଲା।
2 Choncho Yakobo anaona kuti Labani sankamuonetsanso nkhope yabwino monga kale.
ପୁଣି, ଲାବନ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୁବ ତାହାର ମୁଖ ଦେଖି ବୁଝିଲା।
3 Pamenepo Yehova anati kwa Yakobo, “Bwerera ku dziko la makolo ako ndi kwa abale ako, ndipo Ine ndidzakhala nawe.”
ଏଥିଉତ୍ତାରେ ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା।”
4 Choncho Yakobo anatumiza mawu kukayitana Rakele ndi Leya kuti abwere ku busa kumene ankaweta ziweto zake.
ଏଣୁ ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲେୟାକୁ ଡକାଇ କହିଲା,
5 Iye anawawuza kuti, “Abambo anu sakundionetsanso nkhope yabwino monga kale, koma Mulungu wa makolo anga wakhala ali nane.
“ମୁଁ ଦେଖୁଅଛି, ତୁମ୍ଭମାନଙ୍କ ପିତାଙ୍କର ମୁଖ ମୋʼ ପ୍ରତି ପୂର୍ବ ପରି ନୁହେଁ; ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି।
6 Inu mukudziwa kuti ndagwirira ntchito abambo anu ndi mphamvu zanga zonse,
ମୁଁ ଆପଣାର ସବୁ ବଳ ଦେଇ ତୁମ୍ଭମାନଙ୍କ ପିତାଙ୍କର ଦାସ୍ୟକର୍ମ କରିଅଛି, ଏହା ତୁମ୍ଭେମାନେ ଜାଣ।
7 chonsecho abambo anu akhala akundinyenga posintha malipiro anga kakhumi konse. Komabe Mulungu sanalole kuti andichitire choyipa
ତଥାପି ତୁମ୍ଭମାନଙ୍କ ପିତା ମୋତେ ପ୍ରବଞ୍ଚନା କରି ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛନ୍ତି; ମାତ୍ର ପରମେଶ୍ୱର ତାଙ୍କୁ ମୋହର କ୍ଷତି କରିବାକୁ ଦେଇ ନାହାନ୍ତି।
8 Pamene abambo anu anati, ‘Zamawangamawanga zidzakhala malipiro ako,’ ziweto zonse zinaswa ana amawangamawanga; ndipo pamene anati, ‘Zamichocholozi zidzakhala malipiro ako,’ ziweto zonse zinaswa ana a michocholozi.
ଯେହେତୁ ‘ଚିତ୍ରବିଚିତ୍ର ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଆପେ ଯେତେବେଳେ ଏହି କଥା କହିଲେ, ସେତେବେଳେ ସମସ୍ତ ପଶୁ ଚିତ୍ରବିଚିତ୍ର ଛୁଆ ପ୍ରସବ କଲେ; ପୁଣି, ‘ରେଖାଙ୍କିତ ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଯେତେବେଳେ ଏହା କହିଲେ, ସେତେବେଳେ ସମସ୍ତ ପଶୁ ରେଖାଙ୍କିତ ଛୁଆ ପ୍ରସବ କଲେ।
9 Motero Mulungu walanda abambo anu ziweto zawo ndi kundipatsa.
ଏହିରୂପେ ପରମେଶ୍ୱର ତୁମ୍ଭମାନଙ୍କ ପିତାଙ୍କର ପଶୁଧନ ନେଇ ମୋତେ ଦେଲେ।
10 “Pa nthawi imene ziweto zimatenga mawere ndinalota maloto, ndipo ndinaona kuti atonde onse amene ankakwerawo anali amichocholozi, amawangamawanga kapena amathothomathotho
କାରଣ ପଶୁମାନଙ୍କ ଗର୍ଭଧାରଣ ସମୟରେ ମୁଁ ସ୍ୱପ୍ନରେ ଅନାଇ ଦେଖିଲି, ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ।
11 Kutulo komweko, mngelo wa Mulungu anati, ‘Yakobo.’ Ine ndinayankha, ‘Ee, Ambuye.’
ସେତେବେଳେ ପରମେଶ୍ୱରଙ୍କ ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ, ମୁଁ କହିଲି, ‘ଦେଖନ୍ତୁ, ମୁଁ ଏଠାରେ।’
12 Ndipo iye anati, ‘Tayangʼana ndipo taona kuti atonde onse okwerana ndi ziweto ali amichocholozi, amawangamawanga kapena a mathothomathotho, popeza ndaona zonse zimene Labani wakhala akukuchitira.
ତହିଁରେ ସେ କହିଲେ, ‘ଏବେ ଅନାଇ ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ; ଯେହେତୁ ତୁମ୍ଭ ପ୍ରତି ଲାବନ ଯେରୂପ ବ୍ୟବହାର କରଇ, ତାହା ଆମ୍ଭେ ଦେଖିଲୁ।
13 Ine ndine Mulungu amene ndinadza kwa iwe pa Beteli paja. Beteli ndi kumalo kuja kumene unayimika mwala ndi kuwudzoza mafuta, komanso kulumbira kwa Ine. Tsopano choka mʼdziko lino msanga ndi kubwerera ku dziko la kwanu.’”
ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ, ସେହି ବେଥେଲ୍‍ର ପରମେଶ୍ୱର ଆମ୍ଭେ; ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣା ଜ୍ଞାତିମାନଙ୍କ ଦେଶକୁ ଫେରିଯାଅ!’”
14 Pamenepo Rakele ndi Leya anayankha, “Kodi ngati ife tilinso ndi gawo ngati cholowa pa chuma cha abambo athu?
ତହିଁରେ ରାହେଲ ଓ ଲେୟା ଉତ୍ତର କଲେ, “ପିତାଙ୍କ ଗୃହରେ ଆମ୍ଭମାନଙ୍କର କି ଆଉ କିଛି ବାଣ୍ଟ ଓ ଅଧିକାର ଅଛି?
15 Kodi abambo athu samationa ife ngati alendo? Iwo anatigulitsa ndi kuwononga ndalama zonse anazipeza pa ifezo.
ଆମ୍ଭେମାନେ କି ତାଙ୍କ ନିକଟରେ ବିଦେଶିନୀ ରୂପେ ଗଣ୍ୟ ନୋହୁଁ? ଯେହେତୁ ସେ ଆମ୍ଭମାନଙ୍କୁ ବିକ୍ରି କରି ଆମ୍ଭମାନଙ୍କର ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଭୋଗ କରିଅଛନ୍ତି।
16 Chuma chonse chimene Mulungu walanda abambo athu, ndi chathu ndi ana athu. Tsono inu chitani zimene Mulungu wakuwuzani.”
ଏହେତୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହି ସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର। ଏଣୁ ପରମେଶ୍ୱର ତୁମ୍ଭକୁ ଯାହା କହିଲେ, ତୁମ୍ଭେ ତାହା କର।”
17 Pamenepo Yakobo anakonzeka nakweza ana ake ndi akazi ake pa ngamira,
ତହୁଁ ଯାକୁବ ଉଠି ଆପଣା ସନ୍ତାନଗଣ ଓ ଭାର୍ଯ୍ୟାମାନଙ୍କୁ ଓଟ ଉପରେ ବସାଇଲା;
18 anakusa ziweto zake zonse patsogolo natenga katundu wake yense amene anamupeza ku Padanaramu, ndipo ananyamuka kupita ku Kanaani, ku dziko la abambo ake, Isake.
ପୁଣି, ଆପଣା ଉପାର୍ଜ୍ଜିତ ପଶ୍ୱାଦି ସକଳ ଧନ, ଅର୍ଥାତ୍‍, ପଦ୍ଦନ୍‍ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜ୍ଜନ କରିଥିଲା, ତାହା ଘେନି କିଣାନ ଦେଶରେ ଆପଣା ପିତା ଇସ୍‌ହାକ ନିକଟକୁ ପ୍ରସ୍ଥାନ କଲା।
19 Labani atachoka pa khomo kupita kukameta nkhosa, mʼmbuyomu Rakele anaba timafano ta milungu ta abambo ake.
ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।
20 Komanso nthawi iyi nʼkuti Yakobo atamunamiza Labani Mwaramu posamuwuza zoona kuti afuna kuthawa.
ଆଉ ଯାକୁବ ଆପଣା ପଳାୟନର କୌଣସି ସମ୍ବାଦ ନ ଦେଇ ଅରାମୀୟ ଲାବନକୁ ପ୍ରବଞ୍ଚନା କଲା।
21 Choncho anathawa ndi zonse anali nazo. Ananyamuka nawoloka mtsinje wa Yufurate kupita cha ku Giliyadi, dziko la mapiri.
ଏହି ପ୍ରକାରେ ସେ ଆପଣା ସର୍ବସ୍ୱ ଘେନି ପଳାୟନ କଲା, ପୁଣି, ଉଠି (ଫରାତ୍‍) ନଦୀ ପାର ହୋଇ ଗିଲୀୟଦ ପର୍ବତ ଆଡ଼େ ଦୃଷ୍ଟି କରି ଚାଲିଲା।
22 Patapita masiku atatu, Labani anawuzidwa kuti Yakobo wathawa.
ଏଥିଉତ୍ତାରେ ତୃତୀୟ ଦିବସରେ ଲାବନକୁ ଯାକୁବର ପଳାୟନ ସମ୍ବାଦ ଦିଆଗଲା।
23 Pomwepo anatengana ndi abale ake namulondola Yakobo kwa masiku asanu ndi awiri ndipo anakamupezera ku Giliyadi, dziko la mapiri.
ତହିଁରେ ସେ ଆପଣା କୁଟୁମ୍ବମାନଙ୍କୁ ସଙ୍ଗେ ଘେନି ତାହାର ପଛେ ପଛେ ସାତ ଦିନର ବାଟ ଦୌଡ଼ିଯାଇ ଗିଲୀୟଦ ପର୍ବତ ନିକଟରେ ତାହାର ସଙ୍ଗ ଧରିଲା।
24 Koma Mulungu anabwera kwa Labani, Mwaramu kutulo usiku nati kwa iye, “Samala kuti usamuopseze Yakobo mwa njira iliyonse.”
ମାତ୍ର ପରମେଶ୍ୱର ରାତ୍ରିକାଳେ ସ୍ୱପ୍ନରେ ଅରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ, “ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।”
25 Pamene Labani amamupeza Yakobo, nʼkuti Yakobo atamanga matenti ake ku mapiri a dziko la Giliyadi. Nayenso Labani ndi abale ake anamanga matenti awo komweko.
ଏଥିଉତ୍ତାରେ ଲାବନ ଯାକୁବର ସଙ୍ଗ ଧରିଲା ସମୟରେ ଯାକୁବର ତମ୍ବୁ ପର୍ବତ ଉପରେ ସ୍ଥାପିତ ଥିଲା; ତହିଁରେ ଲାବନ ହିଁ କୁଟୁମ୍ବମାନଙ୍କ ସହିତ ଗିଲୀୟଦ ପର୍ବତରେ ତମ୍ବୁ ସ୍ଥାପନ କଲା।
26 Tsono Labani anati kwa Yakobo, “Kodi ndakuchita chiyani kuti iwe undinamize ndi kutenga ana anga ngati anthu ogwidwa ku nkhondo?
ପୁଣି, ଲାବନ ଯାକୁବକୁ କହିଲା, “ତୁମ୍ଭେ କାହିଁକି ଏହିପରି କର୍ମ କଲ? ମୋତେ ପ୍ରବଞ୍ଚନା କଲ, ପୁଣି, ମୋʼ କନ୍ୟାମାନଙ୍କୁ ଖଡ୍ଗଧୃତ ବନ୍ଦୀଲୋକଙ୍କ ପରି ଘେନି ଆସିଲ।
27 Chifukwa chiyani unandinamiza ndi kuthawa mozemba wosandiwuza? Ukanandiwuza, bwezi titatsanzikana mwa chisangalalo ndi kuyimba nyimbo ndi zisekese ndi azeze.
ତୁମ୍ଭେ ମୋତେ ପ୍ରବଞ୍ଚନା କରି କାହିଁକି ଗୋପନରେ ପଳାଇ ଆସିଲ? କାହିଁକି ମୋତେ ସମ୍ବାଦ ଦେଲ ନାହିଁ? ଦେଇଥିଲେ, ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ, ପୁଣି, ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥାʼନ୍ତି।
28 Sunandilole kuti ndingopsompsona adzukulu anga ndi ana anga aakazi motsanzikana nawo. Unachita zopusa.
ତୁମ୍ଭେ ମୋହର ପୁତ୍ରକନ୍ୟାମାନଙ୍କୁ ଚୁମ୍ବନ କରିବାକୁ ମଧ୍ୟ ମୋତେ ସୁଯୋଗ ଦେଲ ନାହିଁ, ଏ ଅତି ଅଜ୍ଞାତର କର୍ମ।
29 Ndili nayo mphamvu yakukuchita choyipa; koma usiku wapitawu, Mulungu wa abambo ako wandiwuza ine kuti, ‘Usamuopseze Yakobo mwa njira iliyonse.’
ତୁମ୍ଭକୁ ହିଂସା କରିବାକୁ ମୋହର ହସ୍ତ ସମର୍ଥ ପ୍ରମାଣ, ମାତ୍ର ଗତରାତ୍ରି ତୁମ୍ଭର ପୈତୃକ ପରମେଶ୍ୱର ମୋତେ କହିଲେ, ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।
30 Ndikudziwa kuti unachoka chifukwa unapukwa kufuna kubwerera kwanu kwa abambo ako. Koma nʼchifukwa chiyani unaba milungu yanga?”
ଆଉ ପିତୃଗୃହକୁ ଝୁରିବାରୁ ଯଦି ତୁମ୍ଭର ଯିବାର ଆବଶ୍ୟକ ହେଲା, ତେବେ ମୋହର ଦେବତାମାନଙ୍କୁ କାହିଁକି ଚୋରି କଲ?”
31 Yakobo anayankha Labani kuti, “Ine ndinkaopa chifukwa ndinkaganiza kuti mukhoza kundilanda anawa.
ତହିଁରେ ଯାକୁବ ଲାବନକୁ ଉତ୍ତର କଲା, “ମୋହର ଭୟ ହେଲା; କାରଣ କେଜାଣି ତୁମ୍ଭେ ମୋʼ ଠାରୁ ଆପଣା କନ୍ୟାଗଣଙ୍କୁ ବଳପୂର୍ବକ ଛଡ଼ାଇ ନେବ, ଏପରି ବିଚାର କଲି।
32 Koma mukapeza wina aliyense ndi milungu yanu, ameneyo sakhala ndi moyo. Anthu onse akupenya, lozani chilichonse chanu chimene chili ndi ine, ndipo ngati muchipeze tengani. Koma Yakobo sankadziwa kuti Rakele anabadi milunguyo.”
ମାତ୍ର ତୁମ୍ଭେ ଯାହା ନିକଟରୁ ତୁମ୍ଭର ଦେବତାମାନଙ୍କୁ ପାଇବ, ସେ ବଞ୍ଚିବ ନାହିଁ; ମୋʼ ଠାରେ ତୁମ୍ଭର ଯାହା ଅଛି, ତାହା ଆମ୍ଭମାନଙ୍କ କୁଟୁମ୍ବଗଣର ସାକ୍ଷାତରେ ଚିହ୍ନି କରି ନିଅ,” ଯେହେତୁ ଯାକୁବ ରାହେଲର ସେହି ଚୋରି କରିବା ବିଷୟ ଜାଣି ନ ଥିଲା।
33 Choncho Labani analowadi mu tenti ya Yakobo, ya Leya ndi mʼmatenti a adzakazi awiri aja, koma sanapeze kalikonse. Atatuluka mu tenti ya Leya, analowa ya Rakele.
ତହୁଁ ଲାବନ ଯାକୁବର ତମ୍ବୁଗୃହ ଓ ଲେୟାର ତମ୍ବୁଗୃହ ଓ ଦୁଇ ଦାସୀର ତମ୍ବୁଗୃହକୁ ଯାଇ ଅନ୍ୱେଷଣ କଲା; ମାତ୍ର ପାଇଲା ନାହିଁ। ଏଣୁ ସେ ଲେୟାର ତମ୍ବୁଗୃହ ଛାଡ଼ି ରାହେଲର ତମ୍ବୁଗୃହରେ ପ୍ରବେଶ କଲା।
34 Koma Rakele anatengadi milungu ija ndi kuyiika mʼkati mwa chokhalira cha pa ngamira, iye nʼkukhalapo. Choncho Labani anafunafuna mu tenti monse koma wosapeza kanthu.
ମାତ୍ର ରାହେଲ ସେହି ଠାକୁରମାନଙ୍କୁ ନେଇ ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ତହିଁରେ ଲାବନ ତାହାର ତମ୍ବୁଗୃହର ସବୁ ସ୍ଥାନ ଖୋଜିଲେ ହେଁ ତାହା ପାଇଲା ନାହିଁ।
35 Rakele anati kwa abambo ake, “Pepanitu musandikwiyire mbuye wanga chifukwa choti sinditha kuyimirira pamaso panu chifukwa ndili kumwezi.” Choncho Labani anafunafuna koma sanayipeze milungu ija.
ସେତେବେଳେ ରାହେଲ ପିତାକୁ କହିଲା, “ମୁଁ ଆପଣଙ୍କ ଛାମୁରେ ଉଠି ପାରିଲି ନାହିଁ ବୋଲି ମୋହର ପ୍ରଭୁ କ୍ରୋଧ ନ କରନ୍ତୁ, କାରଣ ମୁଁ ସ୍ତ୍ରୀଧର୍ମିଣୀ ହୋଇଅଛି।” ଏହିରୂପେ ସେ ଅନ୍ୱେଷଣ କଲେ ହେଁ ଠାକୁରମାନଙ୍କୁ ପାଇଲା ନାହିଁ।
36 Yakobo anapsa mtima nafunsa Labani mwaukali kuti, “Kodi ndalakwa chiyani? Ndi tchimo lanji limene ndachita kuti muchite kundisaka chonchi?
ତହୁଁ ଯାକୁବ କ୍ରୋଧ ହୋଇ ଲାବନକୁ ଭର୍ତ୍ସନା କଲା; ପୁଣି, ଯାକୁବ ଲାବନକୁ ଉତ୍ତର କରି କହିଲା, “ମୋହର କି ଦୋଷ ଓ କି ପାପ ହେଲା ଯେ, ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋʼ ପଛେ ପଛେ ଦୌଡ଼ି ଆସିଲ?
37 Chifukwa chiyani mwafunyulula katundu wanga? Ndipo mwapeza chiyani cha inu pamenepa? Chimene mwapezapo chiyikeni poyera pamaso pa abale anu ndi anga kuti atiweruze.
ତୁମ୍ଭେ ତ ମୋର ସବୁ ଦ୍ରବ୍ୟ ଖୋଜିଲ, ଆଉ ତୁମ୍ଭ ଗୃହର କୌଣସି ଦ୍ରବ୍ୟ ପାଇଲ କି? ତାହା ମୋହର ଓ ତୁମ୍ଭର ଏହି କୁଟୁମ୍ବମାନଙ୍କ ସାକ୍ଷାତରେ ରଖିଦିଅ, ଏମାନେ ଆମ୍ଭ ଦୁହିଁଙ୍କର ବିଚାର କରନ୍ତୁ।
38 “Ndakhala nanu kwa zaka makumi awiri tsopano ndipo nkhosa ndi mbuzi zanu sizinapoloze, kapena ine kudyapo nkhosa za mʼkhola mwanu.
ଏହି କୋଡ଼ିଏ ବର୍ଷ ହେଲା ତୁମ୍ଭ ସଙ୍ଗରେ ରହିଲି। ତୁମ୍ଭର ମେଷୀ ଓ ଛାଗୀମାନଙ୍କର ଗର୍ଭପାତ ହୋଇ ନାହିଁ, କିଅବା ମୁଁ ତୁମ୍ଭ ପଲର ମେଣ୍ଢାମାନଙ୍କୁ ଖାଇ ନାହିଁ।
39 Chiweto chikakhadzulidwa ndi chirombo, sindinkabwera nacho kwa inu. Ineyo ndinkalipira. Inuyo munkandilipiritsa kalikonse kobedwa masana kapena usiku.
ବରଞ୍ଚ ହିଂସ୍ରକ ଜନ୍ତୁ ଯାହାକୁ ଖଣ୍ଡିଆ କଲା, ତାହା ସୁଦ୍ଧା ତୁମ୍ଭ କତିକି ଆଣିଲି ନାହିଁ; ସେ କ୍ଷତି ଆପେ ସହିଲି; ଦିନରେ ଚୋରି ଯାଉ କି ରାତିରେ ଚୋରି ଯାଉ, ତାହା ତୁମ୍ଭେ ମୋʼ ହାତରୁ ନେଲ।
40 Moyo wanga unali wotere: Dzuwa limanditentha masana ndipo usiku ndimazunzika ndi kuzizira. Tulo sindimalipeza konse.
ଦିନରେ ଖରା, ରାତିରେ କାକର, ମୋତେ ଗ୍ରାସ କଲା; ମୋʼ ଆଖିରୁ ନିଦ ପଳାଇଗଲା; ଏହିପରି ମୁଁ ଥିଲି;
41 Zinthu zinali chonchi kwa zaka makumi awiri zimene ndinali mʼnyumba mwanu. Ndinakugwirirani ntchito kwa zaka khumi ndi zinayi chifukwa cha ana anu aakazi awiri ndipo zaka zina zisanu ndi chimodzi chifukwa cha ziweto zanu, ndipo munandisinthira malipiro kakhumi konse.
ମୁଁ କୋଡ଼ିଏ ବର୍ଷ କାଳ ତୁମ୍ଭ ଘରେ ରହିଲି; ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉଦ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ ଦାସ୍ୟକର୍ମ କଲି; ଏଥିମଧ୍ୟରେ ତୁମ୍ଭେ ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛ।
42 Akanapanda kukhala nane Mulungu wa abambo anga, Mulungu wa Abrahamu ndi Mulungu amene Isake ankamuopa, mosakayika inu mukanandichotsa chimanjamanja. Koma Mulungu waona zovuta zanga ndi kulimbikira ntchito kwanga, ndipo usiku wapitawu anakudzudzulani.”
ମୋର ପୈତୃକ ପରମେଶ୍ୱର, ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ଭୟସ୍ଥାନ ଯଦି ମୋହର ସହାୟ ହୋଇ ନ ଥାʼନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ଖାଲି ହାତରେ ବିଦାୟ କରିଥାʼନ୍ତ। ପରମେଶ୍ୱର ମୋହର ଦୁଃଖ ଓ ହସ୍ତର ପରିଶ୍ରମ ଦେଖିଅଛନ୍ତି; ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”
43 Labani anayankha Yakobo nati, “Ana aakaziwa ndi anga, ana awo ndi anganso. Ziwetozi ndi zanga. Chilichonse ukuona apa ndi changa. Koma tsopano ndingachite chiyani ndi ana anga aakaziwa kapena ndi ana awo?
ତହିଁରେ ଲାବନ ଯାକୁବକୁ ଉତ୍ତର କଲା, “ଏହି କନ୍ୟାମାନେ ମୋହର କନ୍ୟା ଓ ଏହି ବାଳକମାନେ ମୋହର ବାଳକ ଓ ଏହି ପଶୁପଲ ମୋହର ପଶୁପଲ, ପୁଣି, ଯାହା ଯାହା ଦେଖୁଅଛ, ସେହି ସବୁ ମୋହର; ଏହେତୁ ମୋହର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ପ୍ରସୂତ ସନ୍ତାନମାନଙ୍କୁ ମୁଁ କଅଣ କରିବି?
44 Tsono, tiye tichite pangano pakati pa iwe ndi ine, ndipo likhale mboni pakati pathu.”
ଆସ, ଆମ୍ଭେ ଦୁହେଁ ନିୟମ ସ୍ଥିର କରୁ, ତାହା ଆମ୍ଭମାନଙ୍କର ସାକ୍ଷୀ ହେଉ।”
45 Choncho Yakobo anayimiritsa mwala ngati chipilala.
ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲା।
46 Nati kwa abale ake, “Tutani miyala ina.” Choncho anawunjika miyalayo, ndipo anadya chakudya atakhala pa mbali pa muluwo.
ପୁଣି, ଯାକୁବ ଆପଣା କୁଟୁମ୍ବମାନଙ୍କୁ କହିଲା, “ତୁମ୍ଭେମାନେ ପ୍ରସ୍ତର ସଂଗ୍ରହ କର;” ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ, ସମସ୍ତେ ସେହି ସ୍ଥାନରେ ସେହି ରାଶି ଉପରେ ଭୋଜନ କଲେ।
47 Labani anawutcha muluwo Yegara-sahaduta, ndipo Yakobo anawutcha Galeeda.
ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍‍ (ସାକ୍ଷୀ ରାଶୀ) ରଖିଲା।
48 Labani anati, “Mulu uwu ndi mboni pakati pa inu ndi ine lero.” Ndi chifukwa chake unatchedwa Galeeda.
ସେତେବେଳେ ଲାବନ କହିଲା, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା;” ଏଥିପାଇଁ ତାହାର ନାମ ଗଲୟଦ୍‍ ଓ ମିସ୍ପା (ପ୍ରହରୀ-ସ୍ଥାନ) ରଖିଲା,
49 Unatchedwanso Mizipa, chifukwa iye anati, “Yehova aonetsetsa kuti palibe mmodzi mwa ife adzaswe panganoli ngakhale titatalikirana.
ଯେହେତୁ ସେ କହିଲା, “ଆମ୍ଭେମାନେ ପରସ୍ପର ଅଦୃଶ୍ୟ ହେଲେ, ସଦାପ୍ରଭୁ ମୋହର ଓ ତୁମ୍ଭର ପ୍ରହରୀ ଥିବେ।
50 Ngati ukazunza ana anga kapena kukwatira akazi enanso, ngakhale kuti palibe wina amene ali nafe pano, koma kumbukira kuti Mulungu ndiye mboni pakati pathu.”
ତୁମ୍ଭେ ଯଦି ମୋʼ କନ୍ୟାମାନଙ୍କୁ ଦୁଃଖ ଦେବ, ଅଥବା ମୋହର କନ୍ୟାମାନେ ଥାଉ ଥାଉ ଅନ୍ୟ ସ୍ତ୍ରୀମାନଙ୍କୁ ବିବାହ କରିବ, ତେବେ ସେହି ସମୟରେ କୌଣସି ମନୁଷ୍ୟ ଆମ୍ଭମାନଙ୍କ ନିକଟରେ ନ ଥିବ, ମାତ୍ର ଦେଖ, ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ସାକ୍ଷୀ ହେବେ।”
51 Labani anatinso kwa Yakobo, “Taona pano pali miyala ndi chipilala chimene ndayimika pakati pa iwe ndi ine.
ଆହୁରି ଲାବନ ଯାକୁବକୁ କହିଲା, “ଏହି ରାଶି ଦେଖ, ପୁଣି, ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ମୋହର ସ୍ଥାପିତ ଏହି ସ୍ତମ୍ଭ ଦେଖ।
52 Mulu wa miyala uwu ndi chipilalachi ndi mboni. Ine sindidzadutsa mulu wa miyalawu kudzalimbana ndi iwe. Iwenso usadzadutse mulu wa miyalawu kudzalimbana nane.
ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ, ମଧ୍ୟ ତୁମ୍ଭେ ଏହି ରାଶି ଓ ଏହି ସ୍ତମ୍ଭ ପାର ହୋଇ ମୋʼ ନିକଟକୁ ଆସିବ ନାହିଁ; ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।
53 Mulungu wa Abrahamu ndi Mulungu wa Nahori ndiye adzatiweruze.” Choncho Yakobo analumbira mʼdzina la Mulungu amene Isake, abambo ake ankamuopa.
ଏହି ବିଷୟରେ ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କ ପୈତୃକ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ,” ସେତେବେଳେ ଯାକୁବ ଆପଣା ପିତା ଇସ୍‌ହାକର ଭୟସ୍ଥାନର ଶପଥ କଲା।
54 Yakobo anapereka nsembe pa phiri paja, ndipo anayitana abale ake kuti adzadye chakudya. Atadya chakudya anagona pa phiri pomwepo.
ଏଥିଉତ୍ତାରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା କୁଟୁମ୍ବମାନଙ୍କୁ ଡାକିଲା, ତହିଁରେ ସେମାନେ ଭୋଜନ କରି ପର୍ବତରେ ସାରାରାତ୍ରି ଯାପନ କଲେ।
55 Mmamawa wake, Labani anapsompsona zidzukulu zake ndi ana ake nawadalitsa. Kenaka ananyamuka kubwerera ku mudzi.
ଏଥିଉତ୍ତାରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା; ଏହିରୂପେ ଲାବନ ସ୍ୱ ସ୍ଥାନକୁ ଫେରିଗଲା।

< Genesis 31 >