< Ezekieli 43 >

1 Pambuyo pake munthuyo anapita nane ku chipinda choyangʼana kummawa,
ଏଥିଉତ୍ତାରେ ସେ ମୋତେ ଦ୍ୱାରକୁ, ଅର୍ଥାତ୍‍, ପୂର୍ବାଭିମୁଖ ଦ୍ୱାର ନିକଟକୁ ଆଣିଲେ;
2 ndipo ndinaona ulemerero wa Mulungu wa Israeli ukubwera kuchokera kummawa. Liwu lake linali ngati mkokomo wamadzi, ndipo dziko linawala ndi ulemerero wake.
ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।
3 Masomphenya amene ndinawaonawa anali ngati masomphenya amene ndinawaona pamene Yehova anabwera kudzawononga mzinda ndiponso ngati masomphenya amene ndinawaona ku mtsinje wa Kebara. Ndipo ndinadzigwetsa chafufumimba.
ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍‍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି।
4 Ulemerero wa Yehova unalowa mʼNyumba ya Mulungu kudzera pa chipata choyangʼana kummawa.
ପୁଣି, ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା।
5 Tsono Mzimu unandinyamula nundilowetsa mʼbwalo lamʼkati, ndipo ulemerero wa Yehova unadzaza Nyumba ya Mulungu.
ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା।
6 Munthuyo ali chiyimire pambali panga, ndinamva wina akundiyankhula kuchokera mʼNyumba ya Mulungu.
ପୁଣି, ଗୃହ ମଧ୍ୟରୁ ଏକ ଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ।
7 Iye anandiwuza kuti, “Iwe mwana wa munthu, awa ndi malo a mpando wanga waufumu, ndi malo opondapo mapazi anga. Pano ndiye pamene ndidzakhala pakati pa Aisraeli mpaka muyaya. Aisraeliwa kapena mafumu awo sadzayipitsa dzina langa popembedza milungu ina kapena poyika mitembo ya mafumu awo ku zitunda zachipembedzo.
ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ ବଂଶ, ଅର୍ଥାତ୍‍, ସେମାନେ ଓ ସେମାନଙ୍କ ରାଜାଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜାଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।
8 Ankamanga chiwundo chawo pafupi ndi chiwundo changa, ndiponso mphuthu zawo pafupi ndi mphuthu zanga, nʼkungokhala khoma chabe pakati pa iwowo ndi Ine. Motero anayipitsa dzina langa loyera ndi machitidwe awo onyansa. Choncho Ine ndinawawononga ndili wokwiya.
ସେମାନେ ଆମ୍ଭର ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଆପଣାମାନଙ୍କର ଦ୍ୱାର-ପ୍ରବେଶ ସ୍ଥାନ ଓ ଆମ୍ଭ ଦ୍ୱାରବନ୍ଧ ନିକଟରେ ଆପଣାମାନଙ୍କର ଦ୍ୱାରବନ୍ଧ ରଖିବାରୁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କେବଳ ଏକ କାନ୍ଥ ଥିଲା, ପୁଣି, ଆପଣାମାନଙ୍କର କୃତ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ଆମ୍ଭର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି; ଏନିମନ୍ତେ ଆମ୍ଭେ ଆପଣାର କ୍ରୋଧରେ ସେମାନଙ୍କୁ ଗ୍ରାସ କରିଅଛୁ।
9 Tsopano alekeretu kupembedza milungu ina ndipo achotseretu mitembo ya mafumu awo, isakhale pafupi ndi Ine, ndipo Ine ndidzakhala pakati pawo mpaka muyaya.
ଏବେ ସେମାନେ ଆପଣାମାନଙ୍କର ବ୍ୟଭିଚାର କ୍ରିୟା ଓ ଆପଣାମାନଙ୍କର ରାଜାଗଣର ଶବ ଆମ୍ଭ ନିକଟରୁ ଦୂର କରନ୍ତୁ, ତହିଁରେ ଆମ୍ଭେ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବା।
10 “Iwe mwana wa munthu, awuze Aisraeliwa za Nyumba ya Mulunguyi, mamangidwe ake ndipo achite manyazi ndi machimo awo,
ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ଯେପରି ଆପଣା ଆପଣା ଅଧର୍ମ ହେତୁ ଲଜ୍ଜିତ ହେବେ, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଏହି ଗୃହ ଦେଖାଅ; ଆଉ, ସେମାନେ ସେହି ଗୃହର ଆଦର୍ଶ ପରିମାଣ କରନ୍ତୁ।
11 akachita manyazi ndi zoyipa zonse anachita, uwafotokozera za Nyumba ya Mulungu, mamangidwe ake, makomo ake otulukira ndi makomo olowera, ndiye kuti, mamangidwe ake onse. Uwafotokozerenso malangizo ndi malamulo ake. Uwalembe akuona kuti athe kuwasunga ndi kuwachita.
ପୁଣି, ସେମାନେ ଯଦି ଆପଣାମାନଙ୍କ କୃତ ସମସ୍ତ କର୍ମ ହେତୁ ଲଜ୍ଜିତ ହୁଅନ୍ତି, ତେବେ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷା କରି ତଦନୁସାରେ କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତହିଁର ଗଠନ, ନିର୍ଗମନ-ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତହିଁର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସକଳ ବ୍ୟବସ୍ଥା ସେମାନଙ୍କୁ ଜ୍ଞାତ କରାଅ, ଆଉ ସେମାନଙ୍କ ସାକ୍ଷାତରେ ତାହା ଲେଖ।
12 “Limeneli ndi lamulo la Nyumba ya Mulungu imene idzamangidwe pamwamba pa phiri. Malo ake onse ozungulira adzakhala oyera kwambiri. Limeneli ndilo lamulo la Nyumba ya Mulungu.
ଗୃହର ବ୍ୟବସ୍ଥା ଏହି, ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ। ଦେଖ, ଏହା ହିଁ ଗୃହର ବ୍ୟବସ୍ଥା।
13 “Miyeso ya guwa lansembe ndi iyi: Pa tsinde pake padzakhala ngalande ya masentimita makumi asanu kuzama kwake ndi mulifupi mwake. Mʼphepete mwa ngalandeyo kuzungulira guwa lonse, mudzakhala mkombero wa masentimita 25.
ପୁଣି, ହାତ ଅନୁସାରେ ଯଜ୍ଞବେଦିର ପରିମାଣ ଏହି; (ପ୍ରତି ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ) ବେଦିର ମୂଳ ଏକ ହାତ ଓ ପ୍ରସ୍ଥ ଏକ ହାତ, ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରାନ୍ତ ଧାର ଏକ ଚାଖଣ୍ଡ ପରିମିତ ହେବ; ଏହା ଯଜ୍ଞବେଦିର ତଳଭାଗ।
14 Kuchokera mʼngalande ya pansi padzakhala mpaka pa phaka lapansi mita imodzi, mulifupi mwake theka la mita. Kuchokera pa phaka lalingʼono mpaka pa phaka lalikulu, msinkhu wake ndi mamita awiri, mulifupi mwake ndi masentimita makumi asanu.
ପୁଣି, ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ। ଆଉ, ସେହି କ୍ଷୁଦ୍ରତର ଥାକଠାରୁ ବଡ଼ ଥାକ ପର୍ଯ୍ୟନ୍ତ ଚାରି ହାତ ଓ ପ୍ରସ୍ଥ ଏକ ହାତ ହେବ।
15 Malo osonkhapo moto pa guwa, msinkhu wake udzakhala mamita awiri. Pa ngodya iliyonse ya malo osonkhapo motowo panatuluka nyanga imodzi.
ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ।
16 Malo osankhalapo moto pa guwa lansembe miyeso yake ndi yofanana mbali zonse. Mulitali mwake mudzakhala mamita asanu ndi limodzi ndipo mulifupi mwake mudzakhalanso mamita asanu ndi limodzi.
ଯଜ୍ଞବେଦିର ଅଗ୍ନିସ୍ଥାନ ବାର ହାତ ଦୀର୍ଘ ଓ ବାର ହାତ ପ୍ରସ୍ଥ; ତହିଁର ଚାରି ଦିଗ ସମାନ ହେବ।
17 Phaka lapamwamba muyeso wake udzakhala wofanana mbali zonse. Mulitali mudzakhala mamita asanu ndi awiri ndiponso mulifupi mwake mudzakhalanso mamita asanu ndi awiri. Mkombero wake udzakhala wa masentimita 25 ndiponso ngalande yake yozungulira idzakhala ya masentimita 25. Makwerero a guwa lansembe adzayangʼana kummawa.”
ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ।”
18 Kenaka munthuyo anandiwuza kuti, “Iwe mwana wa munthu, Ambuye Yehova akuti: Guwalo litamangidwa, tsono malamulo awa azidzatsatidwa popereka nsembe zopsereza ndiponso powaza magazi pa guwapo.
ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ସିଞ୍ଚନ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ବନ୍ଧୀୟ ବିଧି ଏହି।
19 Udzawapatse ansembe, omwe ndi Alevi, a banja la Zadoki, amene amabwera pafupi nane kudzanditumikira, mwana wangʼombe wamwamuna kuti aperekere nsembe yopepesera machimo. Ndikutero Ine Ambuye Yehova.
ପ୍ରଭୁ, ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ।
20 Udzatengeko magazi ake ena ndi kuwapaka pa nyanga zinayi za pa guwa lansembe, pa ngodya zinayi za phaka ndiponso mozungulira mkombero wonse. Motero udzaliyeretsa ndi kulipatula.
ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକୁ ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
21 Udzatenge ngʼombe yayimuna yomwe yaperekedwa ngati nsembe yopepesera machimo, ndipo udzayiwotche pa malo ake enieni mʼbwalo la Nyumba ya Mulungu, kunja kwa malo opatulika.
ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ।
22 “Mmawa mwake udzatenge mbuzi yopanda chilema kuti nayonso iperekedwe ngati nsembe yopepesera machimo. Pambuyo pake idzayeretse guwa lansembe monga unachitira ndi ngʼombe yayimuna ija.
ପୁଣି, ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳି ରୂପେ ଏକ ନିର୍ଦ୍ଦୋଷ ଛାଗ ଉତ୍ସର୍ଗ କରିବ; ଆଉ, ସେମାନେ ବୃଷ ନେଇ ଯେପରି କରିଥିଲେ, ସେହିପରି ଯଜ୍ଞବେଦିକୁ ଶୁଚି କରିବେ।
23 Utatha kuyeretsa guwa lansembelo, udzatenge mwana wangʼombe wamwamuna wopanda chilema ndiponso nkhosa yayimuna yopanda chilema.
ତୁମ୍ଭେ ତାହା ଶୁଚି କରିବାର ସମାପ୍ତ କଲା ଉତ୍ତାରେ ଗୋଟିଏ ନିର୍ଦ୍ଦୋଷ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବ।
24 Udzapereke zonsezi pamaso pa Yehova, ndipo ansembe adzazithire mchere ndi kuzipereka kuti zikhale nsembe zopsereza kwa Yehova.
ପୁଣି, ତୁମ୍ଭେ ସେହି ସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ ଓ ଯାଜକମାନେ ସେହି ସବୁର ଉପରେ ଲବଣ ସିଞ୍ଚନ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସବୁକୁ ହୋମବଳି ରୂପେ ଉତ୍ସର୍ଗ କରିବେ।
25 “Kwa masiku asanu ndi awiri, uzidzapereka tsiku ndi tsiku mbuzi yayimuna, mwana wangʼombe, ndiponso nkhosa kuti zikhale nsembe zopepesera machimo. Zonsezi zidzakhale zopanda chilema.
ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପାପାର୍ଥକ ବଳି ରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ; ସେମାନେ ମଧ୍ୟ ନିର୍ଦ୍ଦୋଷ ଏକ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବେ।
26 Kwa masiku asanu ndi awiriwo ansembe adzachite mwambo woyeretsa ndi kupatula guwa lansembelo.
ସାତ ଦିନ ପର୍ଯ୍ୟନ୍ତ ସେମାନେ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ଶୁଚି କରିବେ, ଏହିରୂପେ ସେମାନେ ତାହା ପ୍ରତିଷ୍ଠା କରିବେ।
27 Masiku amenewa atatha, kuyambira tsiku lachisanu ndi chitatu, ansembe azipereka nsembe zanu zopsereza ndi nsembe zachiyanjano pa guwa lansembe. Apo ndidzakulandirani. Ndikutero Ine Ambuye Yehova.”
ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

< Ezekieli 43 >