< Ezekieli 32 >

1 Pa tsiku loyamba la mwezi wa khumi ndi chiwiri, chaka chakhumi ndi chiwiri, Yehova anandiyankhula kuti:
ଏଥିଉତ୍ତାରେ ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
2 “Iwe mwana wa munthu imba nyimbo ya maliro a Farao mfumu ya Igupto ndipo uyiwuze kuti, “Iwe umadziyesa ngati mkango pakati pa mitundu ya anthu. Koma iwe uli ngati ngʼona mʼnyanja. Umakhuvula mʼmitsinje yako, kuvundula madzi ndi mapazi ako ndi kudetsa madzi mʼmitsinje.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମ୍ଭେ ଗୋଷ୍ଠୀୟମାନଙ୍କର ଯୁବା ସିଂହ ସଙ୍ଗେ ତୁଳନା କରାଯାଇଥିଲ, ତଥାପି ତୁମ୍ଭେ ଜଳଚର କୁମ୍ଭୀର ସଦୃଶ ଅଟ; ପୁଣି, ତୁମ୍ଭେ ଆପଣା ନଦୀସମୂହର ଜଳ ଅତିକ୍ରମ କରି ଓ ଆପଣା ପାଦରେ ଜଳ ହଲାଇ ସେମାନଙ୍କର ନଦୀସମୂହକୁ ଗୋଳିଆ କରିଅଛ।
3 “Tsono Ine Ambuye Yehova ndikuti, “‘Pogwiritsa ntchito gulu la anthu a mitundu yambiri, ndidzakuponyera khoka langa ndi kukugwira mu ukonde wanga.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
4 Ndidzakuponya ku mtunda ndi kukutayira pansi. Ndidzabweretsa mbalame zamumlengalenga kuti zidzatere pa iwe, ndipo zirombo zonse za dziko lapansi zidzakudya.
ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ିଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇଦେବା ଓ ଆକାଶର ପକ୍ଷସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ୱାରା ତୃପ୍ତ କରାଇବା।
5 Ndidzayanika mnofu wako pa mapiri ndipo zigwa zidzadzaza ndi zotsalira zako.
ଆମ୍ଭେ ପର୍ବତଗଣର ଉପରେ ତୁମ୍ଭର ମାଂସ ପକାଇବା ଓ ତୁମ୍ଭର ଦୀର୍ଘ ଶବରେ ଉପତ୍ୟକାସକଳ ପୂର୍ଣ୍ଣ କରିବା।
6 Ndidzanyowetsa dziko ndi magazi ako, mpaka kumapiri komwe, ndipo mitsinje idzadzaza ndi mnofu wako.
ଆହୁରି, ତୁମ୍ଭେ ଯେଉଁ ଦେଶରେ ପହଁରୁଅଛ, ସେହି ଦେଶକୁ ପର୍ବତ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭ ରକ୍ତରେ ସିକ୍ତ କରିବା ଓ ଜଳପ୍ରଣାଳୀସକଳ ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
7 Ndikadzakuwononga, ndidzaphimba miyamba ndikudetsa nyenyezi zake. Ndidzaphimba dzuwa ndi mtambo, ndipo mwezi sudzawala.
ପୁଣି, ଆମ୍ଭେ ତୁମ୍ଭକୁ ନିର୍ବାଣ କରିବା ସମୟରେ ଆକାଶକୁ ଆଚ୍ଛନ୍ନ କରିବା ଓ ତହିଁର ନକ୍ଷତ୍ରଗଣକୁ ଅନ୍ଧକାରମୟ କରିବା; ଆମ୍ଭେ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବା ଓ ଚନ୍ଦ୍ର ଆପଣାର ଜ୍ୟୋତ୍ସ୍ନା ଦେବ ନାହିଁ।
8 Zowala zonse zamumlengalenga ndidzazizimitsa; ndidzachititsa mdima pa dziko lako, akutero Ambuye Yehova.
ଆକାଶର ସକଳ ଉଜ୍ଜ୍ୱଳ ଜ୍ୟୋତିକୁ ଆମ୍ଭେ ତୁମ୍ଭ ଉପରେ ଅନ୍ଧକାରମୟ କରିବା ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ସ୍ଥାପନ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
9 Ndidzasautsa mitima ya anthu a mitundu yambiri pamene ndidzakupititsa ku ukapolo pakati pa mitundu ya anthu, ku mayiko amene iwe sunawadziwe.
ଆହୁରି ଆମ୍ଭେ ତୁମ୍ଭର ଅଜ୍ଞାତ ଦେଶସମୂହ ପର୍ଯ୍ୟନ୍ତ ନାନା ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟ ବ୍ୟସ୍ତ କରିବା।
10 Ine ndidzachititsa kuti anthu a mitundu yambiri adabwe nawe, ndipo mafumu awo adzanjenjemera ndi mantha aakulu chifukwa cha iwe pamene ndidzaonetsa lupanga langa pamaso pawo. Pa nthawi ya kugwa kwako, aliyense wa iwo adzanjenjemera moyo wake wonse.
ହଁ, ଆମ୍ଭେ ଅନେକ ଗୋଷ୍ଠୀକୁ ତୁମ୍ଭର ବିଷୟରେ ଚମତ୍କୃତ କରାଇବା, ଆଉ ସେମାନଙ୍କ ରାଜାଗଣର ସାକ୍ଷାତରେ ଆମ୍ଭେ ଆପଣା ଖଡ୍ଗ ଚଳାଇବା ବେଳେ ସେମାନେ ଅତିଶୟ ଭୀତ ହେବେ; ଆଉ, ତୁମ୍ଭର ପତନ ଦିନ ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରାଣ ବିଷୟରେ ଭୟରେ କମ୍ପିତ ହେବେ।
11 “‘Pakuti ndikunena Ine Ambuye Yehova kuti, “‘Lupanga la mfumu ya ku Babuloni lidzabwera kudzalimbana nawe.
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।
12 Ndidzachititsa gulu lako lankhondo kuti ligwe ndi lupanga la anthu amphamvu, anthu ankhanza kwambiri pakati pa mitundu yonse ya anthu. Adzathetsa kunyada kwa Igupto, ndipo gulu lake lonse la nkhondo lidzagonjetsedwa.
ଆମ୍ଭେ ତୁମ୍ଭର ଲୋକ ସମସ୍ତଙ୍କୁ ବୀରଗଣର ଖଡ୍ଗ ଦ୍ୱାରା ନିପାତ କରିବା; ସେମାନେ ସମସ୍ତେ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଅଟନ୍ତି; ଆଉ, ସେମାନେ ମିସରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁର ଲୋକ ସମସ୍ତେ ବିନଷ୍ଟ ହେବେ।
13 Ndidzawononga ziweto zake zonse zokhala mʼmbali mwa madzi ambiri. Ku madziko sikudzaonekanso phazi la munthu kapena kudetsedwa ndi phazi la ziweto.
ଆହୁରି, ଆମ୍ଭେ ଅପାର ଜଳ ନିକଟରୁ ତହିଁର ସମସ୍ତ ପଶୁ ବିନାଶ କରିବା; ତହିଁରେ ମନୁଷ୍ୟର ଚରଣ ତାହା ଆଉ ହଲାଇବ ନାହିଁ, ଅବା ପଶୁଗଣର ଖୁରା ତାହା ଚହଲାଇବ ନାହିଁ।
14 Pambuyo pake ndidzayeretsa madzi ake ndipo mitsinje yake idzayenda mokometsera ngati mafuta, akutero Ambuye Yehova.
ସେତେବେଳେ ଆମ୍ଭେ ସେମାନଙ୍କର ଜଳ ନିର୍ମଳ କରିବା ଓ ସେମାନଙ୍କର ନଦୀସମୂହକୁ ତୈଳ ପରି ବହାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
15 Ndikadzasandutsa dziko la Igupto kukhala bwinja; ndikadzawononga dziko lonse ndi kukantha onse okhala kumeneko, adzadziwa kuti ndine Yehova.’
ଯେତେବେଳେ ଆମ୍ଭେ ମିସର ଦେଶକୁ ଧ୍ୱଂସସ୍ଥାନ ଓ ଶୂନ୍ୟ କରିବା, ଯହିଁରେ ସେ ପରିପୂର୍ଣ୍ଣ ହୋଇଥିଲା, ସେହି ସବୁ ତହିଁରୁ ରହିତ କରିବା, ଯେତେବେଳେ ଆମ୍ଭେ ତନ୍ନିବାସୀ ସମସ୍ତଙ୍କୁ ଆଘାତ କରିବା, ସେତେବେଳେ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
16 “Mawu angawa adzakhala nyimbo ya maliro. Ana a akazi amitundu ya anthu adzayimba, kuyimbira Igupto ndi gulu lake lonse la nkhondo, akutero Ambuye Yehova.”
ଏହି ବିଳାପ ଗୀତ ଲୋକେ ଗାନ କରିବେ; ଗୋଷ୍ଠୀୟମାନଙ୍କର କନ୍ୟାଗଣ ବିଳାପ କରି ଏହା ଗାନ କରିବେ; ମିସରର ଉଦ୍ଦେଶ୍ୟରେ ଓ ତାହାର ସକଳ ଲୋକସମୂହର ଉଦ୍ଦେଶ୍ୟରେ ବିଳାପ କରି ଗାନ କରିବେ ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
17 Pa tsiku la 15 la mwezi woyamba, chaka cha khumi ndi chiwiri, Yehova anayankhula kuti:
ଦ୍ୱାଦଶ ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
18 “Iwe mwana wa munthu, lirira gulu lankhondo la Igupto ndipo uwalowetse pamodzi ndi anthu ena amphamvu a mayiko ena ku dziko la anthu akufa.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ଲୋକମାନଙ୍କ ବିଷୟରେ ହାହାକାର କର, ପୁଣି, ସେମାନଙ୍କୁ, ଅର୍ଥାତ୍‍, ତାହାକୁ ଓ ବିଖ୍ୟାତ ଗୋଷ୍ଠୀୟମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଅଧୋଭୁବନରେ ପକାଇଦିଅ।
19 Ufunse kuti, ‘Ndani amene akukuposa kukongola? Tsikirani ku manda ndi kukhala pamodzi ndi anthu osachita mdulidwe.’
ତୁମ୍ଭେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ? ତଳକୁ ଯାଅ ଓ ଅସୁନ୍ନତ ଲୋକମାନଙ୍କ ସହିତ ଶୟନ କର।
20 Aigupto adzagwa pakati pa amene akuphedwa ndi lupanga. Lupanga ndi losololedwa kale. Iye adzaphedwa pamodzi ndi gulu lake lankhondo.
ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସେ ଖଡ୍ଗରେ ସମର୍ପିତ ହୋଇଅଛି; ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଟାଣି ନିଅ।
21 Mʼkati mwa manda atsogoleri amphamvu pamodzi ndi ogwirizana nawo azidzakambirana za Igupto nʼkumati, ‘Afika kuno anthu osachita mdulidwe aja! Ndi awa agona apawa, ophedwa pa nkhondo.’ (Sheol h7585)
ବୀରଗଣ ମଧ୍ୟରେ ବଳବାନମାନେ ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ; ସେମାନେ, ଅର୍ଥାତ୍‍, ଖଡ୍ଗ ଦ୍ୱାରା ହତ ଅସୁନ୍ନତ ଲୋକମାନେ ଓହ୍ଲାଇ ଯାଇଅଛନ୍ତି; ସେମାନେ ସ୍ଥିର ହୋଇ ଶୟନ କରନ୍ତି। (Sheol h7585)
22 “Asiriya ali komweko ndipo ankhondo ake onse ali mʼmanda omuzungulira. Onsewo anaphedwa pa nkhondo.
ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି; ତାହାର କବରସକଳ ତାହାର ଚତୁର୍ଦ୍ଦିଗରେ ଅଛି; ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି;
23 Manda awo ali kumalo ozama a dzenje, ndipo ankhondo ake azungulira manda ake. Onse amene anaopseza dziko la anthu amoyo aphedwa, agwa ndi lupanga.
ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି।
24 “Elamu ali komweko ndipo ankhondo ake ali mʼmanda omuzungulira. Onsewa anaphedwa pa nkhondo, natsikira ku manda ali osachita mdulidwe. Iwowa kale ankaopseza anthu pa dziko lapansi. Tsopano akuchita manyazi pamodzi ndi amene ali mʼmanda.
ସେହି ସ୍ଥାନରେ ଏଲମ୍‍ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକସମୂହ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି।
25 Amukonzera pogona pakati pa anthu ophedwa, pamodzi ndi gulu lake lonse la nkhondo litazungulira manda ake. Onsewo ndi anthu osachita mdulidwe ophedwa ndi lupanga. Paja anthuwa ankaopsa mʼdziko la anthu a moyo. Koma tsopano akuchita manyazi pamodzi ndi amene ali mʼmanda. Iwo ayikidwa pakati pa anthu ophedwa.
ହତ ଲୋକମାନଙ୍କ ମଧ୍ୟରେ ସେମାନେ ତାହାର ଓ ତାହା ସହିତ ତାହାର ସମସ୍ତ ଜନସମାଜର ଶଯ୍ୟା ପାତିଅଛନ୍ତି, ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି; କାରଣ ସେମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ, ଏବେ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରିଅଛନ୍ତି; ସେ ହତ ଲୋକମାନଙ୍କ ମଧ୍ୟରେ ରଖାଯାଇଅଛି।
26 “Mesaki ndi Tubala ali komweko, pamodzi ndi gulu lonse la nkhondo litazungulira manda awo. Onsewo ndi anthu osachita mdulidwe, ophedwa ndi lupanga. Paja ankaopsa mʼdziko la anthu amoyo.
ସେହି ସ୍ଥାନରେ ମେଶକ୍‍, ତୁବଲ୍‍ ଓ ତାହାର ସମସ୍ତ ଜନସମାଜ ଅଛନ୍ତି; ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହେଲେ; କାରଣ ସେମାନେ ଜୀବିତ ଲୋକମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ।
27 Iwo sanayikidwe mwaulemu ngati ankhondo amphamvu amakedzana, amene anatsikira ku dziko la anthu akufa ndi zida zawo zomwe za nkhondo. Malupanga awo anawayika ku mitu yawo, ndipo zishango zawo anaphimba mafupa awo. Kale anthu amphamvu amenewa ankaopsa dziko la anthu amoyo. (Sheol h7585)
ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି ଓ ଆପଣା ଆପଣା ଖଡ୍ଗ ଆପଣା ଆପଣା ମସ୍ତକର ତଳେ ରଖିଅଛନ୍ତି ଓ ସେମାନଙ୍କ ଅଧର୍ମ ସେମାନଙ୍କ ଅସ୍ଥି ଉପରେ ଅଛି, ସେମାନଙ୍କ ସହିତ ଏମାନେ ଶୟନ କରିବେ ନାହିଁ; କାରଣ ସେମାନେ ଜୀବିତମାନଙ୍କ ଦେଶରେ ବୀରଗଣର ପ୍ରତି ଭୟର ବିଷୟ ହୋଇଥିଲେ। (Sheol h7585)
28 “Iwenso Farao, udzaphwanyidwa ndi kuyikidwa pakati pa anthu osachita mdulidwe, amene anaphedwa ndi lupanga.
ମାତ୍ର ତୁମ୍ଭେ ଅସୁନ୍ନତମାନଙ୍କ ମଧ୍ୟରେ ଭଗ୍ନ ହେବ ଓ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରିବ।
29 “Edomu ali kumeneko pamodzi ndi mafumu ake ndi akalonga ake onse. Ngakhale anali amphamvu, koma anayikidwa. Ayikidwa pamodzi ndi anthu osachita mdulidwe, pamodzi ndi iwo amene akutsikira ku dzenje.
ସେହି ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିସକଳ ଅଛନ୍ତି, ସେମାନେ ଆପଣାମାନଙ୍କର ପରାକ୍ରମରେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ରଖା ଯାଇଅଛନ୍ତି; ସେମାନେ ଅସୁନ୍ନତ ଲୋକମାନଙ୍କ ଓ ଗର୍ତ୍ତଗାମୀମାନଙ୍କ ସହିତ ଶୟନ କରିବେ।
30 “Akalonga onse akumpoto pamodzi ndi anthu onse a ku Sidoni ali kumeneko. Anatsikira ku dziko la anthu akufa mwamanyazi ngakhale anali owopsa ndi mphamvu zawo. Iwo akugona osachita mdulidwe pamodzi ndi amene anaphedwa ndi lupanga ndipo akuchita manyazi pamodzi ndi iwo amene anatsikira kale ku manda.
ସେହି ସ୍ଥାନରେ ଉତ୍ତର ଦେଶୀୟ ଅଧିପତିମାନେ, ସେମାନଙ୍କର ସମସ୍ତେ ଓ ଯାବତୀୟ ସୀଦୋନୀୟ ଲୋକ ଅଛନ୍ତି, ସେମାନେ ହତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି; ସେମାନେ ଆପଣାମାନଙ୍କର ପରାକ୍ରମ ଦ୍ୱାରା ଯେଉଁ ଭୟ ଜନ୍ମାଇଲେ, ତହିଁ ବିଷୟରେ ଲଜ୍ଜିତ ହୋଇଅଛନ୍ତି; ଆଉ, ଅସୁନ୍ନତ ଅବସ୍ଥାରେ ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରନ୍ତି।
31 “Farao ndi gulu lake lankhondo akadzawaona iwowa adzathunza mtima pokumbukira kuchuluka kwa gulu lake lankhondo limene linaphedwa pa nkhondo. Ndikutero Ine Ambuye Yehova.
ଫାରୋ ସେମାନଙ୍କୁ ଦେଖିବ ଓ ଆପଣାର ଲୋକସମୂହ ସମସ୍ତର ବିଷୟରେ ସାନ୍ତ୍ୱନା ପାଇବ; ହଁ, ଫାରୋ ଓ ତାହାର ସମସ୍ତ ସୈନ୍ୟ ଖଡ୍ଗ ଦ୍ୱାରା ହତ ହୋଇଅଛନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
32 Paja ankaopsa mʼdziko la anthu amoyo. Koma Faraoyo pamodzi ndi ankhondo ake onse adzayikidwa pamodzi ndi anthu osachita mdulidwe, pamodzi ndi amene anaphedwa pa nkhondo. Ndikutero Ine Ambuye Yehova.”
କାରଣ ଆମ୍ଭେ ଜୀବିତମାନଙ୍କ ଦେଶରେ ତାହା ବିଷୟରେ ଭୟ ଜନ୍ମାଇଅଛୁ; ଆଉ ସେ, ଅର୍ଥାତ୍‍, ଫାରୋ ଓ ତାହାର ଲୋକସମୂହ ସମସ୍ତେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ରଖାଯିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

< Ezekieli 32 >