< Deuteronomo 23 >

1 Mwamuna aliyense wofulidwa kapena woduka chiwalo chachimuna asalowe nawo mu msonkhano wa Yehova.
ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
2 Aliyense wobadwa mʼbanja losavomerezeka, kapena mdzukulu wake wina aliyense, ngakhale mibado khumi pambuyo pake, asalowe mu msonkhano wa Yehova.
ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
3 Mwamoni kapena Mmowabu asalowe mu msonkhano wa anthu a Yehova ngakhale mibado khumi yobwera pambuyo pake.
ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
4 Pakuti iwowa sanabwere kudzakulonjerani ndi chakudya kapena madzi pamene mumadutsa pochokera ku Igupto, mʼmalo mwake anakalemba ganyu Balaamu mwana wa Beori wochokera ku Petori ku Mesopotamiya kuti akutemberereni.
କାରଣ ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ସେମାନେ ଅନ୍ନ ଓ ଜଳ ନେଇ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ; ପୁଣି ସେମାନେ ତୁମ୍ଭମାନଙ୍କୁ ଅଭିଶାପ ଦେବା ନିମନ୍ତେ ତୁମ୍ଭ ପ୍ରତିକୂଳରେ ଅରାମନହରୟିମ୍‍ସ୍ଥ ପଥୋର ନିବାସୀ ବିୟୋରର ପୁତ୍ର ବିଲୀୟମ୍‍କୁ ବେତନ ଦେଲେ।
5 Komabe Yehova Mulungu wanu sanamvere Balaamu koma anatembenuza temberero kukhala dalitso kwa inu chifukwa Yehova Mulungu wanu amakukondani.
ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲୀୟମ୍‍ର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
6 Musachite nawo mgwirizano uliwonse wa mtendere pa moyo wanu wonse.
ତୁମ୍ଭେ ଯାବଜ୍ଜୀବନ ଚିରକାଳ ସେମାନଙ୍କର ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
7 Musapeputse Mwedomu pakuti ndi mʼbale wanu ndithu. Musapeputse Mwigupto chifukwa munali alendo mʼdziko lake.
ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ।
8 Mʼbado wachitatu wa ana awo akhoza kulowa mu msonkhano wa anthu a Yehova.
ସେମାନଙ୍କ ତୃତୀୟ ପୁରୁଷରେ ଉତ୍ପନ୍ନ ସନ୍ତାନଗଣ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବେ।
9 Mukamakhala pa msasa pokonzekera adani anu, musayandikane ndi china chilichonse chodetsedwa.
ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବା ସମୟରେ ଆପଣାକୁ ସକଳ ମନ୍ଦ ବିଷୟରୁ ରକ୍ଷା କରିବ।
10 Wina mwa asilikali anu akadziwonongera ndi umuna usiku, ayenera kuchoka pa msasapo ndipo akhale kunja kwa msasa.
ତୁମ୍ଭମାନଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତି ରାତ୍ରିଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ, ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ।
11 Koma dzuwa likapendeka ayenera kusamba ndipo polowa dzuwa akhoza kubwerera ku msasa.
ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ, ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
12 Mukonze malo kunja kwa msasa kumene mukhoza kukadzithandizirako.
ଆଉ ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକ ସ୍ଥାନ କରିବ;
13 Pakati pa zida zanu muzikhala ndi china chokumbira, ndipo pokadzithandiza muzikumba kadzenje ndi kukwirira chimbudzi chanu.
ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ୱାରା ଖୋଳିବ ଓ ନିର୍ଗତ ମଳକୁ ପୋତି ପକାଇବ।
14 Pakuti Yehova Mulungu wanu amayendayenda ku msasa wanu kukutchinjirizani ndi kupereka adani anu kwa inu. Nʼchifukwa chake msasa wanu uzikhala wopatulika kuti mwina angaone china chonyansa nabwerera osakuyandikirani.
କାରଣ ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ତୁମ୍ଭ ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି, ଏନିମନ୍ତେ ସେ ଯେପରି ତୁମ୍ଭ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି, ଏଥିପାଇଁ ତୁମ୍ଭ ଛାଉଣି ପବିତ୍ର ହେବ।
15 Ngati kapolo wathawa mbuye wake nakabisala kwanu, musamuperekenso kwa mbuye wakeyo.
ଯେଉଁ ଦାସ ଆପଣା ସ୍ୱାମୀ ନିକଟରୁ ପଳାଇ ତୁମ୍ଭ ନିକଟକୁ ଆସିଅଛି, ତୁମ୍ଭେ ତାହାକୁ ତାହାର ସେହି ସ୍ୱାମୀ ହସ୍ତରେ ସମର୍ପଣ କରିବ ନାହିଁ।
16 Mumulole akhale pakati panu, paliponse pamene angakonde, mʼmudzi umene angasankhe ndipo musamupondereze.
ସେ ତୁମ୍ଭର କୌଣସି ଏକ ନଗର-ଦ୍ୱାରରେ ଆପଣା ଇଚ୍ଛାମତ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବ, ତୁମ୍ଭେ ତାହା ପ୍ରତି ଅତ୍ୟାଚାର କରିବ ନାହିଁ।
17 Pasapezeke Mwisraeli wamwamuna kapena wamkazi wochita chiwerewere ku Nyumba ya Mulungu.
ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ବେଶ୍ୟାବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ।
18 Musabweretse malipiro a wachiwerewere wamkazi kapena wamwamuna Mʼnyumba ya Yehova Mulungu wanu kudzapereka za malumbiro aliwonse, chifukwa Yehova Mulungu wanu amadana ndi zimenezi.
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି।
19 Musamalipitse mʼbale wanu chiwongoladzanja, kaya pa ndalama, kapena pa chakudya, kapena pa china chilichonse choti nʼkupereketsa chiwongoladzanja.
ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍‍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେକୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁ ଋଣ ଦେବ ନାହିଁ।
20 Mlendo mukhoza kumulipitsa chiwongoladzanja koma osati mʼbale wanu Mwisraeli, kuti Yehova Mulungu wanu akudalitseni pa zochitika zanu zonse mʼdziko mukulowamoli.
ତୁମ୍ଭେ ସୁଧ ନିମନ୍ତେ ବିଦେଶୀକୁ ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକୁ ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
21 Mukalumbira kupereka kanthu kwa Yehova Mulungu wanu, musamachedwetse kupereka, chifukwa Yehova Mulungu wanu adzakufunsanibe kanthuko ndipo mudzapezeka wochimwa.
ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନତ ମନାସିଲେ, ତାହା ଦେବାକୁ ବିଳମ୍ବ କରିବ ନାହିଁ; କାରଣ ତାହା ତୁମ୍ଭର ପାପ ହେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ।
22 Koma ngati mupewa kupanga mapangano simudzapezeka ochimwa.
ମାତ୍ର ଯେବେ ମାନତ ନ କର, ତେବେ ତହିଁରେ ପାପ ହେବ ନାହିଁ।
23 Zilizonse zimene mulumbira ndi pakamwa panu muzitsimikiza kuzichita, chifukwa mwalumbira mwaufulu pamaso pa Yehova Mulungu wanu ndi pakamwa panu.
ଯାହା ତୁମ୍ଭ ଓଷ୍ଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ; ତୁମ୍ଭେ ଆପଣା ମୁଖରେ ପ୍ରତିଜ୍ଞା କରି ଯେରୂପ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ କରିଅଛ, ତଦନୁସାରେ କରିବ।
24 Mukalowa mʼmunda wamphesa wa mnzanu mukhoza kudya mphesa mmene mungafunire koma musayike zina mʼdengu mwanu.
ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ, ସ୍ଵେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ; ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ରଖିବ ନାହିଁ।
25 Mukalowa mʼmunda wa tirigu wa mʼbale wanu, mukhoza kutengako ngala mʼmanja mwanu, koma osasenga tirigu ndi chikwakwa.
ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ, ଆପଣା ହାତରେ ଶିଷା ଛିଣ୍ଡାଇ ଖାଇ ପାରିବ; ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟରେ ଦାଆ ଚଳାଇବ ନାହିଁ।

< Deuteronomo 23 >