< 1 Mafumu 13 >

1 Ndipo taonani, munthu wa Mulungu wochokera ku Yuda anapita ku Beteli molamulidwa ndi Yehova. Nthawi imeneyo nʼkuti Yeroboamu atayimirira pambali pa guwa akufukiza lubani.
ପୁଣି, ଯାରବୀୟାମ ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ସମୟରେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବେଥେଲ୍‍ରେ ଉପସ୍ଥିତ ହେଲା।
2 Mneneriyo anatemberera guwalo mofuwula potsata mawu a Yehova nati: “Guwa iwe, guwa iwe! Yehova akuti, ‘Taonani mʼbanja la Davide mudzabadwa mwana dzina lake Yosiya. Pa iwe, iyeyo adzaperekapo ngati nsembe, ansembe otumikira ku malo achipembedzo amene tsopano akufukiza lubani pa iwe, ndipo pa iwe adzatenthapo mafupa a anthu.’”
ପୁଣି, ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି କହିଲା, “ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି, ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ୱଳାଉ ଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।”
3 Tsiku lomwelo munthu wa Mulungu uja anapereka chizindikiro ichi: “Chizindikiro chimene Yehova wanena ndi ichi: Taonani guwali lidzangʼambika pakati ndipo phulusa lili pamenepo lidzamwazika.”
ଆହୁରି ସେ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲା, “ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି; ଦେଖ, ଏହି ବେଦି ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।”
4 Mfumu Yeroboamu atamva zimene munthu wa Mulungu ananena motemberera guwa lansembe ku Beteli, anatambasula dzanja lake ali ku guwako ndipo anati, “Mugwireni!” Koma dzanja limene anatambasula kuloza munthu wa Mulunguyo linawuma kuti gwaa, kotero kuti sanathenso kulibweza.
ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍‍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ।
5 Nthawi yomweyo guwa lija linangʼambika pakati ndipo phulusa lake linamwazika molingana ndi chizindikiro chimene munthu wa Mulungu anapereka potsata mawu a Yehova.
ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡ଼ି ହୋଇ ପଡ଼ିଲା।
6 Pamenepo mfumu inati kwa munthu wa Mulunguyo, “Undipempherere kwa Yehova Mulungu wako kuti andikomere mtima ndipo undipempherere kuti dzanja langa lichire.” Choncho munthu wa Mulungu anapempha kwa Yehova, ndipo dzanja la mfumu linachiritsidwa nʼkukhala ngati momwe linalili kale.
ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଲେ, “ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର।” ତହିଁରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା।
7 Mfumu inati kwa munthu wa Mulunguyo, “Tiye kwathu kuti ukadye chakudya, ndipo ndidzakupatsa mphatso.”
ତହୁଁ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ମୋʼ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମ୍ଭକୁ ପୁରସ୍କାର ଦେବି।”
8 Koma munthu wa Mulunguyo anayankha mfumu kuti, “Ngakhale mutandipatsa theka la chuma chanu, sindingapite nanu, kapena kudya chakudya, kapenanso kumwa madzi kuno.
ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, “ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ,
9 Pakuti Yehova anandilamula kuti, ‘Usakadye chakudya kapena kumwa madzi kapena kubwerera podzera njira imene unayendamo kale.’”
କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଅଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେହି ପଥରେ ଫେରି ଆସିବ ନାହିଁ।”
10 Choncho munthu wa Mulunguyo anadzera njira ina ndipo sanatsate njira imene anayendamo pobwera ku Beteliko.
ତହୁଁ ସେ ଅନ୍ୟ ପଥରେ ଗଲା, ଯେଉଁ ପଥରେ ବେଥେଲ୍‍କୁ ଆସିଥିଲା, ସେ ପଥରେ ସେ ଫେରିଲା ନାହିଁ।
11 Tsono ku Beteli kunkakhala mneneri wina wokalamba. Mmodzi mwa ana ake anamufotokozera zonse zomwe munthu wa Mulungu anachita kumeneko tsiku limenelo. Anawuzanso abambo ake zimene ananena kwa mfumu.
ସେହି ବେଥେଲ୍‍ରେ ଜଣେ ପ୍ରାଚୀନ ଭବିଷ୍ୟଦ୍‍ବକ୍ତା ବାସ କରୁଥିଲା; ଆଉ ତାହାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ତାହା ନିକଟକୁ ଆସି ସେହି ଦିନ ପରମେଶ୍ୱରଙ୍କ ଲୋକ ବେଥେଲ୍‍ରେ ଯାହା ଯାହା କରିଥିଲା, ତାହାସବୁ ତାହାକୁ ଜଣାଇଲା; ମଧ୍ୟ ରାଜାଙ୍କୁ ସେ ଯେଉଁ ଯେଉଁ କଥା କହିଥିଲା, ତାହା ସେମାନେ ଆପଣା ପିତାକୁ ଜଣାଇଲେ।
12 Abambo awo aja anawafunsa kuti, “Kodi wadzera njira iti?” Ana akewo anamufotokozera njira imene munthu wa Mulungu wochokera ku Yudayo anadzera.
ତହିଁରେ ସେମାନଙ୍କ ପିତା ସେମାନଙ୍କୁ ପଚାରିଲା, “ସେ କେଉଁ ପଥରେ ଗଲା?” ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ ଯେଉଁ ପଥରେ ଯାଇଥିଲା, ତାହା ତାହାର ପୁତ୍ରମାନେ ଦେଖିଥିଲେ।
13 Ndipo abambo aja anati kwa ana akewo, “Mangireni chishalo pa bulu.” Anawo atamangirira chishalo pa bulu, nkhalambayo inakwera buluyo
ଏଥିରେ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ତାହା ପାଇଁ ଗଧ ସଜାନ୍ତେ, ସେ ତହିଁରେ ଚଢ଼ିଲା।
14 ndipo inalondola munthu wa Mulunguyo. Inamupeza atakhala pansi pa mtengo wa thundu ndipo inamufunsa kuti, “Kodi ndiwe munthu wa Mulungu amene anabwera kuchokera ku Yuda?” Munthuyo anayankha kuti, “Inde, ndineyo.”
ଏଉତ୍ତାରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ଏକ ଅଲୋନ ବୃକ୍ଷ ମୂଳେ ତାହାକୁ ବସିଥିବାର ଦେଖିଲା; ପୁଣି, ସେ ତାହାକୁ ପଚାରିଲା, “ତୁମ୍ଭେ କି ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?” ସେ କହିଲା, “ହଁ, ମୁଁ।”
15 Choncho mneneri wokalambayo anati kwa iye, “Tiye kwathu kuti ukadye chakudya.”
ତେବେ ସେ ତାହାକୁ କହିଲା, “ମୋʼ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର।”
16 Munthu wa Mulungu uja anati, “Sindingabwerere nanu kapena kudya chakudya kapenanso kumwa madzi kuno.
ତହିଁରେ ସେ କହିଲା, “ମୁଁ ତୁମ୍ଭ ସଙ୍ଗେ ଫେରି ନ ପାରେ, କି ତୁମ୍ଭ ସଙ୍ଗେ ଗୃହକୁ ଯାଇ ନ ପାରେ; କିଅବା ଏହି ସ୍ଥାନରେ ତୁମ୍ଭ ସଙ୍ଗେ ମୁଁ ଅନ୍ନ ଭୋଜନ କରିବି ନାହିଁ, କି ଜଳ ପାନ କରିବି ନାହିଁ;
17 Pakuti ndawuzidwa ndi Yehova kuti, ‘Usadye chakudya kapena kumwa madzi kumeneko kapenanso kubwerera poyenda njira imene unayendamo popita.’”
କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ କୁହାଯାଇଅଛି, ତୁମ୍ଭେ ସେସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେ ପଥରେ ଫେରି ଆସିବ ନାହିଁ।”
18 Mneneri wokalambayo anayankha kuti, “Inenso ndine mneneri ngati iwe. Ndipo mngelo wa Yehova anayankhula nane mawu a Yehova kuti, ‘Kamubweze abwere ku nyumba yako kuti akadye chakudya ndi kumwa madzi.’” Koma anamunamiza.
ଏଥିରେ ସେ ତାହାକୁ କହିଲା, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍‍ବକ୍ତା; ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଏକ ଦୂତ ମୋତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳ ପାନ କରିବ, ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ।” ମାତ୍ର ସେ ତାହାକୁ ମିଥ୍ୟା କହିଲା।
19 Choncho munthu wa Mulungu uja anabwerera naye ndipo anakadya ndi kumwa madzi mʼnyumba mwake.
ଏହେତୁ ସେ ତାହା ସଙ୍ଗେ ଫେରିଯାଇ ତାହା ଗୃହରେ ଅନ୍ନ ଭୋଜନ ଓ ଜଳ ପାନ କଲା।
20 Ali pa tebulo, Yehova anayankhula ndi mneneri wokalambayo amene anamubweza munthu wa Mulunguyo.
ଏଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟଦ୍‍ବକ୍ତା ତାହାକୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା।
21 Iye anafuwulira munthu wa Mulungu wochokera ku Yudayo kuti, “Yehova akuti, ‘Iwe wanyoza mawu a Yehova ndipo sunasunge lamulo limene Yehova Mulungu wako anakupatsa.
ଏଥିରେ ସେ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକକୁ ଉଚ୍ଚସ୍ୱରରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ, ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କରି ନାହଁ;
22 Iwe wabwerera ndi kudya chakudya ndiponso kumwa madzi ku malo amene Iye anakuwuza kuti usadye chakudya kapena kumwa madzi. Choncho mtembo wako sadzawuyika mʼmanda a makolo ako.’”
ମାତ୍ର ଫେରି ଆସିଅଛ, ପୁଣି, ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳ ପାନ ନ କର, ବୋଲି ସେ ତୁମ୍ଭକୁ କହିଥିଲେ, ‘ସେହି ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳ ପାନ କରିଅଛ;’ ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକମାନଙ୍କ କବରରେ ପ୍ରବିଷ୍ଟ ନୋହିବ।”
23 Munthu wa Mulungu atatha kudya ndi kumwa, mneneri amene anamubweza uja anamangirira chishalo pa bulu wa munthu wa Mulunguyo.
ଏଥିରେ ସେ ଅନ୍ନ ଭୋଜନ ଓ ଜଳ ପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍‍, ସେ ଯାହାକୁ ଫେରାଇ ଆଣିଥିଲା, ସେହି ଭବିଷ୍ୟଦ୍‍ବକ୍ତା ପାଇଁ ଗଧ ସଜାଇଲା।
24 Akupita, anakumana ndi mkango pa msewu ndipo unamupha, mtembo wake unagwera pansi pa msewu, bulu uja anayima pambali pake ndipo mkango unayima pafupi ndi mtembowo.
ତହୁଁ ସେ ଯାତ୍ରା କରନ୍ତେ, ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି, ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା; ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା।
25 Ndipo taonani, anthu ena amene ankapita mu msewumo anaona mtembowo uli pansi potero, mkango utayima pa mbali pa mtembo uja ndipo anapita nakafotokozera anthu mu mzinda umene mumakhala mneneri wokalamba uja.
ଏଉତ୍ତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ; ତହୁଁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟଦ୍‍ବକ୍ତାର ନିବାସ-ନଗରରେ ତାହା ଜଣାଇଲେ।
26 Mneneri amene anamubweza mnzake ku njira uja atamva zimenezi, anati, “Ameneyo ndi munthu wa Mulungu amene wanyoza mawu a Yehova. Yehova wamupereka kwa mkango umene wamukhadzula ndi kumupha, monga momwe Yehova anamuchenjezera.”
ଏଥିରେ ଯେଉଁ ଭବିଷ୍ୟଦ୍‍ବକ୍ତା ତାହାଙ୍କୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, “ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ୱରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।”
27 Mneneri wokalambayo anati kwa ana ake, “Mundimangire chishalo pa bulu,” ndipo anaterodi.
ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ଗଧ ସଜାଇଲେ।
28 Ndipo anapita, nakapezadi mtembo utagwera pansi mu msewu, bulu pamodzi ndi mkango atayima pambali pake. Koma mkangowo sunadye mtembowo kapena kukhadzula buluyo.
ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି, ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା; ସିଂହ ଶବ ଖାଇ ନ ଥିଲା, କି ଗଧକୁ ବିଦୀର୍ଣ୍ଣ କରି ନ ଥିଲା।
29 Choncho mneneri wokalambayo anatenga mtembo wa munthu wa Mulunguyo, nawuyika pa bulu, ndipo anabwera nawo ku mzinda kuti alire maliro ndi kuyika mtembowo mʼmanda.
ପୁଣି, ସେ ଭବିଷ୍ୟଦ୍‍ବକ୍ତା ପରମେଶ୍ୱରଙ୍କ ଲୋକର ଶବ ଉଠାଇ ନେଇ ଗଧ ଉପରେ ଥୋଇ ତାହା ଫେରାଇ ଆଣିଲା; ଆଉ ସେହି ପ୍ରାଚୀନ ଭବିଷ୍ୟଦ୍‍ବକ୍ତା ଶୋକ କରିବା ପାଇଁ ଓ ତାହାକୁ କବର ଦେବା ପାଇଁ ଆପଣା ନଗରକୁ ଆସିଲା।
30 Tsono anayika mtembowo mʼmanda amene mneneri wokalamba uja anadzikonzera, ndipo anamulira pomanena kuti, “Mʼbale wanga ine! Mʼbale wanga ine!”
ପୁଣି, ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, “ହାୟ, ମୋହର ଭାଇ!” ବୋଲି ତାହା ଲାଗି ବିଳାପ କଲେ।
31 Atamuyika mʼmanda, iye anati kwa ana ake, “Ine ndikafa, mudzandiyike mʼmanda amene munthu wa Mulungu wayikidwa. Mudzayike mafupa anga pambali pa mafupa ake.
ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ।
32 Pakuti uthenga umene Yehova anamuyankhulitsa, wotsutsana ndi guwa lansembe la ku Beteli ndi nyumba zonse za chipembedzo za mʼmizinda ya ku Samariya, zidzachitika ndithu.”
କାରଣ ସେ ବେଥେଲ୍‍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରୀୟାର ନାନା ନଗରସ୍ଥିତ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଉଚ୍ଚସ୍ୱରରେ ଯାହା କହିଅଛି, ତାହା ନିଶ୍ଚୟ ସଫଳ ହେବ।”
33 Ngakhale izi zinachitika, Yeroboamu sanasiye njira zake zoyipa, koma anasankhanso anthu wamba kukhala ansembe pa malo ake achipembedzo. Aliyense amene ankafuna kukhala wansembe iye anamupatula kukhala wansembe.
ଏ ଘଟଣା ଉତ୍ତାରେ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ; ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ ଏଥିପାଇଁ ଯେ ଇଚ୍ଛା କଲା, ତାହାକୁ ସେ ନିଯୁକ୍ତ କଲେ।
34 Limeneli ndiye linali tchimo la nyumba ya Yeroboamu limene linabweretsa kugwa kwake ndiponso chiwonongeko mʼdzikomo.
ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା।

< 1 Mafumu 13 >