< 1 Mbiri 7 >
1 Ana a Isakara anali awa: Tola, Puwa, Yasubu ndi Simironi ndipo onse analipo anayi.
ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
2 Ana a Tola ndi awa: Uzi, Refaya, Yerieli, Yahimai, Ibisamu ndi Samueli. Awa anali atsogoleri a mabanja awo. Pa nthawi ya ulamuliro wa Davide zidzukulu za Tola zomwe zinali anthu odziwa kumenya nkhondo zinalipo 22,600.
ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍ସମ୍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
3 Mwana wa Uzi anali Izirahiya. Ana a Izirahiya anali: Mikayeli, Obadiya, Yoweli ndi Isiya. Onse asanu anali atsogoleri a mabanja.
ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
4 Monga mwa chiwerengero cha mabanja awo, panali anthu 36,000 odziwa kumenya nkhondo, pakuti iwo anali ndi akazi ndi ana ambiri.
ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
5 Abale awo onse a mʼbanja la Isakara amene anali odziwa kumenya nkhondo analipo 87,000, olembedwa potsata mibado yawo.
ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
6 Ana atatu a Benjamini anali awa: Bela, Bekeri ndi Yediaeli.
ଆଉ ବିନ୍ୟାମୀନ୍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
7 Ana a Bela anali awa: Eziboni, Uzi, Uzieli, Yerimoti ndi Iri. Iwowa anali atsogoleri a mabanja awo ndipo onse pamodzi analipo asanu. Pa mndandanda wa mʼbado wawo panali anthu 22,034 odziwa kumenya nkhondo.
ଆଉ ବେଲାର ପୁତ୍ରଗଣ; ଇଷବୋନ୍, ଉଷି, ଉଷୀୟେଲ, ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
8 Ana a Bekeri anali awa: Zemira, Yowasi, Eliezara, Eliyoenai, Omiri, Yeremoti, Abiya, Anatoti ndi Alemeti. Onsewa anali ana a Bekeri.
ଆଉ ବେଖରର ପୁତ୍ରଗଣ; ସମୀର୍, ଯୋୟାଶ୍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍, ଅବୀୟ, ଅନାଥୋତ୍ ଓ ଆଲେମତ୍। ଏସମସ୍ତେ ବେଖରର ସନ୍ତାନ।
9 Pa mndandanda wa mʼbado wawo panali atsogoleri a mabanja ndi anthu 20,200 odziwa kumenya nkhondo.
ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
10 Mwana wa Yediaeli anali Bilihani. Ana a Bilihani anali awa: Yeusi, Benjamini, Ehudi, Kenaana, Zetani, Tarisisi ndi Ahisahara.
ଯିଦୀୟେଲର ପୁତ୍ର ବିଲ୍ହନ୍ ଏବଂ ବିଲ୍ହନ୍ର ପୁତ୍ରଗଣ ଯିୟୂଶ୍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର;
11 Ana onsewa a Yediaeli anali atsogoleri a mabanja. Analipo anthu 17,200 amene anali okonzeka kupita ku nkhondo.
ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
12 Asupi ndi Ahupi anali zidzukulu za Iri, ndipo Ahusimu anali zidzukulu za Aheri.
ଶୁପ୍ପୀମ୍ ମଧ୍ୟ ଓ ହୁପ୍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ।
13 Ana a Nafutali anali awa: Yahazieli, Guni, Yezeri ndi Salumu, zidzukulu za Biliha.
ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍, ଗୂନି, ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ।
14 Ana a Manase anali awa: Asirieli ndi mwana amene anabereka kwa mzikazi wake wa ku Aramu. Mzikazi yemweyo anaberekanso Makiri abambo ake a Giliyadi.
ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ।
15 Makiri anatenga mkazi wa banja la Ahupi ndi Asupi. Mlongo wake anali Maaka. Mwana wake wina anali Zelofehadi, amene anabereka ana aakazi okhaokha.
ଏହି ମାଖୀର ହୁପ୍ପୀମ୍ ଓ ଶୁପ୍ପୀମ୍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍ଫାଦ୍ ଓ ସଲଫାଦର କନ୍ୟାମାନେ ଥିଲେ।
16 Maaka mkazi wa Makiri anabereka mwana wamwamuna ndipo anamutcha Perezi. Mʼbale wake anamutcha Seresi, ndipo ana ake anali Ulamu ndi Rakemu.
ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍ ଓ ରେକମ୍।
17 Mwana wa Ulamu anali Bedani. Awa anali ana a Giliyadi mwana wa Makiri, mwana wa Manase.
ଉଲମ୍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
18 Mlongo wake Hamoleketi anabereka Isihodi, Abiezeri ndi Mahila.
ଆଉ ତାହାର ଭଗିନୀ ହମ୍ମୋଲେକତ୍, ଇଶ୍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
19 Ana a Semida anali: Ahiyani, Sekemu, Likihi ndi Aniyamu.
ଆଉ ଶମୀଦାର ପୁତ୍ର ଅହୀୟନ୍, ଶେଖମ୍, ଲିକ୍ହି ଓ ଅନୀୟାମ୍।
20 Ana a Efereimu anali awa: Sutela, Beredi, Tahati, Eliada, Tahati,
ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
21 Zabadi, Sutela. Ezeri ndi Eladi anaphedwa ndi anthu a ku Gati, pamene anabwera kudzalanda zoweta zawo.
ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ, ଏସର୍ ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
22 Efereimu, abambo awo, anawalira masiku ambiri, ndipo abale ake anabwera kudzamutonthoza.
ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
23 Kenaka anagona ndi mkazi wake, ndipo anakhala woyembekezera nabala mwana wamwamuna. Anamutcha dzina lake Beriya, chifukwa tsoka linagwera banja lake.
ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
24 Mwana wake wamkazi anali Seera, amene anamanga mzinda wa Beti-Horoni Wakumunsi, Wakumtunda kudzanso Uzeni-Seera.
ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
25 Mwana wina wa Efereimu anali Refa amene zidzukulu zake zinali Resefu, Tela, Tahani,
ତାହାର ପୁତ୍ର ରେଫହ ଓ ରେଶଫ୍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
26 Ladani, Amihudi, Elisama,
ତାହାର ପୁତ୍ର ଲାଦନ୍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।
28 Malo amene ankakhala anali Beteli ndi midzi yozungulira, cha kummawa kunali Naarani, Gezeri ndi midzi yake ya kumadzulo ndi Sekemu ndi midzi yake mpaka ku Aya ndi midzi yake.
ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
29 Mʼmbali mwa malire a Manase munali Beti-Seani, Taanaki, Megido ndi Dori, pamodzi ndi midzi yake. Zidzukulu za Yosefe mwana wa Israeli zimakhala mʼmizinda imeneyi.
ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
30 Ana a Aseri anali awa: Imuna, Isiva, Isivi ndi Beriya. Mlongo wawo anali Sera.
ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
31 Ana a Beriya anali awa: Heberi ndi Malikieli amene anabereka Birizaiti.
ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍କୀୟେଲ।
32 Heberi anabereka Yafuleti, Someri, Hotamu ndi Suwa, mlongo wawo.
ପୁଣି, ହେବର, ଯଫ୍ଲେଟ୍, ଶୋମର, ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
33 Ana a Yafuleti anali awa: Pasaki, Bimuhali ndi Asivati. Awa anali ana a Yafuleti.
ଯଫ୍ଲେଟର ପୁତ୍ର ପାସକ, ବିମ୍ହଲ୍ ଓ ଅଶ୍ୱତ୍। ଏମାନେ ଯଫ୍ଲେଟ୍ର ସନ୍ତାନ।
34 Ana a Someri anali awa: Ahi, Rohiga, Yehuba ndi Aramu.
ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
35 Ana a mʼbale wake Helemu anali awa: Zofa, Imuna, Selesi ndi Amali.
ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ।
36 Ana a Zofa anali awa: Suwa, Harineferi, Suwali, Beri, Imula,
ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍, ଶୂୟାଲ, ବେରୀ ଓ ଯିମ୍ର;
37 Bezeri, Hodi, Sama, Silisa, Itirani ndi Bera.
ବେତ୍ସର, ହୋଦ୍, ଶମ୍ମା, ଶିଲ୍ଶ, ଯିତ୍ରନ୍ ଓ ବେରା।
38 Ana a Yeteri anali awa: Yefune, Pisipa ndi Ara.
ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
39 Ana a Ula anali awa: Ara, Hanieli ndi Riziya.
ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ।
40 Onsewa anali zidzukulu za Aseri, atsogoleri a mabanja, anthu omveka, ankhondo olimba mtima, ndi akuluakulu pakati pa atsogoleri anzawo. Chiwerengero cha anthu odziwa kumenya nkhondo chomwe chinalembedwa chinali 26,000.
ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।