< ତିତସ୍ 3 >
1 ଅଃଦିକାରି ଆର୍ ଅଃଦିକାର୍ ହାୟ୍ଲା ଲକାର୍ ତଃଳେ ରଃୟ୍ ଆର୍ ବାୟ୍ଦ୍ରେ ମାନୁକେ ଆରେକ୍ ସଃବୁ ରଃକମାର୍ ନିକ କାମ୍ କଃରୁକେ ତିଆର୍ ଅଃଉଁକେ,
ଶାସନକର୍ତ୍ତା ଏବଂ ତାହାର ଅଧିକାରୀମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ,
2 କାର୍ ଲିନ୍ଦା ନଃକେରୁକ୍, କାର୍ ବିରଦି ନେଉଁକେ, ଦିରାଅଉଁକ୍, ସଃବୁ ଲକ୍ମଃନ୍କେ ସଃବୁ ରଃକମାର୍ ଦିର୍ସୁସ୍ତା ବାବ୍ ଦଃକାଉଁକ୍ ସେମଃନ୍କେ ଏତାୟ୍ ଦେସ୍ ।
କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ।
3 କାୟ୍ତାକ୍ବଃଲେକ୍ ହଃର୍ତୁ ଅଃମିମଃନ୍ ହେଁ ନିର୍ବୁଦିଆ, ଅମାନ୍ୟାକାରି, ବାଣା ଆର୍ ନାନା ରଃକମାର୍ କଃରାବ୍ ବୟ୍ଗ୍ ଆର୍ ସୁକ୍ ବୟ୍ଗାର୍ ଗତିଦଃଙ୍ଗ୍ଳା ରିଲୁ, ଆକାର୍, ଆର୍ ଡାରା କଃତାୟ୍ ଦିନ୍ କାଟତି ରିଲୁ, ଲକ୍କେ ଲାଡ୍ ନଃକେର୍ତି ରିଲୁ ଆର୍ ବିନ୍ ଲକ୍ମଃନ୍ ହେଁ ଅଃମିକ୍ ଗିଣ୍ କଃର୍ତି ରିଲାୟ୍ ।
କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ।
4 ମଃତର୍ ଜଃଡ୍ବଃଳ୍ ଅଃମିମଃନାର୍ ମୁକ୍ଳାଉତାର୍ ଇସ୍ୱରାର୍ ଦଃୟା ଆର୍ ମାନାୟ୍ ଜାତିକେ ତାର୍ ଲାଡ୍ ଜାଣା ହଃଳ୍ଲି ।
କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା,
5 ସଃଡେବଃଳ୍ ସେ ଅଃମିମଃନାର୍ କଃଲା ଦଃର୍ମ୍ କାମାର୍ ଗିନେ ନାୟ୍, ମଃତର୍ ଅଃହ୍ଣାର୍ ଦଃୟା ହଃର୍କାରେ, ଆରେକ୍ ଜଲମ୍ ଦଃୟ୍ ଆର୍ ପବିତ୍ର ଆତ୍ମା ନଃଉଁଆକଃରି ଅଃମିମଃନ୍କ୍ ମୁକ୍ଳାୟ୍ ଆଚେ ।
ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;
6 ସେ ପବିତ୍ର ଆତ୍ମାକେ ସେ ଅଃମିମଃନାର୍ ମୁକ୍ଳାଉତା ଜିସୁ କ୍ରିସ୍ଟର୍ ଗିନେ ଜଃବର୍ ଅଃମିମଃନ୍କ୍ ଦଃୟ୍ ଆଚେ ।
ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳି ଦେଲେ,
7 ଜଃନ୍କଃରି ଅଃମିମଃନ୍ ତାର୍ ଦଃୟାର୍ ଗିନେ ଦଃର୍ମି ଗଃଣ୍ତି ଅୟ୍ ବଃର୍ସା ହଃର୍କାରେ ଅଃମ୍ବର୍ ଜିବନାର୍ ଅଃଦିକାରି ଅଃଉଁନ୍ଦ୍ । (aiōnios )
ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ। (aiōnios )
8 ଇ କଃତା ବିସ୍ୱାସ୍ କଃର୍ତା ଜୟ୍ଃଗ୍, ଆର୍ ଜଃନ୍କଃରି ଇସ୍ୱର୍କେ ସଃତ୍ କଃର୍ତା ଲକ୍ମଃନ୍ ସଃବୁ ସଃତ୍କାମେ ଦିନ୍କଃଟାଉଁକେ ମଃନ୍ ଦେତି, ଇତାର୍ ଗିନେ ଇ ସଃବୁ କଃତା ନିକକଃରି ସିକାଉ ବଃଲି ମର୍ ମଃନ୍ । ଇ ସଃବୁ କଃତା ମାନାୟ୍ ମଃନ୍କାର୍ ହାୟ୍ଁ ନିକ ଆର୍ ଉହ୍କାର୍ କଃତା ।
ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ବରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।
9 ମଃତର୍ ହଲ୍ୟା ଦଃରାମ୍ସ୍କା, ଆଗାର୍ ହୁର୍ବାର୍ ବଉଁସାର୍ କଃତା, ବିରଦ୍, ଆର୍ ବିଦିର୍ କଃତାୟ୍ ଦଃରାଦଃରି ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ସେରିମଃନ୍ ଉହ୍କାର୍ ନାୟ୍ ଆର୍ ମଲ୍ ନାୟ୍ ।
କିନ୍ତୁ ବିତଣ୍ଡା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗ୍ଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହିସବୁ କ୍ଷତିଜନକ ଓ ଅସାର।
10 ଜୁୟ୍ମଃନ୍ ବମ୍ବ୍ଳାଉତା ମଃନାର୍, ତାକେ ତରେକ୍ କି ଦୁୟ୍ତର୍ ବୁଜାୟ୍ଲା ହଃଚେ, ତାର୍ ତଃୟ୍ହୁଣି ଦୁରିରିଆ ।
ଯେଉଁ ଲୋକ ଭ୍ରାନ୍ତ ଶିକ୍ଷା ଦ୍ୱାରା ବିଭାଜନ କରିବାକୁ ଚେଷ୍ଟା କରନ୍ତି, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ହୋଇ ରୁହ;
11 ଇ ରଃକ୍ମ୍ ଲକ୍ ଜେ ବାଟ୍ବାଣା ଅୟ୍ଆଚେ, ଆର୍ ହାହ୍ କଃରି ଅଃହ୍ଣାକ୍ ଅଃହ୍ଣା ଦସି କଃରିଆଚେ, ଇରି ତୁମି ଜାଣିଆଚାସ୍ ।
ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ।
12 ଜଃଡ୍ବଃଳ୍ ମୁୟ୍ଁ ତର୍ ହାକ୍ ଆର୍ତେମା କି ତୁକିକକେ ହଃଟାୟ୍ନ୍ଦ୍, ସଃଡେବଃଳ୍ ନିକପଲିକେ ମର୍ ହାକ୍ ଆସୁକ୍ ଜଃତୁନ୍ ଅଃଉ, ବଃଲେକ୍ ସିତ୍ହଃଦ୍ନା ସେତି ରେଉଁକେ, ତିର୍ କଃରି ଆଚି ।
ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକକୁ ପଠାଇବି, ସେତେବେଳେ ନୀକପଲି ସହରରେ ମୋ ପାଖକୁ ଆସିବା ପାଇଁ ଉଦ୍ୟମ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି।
13 ମସାର୍ ବିଦିଏ ଅକିଲ୍ ଜିନା ଆର୍ ଆପଲକେ ଜଃତୁନେ ଜାୟ୍ରି ଲଳା ଦଃୟ୍କଃରି ଚାଡିଦେସ୍, ଜଃନ୍କଃରି ସେମଃନାର୍ କାୟ୍ରିହେଁ ଅକେଟ୍ ନଃଉଅ ।
ବ୍ୟବସ୍ଥାଶାସ୍ତ୍ରଜ୍ଞ ଜୀନା ଓ ଆପଲ୍ଲଙ୍କୁ ଯତ୍ନ ପୂର୍ବକ ବାଟ ବଳାଇଦିଅ, ଯେପରି ସେମାନଙ୍କର କୌଣସି ଅଭାବ ନ ହୁଏ।
14 ଅଃମାର୍ ଲକ୍ମଃନ୍ ହେଁ ଲଳାରିଲା ଉହ୍କାର୍ ହାୟ୍ଁ ସଃତ୍ କାମେ ଲାଗି ରେଉଁକ୍ ସିକତ୍, ଜଃନ୍କଃରି ସେମଃନ୍ କାମ୍ ନଃକେଲା ଲକାର୍ ହର୍ ନଃଉତି ।
ଆମ୍ଭମାନଙ୍କ ଲୋକମାନେ ମଧ୍ୟ ପ୍ରୟୋଜନୀୟ ଉପକାର ନିମନ୍ତେ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ଶିଖନ୍ତୁ, ଯେପରି ସେମାନେ ଫଳହୀନ ନ ହୁଅନ୍ତି।
15 ମର୍ ସଃଙ୍ଗ୍ ରିଲା ସଃବୁଲକ୍ ତକେ ଦନ୍ୟବାଦ୍ ଜାଣାଉଁଲାୟ୍, ବିସ୍ୱାସ୍ କଃତାୟ୍ ଜୁୟ୍ମଃନ୍ ଅଃମିମଃନ୍କ୍ ଲାଡ୍ କଃର୍ତି, ସେମଃନ୍କେ ଦନ୍ୟବାଦ୍ ଜାଣାଉଆ, ତୁମି ସଃବୁ ଲକାର୍ ଉହ୍ରେ ଇସ୍ୱରାର୍ ଦଃୟା ଅଃଉଆ ।
ମୋ ସଙ୍ଗରେ ଥିବା ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ବିଶ୍ୱାସ ସମ୍ବନ୍ଧରେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ନମସ୍କାର ଜଣାଅ। ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।