< যিহিস্কেল ভাববাদীর বই 44 >

1 পরে সেই ব্যক্তি আমাকে উপাসনার স্থানের পূর্বমুখী বাইরের দ্বারের কাছে ফিরিয়ে আনলেন, এবং সেটি বন্ধ ছিল।
ଏଉତ୍ତାରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଦ୍ୱାର ବାଟରେ ଫେରାଇ ଆଣିଲେ, ପୁଣି, ଦ୍ୱାର ବନ୍ଦ ଥିଲା।
2 সদাপ্রভু আমাকে বলেন, “এই দ্বার বন্ধই থাকবে। এটি খোলা যাবে না; কেউ এটি দিয়ে ভিতরে ঢুকবে না। এটি বন্ধ থাকবে, কারণ ইস্রায়েলের ঈশ্বর সদাপ্রভু এর মধ্যে দিয়ে ঢুকেছেন।
ପୁଣି, ସଦାପ୍ରଭୁ ମୋତେ କହିଲେ, “ଏହି ଦ୍ୱାର ବନ୍ଦ ରହିବ, ତାହା ମୁକ୍ତ ହେବ ନାହିଁ, କିଅବା କୌଣସି ମନୁଷ୍ୟ ତାହା ଦେଇ ପ୍ରବେଶ କରିବ ନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହା ଦେଇ ପ୍ରବେଶ କରିଅଛନ୍ତି; ଏଥିପାଇଁ ତାହା ବନ୍ଦ ରହିବ।
3 কেবলমাত্র শাসনকর্তাই দ্বারের মধ্যে বসে সদাপ্রভুর সামনে খেতে পারবে। তিনি দ্বারের বারান্দার পথ দিয়ে ভিতরে আসবেন এবং একই পথ দিয়ে বাইরে যাবেন।”
କେବଳ ଅଧିପତି, ଅଧିପତି ବୋଲି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ; ସେ ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।”
4 তারপর সেই ব্যক্তি উত্তর দ্বারের পথে আমাকে মন্দিরের সামনে আনলেন। আমি দেখলাম সদাপ্রভুর মহিমায় সদাপ্রভুর মন্দির পরিপূর্ণ, আর আমি উবুড় হয়ে পড়লাম।
ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା; ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି।
5 সদাপ্রভু আমাকে বললেন, “হে মানবসন্তান, ভালো করে দেখো, ধ্যান দিয়ে শোনো এবং আমি তোমাকে সদাপ্রভুর মন্দিরের বিষয়ে সমস্ত নিয়মের কথা বলব তার প্রতি মনোযোগ দাও। মন্দিরে ঢোকার এবং উপাসনা স্থান থেকে বাইরে যাবার বিষয়ে মনোযোগ দাও।
ପୁଣି, ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସଦାପ୍ରଭୁଙ୍କ ଗୃହର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ଆମ୍ଭେ ତୁମ୍ଭକୁ କହିଅଛୁ, ତୁମ୍ଭେ ଉତ୍ତମ ରୂପେ ମନୋଯୋଗ କରି ତାହା ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ଗୃହରେ ପ୍ରବେଶ କରିବାର ଓ ପବିତ୍ର ସ୍ଥାନରୁ ବାହାରିବାର ସକଳ ବିଷୟରେ ଉତ୍ତମ ରୂପେ ମନୋଯୋଗ କର।
6 বিদ্রোহী ইস্রায়েল কুলকে বলো, ‘সার্বভৌম সদাপ্রভু এই কথা বলেন, হে ইস্রায়েল কুল! তোমাদের ঘৃণ্য কাজ যথেষ্ট হয়েছে।
ପୁଣି, ତୁମ୍ଭେ ବିଦ୍ରୋହୀମାନଙ୍କୁ, ଅର୍ଥାତ୍‍, ଇସ୍ରାଏଲ ବଂଶକୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ହେ ଇସ୍ରାଏଲ ବଂଶ, ତୁମ୍ଭମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ହେଉ,
7 তোমাদের সমস্ত ঘৃণ্য কাজের অতিরিক্ত, তোমরা আমার উপাসনার স্থানে মাংসে ও হৃদয়ে অচ্ছিন্নত্বক বিদেশিদের নিয়ে এসেছ, আমার মন্দিরকে অপবিত্র করেছ, তোমরা আমার উদ্দেশে খাবার, চর্বি ও রক্ত উৎসর্গ করেছ আর আমার নিয়ম ভেঙেছ।
କାରଣ ତୁମ୍ଭେମାନେ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ ବିଦେଶୀୟ ଲୋକମାନଙ୍କୁ ଆମ୍ଭ ପବିତ୍ର ସ୍ଥାନରେ ରହିବା ପାଇଁ ତୁମ୍ଭେମାନେ ଆମ୍ଭର ଭକ୍ଷ୍ୟ, ମେଦ ଓ ରକ୍ତ ଉତ୍ସର୍ଗ କଲା ବେଳେ ଆମ୍ଭର ସେହି ଗୃହକୁ ଅପବିତ୍ର କରିବା ପାଇଁ ସେମାନଙ୍କୁ ଭିତରକୁ ଆଣିଅଛ ଓ ତୁମ୍ଭମାନଙ୍କର ଅଧର୍ମସକଳ ବୃଦ୍ଧି କରିବା ନିମନ୍ତେ ସେମାନେ ଆମ୍ଭର ନିୟମ ଭଗ୍ନ କରିଅଛନ୍ତି।
8 আমার পবিত্র জিনিসগুলির প্রতি তোমাদের যে কর্তব্য করবার কথা তা না করে আমার উপাসনার স্থানের দায়িত্ব তোমরা অন্যদের হাতে তুলে দিয়েছ।
ପୁଣି, ତୁମ୍ଭେମାନେ ଆମ୍ଭର ପବିତ୍ର ବସ୍ତୁସକଳର ରକ୍ଷଣୀୟ ରକ୍ଷା କରି ନାହଁ, ମାତ୍ର ତୁମ୍ଭେମାନେ ଆମ୍ଭର ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବା ପାଇଁ ଆପଣାମାନଙ୍କ ନିମନ୍ତେ ରକ୍ଷକ ନିଯୁକ୍ତ କରିଅଛ।
9 সার্বভৌম সদাপ্রভু এই কথা বলেন, মাংসে ও হৃদয়ে অচ্ছিন্নত্বক কোনও বিদেশি আমার উপাসনার স্থানে ঢুকতে পারবে না, এমনকি, ইস্রায়েলীদের মধ্যে বাস করা বিদেশিরাও পারবে না।
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଯେସକଳ ବିଦେଶୀୟ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ କୌଣସି ବିଦେଶୀୟ ଲୋକ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।
10 “‘ইস্রায়েলীরা যখন বিপথে গিয়েছিল তখন তাদের সঙ্গে যে লেবীয়েরা আমাকে ছেড়ে তাদের প্রতিমাগুলির পিছনে ঘুরে বেরিয়ে আমার কাছ থেকে দূরে সরে গিয়েছিল তাদের পাপের ফল তাদের বহন করতেই হবে।
ମାତ୍ର ଇସ୍ରାଏଲ ବିପଥଗମନ କରିବା ସମୟରେ ଯେଉଁ ଲେବୀୟମାନେ ଆମ୍ଭଠାରୁ ଦୂରକୁ ଯାଇଥିଲେ, ଆପଣା ଆପଣା ଦେବଗଣର ପଶ୍ଚାଦ୍‍ଗାମୀ ହୋଇ ଆମ୍ଭଠାରୁ ବିପଥରେ ଗମନ କରିଥିଲେ, ସେମାନେ ଆପଣା ଆପଣା ଅଧର୍ମ ବହନ କରିବେ।
11 তবুও তারা আমার উপাসনার স্থানের পরিচারক হবে, মন্দিরের দ্বারের দায়িত্বে থাকবে ও পরিচারক হবে; তারা লোকদের জন্য হোমবলি ও অন্য বলির পশু বধ করবে এবং তাদের পরিচর্যার জন্য তাদের সামনে দাঁড়াবে।
ତଥାପି ସେମାନେ ଗୃହର ଦ୍ୱାରସକଳର ଦ୍ୱାରୀ ହୋଇ ଓ ଗୃହରେ ପରିଚର୍ଯ୍ୟା କରି ଆମ୍ଭ ପବିତ୍ର ସ୍ଥାନର ପରିଚାରକ ହେବେ; ସେମାନେ ଲୋକମାନଙ୍କ ନିମନ୍ତେ ହୋମବଳି ଓ ପ୍ରାୟଶ୍ଚିତ୍ତାର୍ଥକ ବଳି ବଧ କରିବେ ଓ ଲୋକମାନଙ୍କର ପରିଚର୍ଯ୍ୟା କରିବା ନିମନ୍ତେ ସେମାନଙ୍କ ସମ୍ମୁଖରେ ଠିଆ ହେବେ।
12 কিন্তু তারা প্রতিমাগুলির সামনে লোকদের সেবা করেছে এবং ইস্রায়েল কুলকে পাপে ফেলছে, সেইজন্য আমি তাদের বিরুদ্ধে আমার হাত তুলেছি যেন তারা নিজেদের পাপের ফলভোগ করে, সার্বভৌম সদাপ্রভু এই কথা বলেন।
କାରଣ ପ୍ରତିମାଗଣର ସାକ୍ଷାତରେ ସେମାନେ ଲୋକମାନଙ୍କର ପରିଚର୍ଯ୍ୟା କଲେ ଓ ଇସ୍ରାଏଲ ବଂଶର ଅଧର୍ମଜନକ ବିଘ୍ନ ସ୍ୱରୂପ ହେଲେ। ଏଥିପାଇଁ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଉଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ଓ ସେମାନେ ଆପଣାମାନଙ୍କର ଅଧର୍ମ ବହନ କରିବେ।
13 তারা যাজক হিসেবে আমার পরিচর্যা করার জন্য আমার কাছে আসবে না কিংবা আমার কোনও পবিত্র অথবা মহাপবিত্র জিনিসের কাছে আসতে পারবে না, তাদের ঘৃণ্য কাজের লজ্জা তাদের বহন করতেই হবে।
ପୁଣି, ସେମାନେ ଆମ୍ଭ ଯାଜକର କର୍ମ ସାଧନ କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ନାହିଁ ଅଥବା ସେମାନେ ଆମ୍ଭର ପବିତ୍ର ଦ୍ରବ୍ୟସକଳର ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ, ଅତି ପବିତ୍ର ଦ୍ରବ୍ୟସକଳ ନିକଟକୁ ଆସିବେ ନାହିଁ; ମାତ୍ର ସେମାନେ ଆପଣାମାନଙ୍କର ଅପମାନ ଓ ଆପଣାମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିବେ।
14 তবুও মন্দির পাহারা দেবার জন্য ও সেখানকার সমস্ত কাজের ভার আমি তাদের উপর দেব।
ତଥାପି ଗୃହର ସବୁ ସେବାକାର୍ଯ୍ୟ ନିମନ୍ତେ ଓ ତହିଁ ମଧ୍ୟରେ ଯେସକଳ କାର୍ଯ୍ୟ କରାଯିବ, ତହିଁ ନିମନ୍ତେ ଆମ୍ଭେ ସେମାନଙ୍କୁ ଗୃହର ରକ୍ଷଣୀୟ ବିଷୟର ରକ୍ଷକ କରିବା।
15 “‘কিন্তু ইস্রায়েল সন্তানগণ যখন আমাকে ছেড়ে বিপথে গিয়েছিল, তখন সাদোকের সন্তান যে লেবীয় যাজকেরা আমার উপাসনার স্থানে বিশ্বস্ততার সঙ্গে তাদের কর্তব্য করেছে, তারাই আমার পরিচর্যা করার জন্য আমার কাছে আসতে পারবে; আমার উদ্দেশে চর্বি ও রক্ত উৎসর্গ করার জন্য আমার সামনে দাঁড়াতে পারবে, সার্বভৌম সদাপ্রভু এই কথা বলেন।
ମାତ୍ର ଇସ୍ରାଏଲ ସନ୍ତାନମାନେ ଆମ୍ଭଠାରୁ ବିପଥଗମନ କରିବା ସମୟରେ ସାଦୋକର ସନ୍ତାନ ଯେଉଁ ଲେବୀୟ ଯାଜକଗଣ ଆମ୍ଭ ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କଲେ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ଓ ଆମ୍ଭ ଉଦ୍ଦେଶ୍ୟରେ ମେଦ ଓ ରକ୍ତ; ଉତ୍ସର୍ଗ କରିବା ନିମନ୍ତେ ଆମ୍ଭ ସମ୍ମୁଖରେ ଠିଆ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
16 তারাই কেবল আমার উপাসনার স্থানে ঢুকতে পারবে; তারাই কেবল আমার পরিচর্যা করার জন্য আমার টেবিলের কাছে আসতে পারবে ও আমার রক্ষণীয় রক্ষা করবে।
ସେମାନେ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବେ ଓ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ମେଜ ନିକଟକୁ ଆସିବେ, ଆଉ ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିବେ।
17 “‘ভিতরের উঠানের দ্বারগুলি দিয়ে তারা যখন ঢুকবে তখন তাদের মসিনার পোশাক পরতে হবে; ভিতরের উঠানের দ্বারগুলির কাছে কিংবা মন্দিরের মধ্যে পরিচর্যা করার সময় তারা কোনও পশমের পোশাক পরতে পারবে না।
ପୁଣି, ସେମାନେ ଭିତର ପ୍ରାଙ୍ଗଣର ଦ୍ୱାରରେ ପ୍ରବେଶ କରିବା ସମୟରେ ମସିନାର ବସ୍ତ୍ର ପରିଧାନ କରିବେ, ସେମାନେ ଭିତର ପ୍ରାଙ୍ଗଣର ଦ୍ୱାରରେ ଓ ଭିତରେ ପରିଚର୍ଯ୍ୟା କଲା ବେଳେ କୌଣସି ଲୋମନିର୍ମିତ ବସ୍ତ୍ର ପରିଧାନ କରିବେ ନାହିଁ।
18 তাদের মাথায় মসিনার পাগড়ি থাকবে এবং তারা মসিনার জাঙিয়া পরবে। যাতে ঘাম হয় এমন কোনও কাপড় তারা পরবে না।
ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ଶିରୋଭୂଷଣ ଓ କଟିଦେଶରେ ମସିନା ଜଙ୍ଘିଆ ଥିବ; ଯଦ୍ଦ୍ୱାରା ଝାଳ ଜାତ ହୁଏ, ଏପରି କୌଣସି ବନ୍ଧନୀରେ ସେମାନେ ଆପଣା କଟି ବାନ୍ଧିବେ ନାହିଁ।
19 তারা যখন বাইরের উঠানে থাকা লোকদের কাছে যাবে তখন পরিচর্যার জন্য তারা যে পোশাক পরেছিল তা খুলে পবিত্র ঘরে রেখে অন্য পোশাক পরবে, যাতে তাদের পোশাকের ছোঁয়ায় লোকেরা আমার উদ্দেশ্যে আলাদা না হয়ে যায়।
ପୁଣି, ଯେତେବେଳେ ସେମାନେ ବାହାର ପ୍ରାଙ୍ଗଣକୁ, ଅର୍ଥାତ୍‍, ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବେ, ସେତେବେଳେ ସେମାନେ ଆପଣାମାନଙ୍କ ପରିଚର୍ଯ୍ୟାର୍ଥକ ବସ୍ତ୍ର କାଢ଼ି ପବିତ୍ର କୋଠରିରେ ରଖିବେ ଓ ଆପଣାମାନଙ୍କ ସେହି ବସ୍ତ୍ର ଦ୍ୱାରା ଯେପରି ଲୋକମାନଙ୍କୁ ପବିତ୍ର ନ କରନ୍ତି, ଏଥିପାଇଁ ଅନ୍ୟ ବସ୍ତ୍ର ପରିଧାନ କରିବେ।
20 “‘তাদের মাথার চুল তারা কামিয়ে ফেলবে না কিংবা চুল বড়ো রাখবে না কিন্তু চুল ছোটো করে কাটবে।
ସେମାନେ ଆପଣାମାନଙ୍କର ମସ୍ତକ କ୍ଷୌର କରିବେ ନାହିଁ କିଅବା ଆପଣାମାନଙ୍କର କେଶ ଦୀର୍ଘ ହେବାକୁ ଦେବେ ନାହିଁ; ସେମାନେ କେବଳ କେଶ କର୍ତ୍ତନ କରିବେ।
21 ভিতরের উঠানে ঢুকবার সময় কোনও যাজক যেন সুরা পান না করে।
ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ କୌଣସି ଯାଜକ ଦ୍ରାକ୍ଷାରସ ପାନ କରିବେ ନାହିଁ।
22 তারা বিধবাকে কিংবা পরিত্যক্তা স্ত্রীকে বিয়ে করবে না; তারা কেবল ইস্রায়েল কুলের কুমারীকে অথবা যাজকের বিধবা স্ত্রীকে বিয়ে করতে পারবে।
ପୁଣି, ସେମାନେ ବିଧବା କିଅବା ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶଜାତ ଅନୂଢ଼ା ସ୍ତ୍ରୀକୁ ଅଥବା ମୃତ ଯାଜକର ବିଧବାକୁ ବିବାହ କରିବେ।
23 তারা আমার লোকদের পবিত্র ও সাধারণের পার্থক্যের বিষয়ে শিক্ষা দেবে এবং শুচি ও অশুচির মধ্যে কেমন করে পার্থক্য করতে হয় তা দেখিয়ে দেবে।
ପୁଣି, ସେମାନେ ଆମ୍ଭ ଲୋକମାନଙ୍କୁ ପବିତ୍ର ଓ ସାମାନ୍ୟର, ଆଉ, ଅଶୁଚି ଓ ଶୁଚିର ପ୍ରଭେଦ ଶିଖାଇବେ।
24 “‘কোনও বিতর্ক হলে, যাজকেরা বিচারকের ভূমিকা পালন করবে এবং আমার বিধান অনুসারে সিদ্ধান্ত নেবে। আমার সমস্ত পর্বগুলির জন্য তারা আমার বিধান ও বিধিসকল পালন করবে, এবং আমার বিশ্রামদিনগুলির পবিত্রতা রক্ষা করবে।
ଆଉ, ବିବାଦ ଉପସ୍ଥିତ ହେଲେ, ସେମାନେ ବିଚାର କରିବା ପାଇଁ ଠିଆ ହେବେ; ଆମ୍ଭର ସକଳ ଶାସନାନୁସାରେ ସେମାନେ ବିଚାର ନିଷ୍ପନ୍ନ କରିବେ; ପୁଣି, ସେମାନେ ଆମ୍ଭର ନିରୂପିତ ସମସ୍ତ ପର୍ବରେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭ ବିଧିସବୁ ପାଳନ କରିବେ ଓ ସେମାନେ ଆମ୍ଭର ବିଶ୍ରାମ ଦିନସକଳ ପବିତ୍ର କରିବେ।
25 “‘যাজক কোনও মৃত ব্যক্তির কাছে গিয়ে নিজেকে অশুচি করবে না; কিন্তু যদি সেই মৃত ব্যক্তি তার মা অথবা বাবা, ছেলে অথবা মেয়ে, ভাই অথবা অবিবাহিত বোন হয়, তাহলে সে নিজেকে অশুচি করতে পারে।
ପୁଣି, ସେମାନେ ଆପଣାମାନଙ୍କୁ ଅଶୁଚି କରିବା ପାଇଁ କୌଣସି ମୃତ ଲୋକର ଶବ ନିକଟକୁ ଆସିବେ ନାହିଁ; ମାତ୍ର ପିତା ଅବା ମାତା ଅବା ପୁତ୍ର ଅବା କନ୍ୟା, ଭ୍ରାତା ଅବା ଅବିବାହିତା ଭଗିନୀ ନିମନ୍ତେ ସେମାନେ ଆପଣାମାନଙ୍କୁ ଅଶୁଚି କରି ପାରିବେ।
26 শুচি হবার পর তাকে সাত দিন অপেক্ষা করতে হবে।
ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ ସାତ ଦିନ ଗଣିତ ହେବ।
27 পরে যেদিন সে পরিচর্যা করার জন্য মন্দিরের ভিতরের উঠানে যাবে সেদিন তাকে নিজের জন্য পাপার্থক বলি উৎসর্গ করতে হবে, সার্বভৌম সদাপ্রভু এই কথা বলেন।
ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ସେ ପବିତ୍ର ସ୍ଥାନରେ ପରିଚର୍ଯ୍ୟା କରିବା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯାଏ, ସେହି ଦିନ ସେ ଆପଣାର ପାପାର୍ଥକ ବଳି ଉତ୍ସର୍ଗ କରିବ।
28 “‘যাজকদের সম্পত্তি বলতে কেবল আমিই থাকব। তোমরা ইস্রায়েলের মধ্যে তাদের কোনও সম্পত্তি দেবে না; আমিই তাদের সম্পত্তি হব।
ଆଉ, ସେମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ; ଆମ୍ଭେ ସେମାନଙ୍କର ଉତ୍ତରାଧିକାର ଓ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦେବ ନାହିଁ, ଆମ୍ଭେ ସେମାନଙ୍କର ଅଧିକାର ଅଟୁ।
29 শস্য-নৈবেদ্য, পাপার্থক-নৈবেদ্য ও দোষার্থক-নৈবেদ্য তাদের খাবার হবে, এবং ইস্রায়েল দেশে সদাপ্রভুর উদ্দেশে দেওয়া প্রত্যেকটি জিনিসই তাদের হবে।
ସେମାନେ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ; ଆଉ, ଇସ୍ରାଏଲ ମଧ୍ୟରେ ଯାବତୀୟ ବର୍ଜିତ ଦ୍ରବ୍ୟ ସେମାନଙ୍କର ହେବ।
30 সব ফসলের অগ্রিমাংশের সবচেয়ে ভালো অংশ এবং তোমাদের সমস্ত বিশেষ উপহারগুলি যাজকদের হবে। তোমাদের নতুন ময়দার অগ্রিমাংশ তোমরা তাদের দেবে যেন তোমাদের পরিবারের উপর আশীর্বাদ থাকে।
ପୁଣି, ସବୁ ଦ୍ରବ୍ୟର ପ୍ରଥମ ଫଳର ଅଗ୍ରିମାଂଶ ଓ ତୁମ୍ଭମାନଙ୍କର ଯାବତୀୟ ଉପହାର ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ; ମଧ୍ୟ ତୁମ୍ଭେମାନେ ଆପଣା ଆପଣା ଗୃହରେ ଆଶୀର୍ବାଦ ଅବସ୍ଥିତି କରାଇବା ପାଇଁ ଯାଜକକୁ ଆପଣା ଆପଣା ସୁଜିର ଅଗ୍ରିମାଂଶ ଦେବ।
31 মরে গেছে কিংবা বুনো জানোয়ার ছিঁড়ে ফেলেছে এমন কোনও পাখি অথবা পশু যাজকেরা খাবে না।
ସ୍ୱୟଂମୃତ ଅବା ବିଦୀର୍ଣ୍ଣ କୌଣସି ପକ୍ଷୀ କିମ୍ବା ପଶୁ ଯାଜକମାନେ ଭୋଜନ କରିବେ ନାହିଁ।

< যিহিস্কেল ভাববাদীর বই 44 >