< Rut 2 >
1 Naominin əri Elimelekin nəslindən Boaz adlı mərd və xeyirxah bir qohumu var idi.
ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୋୟଜ ନାମରେ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲା।
2 Bir gün Moavlı Rut Naomiyə dedi: «İzin ver, zəmilərə gedim. Kimin gözündə lütf tapsam, onun ardınca düşüb başaq yığaram». Naomi ona «get, qızım» dedi.
ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, “ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟଗୁଡ଼ିକ ସାଉଣ୍ଟିବି,” ତହିଁରେ ସେ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଯାଅ।”
3 Rut getdi və bir zəmiyə girib biçinçilərin ardınca başaq yığmağa başladı. Təsadüfən o, Elimelekin nəslindən olan Boazın sahəsinə girmişdi.
ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା।
4 Bu vaxt Boaz Bet-Lexemdən gəldi və biçinçilərə dedi: «Qoy Rəbb sizinlə olsun!» Biçinçilər cavab verdilər: «Rəbb sənə xeyir-dua versin».
ଆଉ ଦେଖ, ବୋୟଜ ବେଥଲିହିମଠାରୁ ଆସି ଶସ୍ୟକଟାଳିମାନଙ୍କୁ କହିଲା, “ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ,” ସେମାନେ ଉତ୍ତର କଲେ, “ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।”
5 Boaz biçinçilərə nəzarət edən nökərinə dedi: «Bəs bu cavan qadın kimdir?»
ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”
6 Nökər cavab verdi: «Bu cavan qadın Moavlıdır. O, Moav torpağından buraya Naomi ilə birlikdə gəlib.
ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।
7 Mənə dedi: “Rica edirəm, qoy biçinçilərin ardınca düşüm və dərzlərin arasından düşən başaqları yığıb toplayım”. Səhərdən gəlib, indiyəcən buradadır, talvar altında isə lap az dincəlib».
ଆଉ ସେ ମୋତେ କହିଲା, ‘ମୁଁ ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ;’ ଏଣୁ ସେ ଆସି ସକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ ସମୟ ସେ ଗୃହରେ ବସି ରହିଥିଲା।”
8 Boaz Ruta dedi: «Mənə qulaq as, qızım! Başaq yığmaq üçün buradan ayrılıb başqa zəmiyə getmə. Burada işləyən mənim qulluqçu qızlarımla qal.
ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ।
9 Yalnız biçinçilərin biçdiyi bu zəmiyə gözünü dik və qızların ardınca get. Nökərlərə əmr etmişəm ki, heç kimin səninlə işi olmasın. Əgər susasan, su qablarının yanına gedib nökərlərin çəkdiyi sudan iç».
ଶସ୍ୟକଟାଳିମାନେ ଯେଉଁ କ୍ଷେତ୍ରର ଶସ୍ୟ କାଟିବେ, ତାହା ପ୍ରତି ଦୃଷ୍ଟି ରଖି ତୁମ୍ଭେ ଦାସୀଗଣର ପଛେ ଯାଅ, ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରି ନାହିଁ? ଆଉ ତୁମ୍ଭେ ତୃଷିତ ହେଲେ, ପାତ୍ର ନିକଟକୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର।”
10 Rut üzüstə yerə döşəndi və yerədək təzim edərək dedi: «Nəyə görə mən gözlərində lütf tapdım? Nə üçün mənə hörmət edirsən? Axı mən bir qəribəm».
ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, “ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି?”
11 Boaz ona cavab verdi: «Ərin öləndən sonra qayınanana etdiyin hər şeyi eşitmişəm. Sən atanı, ananı, doğma torpağını atıb heç tanımadığın bir xalqın yanına gəlmisən».
ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମ ଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି।
12 Bu işinin əvəzini qoy Rəbb versin! Qoy qanadı altına sığınmaq üçün gəldiyin İsrailin Allahı Rəbb sənə bol mükafat versin!
ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ; ଇସ୍ରାଏଲର ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ।”
13 Rut dedi: «Qoy sənin gözündə lütf tapım, ağam, necə də mənə təsəlli verdin. Sənin kənizlərinin birinə tay olmadığım halda bu kənizini ürəkləndirən sözlər söylədin».
ଏଥିରେ ସେ କହିଲା, “ହେ ମୋହର ପ୍ରଭୋ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ; ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କର ଏହି ଦାସୀ ପ୍ରତି କରୁଣାର କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ।”
14 Yemək zamanı Boaz Ruta dedi: «Buraya gəl, sən də çörəkdən ye, tikəni sirkə-şirəyə batır». Qadın gəlib biçinçilərin yanında əyləşdi. Boaz ona qovurğa uzatdı. Qadın yeyib-doydu və yeməyindən artıq da qaldı.
ଭୋଜନ ସମୟରେ ବୋୟଜ ତାହାକୁ କହିଲା, “ତୁମ୍ଭେ ଏଠାକୁ ଆସି ରୁଟି ଭୋଜନ କର ଓ ନିଜ ରୁଟିଖଣ୍ଡ ଅମ୍ଳରସରେ ବୁଡ଼ାଅ,” ତହିଁରେ ସେ ଶସ୍ୟକଟାଳିମାନଙ୍କ ନିକଟରେ ବସିଲା; ପୁଣି (ବୋୟଜ) ତାହାକୁ ଭଜା ଶସ୍ୟ ଆଣି ଦେଲା; ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ବଳକା ରଖିଲା।
15 Rut başaq yığmaq üçün ayağa qalxanda Boaz nökərlərinə əmr edib dedi: «Qoy o gedib dərzlərin arasından başaq yığsın, onu incitməyin.
ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।
16 Dərzlər arasından çəkib onun üçün də atın ki, o da yığsın. Onu qınamayın».
ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ସେ ତାହା ସାଉଣ୍ଟୁ, ଆଉ ତାହାକୁ ଧମକାଅ ନାହିଁ।”
17 Rut axşama qədər zəmidə başaq yığdı və yığdığı başağı döyüb bir efaya yaxın arpa çıxartdı.
ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ବଳକା ଶସ୍ୟ ସଂଗ୍ରହ କଲା; ପୁଣି ନିଜ ସାଉଣ୍ଟିଲା ଶସ୍ୟ ମଳନ୍ତେ, ପ୍ରାୟ ଏକ ଐଫା ଯବ ହେଲା।
18 Sonra onu götürüb şəhərə gəldi. Qayınanası gördü ki, o, başaq gətirib. Rut naharda doyandan sonra artıq qalan yeməyini qayınanasına verdi.
ସେ ତାହା ନେଇ ନଗରକୁ ଗଲା; ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖିଲା ଓ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ବଳକା ରଖିଥିଲା ତାହା ମଧ୍ୟ ବାହାର କରି ତାହାକୁ ଦେଲା।
19 Qayınanası ona dedi: «Bu gün harada başaq yığmısan? Harada işləmisən? Sənə hörmət edən qoy xeyir-dua alsın!» Rut yanında işlədiyi adam haqqında qayınanasına danışıb dedi: «Bu gün yanında işlədiyim adamın adı Boazdır».
ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ? ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ।” ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, “ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ।”
20 Naomi gəlininə dedi: «Dirilərdən və ölülərdən Öz xeyirxahlığını əsirgəməyən Rəbb qoy ona xeyir-dua versin!» Naomi yenə dedi: «O, qohumumuzdur, yaxın qəyyumlarımızdan biridir».
ଏଥିରେ ନୟମୀ ନିଜ ପୁତ୍ରବଧୂକୁ କହିଲା, “ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ୍ତ କରି ନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ।” ନୟମୀ ଆହୁରି କହିଲା, “ସେ ଜଣ ଆମ୍ଭମାନଙ୍କର ନିକଟ-କୁଟୁମ୍ବ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ।”
21 Moavlı Rut dedi: «Bir də o mənə dedi ki, mənim biçinim qurtarana qədər işçilərimlə birgə işlə».
ମୋୟାବ ଦେଶୀୟା ରୂତ କହିଲା, “ସେ ମୋତେ ଆହୁରି କହିଲେ, ‘ମୋହର ସବୁ ଶସ୍ୟ କାଟିବା ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ମୋʼ ଯୁବାମାନଙ୍କ ସଙ୍ଗରେ ଥାଅ।’”
22 Naomi gəlininə dedi: «Qızım, onun qulluqçu qızları ilə işləməyin çox yaxşıdır, yoxsa başqa zəmilərdə səni incidərlər».
ତହିଁରେ ନୟମୀ ନିଜ ପୁତ୍ରବଧୂ ରୂତକୁ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ; ତାହାହେଲେ, ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମ୍ଭର ଅପମାନ କରିବ ନାହିଁ।”
23 Beləliklə, Rut arpa və buğda biçinləri qurtarana qədər Boazın qulluqçu qızlarının yanında başaq yığdı və qayınanası ilə birgə yaşadı.
ଏଣୁ ଯବ ଓ ଗହମ ଶସ୍ୟ କାଟିବା ସମାପ୍ତି ପର୍ଯ୍ୟନ୍ତ ସେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ବୋୟଜର ଦାସୀଗଣ ସଙ୍ଗରେ ରହିଲା, ପୁଣି ନିଜ ଶାଶୁ ସହିତ ବାସ କଲା।