< Yeremya 41 >
1 Elə oldu ki, yeddinci ayda padşah nəslindən və əyanlarından olan Elişama oğlu Netanya oğlu İsmail on nəfərlə birgə Mispaya, Axiqam oğlu Gedalyanın yanına gəldi. Orada birlikdə yemək yeyərkən
ଏଥିଉତ୍ତାରେ ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ, ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହା ସଙ୍ଗେ ଦଶ ଜଣ ପୁରୁଷ ମିସ୍ପାକୁ ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଆସିଲେ; ଆଉ, ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ।
2 Netanya oğlu İsmail və onunla birgə olan on nəfər qalxıb Babil padşahının ölkəyə başçı qoyduğu Şafan oğlu Axiqam oğlu Gedalyanı qılıncla vurub-öldürdülər.
ସେତେବେଳେ ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ସେହି ଦଶ ଲୋକ ଉଠି ବାବିଲ ରାଜା ଦ୍ୱାରା ଦେଶର ଶାସନକର୍ତ୍ତା ପଦରେ ନିଯୁକ୍ତ, ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ଖଡ୍ଗାଘାତରେ ବଧ କଲେ।
3 İsmail Mispada Gedalya ilə birgə olan bütün Yəhudiləri və oradakı Xaldey döyüşçülərini də öldürdü.
ଆହୁରି, ମିସ୍ପାରେ ଗଦଲୀୟ ସଙ୍ଗେ ଥିବା ସମସ୍ତ ଯିହୁଦୀୟ ଲୋକଙ୍କୁ ଓ ସେଠାରେ ଯେଉଁ କଲ୍ଦୀୟମାନେ ଦେଖାଗଲେ, ସେମାନଙ୍କୁ, ଅର୍ଥାତ୍, ଯୋଦ୍ଧାମାନଙ୍କୁ ଇଶ୍ମାୟେଲ ବଧ କଲା।
4 Gedalyanın öldürülməsindən bir gün sonra, hələ heç kəs olanları bilməyərkən
ପୁଣି, ସେ ଗଦଲୀୟଙ୍କୁ ବଧ କଲା ଉତ୍ତାରେ, ସେ ବିଷୟ କେହି ନ ଜାଣିବା ପୂର୍ବରୁ,
5 Şekemdən, Şilodan və Samariyadan saqqalları qırxılmış, paltarları cırıq, bədənlərinə yara vurmuş, Rəbbin məbədinə gətirmək üçün əllərində taxıl təqdimi və buxur olan səksən nəfər adam gəldi.
ଶିଖିମ, ଶୀଲୋ ଓ ଶମରୀୟାରୁ ଅଶୀ ଜଣ ପୁରୁଷ କ୍ଷୌର ଦାଢ଼ି ଓ ଛିନ୍ନବସ୍ତ୍ର ପରିହିତ ହୋଇ, ଆଉ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରି, ପୁଣି ସଦାପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିବା ପାଇଁ ଆପଣା ଆପଣା ହସ୍ତରେ ନୈବେଦ୍ୟ ଓ କୁନ୍ଦୁରୁ ନେଇ ଆସୁଥିଲେ।
6 Onları qarşılamaq üçün Mispadan Netanya oğlu İsmail gəldi. O ağlaya-ağlaya adamların qabağına çıxıb onlara dedi: «Axiqam oğlu Gedalyanın yanına gəlin».
ତହିଁରେ ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ଭେଟିବା ପାଇଁ ମିସ୍ପାଠାରୁ ଗଲା; ଆଉ, ଯାଉ ଯାଉ ସେ ବାଟଯାକ କ୍ରନ୍ଦନ କରି କରି ଗଲା; ପୁଣି, ସେମାନଙ୍କ ସହିତ ସାକ୍ଷାତ ହୁଅନ୍ତେ, ସେ ସେମାନଙ୍କୁ କହିଲା, “ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଆସ।”
7 Adamlar şəhərə girəndə Netanya oğlu İsmail və yanında olan adamlar onları öldürüb cəsədlərini quyuya atdılar.
ଏଉତ୍ତାରେ ସେମାନେ ନଗରର ମଧ୍ୟସ୍ଥାନରେ ଉପସ୍ଥିତ ହୁଅନ୍ତେ, ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ପୁରୁଷମାନେ ସେମାନଙ୍କୁ ବଧ କରି କୂପରେ ପକାଇଦେଲେ।
8 Ancaq onlar arasında olan on nəfər İsmailə dedi: «Bizi öldürmə, çünki bizim tarlada saxlanan buğda, arpa, zeytun yağı və balımız var». İsmail də fikrindən dönüb onları yoldaşları ilə birgə öldürmədi.
ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ, ଯବ, ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ।” ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ।
9 İsmailin öldürdüyü Gedalya ilə adamlarının cəsədlərini atdığı quyunu padşah Asa İsrail padşahı Baaşaya qarşı müdafiə tədbiri olaraq qazmışdı. Netanya oğlu İsmail onu öldürülənlərlə doldurdu.
ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।
10 Sonra İsmail keşikçilər rəisi Nevuzaradanın Axiqam oğlu Gedalyanın ixtiyarına verdiyi Mispadakı bütün xalqı və padşah qızlarını əsir tutdu. Netanya oğlu İsmail Mispada qalan bütün xalqı əsir götürüb Ammonlulara sığınmaq üçün yola düşdü.
ଏଥିଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମ୍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ-ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
11 Qareah oğlu Yoxanan və onunla birgə olan bütün qoşun başçıları Netanya oğlu İsmailin etdiyi bütün pisliklər barədə eşitdi.
ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଯୋହାନନ୍ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ,
12 Onda bütün adamlarını götürüb Netanya oğlu İsmaillə vuruşmağa getdilər. Onu Giveonda olan böyük hovuzun yanında tapdılar.
ସେମାନେ ସମସ୍ତ ଲୋକଙ୍କୁ ନେଇ ନଥନୀୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବୀୟୋନ୍ସ୍ଥିତ ମହାଜଳାଶୟ ନିକଟରେ ତାହାକୁ ଦେଖିଲେ।
13 İsmailin yanında olan bütün xalq Qareah oğlu Yoxananı və onunla olan bütün qoşun başçılarını görəndə sevindi.
ସେତେବେଳେ ଇଶ୍ମାୟେଲ ସଙ୍ଗେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।
14 İsmailin Mispadan sürgün etdiyi bütün xalq dönüb geri qayıtdı və Qareah oğlu Yoxananın yanına getdi.
ତହିଁରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାରୁ ବନ୍ଦୀ କରି ନେଇଯାଇଥିଲା, ସେସମସ୍ତେ ଲେଉଟି କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ।
15 Ancaq Netanya oğlu İsmail səkkiz nəfərlə birgə Yoxanandan qaçıb-qurtuldu və Ammonluların yanına getdi.
ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଆଠ ଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ-ସନ୍ତାନଗଣର ନିକଟକୁ ଗଲା।
16 Qareah oğlu Yoxanan və yanındakı bütün qoşun başçıları sağ qalanların hamısını – Axiqam oğlu Gedalyanı öldürən Netanya oğlu İsmailin Mispadan əsir apardığı döyüşçüləri, qadınları, uşaqları və hərəmağalarını Giveondan götürüb gətirdilər.
ତହୁଁ ନଥନୀୟର ପୁତ୍ର ଇଶ୍ମାୟେଲ ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବଧ କଲା ଉତ୍ତାରେ କାରେହର ପୁତ୍ର ଯୋହାନନ୍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା, ସେମାନଙ୍କୁ, ଅର୍ଥାତ୍, ଗିବୀୟୋନ୍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକ, ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା।
17 Xaldeylilərdən qaçmaq üçün Misirə tərəf yola düşdülər və Bet-Lexem yaxınlığındakı Gerut-Kimhamda qaldılar.
ଆଉ, ସେମାନେ କଲ୍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍ହମ୍ରେ ବାସ କଲେ;
18 Çünki Netanya oğlu İsmail Babil padşahının ölkəyə başçı qoyduğu Axiqam oğlu Gedalyanı öldürdüyü üçün Xaldeylilərdən qorxurdular.
କାରଣ ନଥନୀୟର ପୁତ୍ର ଇଶ୍ମାୟେଲ, ବାବିଲ ରାଜାର ନିଯୁକ୍ତ ଦେଶର ଶାସନକର୍ତ୍ତା ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବଧ କରିବା ହେତୁରୁ ସେମାନେ କଲ୍ଦୀୟମାନଙ୍କ ବିଷୟରେ ଭୀତ ହୋଇଥିଲେ।