< Nnwom Mu Dwom 8 >

1 Sɛ anka woyɛɛ me nuabarima a wonum me maame nufu ano, ɛna mehunuu wo wɔ abɔntene so a, anka mɛfe wʼano, a obiara ntumi mmu me animtiaa.
ଆହା, ଯେ ମୋʼ ମାତାଙ୍କର ସ୍ତନ୍ୟପାନ କରିଅଛି, ଏପରି ମୋʼ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ! ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି; ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ।
2 Anka mɛdi wʼanim na mede wo aba me maame efie, ɔno a woakyerɛkyerɛ me. Anka mɛma wo bobesa a wɔde pɛprɛ afra mu, me ateaa mu nsuo dɔkɔ dɔkɔ no bi.
ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି, ସେ ମୋତେ ଶିକ୍ଷା ଦିଅନ୍ତେ; ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ, ମୋହର ଡାଳିମ୍ବରସ ପାନ କରାନ୍ତି।
3 Ne nsa benkum da mʼatikɔ na ne nsa nifa aka me afam ne bo.
ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ରହିବ ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ।
4 Yerusalem mmammaa, mehyɛ mo sɛ, morennyane na morenhwanyane ɔdɔ mu kɔsi ɛberɛ a ɛsɛ mu.
ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।
5 Hwan na ɔfiri ɛserɛ so reba a ɔtwere ne dɔfoɔ kokom yi? Ababaawa: Mekanyanee wo wɔ aprɛ dua no ase; ɛhɔ na wo maame nyinsɛnee woɔ, ɛhɔ na deɛ ɔkoo awoɔ no woo woɔ.
ଆପଣା ପ୍ରିୟତମଙ୍କ ଉପରେ ଆଉଜିପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
6 Fa me to wʼakoma so sɛ nsɔanodeɛ, sɛ nsɔanodeɛ wɔ wʼabasa so, ɛfiri sɛ ɔdɔ ano yɛ den sɛ owuo, ne ninkunutweɛ tim hɔ sɛ damena. Ɛhyehye sɛ ogyadɛreɛ, sɛ ogyaframa a ano yɛ den pa ara. (Sheol h7585)
ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। (Sheol h7585)
7 Nsuo dodoɔ rentumi nnum ɔdɔ; nsubɔntene rentumi nhohoro nkɔ. Sɛ obi de ne fie ahonya nyinaa bɛsesa ɔdɔ a anka wɔremmu no adeɛ a ɛsom bo.
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
8 Yɛwɔ nuabaa akumaa bi a, ne nufu mmobɔeɛ. Ɛdeɛn na yɛbɛyɛ ama yɛn nuabaa yi wɔ da a wɔbɛbisa no ase?
ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି, ତାହାର ସ୍ତନ ହୋଇ ନାହିଁ; ଲୋକେ ଆମ୍ଭମାନଙ୍କ ଭଗିନୀକୁ ମାଗିବା ଦିନରେ ଆମ୍ଭେମାନେ ତାହା ପାଇଁ କଅଣ କରିବା?
9 Sɛ ɔyɛ ɔfasuo a, yɛbɛsi dwetɛ abantenten abɔ ne ho ban. Sɛ ɔyɛ ɛpono a, yɛde ntweneduro bɛsi ne ɛpono no kwan.
ଯଦି ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା; ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା।
10 Meyɛ ɔfasuo, na me nufu te sɛ abantenten. Enti nʼani so no mayɛ sɛ obi a ɔde deɛ ɛsɔ ani reba.
ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ; ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି।
11 Na Salomo wɔ bobeturo wɔ Baal-Hamon; ɔde ne bobeturo no maa apaafoɔ. Na ɛsɛ sɛ wɔn mu biara tua no nnwetɛbena apem.
ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା; ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ; ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା।
12 Nanso me bobeturo yi yɛ me dea. Me deɛ, meremfa mma; Salomo de ne deɛ gye nnwetɛbena apem, na ɔtua nʼapaafoɔ nnwetɛbena ahaanu ma wɔhwɛ ne nnuaba no so.
ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।
13 Wo a wote turo no mu ne nnamfonom a wɔka wo ho, ma mente wo nne.
ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।
14 Bra ma yɛnkɔ, me dɔfoɔ, na yɛ wo ho sɛ ɔdabɔ ba anaasɛ ɔforoteɛ ba a ɔwɔ mmepɔ a nnuhwam ahyɛ so ma so.
ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ, ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।

< Nnwom Mu Dwom 8 >