< Yosua 9 >

1 Afei, ahemfo a wɔwɔ Yordan atɔe fam no nyinaa tee nsɛm a asisi. Eyinom ne Hetifo, Amorifo, Kanaanfo, Perisifo, Hewifo ne Yebusifo ahemfo a na wɔtete mmepɔw nsase a ɛwɔ atɔe fam mmepɔw no ase ne Po Kɛse no mpoano kosi Lebanon atifi fam mmepɔw no so tɔnn.
ଏଥିଉତ୍ତାରେ ଯର୍ଦ୍ଦନ ଏପାରସ୍ଥ ସମୁଦାୟ ରାଜାଗଣ, ଅର୍ଥାତ୍‍, ପର୍ବତ ଓ ତଳଭୂମି ନିବାସୀ ଓ ଲିବାନୋନ ସମ୍ମୁଖସ୍ଥ ମହାସମୁଦ୍ରର ସମସ୍ତ ତୀର ନିବାସୀ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ରାଜାଗଣ ଏହି କଥା ଶୁଣିଲେ;
2 Saa ahemfo yi boaa wɔn nsraadɔm ano ntɛm so sɛ wɔbɛko atia Yosua ne Israelfo.
ତହିଁରେ ସେମାନେ ଏକ ମନରେ ଯିହୋଶୂୟ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ।
3 Nanso Gibeonfo tee asɛm a ato Yeriko ne Ai no,
ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବୀୟୋନ୍‍ ନିବାସୀମାନେ ଶୁଣିଲେ,
4 wɔfaa nnaadaa kwan so de gyee wɔn ho nkwa. Wɔsomaa ananmusifo kɔɔ Yosua nkyɛn. Wɔde nkotoku a atetew ne mmoa nhoma nsa nkotoku a ayɛ dedaw na wɔatetare mu soaa wɔn mfurum.
ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ, ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଦଭ ଉପରେ ପୁରୁଣା ଅଖା, ପୁଣି ପୁରୁଣା ଓ ଚିରା ଓ ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ପା ଲଦିଲେ;
5 Wɔhyehyɛɛ ntade dedaw ne mpaboa a akyɛ na wɔapempam. Afei wɔfaa brodo a abɔ ntuw sɛ wɔn aduan.
ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା, ପୁଣି ଦେହରେ ପୁରୁଣା ଲୁଗା ଦେଲେ; ପୁଣି ସେମାନଙ୍କ ପାଥେୟ ରୁଟି ଶୁଖିଲା ଓ ଗମରା ହୋଇ ଯାଇଥିଲା।
6 Woduu Israelfo atenae wɔ Gilgal no, wɔka kyerɛɛ Yosua ne Israel mmarima no se, “Yefi akyirikyiri man bi so na aba rebɛsrɛ mo sɛ mo ne yɛn nyɛ asomdwoe apam.”
ଏହିରୂପେ ସେମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର।”
7 Israelfo no buaa saa Hewifo yi sɛ, “Ɛbɛyɛ dɛn na yɛahu sɛ monnte mmɛn ha? Efisɛ sɛ ɛte saa a, yɛrentumi ne mo nnyɛ apam.”
ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?”
8 Wobuae se, “Yɛbɛyɛ mo asomfo.” Yosua bisaa wɔn se, “Moyɛ ɛhefo na mufi he?”
ତହୁଁ ସେମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କର ଦାସ।” ତେବେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଏ? ପୁଣି କେଉଁଠାରୁ ଆସିଅଛ?”
9 Wobuaa se, “Yefi akyirikyiri asase bi so. Yɛate Awurade, mo Nyankopɔn no kɛseyɛ ne nea ɔyɛɛ wɔ Misraim nyinaa.
ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି; କାରଣ ତାହାଙ୍କର କୀର୍ତ୍ତି ଓ ସେ ମିସରରେ ଯେସମସ୍ତ କର୍ମ କରିଅଛନ୍ତି।”
10 Afei yɛate nea ɔyɛɛ Amorifo ahemfo baanu wɔ Asubɔnten Yordan apuei fam, Hesbonhene Sihon ne Basanhene Og (a ɔtenaa Astarot no).
ପୁଣି ସେ ଯର୍ଦ୍ଦନ ସେପାରିସ୍ଥ ହିଷ୍‍ବୋନ-ରାଜା ସୀହୋନ ଓ ଅଷ୍ଟାରୋତ୍‍ ନିବାସୀ ବାଶନ-ରାଜା ଓଗ୍‍, ଇମୋରୀୟମାନଙ୍କ ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି, ତାହାସବୁ ଆମ୍ଭେମାନେ ଶୁଣିଅଛୁ।
11 Ɛno nti, yɛn mpanyimfo ne ɔmanfo no ka kyerɛɛ yɛn ɔhyɛ so sɛ, ‘Munsiesie mo ho mma akwantu tenten. Munkohyia Israelfo na mompae mu nka se “Yɛn nkurɔfo bɛyɛ wɔn asomfo na mompere asomdwoe.”’
ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ‘ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ।’”
12 Yɛresi mu no, na brodo yi yɛ hyerehyere a efi fonoo mu. Nanso sɛnea muhu no, akyenkyen na abɔ ntuw.
ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୁଟି ଆଣିଥିଲୁ; ମାତ୍ର ଏବେ ଦେଖନ୍ତୁ, ତାହା ଶୁଖିଲା ଓ ଗମରା ହୋଇ ଯାଇଅଛି।
13 Saa mmoa nhoma nsa nkotoku yi, bere a yɛde nsa guu mu no na ɛyɛ foforo, nanso mprempren, apaapae ayɛ dedaw. Na yɛn ntade ne mpaboa nso, esiane akwantu tenten nti, atetew.”
ପୁଣି ଏହି ଯେସବୁ ଦ୍ରାକ୍ଷାରସ କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି।
14 Enti Israelfo no hwehwɛɛ wɔn brodo no ho nanso wɔammisa Awurade.
ତହିଁରେ (ଇସ୍ରାଏଲ) ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ।
15 Yosua kɔɔ so ne wɔn yɛɛ asomdwoe apam no na Israel mpanyimfo no kekaa ntam a emu yɛ den nam so gye too mu.
ପୁଣି ଯିହୋଶୂୟ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ।
16 Nnansa akyi no, nokware no daa adi sɛ saa nnipa a wɔyɛ Gibeonfo no te bɛn.
ଏହିରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନି ଦିନ ଗତ ହୁଅନ୍ତେ, ସେମାନେ ଶୁଣିଲେ ଯେ, ଏମାନେ ଆମ୍ଭମାନଙ୍କ ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି।
17 Enti Israelfo no anna so koraa na wɔyɛɛ sɛ wɔbɛyɛ nhwehwɛmu. Nnansa akyi no woduu wɔn nkurow no so. Saa nkurow no ne Gibeon, Kefira, Beerot ne Kiriat-Yearim.
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ। ଗିବୀୟୋନ୍‍ ଓ କଫୀରା ଓ ବେରୋତ ଓ କିରୀୟଥ୍‍-ଯିୟାରୀମ୍‍ ସେମାନଙ୍କ ନଗର ଥିଲା।
18 Nanso Israelfo no antow anhyɛ nkurow no so, efisɛ na wɔn mpanyimfo aka ntam akyerɛ Awurade, Israel Nyankopɔn. Esiane Apam no nti, Israelfo no nwiinwii hyɛɛ wɔn mpanyimfo no.
ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ।
19 Na mpanyimfo no buae se, “Yɛaka ntam wɔ Awurade, Israel Nyankopɔn anim. Yɛrentumi mfa yɛn nsa nka wɔn.
ତହିଁରେ ଅଧିପତିଗଣ ସମସ୍ତ ମଣ୍ଡଳୀକୁ କହିଲେ, “ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ।”
20 Ɛsɛ sɛ yɛma wɔtena. Sɛ yebu yɛn ntam no so a, Onyankopɔn bo befuw yɛn.
ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା; ନୋହିଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ, ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ।
21 Momma wɔntena. Nanso, yɛbɛma wɔabu nnua, akɔ asu ama asafo no nyinaa.” Enti Israelfo no dii bɔ a wɔahyɛ Gibeonfo no so.
ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ।
22 Na Yosua frɛɛ Gibeonfo mpanyimfo no bisaa wɔn se, “Adɛn nti na mutwaa atoro kyerɛɛ yɛn? Adɛn nti na mokaa se mote akyirikyiri asase so wɔ bere a mote yɛn mu pɛɛ?
ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ ଏହା କହି କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ।
23 Nnome mmra mo so! Efi nnɛ rekɔ, mubebu nnua, atwe nsu de akɔ me Nyankopɔn fi.”
ଏନିମନ୍ତେ ଏବେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ; ଆମ୍ଭ ପରମେଶ୍ୱରଙ୍କ ଗୃହର କାଠକଟାଳୀ ଓ ଜଳକଢ଼ାଳୀ ହେବା ପାଇଁ ତୁମ୍ଭମାନଙ୍କ ମଧ୍ୟରୁ ବନ୍ଧାଦାସର ଅଭାବ ହେବ ନାହିଁ।”
24 Wobuaa Yosua se, “Yɛyɛɛ saa, efisɛ wɔka kyerɛɛ yɛn se, Awurade, mo Nyankopɔn hyɛɛ ne somfo Mose sɛ ɔmmɛko nni saa asase yi nyinaa so na ɔnsɛe nnipa a wɔte so nyinaa. Yesuroo sɛ mubekunkum yɛn. Ɛno nti na ɛma yɛyɛɛ saa.
ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର କରି କହିଲେ, “ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି; ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ।
25 Mprempren yɛdan mo. Nea mususuw sɛ eye ma mo biara no, monyɛ.”
ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ।”
26 Yosua amma Israelfo no ankum wɔn.
ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ-ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ।
27 Na ɛda no, ɔmaa Gibeonfo no yɛɛ nnuabufo ne asukɔfo maa Israelfo ne Awurade afɔremuka no wɔ baabiara a Awurade bɛka sɛ wonsi no no. Saa nhyehyɛe no wɔ hɔ de besi nnɛ.
ଆଉ ଯିହୋଶୂୟ ସେମାନଙ୍କୁ ସେହି ଦିନରୁ ଆଜିଯାଏ, ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ କଲେ।

< Yosua 9 >