< 3 Мојсијева 22 >

1 И рече Господ Мојсију говорећи:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 Кажи Арону и синовима његовим да се чувају од светих ствари синова Израиљевих, да не би оскврнили свето име моје у оном што ми они посвећују; ја сам Господ.
“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଯାହା ପବିତ୍ର କରନ୍ତି, ତଦ୍ଦ୍ୱାରା ଆମ୍ଭର ପବିତ୍ର ନାମକୁ ଅପବିତ୍ର କରିବେ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
3 Реци им: Ко би год из семена вашег од колена на колено приступио к светим стварима, које би посветили синови Израиљеви Господу, кад је нечистота његова на њему, тај нека се истреби испред лица мог; ја сам Господ.
ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ-ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।
4 Ко би год из семена Ароновог био губав или би ишло семе од њега, нека не једе свете ствари докле не буде чист; тако и који би се дотакао кога нечистог од мртвог тела или оног од кога је изашло семе,
ପୁଣି, ହାରୋଣ-ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନ ହେବା ପର୍ଯ୍ୟନ୍ତ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଇଁବ;
5 Или ко би се дотакао чега што гамиже по земљи, од чега би се оскврнио, или човека од ког би се оскврнио какве му драго нечистоте његове,
ଅଥବା ଯାହା ଦ୍ୱାରା ସେ ଅଶୁଚି ହୋଇପାରେ, ଏପରି କୌଣସି ଉରୋଗାମୀ ଜନ୍ତୁକୁ, କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଇଁବ,
6 Ко би се дотакао таквог чега, биће нечист до вечера; зато нека не једе свете ствари ако не окупа тело своје у води.
ସେହି ସ୍ପର୍ଶକାରୀ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ସେ ଜଳରେ ଆପଣା ଶରୀର ନ ଧୋଇଲେ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
7 А кад зађе сунце, биће чист, и онда може јести од светих ствари; јер му је храна.
ତହିଁ ଉତ୍ତାରେ ସୂର୍ଯ୍ୟ ଅସ୍ତ ହେଲେ, ସେ ଶୁଚି ହୋଇ ପବିତ୍ର ଦ୍ରବ୍ୟ ଭୋଜନ କରିବ, କାରଣ ତାହା ତାହାର ଖାଦ୍ୟ ଅଟେ।
8 Мрцино или шта раскине зверка нека не једе, да се њим не скврни; ја сам Господ.
ସେ ଆପଣାକୁ ଅଶୁଚି କରିବା ନିମନ୍ତେ ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ଜନ୍ତୁର ମାଂସ ଭୋଜନ କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
9 Тако нека држе шта сам уредио да се држи, да не навуку на се греха и не умру од њега оскврнивши се. Ја сам Господ који их посвећујем.
ଏହେତୁ ସେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବେ; ନୋହିଲେ, ଯେବେ ସେମାନେ ତାହା ଅପବିତ୍ର କରନ୍ତି, ତେବେ ତହିଁ ସକାଶୁ ଆପଣା ଆପଣା ଅପରାଧ ବୋହିବ ଓ ତହିଁରେ ମରିବେ; ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ।
10 Нико други да не једе свете ствари, ни укућанин свештеников ни надничар да не једе свете ствари.
ଆଉ, ଭିନ୍ନ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ; ଯାଜକର ଗୃହରେ ପ୍ରବାସୀ ଅବା ବେତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
11 А кад свештеник купи кога за новце, тај нека их једе, и који се роди у кући његовој; они нека једу јело његово.
ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ।
12 Али кћи свештеничка кад се уда за човека другог племена, она да не једе од жртава подигнутих светих ствари.
ଆଉ ଯାଜକର କନ୍ୟା ଯଦି କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତା ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ।
13 А кћи свештеничка ако обудови, или је пусти муж, ако нема порода, нека се врати кући оца свог као што је била у детињству свом, хлеб оца свог нека једе; али нико другог племена да га не једе.
ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।
14 А ко би нехотице јео свету ствар, нека дометне пети део и накнади свештенику свету ствар.
ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ।
15 Да не би оскврнили свете ствари синова Израиљевих, које приносе Господу,
ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହାସବୁ ଅପବିତ୍ର କରିବେ ନାହିଁ।
16 И да не би навлачили на њих кар за преступ једући свете ствари њихове, јер сам ја Господ, који их посвећујем.
ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
17 Још рече Господ Мојсију говорећи:
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
18 Кажи Арону и синовима његовим и свим синовима Израиљевим и реци им: Ко год од дома Израиљевог или од странаца који су у Израиљу хоће да принесе жртву своју по каквом год завету свом, или од добре воље своје дар, што се приноси Господу на жртву паљеницу,
“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ‘ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି,
19 Нека принесе драге воље мушко здраво од говеда или од оваца или од коза.
ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂପଶୁ ଉତ୍ସର୍ଗ କରିବେ।
20 На чем би била мана, оно не приносите, јер вам се не би примило.
ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ।
21 И кад ко хоће да принесе жртву захвалну Господу, извршавајући завет или од своје воље дајући дар, од говеда или од ситне стоке, нека буде здраво, да би било примљено; никакве мане да нема на њему.
ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ।
22 Слепо, или коме је шта сломљено или одбијено, ни гутаво, ни краставо ни лишајиво, шта је такво не приносите Господу, и не мећите их на олтар Господњи на жртву огњену.
ଅନ୍ଧ, ଭଗ୍ନ, ଛୋଟା, ଆବୁଆ, ଜାଦୁଆ କି ଖାରସ୍ତିଆ, ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ, କିଅବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦି ଉପରେ ଉତ୍ସର୍ଗ କରିବ ନାହିଁ।
23 А вола или овцу или козу са удом којим превеликим или премалим можеш принети за добровољни дар; али за завет неће се примити.
ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ।
24 Ујаловљено увртањем, тучењем, кидањем или резањем, не приносите Господу; и не чините то у земљи својој.
ଆଉ, ଯାହାର କୋଷ ମଳା, ଛେଚା, ଭଙ୍ଗା, କଟା, ଏପରି (ପଶୁ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ; କିଅବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳି ଉତ୍ସର୍ଗ କରିବ ନାହିଁ।
25 И из руке туђинске немојте узимати ни једне ствари да принесете хлеб Богу свом; јер је квар њихов у њима; имају ману, неће вам се примити.
କିଅବା ବିଦେଶୀର ହସ୍ତରୁ ଏହିସବୁରୁ କିଛି ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ; କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି; ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ।’”
26 Још рече Господ Мојсију говорећи:
ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ,
27 Теле и јагње и јаре кад се омлади, нека буде седам дана код мајке своје, па од осмог дана и после биће угодно за жртву огњену Господу.
“ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ।
28 А краву ни овцу ни козу не кољите у један дан с младетом њеним.
ଆଉ, ଗୋରୁ କି ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
29 И кад приносите Господу жртву ради хвале, принесите је драговољно.
ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ।
30 Нека се једе истог дана, и не остављајте ништа до јутра; ја сам Господ.
ସେହି ଦିନ ତାହା ଭୋଜନ କରାଯିବ; ତୁମ୍ଭେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
31 Зато држите заповести моје, и вршите их; ја сам Господ.
ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
32 И немојте скврнити свето име моје, и ја ћу се светити међу синовима Израиљевим; ја сам Господ, који вас посвећујем.
ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା।
33 Који сам вас извео из земље мисирске да вам будем Бог; ја сам Господ.
ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ; ଆମ୍ଭେ ସଦାପ୍ରଭୁ ଅଟୁ।”

< 3 Мојсијева 22 >