< ରୂତ 2 >
1 ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୋୟଜ ନାମରେ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲା।
Naomi ní ìbátan kan láti ìdílé Elimeleki ọkọ rẹ̀, aláàánú ọlọ́rọ̀, ẹni tí orúkọ rẹ̀ ń jẹ́ Boasi.
2 ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, “ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟଗୁଡ଼ିକ ସାଉଣ୍ଟିବି,” ତହିଁରେ ସେ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଯାଅ।”
Rutu ará Moabu sì wí fún Naomi pé, “Jẹ́ kí èmi kí ó lọ sí inú oko láti ṣá ọkà tí àwọn olùkórè fi sílẹ̀ ní ọ̀dọ̀ ẹnikẹ́ni tí èmi yóò bá ojúrere rẹ̀ pàdé.” Naomi sì sọ fún un pé, “Máa lọ, ọmọbìnrin mi.”
3 ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା।
Rutu sì jáde lọ láti ṣá ọkà tí àwọn olùkórè fi sílẹ̀ lẹ́yìn wọn. Ó wá jẹ́ wí pé inú oko Boasi tí ó ti ìdílé Elimeleki wá ni ó lọ láìmọ̀-ọ́n-mọ̀.
4 ଆଉ ଦେଖ, ବୋୟଜ ବେଥଲିହିମଠାରୁ ଆସି ଶସ୍ୟକଟାଳିମାନଙ୍କୁ କହିଲା, “ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ,” ସେମାନେ ଉତ୍ତର କଲେ, “ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।”
Nígbà náà ni Boasi dé láti Bẹtilẹhẹmu tí ó sì kí àwọn olùkórè wí pé, “Kí Olúwa wà pẹ̀lú yín.” Wọ́n sì dá a lóhùn pé, “Kí Olúwa bùkún fún ọ.”
5 ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”
Boasi sì béèrè lọ́wọ́ olórí àwọn olùkórè wí pé, “Ti ta ni ọ̀dọ́mọbìnrin yẹn?”
6 ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।
Ìránṣẹ́ tí ó jẹ́ olórí àwọn olùkórè náà sì fèsì pé, “Ọ̀dọ́mọbìnrin ará Moabu tí ó tẹ̀lé Naomi wá láti ilẹ̀ Moabu ni.
7 ଆଉ ସେ ମୋତେ କହିଲା, ‘ମୁଁ ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ;’ ଏଣୁ ସେ ଆସି ସକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ ସମୟ ସେ ଗୃହରେ ବସି ରହିଥିଲା।”
Ó sọ wí pé, ‘Kí ń jọ̀wọ́ jẹ́ kí òun máa ṣá ọkà lẹ́yìn àwọn olùkórè.’ Ó sì ti ń ṣe iṣẹ́ kárakára láti òwúrọ̀ títí di ìsinsin yìí nínú oko àyàfi ìgbà tí ó lọ láti sinmi fún ìgbà díẹ̀ lábẹ́ ibojì.”
8 ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ।
Nígbà náà ni Boasi sọ fún Rutu pé, “Gbọ́ ọmọbìnrin mi, má ṣe lọ sí oko mìíràn láti ṣá ọkà, má sì ṣe kúrò ní ibi. Dúró níbí pẹ̀lú àwọn ìránṣẹ́bìnrin mi.
9 ଶସ୍ୟକଟାଳିମାନେ ଯେଉଁ କ୍ଷେତ୍ରର ଶସ୍ୟ କାଟିବେ, ତାହା ପ୍ରତି ଦୃଷ୍ଟି ରଖି ତୁମ୍ଭେ ଦାସୀଗଣର ପଛେ ଯାଅ, ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରି ନାହିଁ? ଆଉ ତୁମ୍ଭେ ତୃଷିତ ହେଲେ, ପାତ୍ର ନିକଟକୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର।”
Wo ibi tí wọ́n ti ń kórè kí o sì máa tẹ̀lé àwọn obìnrin. Mo ti pàṣẹ fún àwọn ọkùnrin kí wọ́n má ṣe fi ọwọ́ kàn ọ́. Nígbàkígbà tí òǹgbẹ bá sì ń gbẹ ọ́, lọ kí ó sì mu omi nínú àmù èyí tí àwọn ọkùnrin ti pọn omi sí nínú.”
10 ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, “ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି?”
Rutu wólẹ̀, ó sì wí fún Boasi pé, “Èéṣe tí èmi fi bá ojúrere rẹ pàdé tó báyìí, tí o sì kíyèsi mi, èmi àjèjì àti àlejò?”
11 ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମ ଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି।
Boasi sì fèsì wí pé, “Èmi ti gbọ́ gbogbo bí o ti ń ṣe sí ìyá ọkọ ọ̀ rẹ láti ìgbà tí ọkọ rẹ ti kú àti bí o ti ṣe fi baba àti ìyá rẹ àti ilẹ̀ rẹ sílẹ̀, tí o sì wá láti gbé láàrín àwọn ènìyàn tí ìwọ kò mọ̀ tẹ́lẹ̀ rí.
12 ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ; ଇସ୍ରାଏଲର ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ।”
Kí Olúwa kí ó san ẹ̀san ohun tí ìwọ ṣe fún ọ. Kí o sì gba èrè kíkún láti ọ̀dọ̀ Olúwa Ọlọ́run Israẹli, abẹ́ ìyẹ́ ẹni tí ìwọ sá wá fún ààbò.”
13 ଏଥିରେ ସେ କହିଲା, “ହେ ମୋହର ପ୍ରଭୋ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ; ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କର ଏହି ଦାସୀ ପ୍ରତି କରୁଣାର କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ।”
Rutu sì fèsì wí pé, “Kí èmi kí ó máa rí ojúrere láti ọ̀dọ̀ rẹ síwájú sí i olúwa mi. Ìwọ ti tù mí nínú nípa sísọ ọ̀rọ̀ rere sí ìránṣẹ́bìnrin rẹ, bí ó tilẹ̀ jẹ́ pé èmi kò tó ọ̀kan nínú àwọn ìránṣẹ́bìnrin rẹ.”
14 ଭୋଜନ ସମୟରେ ବୋୟଜ ତାହାକୁ କହିଲା, “ତୁମ୍ଭେ ଏଠାକୁ ଆସି ରୁଟି ଭୋଜନ କର ଓ ନିଜ ରୁଟିଖଣ୍ଡ ଅମ୍ଳରସରେ ବୁଡ଼ାଅ,” ତହିଁରେ ସେ ଶସ୍ୟକଟାଳିମାନଙ୍କ ନିକଟରେ ବସିଲା; ପୁଣି (ବୋୟଜ) ତାହାକୁ ଭଜା ଶସ୍ୟ ଆଣି ଦେଲା; ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ବଳକା ରଖିଲା।
Nígbà tí àkókò oúnjẹ sì tó, Boasi sọ fún Rutu pé, “Wá gba ìwọ̀n àkàrà yìí kí o sì fi run wáìnì kíkan.” Òun sì jókòó pẹ̀lú àwọn olùkórè, Boasi sì fún un ní ọkà yíyan. Òun sì jẹ́, ó yó, ó sì tún ṣẹ́kù.
15 ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।
Nígbà tí ó sì dìde láti máa ṣá ọkà, Boasi pàṣẹ fún àwọn òṣìṣẹ́ rẹ̀ wí pé, “Bí ó tilẹ̀ ń ṣà láàrín oko ọkà pàápàá, ẹ má ṣe dí i lọ́wọ́.
16 ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ସେ ତାହା ସାଉଣ୍ଟୁ, ଆଉ ତାହାକୁ ଧମକାଅ ନାହିଁ।”
Bí kò ṣe pé kí ẹ mú lára àwọn ìtí sílẹ̀ fún láti ṣá, kí ẹ má sì ṣe ba a wí.”
17 ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ବଳକା ଶସ୍ୟ ସଂଗ୍ରହ କଲା; ପୁଣି ନିଜ ସାଉଣ୍ଟିଲା ଶସ୍ୟ ମଳନ୍ତେ, ପ୍ରାୟ ଏକ ଐଫା ଯବ ହେଲା।
Rutu sì ń ṣá ọkà títí ó fi di ìrọ̀lẹ́, nígbà tí ó sì pa ọkà barle tí ó rí ṣà, tí ó sì fẹ́ ẹ tán, èyí tí ó rí sì tó ìwọ̀n garawa kan (lita méjìlélógún).
18 ସେ ତାହା ନେଇ ନଗରକୁ ଗଲା; ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖିଲା ଓ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ବଳକା ରଖିଥିଲା ତାହା ମଧ୍ୟ ବାହାର କରି ତାହାକୁ ଦେଲା।
Ó sì gbé e, ó sì lọ sí ìlú, ìyá ọkọ rẹ sì rí ọkà tí ó rí ṣà bi o tí pọ̀ tó, Rutu sì mú oúnjẹ tí ó jẹ kù lẹ́yìn tí ó ti yó tan fún ìyá ọkọ rẹ̀.
19 ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ? ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ।” ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, “ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ।”
Ìyá ọkọ rẹ̀ sì bi í léèrè wí pé, “Níbo ni ìwọ ti ṣá ọkà lónìí? Àti wí pé oko ta ni ìwọ gbé ṣiṣẹ́? Alábùkún fún ni ọkùnrin náà tí ó bojú wò ọ.” Rutu sì sọ ọ̀dọ̀ ẹni tí ó ti ṣiṣẹ́ fún ìyá ọkọ rẹ̀ pé, “Ní oko ọkùnrin kan tí orúkọ rẹ̀ ń jẹ́ Boasi ni mo ti ṣiṣẹ́ lónìí.”
20 ଏଥିରେ ନୟମୀ ନିଜ ପୁତ୍ରବଧୂକୁ କହିଲା, “ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ୍ତ କରି ନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ।” ନୟମୀ ଆହୁରି କହିଲା, “ସେ ଜଣ ଆମ୍ଭମାନଙ୍କର ନିକଟ-କୁଟୁମ୍ବ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ।”
Naomi sì wí fún un pé, “Kí Olúwa, kí ó bùkún fún ọkùnrin náà. Ọlọ́run kò dáwọ́ oore àti àánú ṣíṣe sí àwọn alààyè àti òkú dúró.” Naomi sì sọ síwájú sí i wí pé, “Ìbátan tí ó súnmọ́ wa pẹ́kípẹ́kí ni ọkùnrin náà ń ṣe, ó sì jẹ́ ọ̀kan nínú àwọn tí ó ní ẹ̀tọ́ láti ra ohun ìní ìdílé padà.”
21 ମୋୟାବ ଦେଶୀୟା ରୂତ କହିଲା, “ସେ ମୋତେ ଆହୁରି କହିଲେ, ‘ମୋହର ସବୁ ଶସ୍ୟ କାଟିବା ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ମୋʼ ଯୁବାମାନଙ୍କ ସଙ୍ଗରେ ଥାଅ।’”
Rutu, ará Moabu sì wí pé, “Ju gbogbo rẹ̀ lọ, ó sọ fún mi pé, ‘Kí ń máa ṣá ọkà pẹ̀lú àwọn òṣìṣẹ́ òun, títí wọn yóò fi parí ìkórè.’”
22 ତହିଁରେ ନୟମୀ ନିଜ ପୁତ୍ରବଧୂ ରୂତକୁ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ; ତାହାହେଲେ, ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମ୍ଭର ଅପମାନ କରିବ ନାହିଁ।”
Naomi sì sọ fún Rutu, ìyàwó ọmọ rẹ̀ pé, “Ìbá dára bí ó bá le bá àwọn ìránṣẹ́bìnrin rẹ̀ ṣiṣẹ́. Nítorí pé wọ́n le è dà ọ́ láàmú bí o bá lọ sí oko ẹlòmíràn.”
23 ଏଣୁ ଯବ ଓ ଗହମ ଶସ୍ୟ କାଟିବା ସମାପ୍ତି ପର୍ଯ୍ୟନ୍ତ ସେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ବୋୟଜର ଦାସୀଗଣ ସଙ୍ଗରେ ରହିଲା, ପୁଣି ନିଜ ଶାଶୁ ସହିତ ବାସ କଲା।
Rutu sì bá àwọn ìránṣẹ́bìnrin Boasi ṣiṣẹ́ títí tí wọ́n fi parí ìkórè ọkà barle àti ti jéró. Ó sì ń gbé pẹ̀lú ìyá ọkọ rẹ̀.