< ରୋମୀୟ 12 >

1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
ତଃବେ ଏ ବାୟ୍‌ବେଣିମଃନ୍ ମୁୟ୍‌ଁ ତୁମିମଃନ୍‌କେ ଇସ୍ୱରାର୍‌ ଦଃୟାର୍‌ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍‌ ନିଜାର ଗଃଗାଳ୍‌କେ ଜିବନ୍ ରିଲାର୍‌, ପବିତ୍ର ଆର୍‌ ଇସ୍ୱର୍‌ ମଃନ୍‌କଃଲା ହୁଜା ହର୍‌ ଦଃୟ୍‌ଦିଆସ୍‌, ଇରି ତ ତୁମିମଃନାର୍‌ ଇସ୍ୱର୍‌ ତଃୟ୍‌ ଟିକ୍‌ ସେବା ।
2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। (aiōn g165)
ତୁମିମଃନ୍ ଇ ଜଃଗତାର୍‌ ରିତି ହଃର୍କାରେ ଜିବନ୍ କାଟା ନାୟ୍‌ । ଇସ୍ୱର୍‌ ତୁମିମଃନାର୍‌ ମଃନ୍‌ବାବ୍‌କେ ବାଦ୍‌ଲାଅ ଆର୍‌ ତୁମାର୍‌ ମଃନ୍‌ ହୁରାହୁରି ବାବେ ବାଦ୍‌ଲ । ତଃନ୍‌ଅୟ୍‌ଲେକ୍‌, ଇସ୍ୱରାର୍‌ ଇଚା କାୟ୍‌ରି, ତାର୍‌ ଆକାୟ୍‌ କୁୟ୍‌ ସଃବୁ ବିସୟ୍‌ ସଃତ୍‌, ମଃନ୍‌କେ ଗଃଲାର୍‌ ଆର୍‌ ସିଦ୍‌, ଇରି ତୁମିମଃନ୍ ଜାଣୁକେ ହାରାସ୍‌ । (aiōn g165)
3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।
ବଃଲେକ୍‌ ମକ୍‌ ଦିଲା ଦଃୟା ଗିନେ ମୁୟ୍‌ଁ ତୁମାର୍‌ ବିତ୍ରେ ରିଲା ସଃବୁ ଲକ୍‌କେ କଃଉଁଲେ, ଅଃହ୍‌ଣାର୍‌ ବିସୟେ ଜଃନ୍‌କଃରି ମଃନେ ବାବ୍‌ତା କଃତା ତାର୍‌ ତଃୟ୍‌ହୁଣି ନିଜ୍‌କେ ଅଃଦିକ୍‌ ବଃଡ୍‌ ବଃଲି ମଃନେ ନଃକେରା; ମଃତର୍‌ ଇସ୍ୱର୍‌ ଜାକେ ଜଃତେକ୍‌ ବିସ୍ୱାସ୍‌ ଦିଲା ଆଚେ, ସେ ହର୍‌ ସଃବୁଲକ୍‌ ନିଜ୍‌କେ ବାବା ।
4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ,
ବଃଲେକ୍‌ ଜଃନ୍‌କଃରି ଅଃମାର୍‌ ଗଟେକ୍‌ ଗଃଗାଳେ ଗାଦେକ୍‌ ଅଃଙ୍ଗ୍‌ମଃନ୍‌ ଆଚେ, ମଃତର୍‌ ସଃବୁ ଅଃଙ୍ଗ୍‌ମଃନାର୍‌ କାମ୍‌ ଗଟେ ରଃକମ୍‌ ନାୟ୍‌ ।
5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।
ସେ ହର୍‌ ଅଃମି ଅଃନେକ୍‌ ମଃତର୍‌ କ୍ରିସ୍ଟର୍‌ ତଃୟ୍‌ ଗଟେକ୍‌ ଅୟ୍‌ ଜଳି ଅୟ୍‌ ଆଚୁ, ଅଃମି ଗଟେକ୍‌ ଗଃଗାଳ୍‌ ଆର୍‌ ଗଃଗାଳାର୍‌ ଅଃଙ୍ଗ୍‌ମଃନ୍‌ ହର୍‌ ଅଃମିମଃନ୍‌ ଏକ୍‌ ଆରେକ୍‌ ସଃଙ୍ଗ୍ ଜଳିଅୟ୍‌ ଆଚୁ ।
6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;
ଆର୍‌ ଅଃମିକ୍‌ ଦିଆ ଅୟ୍‌ଲା ଦଃୟା ହଃର୍‌କାରେ ଅଃଲ୍‌ଗା ଅଃଲ୍‌ଗା ଦାନ୍‌ ହାୟ୍‌ ଆଚୁ, ତଃବେ ସେ ଦାନ୍‌ ଜଦି ବାବ୍‌ବାଣି ଅୟ୍‌ଦ୍‌ ଆସା ଅଃମିମଃନ୍‌ ବିସ୍ୱାସ୍‌ ହଃର୍‌କାରେ କାମ୍‌ କଃରୁଆଁ;
7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
ସେରି ଜଦି ସେବା କାମ୍‌ ଅୟ୍‌ଲେକ୍‌ ଆସା ଅଃମିମଃନ୍‌ ସେବା କାମେ ଲାଗି ରେଉଅ । ଜେ ସିକ୍ୟା ଦଃୟ୍‌ଦ୍‌ ସେ ସିକ୍ୟା ଦେଉଁକେଅଃୟ୍‌ଦ୍‌ ।
8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ।
ଆର୍‌ ଜେ ଉପ୍‌ଦେସ୍‌ ଦଃୟ୍‌ଦ୍‌ ସେ ଉପ୍‌ଦେସ୍‌ ଦେଉଁକେ କାମେ ଲାଗି ରେଉଅ, ଜେ ଦାନ୍‌ ଦଃୟ୍‌ଦ୍‌ ସେ ସଃର୍ଦା ମଃନେ ଦେଅ, ଜାର୍‌ ସଃବୁ ବୁଜ୍‌ତାର୍‌ ଦାୟ୍‌ତ୍‌ ଆଚେ ସେ ଜଃତୁନେ ସଃବୁ କାମ୍‌ କଃର; ଜେ ଦଃୟା କଃରେଦ୍‌ ସେ ସଃର୍ଦା ମଃନେ ସେରି କଃର୍‌ ।
9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
ଲାଡ୍‌ ମଃନ୍‌ ବିତ୍ରାର୍‌ ଅଃଉଅ ଜାୟ୍‌ରି ମଃନ୍ଦ୍ ସେତାକ୍‌ ଗିଣ୍ କଃରା; ଜୁୟ୍‌ରି ନିକ ସେତି ମଃନ୍ ଦିଆସ୍‌ ।
10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
କ୍ରିସ୍ଟ ବିସ୍ୱାସି ବାୟ୍‌ବେଣି ହର୍‌ ଏକ୍‌ଆରେକ୍‌କେ ଲାଡ୍‌ କଃରା ଆର୍‌ ଏକ୍‌ଆରେକ୍‌କେ ମାୟ୍‌ନ୍‌ କଃରୁକେ ଇଚା କଃରା ।
11 ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
ଅଃଳ୍‌ସିଆ ନଃୟ୍‌ ମାପ୍ରୁର୍‌ କାମେ କଃବାଳି ଅଃଉଆ, ଆତ୍ମାୟ୍‌ ହୁରୁଣ୍‌ ଅଃଉଆ; ମଃନ୍‌ ହଃରାଣେ ମାପ୍ରୁର୍‌ ସେବା କଃରା ।
12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ;
ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍‌କଃସ୍ଟ୍‌ ବଃଳ୍‌ ସାସ୍‌ ଦଃରା, ସଃବୁ ବଃଳ୍‌ ପାର୍ତ୍‌ନାୟ୍‌ ଲାଗି ରିଆ ।
13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ।
କ୍ରିସ୍ଟ ବିସ୍ୱାସିମଃନାର୍‌ ଅକେଟ୍‌ ଦୁର୍‌ କଃରା, ଗତ୍ୟାମଃନାର୍‌ ସେବାକାରି ଅଃଉଆ ।
14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।
ଜୁୟ୍‌ ଲକ୍‌ମଃନ୍ ତୁମିକେ ତାଳ୍‌ନା କଃର୍ତି ସେମଃନ୍‌କେ ଆସିର୍ବାଦ୍‌ କଃରା, ଆସିର୍ବାଦ୍‌ କଃରା ସାୟ୍‌ପ୍‌ ଦିଆସ୍‌ ନାୟ୍‌ ।
15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର।
ଜୁୟ୍‌ ଲକ୍‌ମଃନ୍ ସଃର୍ଦା କଃର୍ତି ସେମଃନାର୍‌ ସଃଙ୍ଗ୍ ମିସି ସଃର୍ଦା କଃରା; ଜୁୟ୍‌ ଲକ୍‌ମଃନ୍ ଦୁକ୍‌ କଃର୍ତି ସେମଃନାର୍‌ ସଃଙ୍ଗ୍ ମିସି ଦୁକ୍‌ କଃରା ।
16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।
ସଃବ୍‌କେ ସଃମାନ୍‌ ଆକାୟ୍‌ ଦଃକା, ବଃଡ୍‌ହାଣ୍ୟା ନଃଉଆଁ, ବାଙ୍ଗିହଃଳ୍‌ଲା ଲକ୍‌ମଃନାର୍‌ ସଃଙ୍ଗ୍ ଅଃଉଆ । ନିଜଃକେ ଗିଆନି ବଃଲି ବାବାନାଁୟ୍‌ ।
17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;
ମଃନ୍ଦ୍ ବାଦୁଲେ କାର୍‌ ମଃନ୍ଦ୍ କଃରା ନାୟ୍‌, ସଃବାର୍‌ ଆକାୟ୍‌ ଜାୟ୍‌ରି ନିକ, ସେରିସଃବୁ କଃରା ।
18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ।
ସଃବୁଲକାର୍‌ ସଃଙ୍ଗ୍ ସୁସ୍ତାୟ୍‌ ରେଉଁକ୍‌ ହାରୁସଃକାତ୍‌ ଚେସ୍ଟା କଃରା ।
19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, “ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”
ଏ ଲାଡାର୍‌ ବାୟ୍‌ବେଣିମଃନ୍ ତୁମିମଃନ୍ ନିଜେ ନିଜେ କାର୍‌ ବାଦ୍‌ଲା ନିଆ ନାୟ୍‌ । ଇସ୍ୱରାର୍‌ ଡଃଣ୍ଡାର୍‌ ଲକ୍‌ ଅଃଉତା ହାୟ୍‌ଁ ତାକେ ଚାଡି ଦିଆସ୍‌ । ବଃଲେକ୍‌ ସାସ୍ତରେ ଲେକାଆଚେ, “ମାପ୍ରୁ କଃଉଁଲା, ମୁୟ୍‌ଁ ତାର୍‌ ନ୍ୟାୟ୍‌ ବିଚାର୍‌ କଃରିନ୍ଦ୍‌ ।
20 “ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ; ଯଦି ସେ ତୃଷିତ ତାହାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।”
ଆରେକ୍‌ ହେଁ ଜଦି ତୁମାର୍‌ ସଃତ୍ରୁ ବୁକେ ଆଚେ, ତଃବେ ତାକେ କାଉଁକେ ଦିଆସ୍‌; ଜଦି ସସେ ଆଚେ, ତାକେ ସୁରାଉଆ; ବଃଲେକ୍‌ ଇହର୍‌ କଃଲେକ୍‌ ସେ ଲାଜେ ମୁଣ୍ଡ୍‌ ତଃଳେ କଃରେଦ୍‌ ।”
21 କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।
କଃରାବ୍‌ କାମେ ଆରି ନଃକେରି, ନିକକାମେ କଃରାବ୍‌ କାମ୍‌କେ ଆରାଉଆ ।

< ରୋମୀୟ 12 >