< ପ୍ରକାଶିତ 14 >

1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି।
ଏନ୍ତେ ଆଇଙ୍ଗ୍‌ ଏନ୍‍ ମିଣ୍ଡିହନ୍‌କେ ସିନାଇ ବୁରୁରେ ତିଙ୍ଗୁଆକାନ୍‍ ନେଲ୍‌କିୟାଇଙ୍ଗ୍‌ ଆଡଃ ଇନିଃଲଃ ୧୪୪,୦୦୦ ହଡ଼କ ତାଇକେନାକ । ଇନ୍‌କୁଆଃ ମଲଙ୍ଗ୍‌ରେ ମିଣ୍ଡିହନ୍‌ ଆଡଃ ଆୟାଃ ଆପୁଆଃ ନୁତୁମ୍‌ ଅଲାକାନ୍‌ ତାଇକେନା ।
2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।
ଏନ୍ତେ ଆଇଙ୍ଗ୍‌ ପୁରାଃଗି ଲିଙ୍ଗିୟଃତାନ୍‌ ସେତେଙ୍ଗ୍‌ ଦାଆଃରାଃ ସାଡ଼ି ଆଡଃ ରିମିଲ୍‌ ସାଡ଼ି ଲେକା ମିଆଁଦ୍‌ ସାଡ଼ି ସିର୍ମାଏତେଇଙ୍ଗ୍‌ ଆୟୁମ୍‍କେଦା । ବାନାମ୍‌ ସାଡ଼ିତାନ୍‌କଆଃ ବାନାମ୍‌ ସାଡ଼ି ଲେକା ଆୟୁମଃ ତାଇକେନା ।
3 ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ।
ଅତେଦିଶୁମ୍‌ରେ ମୁକ୍ତି ନାମାକାଦ୍‌ ଏନ୍‌ ୧୪୪,୦୦୦ ହଡ଼କ, ସିର୍ମାରେୟାଃ ରାଜ୍‌ଗାଦି, ଉପୁନିୟା ଜାଁତୁକଆଃ ଆଡଃ କାଲିସିୟାରେନ୍‌ ପ୍ରାଚିନ୍‌କଆଃ ଆୟାର୍‌ରେ ତିଙ୍ଗୁୟାନାକ । ଇନ୍‌କୁ ନାୱାଦୁରାଙ୍ଗ୍‌ ଦୁରାଙ୍ଗ୍‌ ତାଇକେନାକ । ଇନ୍‌କୁକେ ବାଗିକେଦ୍‌ତେ ଆଡଃଜେତାଏ କାକ ଦୁରାଙ୍ଗ୍‌ ଦାଡ଼ିତାଇକେନା । ସବେନ୍‌ ମାନୱାକଏତେ ଇନ୍‌କୁ ଏସ୍‌କାର୍‌ ଜୀଉବାଞ୍ଚାଅ ନାମାକାଦ୍‌ ତାଇକେନାକ ।
4 ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;
ଇନ୍‌କୁ କୁଡ଼ିକଲଃ ହଡ଼୍‌ମରେୟାଃ ଏତ୍‌କାନ୍‌ କାମି ଚିଉଲାଅ କା ରିକାକେଦ୍‌ତେ କା ସତ୍‌ରାକାନ୍‌ ଡିଣ୍ଡାଗିକ ତାଇକେନା, ଆଡଃ ସବେନ୍‌ ଇମ୍‌ତା ମିଣ୍ଡିହନ୍‌କେ ଅତଙ୍ଗ୍‌ତାନ୍‌ ହଡ଼କ ତାଇକେନା । ଇନ୍‌କୁ ମାନୱାକ ଥାଲାଏତେ ମୁକ୍ତି ନାମ୍‌କେଦ୍‌ତେ ପାର୍‌ମେଶ୍ୱାର୍‌ ଆଡଃ ମିଣ୍ଡିହନ୍‌ତାଃରେ ଦାନ୍‌ ରାକାବାକାନାକ ।
5 ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ।
ଇନ୍‌କୁ ଚିଉଲାଅ ହସଡ଼କାଜି କାକ କାଜି, ଆଡଃ ପୁରାଗି ବେଗାର୍‌ ଚିଟାକାନ୍‌ ହଡ଼କ ତାନ୍‌କ ।
6 ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, (aiōnios g166)
ଏନ୍ତେ ଆଇଙ୍ଗ୍‌ ଏଟାଃ ମିଆଁଦ୍‌ ଦୁଁତ୍‌କେ ଥାଲା ସିର୍ମାରେ ଆଫିର୍‌ତାନ୍‌ ନେଲ୍‌କିୟାଇଙ୍ଗ୍‌ । ଅତେରେନ୍‌ ସବେନ୍‌ ହଡ଼, କିଲି, ଏଟାଃ ଏଟାଃ ଜାଗାର୍‌ତାନ୍‌କ ଆଡଃ ଦିଶୁମ୍‌ରେନ୍‌ ହଡ଼କଆଃ ଆୟାର୍‌ରେ ପାର୍‌ମେଶ୍ୱାର୍‌ଆଃ ଏନ୍‌ ଜାନାଅ ଜାନାଅରେୟାଃ ସୁକୁକାଜି ଉଦୁବ୍‌ତାନାକ । (aiōnios g166)
7 ଈଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର।
ଇନିଃ କାଉରିକେଦ୍‌ତେ କାଜିତାଇକେନା, “ପାର୍‌ମେଶ୍ୱାର୍‌କେ ବରଇପେ, ଆୟାଃ ମାନାରାଙ୍ଗ୍‌ ରିକାଏପେ, ଚିଆଃଚି ମାନୱାରାଃ ବିଚାର୍‌ ନେଡା ସେଟେରାକାନା । ସିର୍ମା, ଅତେ, ଦରେୟା ଆଡଃ ସେତେଙ୍ଗ୍‌ ବାବାଇନିୟାଃ ସୁନୁସାର୍‌ ରିକାଏପେ ।”
8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।
ଏନ୍‌ ପାହିଲା ଦୁଁତ୍‌ଆଃ ତାୟମ୍‌ତେ ଏଟାଃ ଦୁଁତ୍‌ କାଜିକେଦାଏ, “ଅକ ମାରାଙ୍ଗ୍‌ ନାଗାର୍‌ ବାବିଲୋନ୍‌, ସବେନ୍‌ ହଡ଼କକେ ଆୟାଃ ଆପାଙ୍ଗିର୍‌ କାମି ଲେକାନ୍‌ ଇଲିଆର୍‌ଖି ଆନୁକାଦ୍‌କଆଏ, ଇନିୟାଃ ଜିୟନ୍‌ ହବାକାନା!”
9 ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ତୃତୀୟ ଦୂତ ଆସି ଉଚ୍ଚସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ,
ଏନ୍ତେ ନେ ବାରିୟା ଦୁଁତ୍‌କିନାଃ ତାୟମ୍‌ତେ, ଆଡଃମିଆଁଦ୍‌ ଦୁଁତ୍‌ କାଉରିକେଦ୍‌ତେ କାଜିକେଦା, “ଜେତାଏ ଜାଁତୁ ଆଡଃ ଆୟାଃ ମୁରୁତ୍‌କେ ସୁନୁସାର୍‌ ରିକାଏୟା ଆଡଃ ଆପ୍‌ନାଃ ମଲଙ୍ଗ୍‌ରେ ଚାଏ ତିଃଇରେ ଆୟାଃ ଚିହ୍ନାଁଁ ଖଦାକାନ୍‌ରେଦ,
10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ବରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ।
୧୦ଇନିଃ ପାର୍‌ମେଶ୍ୱାର୍‌ଆଃ ଖିସ୍‌ଅଃ ଲେକାନ୍‌ କାଟୋରାରେ ଦୁଲାକାନ୍‌ ଆୟାଃ ପୁରାଃ ଖିସ୍‌ରେୟାଃ ଇଲିଆର୍‌ଖି ନୁଁଇଆ । ଅକ ହଡ଼କ ନେ କାମିକ ରିକାଏୟା, ଇନ୍‌କୁ ସବେନ୍‌କ ମିଣ୍ଡିହନ୍‌ ଆଡଃ ପାବିତାର୍‌ ଦୁଁତ୍‌କଆଃ ସାମ୍‌ନାଙ୍ଗ୍‌ରେ ସେଙ୍ଗେଲ୍‌ ଆଡଃ ଗାନ୍ଧାକ୍‌ରେ ଦୁକୁକ ନାମେୟା ।
11 ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। (aiōn g165)
୧୧ଏନ୍‌ ଦୁକୁରେୟାଃ ସୁକୁଲ୍‌ ଜାନାଅ ଜାନାଅ ସୁକୁଲଃଆ । ଅକ ହଡ଼କ ଜାଁତୁ ଆଡଃ ଆୟାଃ ମୁରୁତ୍‌କେ ସୁନୁସାର୍‌ ରିକାଏୟାକ, ଚାଏ ଆୟାଃ ଚିହ୍ନାଁଁ ଖଦାନାଃକ, ଇନ୍‌କୁ ନିଦାସିଙ୍ଗି ସବେନ୍‌ ଇମ୍‌ତା କା ରୁଡ଼ୁନ୍‌ ଦୁକୁକ ନାମେୟା ।” (aiōn g165)
12 ଏଠାରେ ସାଧୁମାନଙ୍କର, ଅର୍ଥାତ୍‍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।
୧୨ଅକ ପାବିତାର୍‌ ହଡ଼କ ପାର୍‌ମେଶ୍ୱାର୍‌ଆଃ ହୁକୁମ୍‌କ ମାନାତିୟାଁଃ ଆଡଃ ୟୀଶୁକେ ବିଶ୍ୱାସାଃକ, ଇନ୍‌କୁ ମାନାତିଙ୍ଗ୍‌ରେ ଆଡଃ ବିଶ୍ୱାସ୍‌ରେ ପାତିୟାର୍‌ରଃ ଲେକା ତାଇନ୍‌ ଲାଗାତିଙ୍ଗ୍‌ୟାଁଃ ।
13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।
୧୩ଏନ୍ତେ ଆଇଙ୍ଗ୍‌ ସିର୍ମାଏତେ ମିଆଁଦ୍‌ ଲାବ୍‌ଜା ଆୟୁମ୍‌କେଦାଇଙ୍ଗ୍‌, “ନେ କାଜି ଅଲେମେ, ନାହାଁଃଏତେ ପ୍ରାଭୁତାଃରେ ବିଶ୍ୱାସ୍‌କେଦ୍‌ତେ ଅକ ହଡ଼କଆଃ ଗନଏଃ ହବାଅଃଆ, ଇନ୍‌କୁ ସୁକୁତାନ୍‌ଗିୟାକ ।” ଆଡଃଗିଇଙ୍ଗ୍‌ ଆୟୁମ୍‌କେଦା, ପାବିତାର୍‌ ଆତ୍ମା କାଜିତାନାଏ, ନେଆଁ ସାର୍‌ତିଗି ହବାଅଃଆ । “ଏନ୍‌ ହଡ଼କ ଆକଆଃ କେଟେଦ୍‌ କାମିଏତେ ରୁଡ଼ୁନ୍‌କ ନାମେୟା, ଚିଆଃଚି ଇନ୍‌କୁ କାମିକାଦ୍‌ କାମି ଆକଲଃ ମିସାତେ ସେନା ।”
14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।
୧୪ଏନ୍ତେ ଆଇଙ୍ଗ୍‌ ମିଆଁଦ୍‌ ପୁଣ୍ଡି ରିମିଲ୍‌ ଆଡଃ ଏନ୍‌ ରିମିଲ୍‌ରେ ମାନୱାହନ୍‌ ଲେକା ମିହୁଡ଼୍‌କେ ଦୁବାକାନ୍‌ ନେଲ୍‌କିୟାଇଙ୍ଗ୍‌ । ଇନିୟାଃ ବହଃରେ ସୋନାରେୟାଃ ମୁକୁଟ୍‌ ଆଡଃ ଇନିୟାଃ ତିଃଇରେ ମିଆଁଦ୍‌ ଲେସେର୍‌ ଦାତ୍‌ରମ୍‌ ତାଇକେନା ।
15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଚ୍ଛନ୍ନ ବ୍ୟକ୍ତିଙ୍କୁ ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପରିପକ୍ୱ ହୋଇଅଛି।
୧୫ଏନ୍ତେ ମିଆଁଦ୍‌ ଦୁଁତ୍‌ ମାନ୍ଦିର୍‌ହେତେ ଅଡଙ୍ଗ୍‌ୟାନ୍‌ଲଃ, ଏନ୍‍ ରିମିଲ୍‍ରେ ଦୁବାକାନ୍‍ନିଃକେ କାଉରିକେଦ୍‌ତେ କାଜିକିୟା, “ଆମାଃ ଦାତ୍‌ରମ୍‌ ସାବ୍‌କେଦ୍‌ତେ ମାତାକାନ୍‌ ବାବା ଇରେମେ । ଅତେରେୟାଃ ବାବା ଇରେ ନାଗେନ୍ତେ ଦିପିଲି ସେଟେରାକାନା ।”
16 ତହୁଁ ସେହି ମେଘାଛନ୍ନ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା।
୧୬ନେଆଁ ଆୟୁମ୍‌କେଦ୍‌ତେ ରିମିଲ୍‍ରେ ଦୁବାକାନ୍‌ନିଃ ଦାତ୍‌ରମ୍‌ଲଃ ମାତାବାବା ଇର୍‌ ଏଟେଦ୍‌କେଦାଏ ଆଡଃ ଅତେରେୟାଃ ସବେନ୍‌ ବାବା ହୁଣ୍ଡିକେଦାଏ ।
17 ତତ୍ପରେ ସ୍ୱର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ତୀକ୍ଷ୍ଣ ଦାଆ ଥିଲା।
୧୭ଏନ୍ତେ ଏଟାଃ ଆଡଃମିଆଁଦ୍‌ ଦୁଁତ୍‌ ସିର୍ମାରେୟାଃ ମାନ୍ଦିର୍‌ହେତେ ହିଜୁଃତାନ୍‌ ନେଲ୍‌କିୟାଇଙ୍ଗ୍‌, ଇନିୟାଃ ତିଃଇରେୟ ମିଆଁଦ୍‌ ଲେସେର୍‍ ଦାତ୍‌ରମ୍‌ ତାଇକେନା ।
18 ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତା ପ୍ରାପ୍ତ; ଯାହାଙ୍କ ହସ୍ତରେ ତୀକ୍ଷ୍ଣ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ତୁମ୍ଭର ତୀକ୍ଷ୍ଣ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ଡାସବୁ ସଂଗ୍ରହ କର, କାରଣ ସେଥିର ଦ୍ରାକ୍ଷାଫଳସବୁ ପରିପକ୍ୱ ହୋଇଅଛି।
୧୮ଏନ୍ତେ ଆଡଃମିଆଁଦ୍‌ ଦୁଁତ୍‌ ବେଦିହେତେ ହିଜୁଃୟାନା । ଇନିୟାଃ ସେଙ୍ଗେଲ୍‌ ଚେତାନ୍‌ରେ ଆକ୍‌ତେୟାର୍‌ ତାଇକେନା । ଇନିଃ ଲେସେର୍‌ ଦାତ୍‌ରମ୍‌ ସାବାକାଦ୍‌ ଦୁଁତ୍‌କେ କାଉରିକେଦ୍‌ତେ କାଜିକିୟା, “ଅତେରେୟାଃ ଦାଖ୍‌ନାଡ଼ିରେ ଜ'କାନ୍‌ ଅଙ୍ଗୁର୍‌ ଝୁପାକକେ ଦାତ୍‌ରମ୍‌ଲଃ ଇରେମେ । ଚିଆଃଚି ଅଙ୍ଗୁର୍‌ ମାତାୟାନ୍‌ଗିୟା ।”
19 ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିର ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ବରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହିସବୁ ନିକ୍ଷେପ କଲେ।
୧୯ଏନ୍ତେ ଏନ୍‌ ଦୁଁତ୍‌ ଅତେଦିଶୁମ୍‌ରେୟାଃ ଦାଖ୍‌ନାଡ଼ିରାଃ ଅଙ୍ଗୁର୍‌କ ଦାତ୍‌ରମ୍‌ଲଃ ଇର୍‌କେଦାଏ । ଆଡଃ ଏନ୍‌ ସବେନାଃ ପାର୍‌ମେଶ୍ୱାର୍‌ଆଃ ପୁରାଃ ଖିସ୍‌ରେୟାଃ ଦାଖ୍‌ରାସି ଘାନାରେ ହୁରାଙ୍ଗ୍‌କେଦା ।
20 ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ଡ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ୱମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକ ଶହ କୋଶ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା।
୨୦ନାଗାର୍‌ ବାହାରିରେ ତାଇକାନ୍‌ ଏନ୍‌ ଦାଖ୍‌ରାସି ଘାନାରେ ହୁରାଙ୍ଗ୍‌ୟାନା ଆଡଃ ଏନ୍‍ ଘାନାରେ ଦାଖ୍‌ରାସି ପେସାଅୟାନା । ଏନାଏତେ ୩୦୦ କିଲୋମିଟର୍‌ ଜିଲିଙ୍ଗ୍‌ ଆଡଃ ସାଦମ୍‌ରାଃ ମଚାରେୟାଃ ଲାଗମ୍‌ ଜାକେଦ୍‌ ମେନ୍‌ଲେରେ, ବାର୍‌ ମିଟର୍‌ ଲେକା ସାଲାଙ୍ଗି ମାୟୋମ୍‌ରେୟାଃ ଗାଡ଼ା ଲିଙ୍ଗିୟାନା ।

< ପ୍ରକାଶିତ 14 >