< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 31 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya ce wa Musa,
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ସକାଶେ ମିଦୀୟନୀୟମାନଙ୍କୁ ପ୍ରତିଫଳ ଦିଅ; ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକଙ୍କ ନିକଟରେ ସଂଗୃହୀତ ହେବ।”
“Ka ɗaukar wa Isra’ilawa fansa, a kan Midiyawa. Bayan wannan za ka mutu, a kuwa tara ka ga mutanenka.”
3 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯୁଦ୍ଧ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରସ୍ତୁତ କର; ସେମାନେ ମିଦୀୟନୀୟମାନଙ୍କ ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯିବେ।
Saboda haka Musa ya ce wa mutane, “Ku shirya waɗansu daga cikin mazanku, su tafi su yi yaƙi da Midiyawa don su ɗaukar wa Ubangiji fansa a kansu.”
4 ତୁମ୍ଭେମାନେ ଇସ୍ରାଏଲ ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ।”
Ku aiki maza dubu ɗaya daga kowace kabilar Isra’ila.
5 ତହୁଁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହିରୂପେ ବାର ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ।
Saboda haka aka samo mayaƙa dubu goma sha biyu shiryayyu don yaƙi, maza dubu ɗaya daga kowace kabilar Isra’ila.
6 ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।
Musa ya aike su zuwa yaƙi, dubu ɗaya daga kowace kabila, tare da Finehas ɗan Eleyazar, firist, wanda ya ɗauki kayayyaki daga wuri mai tsarki da ƙahoni don kiran yaƙi.
7 ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ସେମାନେ ପ୍ରତ୍ୟେକ ପୁରୁଷକୁ ବଧ କଲେ।
Suka yi yaƙi da Midiyawa, suka kashe kowane mutum yadda Ubangiji ya umarci Musa.
8 ଆଉ ଅନ୍ୟାନ୍ୟ ହତ ଲୋକଙ୍କ ସହିତ ସେମାନେ ମିଦୀୟନୀୟ ରାଜାମାନଙ୍କୁ, ଅର୍ଥାତ୍‍ ଇବି, ରେକମ୍‍, ସୂର୍‍, ହୂର ଓ ରେବା, ଏହି ମିଦୀୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ; ବିୟୋରର ପୁତ୍ର ବିଲୀୟମ୍‍କୁ ମଧ୍ୟ ସେମାନେ ଖଡ୍ଗରେ ବଧ କଲେ।
A cikin waɗanda aka kashe kuwa akwai Ewi, Rekem, Zur, Hur da Reba; sarakuna biyar na Mediyawa. Suka kuma kashe Bala’am ɗan Beyor da takobi.
9 ଆଉ ଇସ୍ରାଏଲ-ସନ୍ତାନଗଣ ମିଦୀୟନର ସ୍ତ୍ରୀଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରି ନେଲେ; ଆଉ ସେମାନଙ୍କର ସମସ୍ତ ପଶୁ, ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟି କରି ନେଲେ।
Isra’ilawa suka kwashe mata da yaran Midiyawa, a matsayin bayi. Suka kwashe shanunsu da tumakinsu da kuma dukan dukiyarsu, a matsayin ganima.
10 ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣି ଅଗ୍ନିରେ ଦଗ୍ଧ କଲେ।
Suka ƙone dukan garuruwan da Midiyawa suke zama, da dukan sansaninsu.
11 ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ, ପୁଣି, ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ।
Suka kwashe dukan ganima haɗe da mutane da dabbobi,
12 ପୁଣି, ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନ ତୀରସ୍ଥ ମୋୟାବ-ପଦାରେ ସ୍ଥାପିତ ଛାଉଣିକୁ ମୋଶାଙ୍କର, ଇଲୀୟାସର ଯାଜକର, ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ, ଧୃତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ।
suka kawo bayi da ganiman nan, wurin Musa da Eleyazar firist, da kuma jama’ar Isra’ilawa, a sansaninsu a filayen Mowab kusa da Urdun daga ƙetaren Yeriko.
13 ତହିଁରେ ମୋଶା, ଇଲୀୟାସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣିର ବାହାରକୁ ଗଲେ।
Musa, da Eleyazar firist da dukan shugabannin jama’a, suka fito suka tarye su a bayan sansani.
14 ସେତେବେଳେ ମୋଶା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନଙ୍କ ପ୍ରତି କ୍ରୋଧ କଲେ।
Musa kuwa ya husata da shugabannin sojojin da suke shugabannin dubbai da shugabannin ɗari-ɗarin da suka dawo daga yaƙi.
15 ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ସମସ୍ତ ସ୍ତ୍ରୀଲୋକଙ୍କୁ ଜୀବିତ ରଖିଅଛ?
Ya tambaye su ya ce, “Kun bar dukan mata da rai?
16 ଦେଖ, ଏମାନେ ବିଲୀୟମ୍‍ର ପରାମର୍ଶରେ ପିୟୋର ଦେବତା ବିଷୟରେ ଇସ୍ରାଏଲ-ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରାଇଲେ, ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା।
Su ne waɗanda suka bi shawarar Bala’am suka kuma zama sanadin sa Isra’ilawa suka juya wa Ubangiji baya, har ya kawo abin da ya faru da Feyor, har annoba ya kashe dukan mutanen Ubangiji.
17 ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି, ଯେଉଁ ସ୍ତ୍ରୀଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି, ସେମାନଙ୍କୁ ବଧ କର।
Yanzu ku kashe dukan yara maza, ku kuma kashe kowace macen da ta yi lalata da namiji,
18 ମାତ୍ର ଯେଉଁ ସ୍ତ୍ରୀର ପିଲାମାନେ ପୁରୁଷର ସହବାସ ଜ୍ଞାତ ହୋଇ ନାହାନ୍ତି, ସେହି ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ।
amma ku bar kowace yarinyar da ba tă taɓa yin lalata da namiji ba.
19 ଆଉ ତୁମ୍ଭେମାନେ ସାତ ଦିନ ଛାଉଣିର ବାହାରେ ଛାଉଣି ସ୍ଥାପନ କରିବ; ତୁମ୍ଭେମାନେ ଯେତେ ଲୋକ ମନୁଷ୍ୟର ହତ୍ୟା କରିଅଛ ଓ ହତ ଲୋକଙ୍କୁ ସ୍ପର୍ଶ କରିଅଛ, ସମସ୍ତେ ତୃତୀୟ ଦିନରେ, ସପ୍ତମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର।
“Dukanku da kuka kashe mutum, ko kuka taɓa wani da aka kashe, dole ku kasance a bayan sansani har kwana bakwai. A rana ta uku da rana ta bakwai dole ku tsabtacce kanku da kuma bayinku.
20 ପୁଣି, ଯାବତୀୟ ବସ୍ତ୍ର, ଚର୍ମ ନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।”
Ku tsarkake kowace taguwa da kuma kome da aka yi da fata, da gashin akuya, ko kuwa itace.”
21 ତହୁଁ ଇଲୀୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି;
Sa’an nan Eleyazar firist, ya ce wa sojojin da suka je yaƙi, “Wannan ita ce ƙa’idar da Ubangiji ya ba wa Musa.
22 ତଥାପି ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା,
Zinariya, azurfa, tagulla, baƙin ƙarfe, kuza, darma
23 ଯେଉଁ ସମସ୍ତ ଦ୍ରବ୍ୟ ଅଗ୍ନି ସହିପାରେ, ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତାହା ଶୁଚି ହେବ; ତେବେ ହେଁ ତାହା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ; ପୁଣି, ଯେଉଁସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ, ତାହା ତୁମ୍ଭେମାନେ ଜଳରେ ପକାଇବ।
da dukan abin da wuta ba ta iya ci, dole yă shiga wuta sa’an nan zai zama da tsabta. Amma dole a kuma tsarkake ta da ruwan tsarkakewa. Duk abin da wuta za tă iya ci, dole a shigar da ita a ruwan tsarkakewa.
24 ପୁଣି, ତୁମ୍ଭେମାନେ ସପ୍ତମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମ୍ଭେମାନେ ଶୁଚି ହେବ; ତହିଁ ଉତ୍ତାରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରିବ।”
A rana ta bakwai za ku wanke tufafinku, sa’an nan za ku tsarkaka, bayan haka ku shigo sansani.”
25 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya yi magana da Musa ya ce,
26 “ତୁମ୍ଭେ, ଇଲୀୟାସର ଯାଜକ ଓ ମଣ୍ଡଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଧୃତ ଜୀବଗଣର, ଅର୍ଥାତ୍‍, ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର।
“Da kai da Eleyazar firist, da shugabannin jama’a, ku ƙidaya dukan mutane da dabbobin da aka ci da yaƙi.
27 ପୁଣି, ଯୁଦ୍ଧରେ ଧୃତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର।
Ku kasa ganimar kashi biyu, ku ba sojojin da suka tafi yaƙi kashi ɗaya, kashi ɗaya kuma ku ba wa jama’a.
28 ପୁଣି, ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର; ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷମାନଙ୍କର,
Daga sojojin da suka je yaƙin kuwa, ka ware ganima wa Ubangiji, ka ɗauki ɗaya daga cikin mutum ɗari biyar, da shanu ɗari biyar, da jakuna ɗari biyar, da tumaki ɗari biyar.
29 ପ୍ରତି ପାଞ୍ଚଶହରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲୀୟାସର ଯାଜକକୁ ଦିଅ;
Ka ɗauki wannan sashe daga rabin rabonsu ka ba wa Eleyazar firist, a matsayin sashe na Ubangiji.
30 ପୁଣି, ଇସ୍ରାଏଲ-ସନ୍ତାନଗଣର ଲଭ୍ୟ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପାଞ୍ଚଶହରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦିଅ;”
Daga cikin rabin rabon Isra’ilawa, ka zaɓi ɗaya daga kowane hamsin na mutane, shanu, jakuna, tumaki, awaki ko kuma sauran dabbobi. Ka ba wa Lawiyawan da suke lura da tabanakul na Ubangiji.”
31 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ଇଲୀୟାସର ଯାଜକ କଲେ।
Saboda haka Musa da Eleyazar suka aikata yadda Ubangiji ya umarci Musa.
32 ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ବ୍ୟତୀତ ଯେଉଁସବୁ ଜୀବ ଧରିଥିଲେ, ସେମାନଙ୍କ ସଂଖ୍ୟା,
Yawan ganimar da sojoji suka kawo ita ce tumaki 675,000
33 ଛଅ ଲକ୍ଷ ପଞ୍ଚସ୍ତରି ହଜାର ମେଷ
shanu 72,000
34 ଓ ବାସ୍ତରି ହଜାର ଗୋରୁ, ଏକଷଠି ହଜାର ଗର୍ଦ୍ଦଭ;
da jakuna 61,000.
35 ଆଉ ପୁରୁଷ-ସହବାସ ଅଜ୍ଞାତା ସ୍ତ୍ରୀଲୋକ ସର୍ବସୁଦ୍ଧା ବତିଶ ହଜାର ଥିଲେ।
Akwai kuma mata 32,000 da ba su yi lalata ba da namiji ba.
36 ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ।
Kashin da aka ba sojoji waɗanda suka tafi yaƙi shi ne, tumaki 337,500,
37 ପୁଣି, ସେହି ମେଷ ମଧ୍ୟରୁ ଛଅ ଶହ ପଞ୍ଚସ୍ତରି ମେଷ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
tumakin da aka ware wa Ubangiji kuwa 657 ne;
38 ଆଉ ଗୋରୁ ଛତିଶ ହଜାର, ସେମାନଙ୍କ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
shanu 36,000, shanun da aka ware wa Ubangiji kuwa 72 ne;
39 ଆଉ ଗର୍ଦ୍ଦଭ ତିରିଶ ହଜାର ପାଞ୍ଚ ଶହ, ସେମାନଙ୍କ ମଧ୍ୟରୁ ଏକଷଠି ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
jakuna 30,500, jakunan da aka ware wa Ubangiji kuwa 61 ne;
40 ପୁଣି, ମନୁଷ୍ୟ ଷୋଳ ସହସ୍ର, ସେମାନଙ୍କ ମଧ୍ୟରୁ ବତିଶ ଜଣ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
mutane 16,000, mutanen da aka ware wa Ubangiji kuwa 32 ne.
41 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କର ଉତ୍ତୋଳନୀୟ ଉପହାର ସ୍ୱରୂପେ ସେହି କର ଇଲୀୟାସର ଯାଜକକୁ ଦେଲେ।
Musa ya ba wa Eleyazar abin da aka ware wa Ubangiji, kamar yadda Ubangiji ya umarci Musa.
42 ପୁଣି, ଯୋଦ୍ଧାମାନଙ୍କ ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଇଥିଲେ;
Kashin da aka ba wa Isra’ilawa, wanda Musa ya ware daga cikin na waɗanda suka tafi yaƙi,
43 ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ,
kashin da aka ba wa jama’a kuwa tumaki 337,500 ne,
44 ଛତିଶ ହଜାର ଗୋରୁ,
shanu 36,000,
45 ତିରିଶ ହଜାର ପାଞ୍ଚ ଶହ ଗର୍ଦ୍ଦଭ
jakuna 30,500
46 ଓ ଷୋଳ ସହସ୍ର ମନୁଷ୍ୟ ଥିଲେ।
da mutane 16,000.
47 ତହିଁରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଚାଶ ମଧ୍ୟରୁ ଗୋଟିଏ ଲେଖାଏଁ ନେଇ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦେଲେ।
Daga rabin kashi na Isra’ilawa, Musa ya ɗauki ɗaya daga cikin hamsin na mutane da na dabbobi, yadda Ubangiji ya umarce shi, ya ba wa Lawiyawan da suke lura da tabanakul na Ubangiji.
48 ଏଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱକାରୀଗଣ, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନେ ମୋଶାଙ୍କ ନିକଟକୁ ଆସିଲେ,
Sai shugabannin da suka shugabancin rundunar yaƙin, shugabanni na dubu-dubu da shugabanni na ɗari-ɗari, suka zo wurin Musa
49 ପୁଣି, ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭର ଏହି ଦାସମାନେ ଆପଣାମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଊଣା ହୋଇ ନାହିଁ।
suka ce masa, “Barorinka sun ƙidaya mayaƙan da suke ƙarƙashinmu, babu ko ɗayan ya ɓace.
50 ଏହେତୁ ଆମ୍ଭେମାନେ ପ୍ରତି ଜଣ ସ୍ୱର୍ଣ୍ଣ-ଅଳଙ୍କାର, ନୂପୁର ଓ ବଳା, ଅଙ୍ଗୁରୀୟକ, କୁଣ୍ଡଳ ଓ ହାର, ଏହି ଯେସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ଉପହାର ଆଣିଅଛୁ।”
Saboda haka mun kawo wa Ubangiji hadaya na kayan zinariya da kowannenmu ya samu, mundaye, ƙawane,’yan kunne da duwatsun wuya, don yin wa kanmu kafara a gaban Ubangiji.”
51 ତହୁଁ ମୋଶା ଓ ଇଲୀୟାସର ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ, ଅର୍ଥାତ୍‍, ଶିଳ୍ପିତ ଅଳଙ୍କାର ନେଲେ।
Musa da Eleyazar firist, suka karɓi zinariya da kayan adon duka daga gare su.
52 ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ, ସେସମସ୍ତ ସ୍ୱର୍ଣ୍ଣ ଷୋହଳ ହଜାର ସାତ ଶହ ପଚାଶ ଶେକଲ ପରିମିତ ଥିଲା।
Dukan zinariya da shugabannin dubu-dubu da shugabannin ɗari-ɗari, waɗanda Musa da Eleyazar suka karɓa, suka kuma miƙa hadaya ga Ubangiji, nauyinta ta kai shekel 16,750.
53 କାରଣ ଯୋଦ୍ଧାମାନେ ପ୍ରତ୍ୟେକେ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ।
Kowane soja, ya kwashi ganima wa kansa.
54 ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।
Musa da Eleyazar firist, suka karɓi zinariya daga shugabannin dubu-dubu da shugabannin ɗari-ɗari, suka kawo cikin Tentin Sujada, don su zama abin tuni ga Isra’ilawa a gaban Ubangiji.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 31 >