< ମାର୍କ 5 >
1 ପରେ ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ।
ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗାଲିଲି ସଃମ୍ନ୍ଦ୍ ସେହାଟି ରିଲା ଗରାସିୟମଃନାର୍ ଦେସେ ହଚ୍ଲାୟ୍ ।
2 ଯୀଶୁ ନୌକାରୁ ଓହ୍ଲାଇବା ମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।
ଜିସୁ ଡଙ୍ଗାୟ୍ହୁଣି ଉତୁର୍ଲା ଦାହ୍ରେ ଗଟେକ୍ ବିଟାଳ୍ ବୁତ୍ ଦଃର୍ଲା ଲକ୍ ମଃସ୍ଣେ ହୁଣି ବାରାୟ୍ ଜିସୁର୍ ଲଃଗେ ଆୟ୍ଲା ।
3 ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
ସେ ଲକ୍ ମଃସ୍ଣେ ରେତିରିଲା, ତାକ୍ କେ ହେଁ ସିକ୍ଳି ସଃଙ୍ଗ୍ ବାନ୍ଦି ସଃଙ୍ଗାଉଁକ୍ ନଃହାର୍ତି ରିଲାୟ୍ ।
4 କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା।
କଃତିତର୍ ତାକ୍ ସିକ୍ଳି ସଃଙ୍ଗ୍ ଆତେ ଗଡେ ବାନ୍ଦ୍ତି ରିଲାୟ୍, ମଃତର୍ ସେ ସିକ୍ଳିକେ ଚିଡାୟ୍ ଗଃର୍ଣ୍ଡା ଗଃର୍ଣ୍ଡା କଃରି ହଃକାଉତି ରିଲା, ତାକ୍ ବାନ୍ଦିକଃରି ଆୟ୍ତ୍ କଃରୁକେ କାର୍ ସଃକ୍ତି ନଃରିଲି ।
5 ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା।
ସେ ଦିନ୍ରାତି ସଃବୁବଃଳ୍ ମଃସ୍ଣେ ଆର୍ ଡଙ୍ଗ୍ରେ ବୁଲି ବୁଲି ବେଲ୍କି ଅଃଉତି ରିଲା, ଆର୍ ନିଜାର୍ ଗିନେ ନିଜେ ଟେଳାୟ୍ ଚେଚି ଅୟ୍ ଗାଉ କଃର୍ତିରିଲା ।
6 ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା,
ସେ ମାନାୟ୍ ଜିସୁକେ ଦୁରିକ୍ ହୁଣି ଦଃକ୍ଲା ଆର୍ ଦଃବ୍ଳି ଆୟ୍ଲା ଆର୍ ଜିସୁକେ ଜୁଆର୍ କଃଲା ।
7 ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ବରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି? ତୁମ୍ଭକୁ ଈଶ୍ବରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।
ଆର୍ ସେ ଆଉଲି ଅୟ୍କଃରି କୟ୍ଲା, “ଏ ସଃବ୍କେ ବଃଡ୍ ଇସ୍ୱରାର୍ ହୟ୍ସି ଜିସୁ, ମର୍ତଃୟ୍ ତର୍ କାୟ୍ରି ଆଚେ? ମୁଁୟ୍ ତକେ ଇସ୍ୱରାର୍ ନାଉଁଏ ଗଃଉଆରି କଃରୁଲେ, ମକ୍ ଡଃଣ୍ଡ୍ ଦେନାୟ୍ ।”
8 କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, “ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା।”
କାୟ୍ତାକ୍ବଃଲେକ୍ ଜିସୁ ତାକ୍ କଃଉଁକେ ଜାତିରିଲା, “ଏ ବିଟାଳ୍ ବୁତ୍ ଇ ଲକ୍ ତଃୟ୍ହୁଣି ବାରାୟ୍ ଜାଆ ।”
9 ଆଉ ଯୀଶୁ ତାହାକୁ ପଚାରିଲେ, “ତୋର ନାଁ କଅଣ?” ସେ ତାହାକୁ କହିଲା, ମୋହର ନାଁ ବାହିନୀ, ଯେଣୁ ଆମେ ଅନେକ।
ଜିସୁ ତାକ୍ ହଃଚାର୍ଲା, “ତର୍ ନାଉଁ କାୟ୍ ନାଉଁ?” ସେ କୟ୍ଲା, “ମର୍ ନାଉଁ ବାହିନି, ବଃଲେକ୍ ଅଃମି ଗାଦେକ୍ ।”
10 ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା।
ଆର୍ ସେ କାନିକଃର୍ମ୍ ଅୟ୍ ଗଃଉଆରି କଃରି କଃଉଁକ୍ ଦଃର୍ଲା, “ଇତିହୁଣି ସଃନ୍ଦି ଜିଣ୍ତେ ଦୁରିକ୍ ଅଃମିକ୍ ହଃଟାଉ ନାୟ୍ ।”
11 ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା।
ସେତିର୍ ଡଙ୍ଗୁର୍ କଃଳ୍କାୟ୍ ଗଟ୍ ଗୁସ୍ରା ମଃନ୍ଦା ଚଃର୍ତି ରିଲାୟ୍ ।
12 ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ।
ସେ ବିଟାଳ୍ ଦୁତ୍ମଃନ୍ ଜିସୁକେ କାନିକଃର୍ମ୍ ଅୟ୍ ଗଃଉଆରି କଃଲାୟ୍, “ହୟ୍ ଗୁସ୍ରାମଃନାର୍ ବିତ୍ରେ ହୁରୁକ୍ ଅଃମିକ୍ ସେମଃନାର୍ ବିତ୍ରେ ହଃଟାଉ ।”
13 ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ। ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା।
ଜିସୁ ସେମଃନ୍କେ ଜଃଉଁକେ ଆଦେସ୍ ଦିଲାକ୍, ବିଟାଳ୍ ଦୁତ୍ମଃନ୍ ସେ ଲକାର୍ ତଃୟ୍ହୁଣି ବାରାୟ୍ଲାୟ୍, ଆର୍ ସେତି ରିଲା ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ଆର୍ ସେ ଗୁସ୍ରା ମଃନ୍ଦା ଦଃବ୍ଳି ଜାୟ୍ ସଃମ୍ନ୍ଦ୍ କଃଣ୍ଡାୟ୍ ହୁଣି ଅଦ୍ରି ବୁଡି ମଃଲାୟ୍ ।
14 ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଅଛି ବୋଲି ଦେଖିବାକୁ ଆସିଲେ।
ତାର୍ହଃଚେ ଗୁସ୍ରା ଚଃରାଉତା ଲକ୍ମଃନ୍ ହଃଳାୟ୍ ଜାୟ୍ ସଃବୁ ଗଃଳେ ଆର୍ ଗାଉଁଏ ଜିସୁ କଃରିରିଲା ଗଃଟ୍ଣା ସଃବୁ କୟ୍ଲାୟ୍, ତଃବାର୍ଗିନେ ଲକ୍ମଃନ୍ କାୟ୍ରି ଅୟ୍ଆଚେ ବଃଲି ଦଃକୁକ୍ ଆୟ୍ଲାୟ୍ ।
15 ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍ ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ।
ଆର୍ ଲକ୍ମଃନ୍ ଜିସୁର୍ ଲଃଗେ ଆୟ୍ଲାୟ୍, ଆର୍ ହଃର୍ତୁ ଜୁୟ୍ ଲକ୍କେ ବିଟାଳ୍ ବୁତ୍ ଡଃସିରିଲି, ସେମାନାୟ୍ ନିକ ଅୟ୍କଃରି ହଃଚ୍ୟା ହିନ୍ଦି ସୁସ୍ତାମଃନେ ବଃସିରିଲାର୍ ଦଃକିକଃରି ସେମଃନ୍ ଡିରି ଗଃଲାୟ୍ ।
16 ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
ଜୁୟ୍ ଲକ୍ମଃନ୍ ବୁତ୍ ଡଃସ୍ଲାର୍ ଲକ୍କେ ନିକ କଃଲାର୍ ଆର୍ ଗୁସ୍ରାମଃନ୍ ବୁଡି ମଃଲାର୍ ଦଃକି ରିଲାୟ୍, ସେମଃନ୍ ନଃଜାଣ୍ତା ଲକ୍କେ ସଃବୁ କଃତା କୟ୍ଲାୟ୍ ।
17 ସେଥିରେ ସେମାନେ ସେମାନଙ୍କ ସୀମାରୁ ବାହାରିଯିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ।
ଲକ୍ମଃନ୍ ଇ କଃତା ସୁଣିକଃରି, ଜିସୁକେ ତାକାର୍ ସଃନ୍ଦି ଚାଡି ଜାଆ ବଃଲି ଗଃଉଆରି କଃଲାୟ୍ ।
18 ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା।
ଜିସୁ ଡଙ୍ଗାୟ୍ ଚଃଗ୍ତିରିଲା ବଃଳ୍, ଜୁୟ୍ ମାନାୟ୍କେ ବୁତ୍ ଡଃସିରିଲି, ସେମାନାୟ୍ ଜିସୁକେ “ମୁଁୟ୍ ହେଁ ତର୍ ସଃଙ୍ଗ୍ ଆସିନ୍ଦ୍,” ବଃଲି ତର୍କେ ତର୍ କାନିକଃର୍ମ୍ ଅୟ୍ ଗଃଉଆରି କଃଲା ।
19 କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, “ତୁମ୍ଭର ଗୃହକୁ, ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ।”
ମଃତର୍ ଜିସୁ ସେମାନାୟ୍କେ ତାର୍ ସଃଙ୍ଗ୍ ଜଃଉଁକେ ମଃନାକଃରି ତାକ୍ କୟ୍ଲା, “ତୁୟ୍ ତର୍ ଗଃରେ, ତର୍ ଲକ୍ମଃନାର୍ ଟାଣେ ବାଉଳି ଜାଆ, ଆର୍ ମାପ୍ରୁ ତର୍ ଗିନେ ଜାୟ୍ ଜାୟ୍ରି କଃରି ଆଚେ, ଆର୍ ତକେ ଦଃୟା କଃରି ଆଚେ, ସେ କଃତା ସେମଃନ୍କେ କଃଉ ।”
20 ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲେ; ସେଥିରେ ସମସ୍ତେ ଚମତ୍କୃତ ହେଲେ।
ସେମାନାୟ୍ ଜିସୁର୍ କଃତାମାନି ସେତିହୁଣି ଗଃଲା, ଆର୍ ଜିସୁ ତାକ୍ ଜାୟ୍ ଜାୟ୍ରି କଃରିରିଲା, ସେ କଃତା ଦେକାପଲି, ବଃଲେକ୍ ଦଃସ୍ଗଟ୍ ଗାଉଁଆର୍ ସଃବୁ ହାକ୍ ପର୍ଚାର୍ କଃରି ବୁଲ୍ଲା; ଆର୍ ଜଃତେକ୍ ଲକ୍ମଃନ୍ ଇ କଃତା ସୁଣ୍ଲାୟ୍, ସେମଃନ୍ କାବା ଅୟ୍ଲାୟ୍ ।
21 ଯୀଶୁ ନୌକାରେ ପାର ହୋଇ ପୁନର୍ବାର ଅପର ପାରିକୁ ବାହୁଡ଼ିଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ ସେ ସମୁଦ୍ରକୂଳରେ ରହିଲେ।
ଜିସୁ ଆରେକ୍ ଗଟ୍ତର୍ ଡଙ୍ଗାୟ୍ ବଃସି ଇହାଟି ବାଉଳି ଆୟ୍ଲା । ସେଲଃଗେ ଗାଦେକ୍ ଲକ୍ମଃନ୍ଦା ରୁଣ୍ଡ୍ଲାୟ୍, ଆର୍ ଜିସୁ ସେ ସଃମ୍ନ୍ଦ୍ କଃଣ୍ଡାୟ୍ ରିଲା ।
22 ସେତେବେଳେ ସମାଜଗୃହ ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି ତାହାଙ୍କ ଚରଣ ତଳେ ପଡ଼ିଲେ,
ସଃଡେବଃଳ୍ ଗଟେକ୍ ଜାଇରସ୍ ନାଉଁଆର୍ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସେ ଲଃଗେ ଆୟ୍ଲା, ଆର୍ ଜିସୁକେ ଦଃକିକଃରି ତାର୍ ହାଦେ ଡୁଳି ଜୁଆର୍ କଃଲା ।
23 ପୁଣି, ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ।
ଆର୍ ବଃଡେ କାନିକଃର୍ମ୍ ଅୟ୍ ଗଃଉଆରି କଃଲା, “ମର୍ ବାର ବଃର୍ସାର୍ ସାନ୍ ଜିଇ ମଃର୍ତା ଉହ୍ରେ ଆଚେ, ସେ ଜଃନ୍କଃରି ମଃର୍ନ୍ ତଃୟ୍ହୁଣି ବଚେଦ୍, ଇତାର୍ ଗିନେ ତୁୟ୍ ଆଉ ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାଉ ।”
24 ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
ଜିସୁ ତାର୍ ସଃଙ୍ଗ୍ ଗଃଲା, ଆର୍ ସେତି ରିଲା ଲକ୍ମଃନ୍ଦା ତାର୍ ହଃଚେ ହଃଚେ ଗଃଲାୟ୍ ଆର୍ ସେମଃନ୍ ଜିସୁର୍ ଉହ୍ରେ ମାଡାଚଃଗା ଅଃଉତିରିଲାୟ୍ ।
25 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ,
ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗେ ହଃଳ୍ଲା ଗଟେକ୍ ମାୟ୍ଜିରିଲି ।
26 ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା,
ସେ ରଗ୍ ଚାଡାୟ୍ ଅଃଉଁକେ କଃତେକ୍ ବୟ୍ଦ୍କାରି ହାକ୍ ଜାୟ୍କଃରି ସଃବୁଦଃନ୍ ସଃରାୟ୍ରିଲି, ମଃତର୍ ନିକ ଅଃଉତା ବାଦୁଲେ ଆରେକ୍ ଅଃଦିକ୍ ରଗି ଅୟ୍ ରିଲି ।
27 ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା;
ସେ ମାୟ୍ଜି ଜିସୁର୍ କଃତା ସୁଣ୍ଲି, ଆର୍ ସେ ଲକ୍ମଃନ୍ଦା ବିତ୍ରେ ଜିସୁର୍ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲି । କାୟ୍ତାକ୍ବଃଲେକ୍ ସେ ବାବ୍ତି ରିଲି,
28 କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
“ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ଦ୍ ।”
29 ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା।
ସେ ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲା ଦାହ୍ରେ ସେ ଗଃଗାଳ୍ ଜାତା ରଗେ ହୁଣି ଉଜ୍ ଅୟ୍ଲେ ବଃଲି ତାର୍ ଗଃଗାଳେ ଜାଣ୍ଲି ।
30 ସେହିକ୍ଷଣି ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳି ମଧ୍ୟରେ ବୁଲିପଡ଼ି କହିଲେ, “କିଏ ମୋହର ଲୁଗା ଛୁଇଁଲା?”
ସେଦାହ୍ରେ ଜିସୁ ଅଃହ୍ଣାର୍ ତଃୟ୍ହୁଣି ସଃକ୍ତି ବାରାୟ୍ଲାର୍ ମଃନ୍ ବିତ୍ରେ ଜାଣ୍ଲା ଆର୍ ଲକ୍ ମଃନ୍ଦା ହାକ୍ ଲେଉଟି କଃରି କୟ୍ଲା, “କେ ମର୍ ବଃସ୍ତରାର୍ ଆଚଳ୍ ଚୁୟ୍ଲା?”
31 ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, “କିଏ ମୋତେ ଛୁଇଁଲା?”
ତାର୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, “ତୁୟ୍ ତ ଦଃକୁଲିସ୍ ଲକ୍ମଃନ୍ କଃନ୍କଃରି ତର୍ ଉହ୍ରେ ମାଡା ଚଃଗା ଅଃଉଁଲାୟ୍, ଆର୍ ତୁୟ୍ କଃଉଁଲିସ୍, ‘କେ ମକ୍ ଚୁୟ୍ଲା?’”
32 କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚାରିଆଡ଼େ ଦୃଷ୍ଟିପାତ କରିବାକୁ ଲାଗିଲେ।
ଜେ ତାକ୍ ଚୁୟ୍ରିଲି ତାକ୍ ଦଃକିନ୍ଦ୍ ବଃଲି ଜିସୁ ଚାରିହାକ୍ ଦଃକୁକ୍ ଦଃର୍ଲା ।
33 ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା।
ସେତାକ୍ ସେ ମାୟ୍ଜି ଅଃହ୍ଣାର୍ ଉହ୍ରେ ଜୁୟ୍ ଗଃଟ୍ଣା ଗଃଟି ଆଚେ ବଃଲି ଜାଣ୍ଲି ଆର୍ ଡିରାର୍ ମାଡେ ତଃର୍ତଃରି କଃରି ଆୟ୍ଲି, ଆର୍ ଜିସୁର୍ ହାଦ୍ ତଃଳେ ଡୁଳି ସଃବୁ ସଃତ୍ କଃତା ତାକ୍ କୟ୍ଲି ।
34 ତହିଁରେ ଯୀଶୁ ତାହାକୁ କହିଲେ, “ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ।”
ଜିସୁ ତାକ୍ କୟ୍ଲା, “ଏ ମର୍ ଜିଇ ତର୍ ବିସ୍ୱାସ୍ ତକେ ଉଜ୍ କଃରିଆଚେ, ସୁସ୍ତାୟ୍ ଜାଆ ଆର୍ ତର୍ ରଗେ ହୁଣି ଉଜ୍ ଅୟ୍ରେ ।”
35 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି?
ଜିସୁ ଇ କଃତା କଃଉତା ବଃଳ୍, ସେ ପାର୍ତ୍ନା ଗଃରାର୍ ମୁଳିକା ଜାଇରସାର୍ ଗଃରେହୁଣି କଃତି ଲକ୍ ଆୟ୍ଲାୟ୍ ଆର୍ କୟ୍ଲାୟ୍, “ତର୍ ଜିଦି ମଃଲିନି, ଗୁରୁକ୍ ଆର୍ କାୟ୍ତାକ୍ କଃସ୍ଟ୍ ଦେଉଁଲିସ୍?”
36 କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ସମାଜଗୃହର ଅଧ୍ୟକ୍ଷଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”
ମଃତର୍ ଜିସୁ ସେମଃନାର୍ କଃତା ସୁଣ୍ଲା ନଃସୁଣ୍ଲା ହର୍ ଅୟ୍ ପାର୍ତ୍ନା ଗଃରାର୍ ମୁଳିକାକେ କୟ୍ଲା, “ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ।”
37 ପୁଣି, ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ।
ତାର୍ହଃଚେ ଜିସୁ ପିତର୍, ଜାକୁବ ଆର୍ ତାର୍ ବାୟ୍ସି ଜହନ୍କେ ଚାଡି କାକେ ହେଁ ତାର୍ ସଃଙ୍ଗ୍ ନଃନିଲା ।
38 ସେମାନେ ସମାଜଗୃହର ଅଧ୍ୟକ୍ଷଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ,
ଆର୍ ସେମଃନ୍ ମୁଳିକା ଜାଇରସାର୍ ଗଃରେ ହଚ୍ଲାୟ୍, ସେତି ଜିସୁ ଲକ୍ମଃନ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉତି ରିଲାର୍ ଦଃକ୍ଲାୟ୍ ।
39 ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି।” ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
ଜିସୁ ବିତ୍ରେ ଗଃଲା ଆର୍ କୟ୍ଲା, “କାୟ୍ତାକ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉଁଲାସ୍ । ଇ ଟକି ନଃମେରେ, ମଃତର୍ ସଇଆଚେ ।” ଇ କଃତା ସୁଣି ଲକ୍ମଃନ୍ ଟାହ୍ରା କଃରୁକେ ଦଃର୍ଲାୟ୍ ।
40 କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
ମଃତର୍ ଜିସୁ ସଃବ୍କେ ହଃଦାୟ୍ ବାର୍କଃରି, ସେ ହିଲାର୍ ଉବାସି, ଆୟ୍ସି ଆର୍ ଅଃହ୍ଣାର୍ ଲକ୍ମଃନାର୍ ସଃଙ୍ଗ୍ ସେ ଟକିହିଲା ଜୁୟ୍ତି ସୟ୍ରିଲି, ସେତି ଗଃଳାୟ୍ ।
41 ଆଉ ପିଲାର ହାତ ଧରି ତାହାକୁ କହିଲେ, “ଟଲିଥାକୁମ୍,” ଅର୍ଥାତ୍ “ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍।”
ତାର୍ହଃଚେ ଜିସୁ ସେ ଟକିହିଲାର୍ ଆତେ ଦଃରି ତାକ୍ କୟ୍ଲା, “ଟଲିତାକୁମ୍!” ବଃଲେକ୍, “ଏ ନୁନି, ମୁଁୟ୍ ତକେ କଃଉଁଲେ, ଉଟ୍ ।”
42 ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ଭିତ ହୋଇଗଲେ।
ସେଦାହ୍ରେ ସେ ଟକିହିଲା ଉଟ୍ଲି ଆର୍ ଚାଲାବୁଲା କଃରୁକେ ଦଃର୍ଲି, ବଃଲେକ୍ ତାକ୍ ବାର ବଃର୍ସ୍ ଅୟ୍ରିଲି । ଇରି ଦଃକି କଃରି ସେମଃନ୍ କାବା ଅୟ୍ ଗଃଳାୟ୍ ।
43 ପୁଣି, କେହି ଯେପରି ଏହି ବିଷୟ ନ ଜାଣେ, ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ, ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ।
ମଃତର୍ କେ ହେଁ ଜଃନ୍କଃରି ଇ କଃତା ନଃଜାଣତ୍, ଇତାର୍ ଗିନେ ଜିସୁ ସେମଃନ୍କେ କାକେହେଁ କଃଉଆ ନାୟ୍ ବଃଲି କୟ୍ଲା, ଆର୍ ସେ କୟ୍ଲା, “ଇ ଟକି ହିଲାକ୍ କାୟ୍ରି ଅଲେ କାଉଁକେ ଦିଆସ୍ ।”