< ମାର୍କ 2 >

1 କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୂମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା।
କଃତି ଦିନାର୍‌ ହଃଚେ ଜିସୁ କପୁର୍ନାହୁମ୍‌ ଗଃଳେ ସେ ଜୁୟ୍‌ ଗଃଳେ ରେତି ରିଲା ସେ ଗଃରେ ବାଉଳି ଆୟ୍‌ଲା, ଆର୍‌ ଜିସୁ ଗଃରେ ଆଚେ ବଃଲି କବୁର୍‌ ଚାରିହାକ୍‌ ଉର୍ଜି ଅୟ୍‌ଲି ।
2 ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ।
ସେତି ଗାଦି ଲକ୍‌ ରୁଣ୍ଡ୍‌ଲାୟ୍‌, ବାଟ ଦୁଆର୍‌ ମୁଣ୍ଡାୟ୍‌ ହେଁ ଟାଣ୍ ନଃରିଲି, ଜିସୁ ସେମଃନ୍‌କେ ଇସ୍ୱରାର୍‌ କଃତା କଃଉତି ରିଲା ।
3 ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ,
ସଃଡେବଃଳ୍‌ ଗଟ୍‌ ଏକ୍‌ଅଃଙ୍ଗି ରଗିକେ ଚାରିଲକ୍‌ ବୟ୍‌କଃରି ଜିସୁର୍‌ ଲଃଗେ ଆଣ୍‌ଲାୟ୍‌ ।
4 କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ।
ଟେଲାକୁର୍ଚା ଲକ୍‌ ମଃନ୍ଦାର୍‌ ଗିନେ ଜିସୁର୍‌ ଚଃମେ ଆଣୁ ନଃହାର୍‌ଲାକ୍‌ ଜିସୁ ଜୁୟ୍‌ତି ଟିଅୟ୍‌ ରିଲା, ସେ ସଃଳ୍‌କେ ଚାନି କାଣାକଃରି ରଗି ମାନାୟ୍‌ ସୟ୍‌ରିଲା ଟାଟି ତଃୟ୍‌ ଉତ୍ରାୟ୍‌ଲାୟ୍‌ ।
5 ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।”
ଜିସୁ ସେ ଲକ୍‌ମଃନାର୍‌ ବିସ୍ୱାସ୍‌ ଦଃକି ଏକ୍‌ଅଃଙ୍ଗି ରଗିକ୍‌ କୟ୍‌ଲା, “ଏ ହିଲା ତର୍‌ ହାହ୍‌ ସଃବୁ କେମା କଃରା ଅୟ୍‌ଲି ।”
6 କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ,
କଃତେକ୍‌ ଦଃର୍ମ୍‌ଗୁରୁ ମଃନ୍‌ ବଃସିକଃରି ସେମଃନାର୍‌ ବିତ୍ରେ ମଃନେ ବାବ୍‌ଲାୟ୍‌,
7 ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
“ଇମାନାୟ୍‌ କାୟ୍‌ତାକ୍‌ ଇବାନ୍ୟା କଃଉଁଲା? ସେ ଇସ୍ୱରାର୍‌ ଲିନ୍ଦା କଃରୁଲା! ମାପ୍ରୁକ୍‌ ଚାଡି କେହେଁ ହାହ୍‌ କେମା କଃରୁ ନଃହାରେ ।”
8 ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ?
ଜିସୁ ସେମଃନାର୍‌ ମଃନ୍‌ ବିତ୍ରାର୍‌ ବାବ୍‌ନା ଆତ୍ମା ତଃୟ୍‌ ଜାଣୁ ହାରି, ସେମଃନ୍‌କେ କୟ୍‌ଲା, “ତୁମି କାୟ୍‌ତାକ୍‌ ଇରଃକମ୍‌ ମଃନେ ବାବୁଲାସ୍‌?
9 କଅଣ ସହଜ? ପକ୍ଷାଘାତ ରୋଗୀକୁ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା?
କାୟ୍‌ରି ଉହାସ୍‌? ଏକ୍‌ଅଃଙ୍ଗି ରଗିକ୍‌, ‘ତର୍‌ ହାହ୍‌ କେମା କଃରା ଅୟ୍‌ଲି,’ ବଃଲି କଃଉତାର୍‌, କି, ‘ଉଟ୍‌, ତର୍‌ ସୟ୍‌ରିଲା କଃଟ୍‌ ଦଃରିକଃରି ଜାଆ,’ ବଃଲି କଃଉତାର୍‌?
10 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,
ମଃତର୍‌ ହୁର୍ତିବି ଉହ୍ରେ ହାହ୍‌ କେମା କଃର୍ତା ଅଃଦିକାର୍‌ ନଃରାର୍‌ ହୟ୍‌ସି ଜେ ମୁଁୟ୍‌, ମର୍‌ ଅଃଦିକାର୍‌ ଆଚେ, ଇରି ଜଃନ୍‌କଃରି ତୁମି ଜାଣୁ ହାରାସ୍‌ ।” ଇତାକ୍‌ ଏକ୍‌ଅଃଙ୍ଗି ରଗିକ୍‌ ଜିସୁ ଇ କଃତା କୟ୍‌ଲା,
11 “ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।”
“ମୁଁୟ୍‌ ତକେ କଃଉଁଲେ, ଉଟ୍‌ ତର୍‌ କଃଟ୍‌ ବୟ୍‌ ଗଃରେ ଜାଆ!”
12 ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।
ଜିସୁ କୟ୍‌ଲା ଦାହ୍ରେ କଃଟ୍‌ ବୟ୍‌ ସଃବୁ ଲକାର୍‌ ମୁୟେ ସେମାନାୟ୍‌ ବାରାୟ୍‌ ଗଃଲା । ଇରି ସବୁ ଲକ୍‌ମଃନ୍ ଦଃକି କାବା ଅୟ୍‌ଲାୟ୍‌ ଆର୍‌ ଇସ୍ୱରାର୍‌ ଗୁଣ୍‌ ଗାୟ୍‌ଲାୟ୍‌ ଆର୍‌ କୟ୍‌ଲାୟ୍‌, “ଅଃମି କଃବେହେଁ ଅଃନ୍‌କାର୍‌ ଦଃକି ନଃରିଲୁ ।”
13 ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
ଜିସୁ ଆରେକ୍‌ ଗାଲିଲି ସଃମ୍‌ନ୍ଦ୍ କଣ୍ଡି ବାଟ ବାରାୟ୍‌ ଗଃଲା, ଆର୍‌ ଅଲେକାର୍‌ ଲକ୍‌ ତାର୍‌ ହାକ୍‌ ଆୟ୍‌ଲାୟ୍‌, ଆର୍‌ ଜିସୁ ସିକ୍ୟା ଦେଉଁକେ ଦଃର୍‌ଲା ।
14 ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
ଜିସୁ ଜଃଉଁ ଜଃଉଁ ଆଲ୍‌ପିଅର୍‌ ହଇସି ଲେବିକେ ତାର୍‌ ରିବ୍‌ନି ବଃଙ୍ଗ୍‌ଲାୟ୍‌ ବଃସିରିଲାର୍‌ ଦଃକ୍‌ଲା । ଆର୍‌ ତାକେ କୟ୍‌ଲା, “ମର୍‌ ହଃଚେ ଆଉ ।” ସେ ଜିସୁର୍‌ କଃତା ସୁଣ୍‌ଲା ଦାହ୍ରେ ଉଟି ତାର୍‌ ହଃଚେ ଗଃଲା ।
15 ଆଉ ଯୀଶୁ ତାହାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ।
ହଃଚେ ଜିସୁ ଲେବି ବଃଉଁସାର୍‌ ଗଃରେ କାଉଁକେ ବଃସ୍‌ଲା ବଃଳ୍‌ ଗାଦେକ୍‌ ରିବ୍‌ନି, ହାହି ଆର୍‌ ଚେଲାମଃନ୍ ହେଁ ସଃଙ୍ଗେ ବଃସ୍‌ଲାୟ୍‌ । ସେମଃନ୍ ଗାଦା ଲକ୍‌ ରିଲାୟ୍‌ ଆର୍‌ ତାର୍‌ ସଃଙ୍ଗେ ବୁଲ୍‌ତି ରିଲାୟ୍‌ ।
16 ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀ-ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି!
ଜିସୁ ହାହି ଆର୍‌ ରିବ୍‌ନି ମଃନାର୍‌ ସଃଙ୍ଗେ ବଃସି କାତାର୍‌ ଦଃକି ପାରୁସି ଦଃଳାର୍‌ ଦଃର୍ମ୍‌ ଗୁରୁମଃନ୍‌ ତାର୍‌ ଚେଲାମଃନ୍‌କେ କଃଉଁକେ ଦଃର୍ଲାୟ୍‌, “ଜିସୁ ରିବ୍‌ନି ଆର୍‌ ହାହିମଃନାର୍‌ ସଃଙ୍ଗେ କାୟ୍‌ତାକ୍‌ କାଉଁଲା?”
17 ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
ଜିସୁ ସେମଃନାର୍‌ କଃଉତାର୍‌ ସୁଣି କୟ୍‌ଲା, “ଜୁୟ୍‌ ମାନାୟ୍‌ ଉଜ୍‌ ଅୟ୍‌ଆଚେ ତାର୍‌ ଗିନେ ବୟ୍‌ଦ୍‌କାରି ଲଳା ନାୟ୍‌, ମଃତର୍‌ ଜୁୟ୍‌ ମାନାୟ୍‌ ମଃଳୁ ହଃଳି ଆଚେ ତାର୍‌ ଗିନେ ଲଳା । ମୁୟ୍‌ଁ ଦଃର୍ମି ଲକ୍‌ମଃନ୍‌କେ କୁଦୁକ୍‌ ନାସି, ମଃତର୍‌ ହାହିମଃନାର୍‌ ଗିନେ ଆସି ଆଚି ।”
18 ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
ଜହନାର୍‌ ଚେଲାମଃନ୍ ଆର୍‌ ପାରୁସିମଃନ୍ ଉହାସ୍‌ କଃର୍ତି ରିଲାୟ୍‌, ସେତାର୍‌ ଗିନେ କଃତେକ୍‌ ଲକମଃନ୍ ଆୟ୍‌ଲାୟ୍‌ ଆର୍‌ ଜିସୁକେ ହଃଚାର୍ଲାୟ୍‌, “ଜହନାର୍‌ ଚେଲାମଃନ୍ ଆର୍‌ ପାରୁସିମଃନ୍ ଉହାସ୍‌ କଃରୁଲାୟ୍‌, ମଃତର୍‌ ତର୍‌ ଚେଲାମଃନ୍ କାୟ୍‌ତାକ୍‌ ଉହାସ୍‌ ନଃକେରୁଲାୟ୍‌?”
19 ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ।
ଜିସୁ ସେମଃନ୍‌କେ କୟ୍‌ଲା, “ବଃରଗଚ୍ୟାମଃନ୍ ବଃରସଃଙ୍ଗ୍ ବିବା ଗଃରେ ରେତା ବଃଳ୍‌ ସେମଃନ୍ କାୟ୍‌ତାକ୍‌ ଉହାସ୍‌ କଃର୍ତି? ବଃର ଜଃଡେବଃଳ୍‌ ହଃତେକ୍‌ ସେମଃନାର୍‌ ସଃଙ୍ଗେ ରଃୟ୍‌ଦ୍‌, ସଃଡେବଃଳ୍‌ ହଃତେକ୍‌ ସେମଃନ୍ ଉହାସ୍‌ କଃରୁକେ ନଃହାର୍‌ତି ।
20 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ।
ମଃତର୍‌ ବେଳା ଆସେଦ୍‌, ଜଃଡେବଃଳ୍‌ ବଃର ଦଃଙ୍ଗ୍‌ଳାକେ ସେମଃନାର୍‌ ତଃୟ୍‌ହୁଣି କାଡି ନିଆ ଅୟ୍‌ଦ୍‌, ସଃଡେବଃଳ୍‌ ସେମଃନ୍ ଉହାସ୍‌ କଃର୍ତି ।”
21 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ।
“କେହେଁ ନଃଉଆଁ ହଃଚ୍ୟାର୍‌ ହାଟ୍‌ଳି କଃଣ୍ଡେକ୍‌ ଚିରି ହଃର୍ନା ହଃଚ୍ୟାୟ୍‌ ମିସାୟ୍‌ ନଃତୁନ୍ତି, ତୁନ୍‌ଲେକ୍‌ ନଃଉଁଆରି ହଃର୍ନା ତାକ୍‌ ଅଃଦିକ୍‌ ଚିରେଦ୍‌, ଆର୍‌ ଅଃଦିକ୍‌ ହାଟାୟ୍‌ଦ୍‌ ।
22 ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।”
ସେବାନ୍ୟା କେହେଁ ନଃଉଆଁ ଅଙ୍ଗୁର୍‌ ରଃସ୍‌ ହଃର୍ନା ଚାମ୍‌ ମଣାୟ୍‌ ନଃସେଙ୍ଗାଉତି, ସଃଙ୍ଗାୟ୍‌ଲେକ୍‌ ସେରି ମଣାକେ ହାଟାୟ୍‌ଦ୍‌, ଆରେକ୍‌ ଅଙ୍ଗୁର୍‌ ରଃସ୍‌ ଆର୍‌ ଚାମ୍‌ମଣା ମିସ୍‌ଣେ ନଃସ୍ଟ୍‌ ଅୟ୍‌ଦ୍‌ । ମଃତର୍‌ ନଃଉଆଁ ଅଙ୍ଗୁର୍‌ ରଃସ୍‌ ନଃଉଆଁ ଚାମ୍‌ମଣାୟ୍‌ ସଃଙ୍ଗାୟ୍‌ବାର୍‌ ଆଚେ ।”
23 ଥରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ।
ବିସାଉଁଣିବାର୍‌ ଦିନ୍ ଜିସୁ ଆର୍‌ ତାର୍‌ ଚେଲାମଃନ୍ ତାସ୍‌ ହଃଦା ବାଟ୍‌ଅୟ୍‌ ଜାତିରିଲାୟ୍‌ । ଜଃଉଁ ଜଃଉଁ ତାର୍‌ ଚେଲାମଃନ୍ ତାସ୍‌ କେଡ୍ ଚିଡାଉଁକେ ଦଃର୍ଲାୟ୍‌ ।
24 ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ,
ସେତାର୍‌ ଗିନେ ପାରୁସିମଃନ୍ ଜିସୁକେ କୟ୍‌ଲାୟ୍‌, “ଦଃକ୍‌ ତର୍‌ ଚେଲାମଃନ୍ ବିସାଉଁଣିବାର୍‌ ଦିନ୍ ଜୁୟ୍‌ରି କଃର୍ତା ବିଦି ନାୟ୍‌ କାୟ୍‌ତାକ୍‌ ସେରିମଃନ୍ କଃରୁଲାୟ୍‌?”
25 ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
ଜିସୁ ସେମଃନ୍‌କେ କୟ୍‌ଲା, “କାଦି ଲଳାରିଲା ବଃଳ୍‌ ଦାଉଦ୍‌ ଆର୍‌ ତାର୍‌ ସଃଙ୍ଗୁଆଳିମଃନ୍ ବୁକେ ରିଲାୟ୍‌, ସଃଡେବଃଳ୍‌ ଦାଉଦ୍‌ କାୟ୍‌ କଃରିରିଲା, ସେରି କାୟ୍‌ ତୁମିମଃନ୍ କଃବେହେଁ ନଃହଳାସ୍‌?
26 ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
ଅବିଆତର୍‌ ମୁଳ୍‌ ଜାଜକ୍‌ ବଃଳ୍‌ ଦାଉଦ୍‌ କଃନ୍‌କଃରି ଇସ୍ୱରାର୍‌ ଗଃରେ ହୁରି, ଜୁୟ୍‌ ମାପ୍ରୁର୍‌ ରୁଟି ଜାଜକ୍‌ମଃନ୍‌କେ ଚାଡି କେହେଁ କାତା ବିଦି ନାୟ୍‌, ମଃତର୍‌ ଦାଉଦ୍‌ ସେରି କାୟ୍‌ଲା ଆର୍‌ ତାର୍‌ ସଃଙ୍ଗୁଆଳିମଃନ୍‌କେ ଦଃୟ୍‌ରିଲା ।”
27 ଆଉ ସେ ସେମାନଙ୍କୁ କହିଲେ, “ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ।
ଆର୍‌ ଜିସୁ ସେମଃନ୍‌କେ କୟ୍‌ଲା, “ବିସାଉଁଣିବାର୍‌ ମାନାୟ୍‌ମଃନାର୍‌ ଗିନେ ଅୟ୍‌ଆଚେ, ମଃତର୍‌ ମାନାୟ୍‌ମଃନାର୍‌ ଗିନେ ନାୟ୍‌ ।
28 ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି।”
ସେତାର୍‌ ଗିନେ ନଃରାର୍‌ ହୟ୍‌ସି ହେଁ ବିସାଉଁଣିବାର୍‌ ମାପ୍ରୁ ।”

< ମାର୍କ 2 >