< ଲୂକ 2 >
1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।
Ó sì ṣe ní ọjọ́ wọ̀n-ọn-nì, àṣẹ ti ọ̀dọ̀ Kesari Augustu jáde wá pé, kí a kọ orúkọ gbogbo ayé sínú ìwé.
2 ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।
(Èyí ni ìkọ sínú ìwé èkínní tí a ṣe nígbà tí Kirene fi jẹ baálẹ̀ Siria.)
3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ।
Gbogbo àwọn ènìyàn sì lọ láti kọ orúkọ wọn sínú ìwé, olúkúlùkù sí ìlú ara rẹ̀.
4 ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦିୟା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
Josẹfu pẹ̀lú sì gòkè láti Nasareti ni Galili, sí ìlú Dafidi ní Judea, tí à ń pè ní Bẹtilẹhẹmu; nítorí ti ìran àti ìdílé Dafidi ní í ṣe,
5 ତାହାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ।
láti kọ orúkọ rẹ̀, pẹ̀lú Maria aya rẹ̀ àfẹ́sọ́nà, tí oyún rẹ̀ ti tó bí.
6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା,
Ó sì ṣe, nígbà tí wọ́n wà níbẹ̀, ọjọ́ rẹ̀ pé tí òun yóò bí.
7 ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
Ó sì bí àkọ́bí rẹ̀ ọmọkùnrin, ó sì fi ọ̀já wé e, ó sì tẹ́ ẹ sínú ibùjẹ ẹran; nítorí tí ààyè kò sí fún wọn nínú ilé èrò.
8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ।
Àwọn olùṣọ́-àgùntàn ń bẹ tí wọ́n ń gbé ní ìlú náà, wọ́n ń ṣọ́ agbo àgùntàn wọn ní òru ní pápá tí wọ́n ń gbé.
9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।
Angẹli Olúwa sì yọ sí wọn, ògo Olúwa sì ràn yí wọn ká, ẹ̀rù sì bà wọ́n gidigidi.
10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
Angẹli náà sì wí fún wọn pé, “Má bẹ̀rù: sá wò ó, mo mú ìyìnrere ayọ̀ ńlá fún yín wá, tí yóò ṣe ti ènìyàn gbogbo.
11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
Nítorí a ti bí Olùgbàlà fún yín lónìí ní ìlú Dafidi, tí í ṣe Kristi Olúwa.
12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।
Èyí ni yóò sì ṣe àmì fún yín; ẹ̀yin yóò rí ọmọ ọwọ́ tí a fi ọ̀já wé, ó dùbúlẹ̀ ní ibùjẹ ẹran.”
13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
Ọ̀pọ̀lọpọ̀ ogun ọ̀run sì darapọ̀ mọ́ angẹli náà ní òjijì, wọ́n ń yin Ọlọ́run, wí pé,
14 “ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।”
“Ògo ni fún Ọlọ́run lókè ọ̀run, àti ní ayé àlàáfíà, ìfẹ́ inú rere sí ènìyàn.”
15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।
Ó sì ṣe, nígbà tí àwọn angẹli náà padà kúrò lọ́dọ̀ wọn lọ sí ọ̀run, àwọn olùṣọ́-àgùntàn náà bá ara wọn sọ pé, “Ẹ jẹ́ kí á lọ tààrà sí Bẹtilẹhẹmu, kí á lè rí ohun tí ó ṣẹ̀, tí Olúwa fihàn fún wa.”
16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।
Wọ́n sì wá lọ́gán, wọ́n sì rí Maria àti Josẹfu, àti ọmọ ọwọ́ náà, ó dùbúlẹ̀ nínú ibùjẹ ẹran.
17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
Nígbà tí wọ́n sì ti rí i, wọ́n sọ ohun tí a ti wí fún wọn nípa ti ọmọ yìí.
18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ।
Ẹnu sì ya gbogbo àwọn tí ó gbọ́ sí nǹkan wọ̀nyí tí a ti wí fún wọn láti ọ̀dọ̀ àwọn olùṣọ́-àgùntàn wá.
19 କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ।
Ṣùgbọ́n Maria pa gbogbo nǹkan wọ̀nyí mọ́, ó ń rò wọ́n nínú ọkàn rẹ̀.
20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ।
Àwọn olùṣọ́-àgùntàn sì padà lọ, wọ́n ń fi ògo fún Ọlọ́run, wọ́n sì yìn ín, nítorí ohun gbogbo tí wọ́n ti gbọ́ àti tí wọ́n ti rí, bí a ti wí i fún wọn.
21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।
Nígbà tí ọjọ́ mẹ́jọ sì pé láti kọ ọmọ náà nílà, wọ́n pe orúkọ rẹ̀ ní Jesu, bí a ti sọ ọ́ tẹ́lẹ̀ láti ọ̀dọ̀ angẹli náà wá kí á tó lóyún rẹ̀.
22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
Nígbà tí ọjọ́ ìwẹ̀nù Maria sì pé gẹ́gẹ́ bí òfin Mose, Josẹfu àti Maria gbé Jesu wá sí Jerusalẹmu láti fi í fún Olúwa
23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,
(bí a ti kọ ọ́ sínú òfin Olúwa pé, “Gbogbo ọmọ ọkùnrin tí ó ṣe àkọ́bí, òun ni a ó pè ní mímọ́ fún Olúwa”),
24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ।
àti láti rú ẹbọ gẹ́gẹ́ bí èyí tí a wí nínú òfin Olúwa: “Àdàbà méjì tàbí ọmọ ẹyẹlé méjì.”
25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।
Sì kíyèsi i, ọkùnrin kan wà ní Jerusalẹmu, orúkọ rẹ̀ a máa jẹ́ Simeoni; ọkùnrin náà sì ṣe olóòtítọ́ àti olùfọkànsìn, ó ń retí ìtùnú Israẹli, Ẹ̀mí mímọ́ sì bà lé e.
26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
A sì ti fihàn án láti ọ̀dọ̀ Ẹ̀mí Mímọ́ náà wá pé, òun kì yóò rí ikú, kí ó tó rí Kristi Olúwa.
27 ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
Ó sì ti ipa Ẹ̀mí wá sínú tẹmpili. Nígbà tí àwọn òbí rẹ̀ sì gbé Jesu wá, láti ṣe fún un bí ìṣe òfin.
28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ,
Nígbà náà ni Simeoni gbé e ní apá rẹ̀, ó fi ìbùkún fún Ọlọ́run, ó ní:
29 “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
“Olúwa Olódùmarè, nígbà yìí ni ó tó jọ̀wọ́ ọmọ ọ̀dọ̀ rẹ lọ́wọ́ lọ, ní àlàáfíà, gẹ́gẹ́ bí ọ̀rọ̀ rẹ.
30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
Nítorí tí ojú mi ti rí ìgbàlà rẹ ná,
31 ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
tí ìwọ ti pèsè sílẹ̀ níwájú ènìyàn gbogbo;
32 ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।”
ìmọ́lẹ̀ láti mọ́ sí àwọn aláìkọlà, àti ògo Israẹli ènìyàn rẹ̀.”
33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ।
Ẹnu sì ya Josẹfu àti ìyá rẹ̀ sí nǹkan tí a ń sọ sí i wọ̀nyí.
34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ,
Simeoni sì súre fún wọn, ó sì wí fún Maria ìyá rẹ̀ pé, “Kíyèsi i, a gbé ọmọ yìí kalẹ̀ fún ìṣubú àti ìdìde ọ̀pọ̀ ènìyàn ní Israẹli; àti fún àmì tí a ń sọ̀rọ̀-òdì sí;
35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ।
(idà yóò sì gún ìwọ náà ní ọkàn pẹ̀lú) kí á lè fi ìrònú ọ̀pọ̀ ọkàn hàn.”
36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।
Ẹnìkan sì ń bẹ, Anna wòlíì, ọmọbìnrin Penueli, nínú ẹ̀yà Aṣeri: ọjọ́ ogbó rẹ̀ pọ̀, ó ti bá ọkọ gbé ní ọdún méje láti ìgbà wúńdíá rẹ̀ wá;
37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।
Ó sì ṣe opó títí ó fi di ẹni ọdún mẹ́rìnlélọ́gọ́rin, ẹni tí kò kúrò ní tẹmpili, ṣùgbọ́n ó ń fi àwẹ̀ àti àdúrà sin Ọlọ́run lọ́sàn án àti lóru.
38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
Ó sì wólẹ̀ ní àkókò náà, ó sì dúpẹ́ lọ́wọ́ Ọlọ́run pẹ̀lú, ó sì sọ̀rọ̀ rẹ̀ fún gbogbo àwọn tí ó ń retí ìdáǹdè Jerusalẹmu.
39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ।
Nígbà tí wọ́n sì ti ṣe nǹkan gbogbo tán gẹ́gẹ́ bí òfin Olúwa, wọ́n padà lọ sí Galili, sí Nasareti ìlú wọn.
40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
Ọmọ náà sì ń dàgbà, ó sì ń lágbára, ó sì kún fún ọgbọ́n: oore-ọ̀fẹ́ Ọlọ́run sì ń bẹ lára rẹ̀.
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ।
Àwọn òbí rẹ̀ a sì máa lọ sí Jerusalẹmu ní ọdọọdún sí àjọ ìrékọjá.
42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ।
Nígbà tí ó sì di ọmọ ọdún méjìlá, wọ́n gòkè lọ sí Jerusalẹmu gẹ́gẹ́ bí ìṣe àjọ náà.
43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
Nígbà tí ọjọ́ wọn sì pé bí wọ́n ti ń padà bọ̀, ọmọ náà, Jesu dúró lẹ́yìn ní Jerusalẹmu; Josẹfu àti ìyá rẹ̀ kò mọ̀.
44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ,
Ṣùgbọ́n wọ́n ṣe bí ó wà ní ẹ̀gbẹ́ èrò, wọ́n rin ìrìn ọjọ́ kan; wọ́n wá a kiri nínú àwọn ará àti àwọn ojúlùmọ̀ wọn.
45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ।
Nígbà tí wọn kò sì rí i, wọ́n padà sí Jerusalẹmu, wọ́n ń wá a kiri.
46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
Ó sì ṣe, lẹ́yìn ọjọ́ mẹ́ta wọ́n rí i nínú tẹmpili ó jókòó ní àárín àwọn olùkọ́ni, ó ń gbọ́ tiwọn, ó sì ń bi wọ́n léèrè.
47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।
Ẹnu sì ya gbogbo àwọn tí ó gbọ́ ọ̀rọ̀ rẹ̀ fún òye àti ìdáhùn rẹ̀.
48 ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ।
Nígbà tí wọ́n sì rí i, háà ṣe wọ́n, ìyá rẹ̀ sì bi í pé, “Ọmọ, èéṣe tí ìwọ fi ṣe wá bẹ́ẹ̀? Sá wò ó, baba rẹ̀ àti èmi ti ń fi ìbànújẹ́ wá ọ kiri.”
49 ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?”
Ó sì dáhùn wí fún wọn pé, “Èéṣe tí ẹ̀yin fi ń wá mi kiri? Ẹ̀yin kò mọ̀ pé èmi kò lè ṣàìmá wà níbi iṣẹ́ Baba mi?”
50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
Ọ̀rọ̀ tí o sọ kò sì yé wọn.
51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।
Ó sì bá wọn sọ̀kalẹ̀ lọ sí Nasareti, sì fi ara balẹ̀ fún wọn, ṣùgbọ́n ìyá rẹ̀ pa gbogbo nǹkan wọ̀nyí mọ́ nínú ọkàn rẹ̀.
52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।
Jesu sì ń pọ̀ ní ọgbọ́n, sì ń dàgbà, ó sì wà ní ojúrere ní ọ̀dọ̀ Ọlọ́run àti ènìyàn.